କଟକ ରାଜନୀତିରେ ବଡ଼ ପରିବର୍ତ୍ତନ ସଙ୍କେତ, ବିଜେଡି ଛାଡ଼ିବେ ଦେବାଶିଷ !

କନକ ବ୍ୟୁରୋ : ବିଜେଡି ଛାଡ଼ିବେ ଦେବାଶିଷ । ବିଜେଡିରେ ପୁଣି ଏକ ବଡ଼ କମ୍ପନ ସୃଷ୍ଟି ହେବାକୁ ଯାଉଛି । ରାଜ୍ୟସଭା ସଦସ୍ୟ ତଥା ତିନିଥରର ବିଧାୟକ ଦେବାଶିଷ ସାମନ୍ତରାୟ ବିଜେଡି ଛାଡ଼ିବାକୁ ଯାଉଛନ୍ତି । ସେ ଏବେ ରାଜ୍ୟ ବାହାରେ ଥିବାରୁ ତାଙ୍କର କୌଣସି ସ୍ପଷ୍ଟୀକରଣ ମିଳିପାରି ନାହିଁ  କିନ୍ତୁ ଖୁବ୍‌ଶୀଘ୍ର ସେ ଦଳ ଛାଡୁଥିବା ସଂପର୍କରେ ଉପରମହଲରେ ଆଲୋଚନା ଜୋର୍‌ ଧରିଛି । ଦେବାଶିଷ ହୁଏତ ଉଭୟ ବିଜେଡି ଓ ରାଜ୍ୟସଭା ସଦସ୍ୟ ପଦରୁ ଇସ୍ତଫା ଦେଇ ବିଜେପିରେ ସାମିଲ ହେବେ । ତାଙ୍କୁ ବିଜେପି ପକ୍ଷରୁ ପୁଣି ରାଜ୍ୟସଭାକୁ ମନୋନୀତ କରାଯିବ । ଏହି ପ୍ରକାର ଘଟଣାକ୍ରମ ଯଦି ସତ ହୁଏ, ତା’ହେଲେ କଟକ ରାଜନୀତିରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିବ । ପୂର୍ବରୁ ଦଳର ମୁଖ୍ୟ ନବୀନ ପଟ୍ଟନାୟକଙ୍କ ଅତ୍ୟନ୍ତ ଘନିଷ୍ଠ ଥିବା ଦେବାଶିଷ ବିଭିନ୍ନ କାରଣରୁ ଅସ‌ନ୍ତୁଷ୍ଟ ଥିଲେ । ନବୀନ ଓ ତାଙ୍କ ମଧ୍ୟରେ ଦୂରତା ସୃଷ୍ଟି କରାଯାଇଆସୁଥିଲା ବୋଲି ଅଭିଯୋଗ ହେଉଥିଲା । ତାଙ୍କର ଅନୁଗତମାନଙ୍କୁ ଦଳରେ ଗୁରୁତ୍ବ ଦିଆଯାଉ ନଥିଲା । ଏମିତିକି ତାଙ୍କୁ ଯେଉଁ ସିନିୟର ସିଟିଜେନ ସେଲର ବରିଷ୍ଠ ଉପସଭାପତି ପଦ ଦିଆଯାଇଥିଲା, ତାହାକୁ ଦେବାଶିଷ ପ୍ରତ୍ୟାଖ୍ୟାନ କରିଥିଲେ । ଗତ କିଛି ମାସ ହେଲା ଦେବାଶିଷ ବି ଦଳ ଭିତରେ ଘଟୁଥିବା ପରିବର୍ତ୍ତନ ସଂପର୍କରେ କୌଣସି ଟିପ୍ପଣୀ ଦେବାରୁ ନିଜକୁ ଦୂରେଇ ରଖୁଥିଲେ । ଦେବାଶିଷ ଯଦି ବିଜେପି‌ରେ ଯୋଗ ଦିଅନ୍ତି, ତେବେ ତାହାର ପ୍ରଭାବ କଟକ, ତିର୍ତ୍ତୋଲ ଓ ପାରାଦୀପ ରାଜନୀତିରେ ଅନୁଭୂତ ହେବ ବୋଲି ଆକଳନ କରାଯାଉଛି । ବିଜେଡିର ରାଜ୍ୟସଭା ସାଂସଦ ସଂଖ୍ୟା ୫କୁ ଖସିବ ।  ବିଜେଡି ଛାଡ଼ିବେ ଦେବାଶିଷ !  ପୁଣି ବିଜେଡିରେ ଆଉ ଏକ କମ୍ପନରାଜ୍ୟସଭା ସାଂସଦ ଦେବାଶିଷ ସାମନ୍ତରାୟ ବିଜେଡି ଛାଡ଼ିବାକୁ ଯାଉଛନ୍ତି ବିଜେଡି ଛାଡ଼ି ବିଜେପିରେ ସାମିଲ ହୋଇପାରନ୍ତି ଦେବାଶିଷ ରାଜ୍ୟ ବାହାରେ ଥିବାରୁ ଦେବାଶିଷଙ୍କର ମିଳିନି ପ୍ରତିକ୍ରିୟା ୨୦୨୪ରୁ ବିଜେଡିରୁ ରାଜ୍ୟସଭା ସାଂସଦ ହୋଇଛନ୍ତି ଦେବାଶିଷ ବିଜେଡିରୁ ତିନି ଥର ବିଧାୟକ ହୋଇଥିଲେ ଦେବାଶିଷ ସାମନ୍ତରାୟ ୨୦୦୦-୨୦୦୪ ତିର୍ତ୍ତୋଲରୁ ବିଧାୟକ ଥିଲେ ବରବାଟି-କଟକ ବିଧାନସଭାରୁ ଦୁଇ ଦୁଇ ଥର ବିଧାୟକ ଥିଲେଦେବାଶିଷ ରାଜ୍ୟସଭାରୁ ଇସ୍ତଫା ଦେଲେ ବିଜେଡିର ସଂଖ୍ୟା ୫କୁ ଖସିବ ନବୀନ ପଟ୍ଟନାୟକଙ୍କ ଅତ୍ୟନ୍ତ ଘନିଷ୍ଠ ଥିବା ଦେବାଶିଷ ବିଭିନ୍ନ କାରଣରୁ ଅସ‌ନ୍ତୁଷ୍ଟ ଥିଲେ ଅଧିକ ପଢ଼ନ୍ତୁ : କେବେ ଧରୁଥିଲେ ବିଜେଡି ମଙ୍ଗ, ଏବେ ସଂଗଠନ ବଞ୍ଚାଇବାକୁ କରୁଛନ୍ତି ସଂଘର୍ଷ ପୂର୍ବରୁ ମଧ୍ୟ ଦୁଇ ରାଜ୍ୟସଭା ସାଂସଦ ବିଜେଡି ଛାଡି ବିଜେପିରେ ଯୋଗ ଦେଇଥିଲେ । ଏଥିସହ ପୁଣି ଥରେ ରାଜ୍ୟସଭା ଯାଇଥିଲେ । ବିଜେଡି ସାଂସଦ ମମତା ମହନ୍ତ ଓ ସୁଜିତ କୁମାର ବିଜେପିରେ ଯୋଗ ଦେଇଥିଲେ । ବିଜେଡିର ଦୁଇଜଣ ପ୍ରମୁଖ ରାଜ୍ୟସଭା ସାଂସଦ ମମତା ମହନ୍ତ ଓ ସୁଜିତ କୁମାର ନିଜ କାର୍ଯ୍ୟକାଳ ସରିବା ପୂର୍ବରୁ ଦଳ ଓ ସାଂସଦ ପଦରୁ ଇସ୍ତଫା ଦେଇ ଭାରତୀୟ ଜନତା ପାର୍ଟିରେ ଯୋଗ ଦେଇଥିଲେ । ଏହି ଘଟଣା ଓଡ଼ିଶା ରାଜନୀତିରେ ବହୁତ ଚର୍ଚ୍ଚିତ ହୋଇଥିଲା । ମମତା ମହନ୍ତ ଇସ୍ତଫା ଜୁଲାଇ ୩୧, ୨୦୨୪ରେ ରାଜ୍ୟସଭା ସାଂସଦ ପଦରୁ ଇସ୍ତଫା ଦେଇଥିଲେ । ସେହିଦିନ ବିଜେଡିରୁ ମଧ୍ୟ ଇସ୍ତଫା ଦେଇଥିଲେ । ଅଗଷ୍ଟ ୧, ୨୦୨୪ରେ ଦିଲ୍ଲୀର ବିଜେପି କେନ୍ଦ୍ରୀୟ କାର୍ଯ୍ୟାଳୟରେ ସେ ବିଜେପିରେ ଯୋଗ ଦେଇଥିଲେ । ମମତା ମହନ୍ତ କୁଦୁମି ସମ୍ପ୍ରଦାୟର ଜଣେ ପ୍ରମୁଖ ନେତ୍ରୀ ଥିଲେ ଏବଂ ବିଜେଡିର ମହିଳା ଓ ପଛୁଆ ବର୍ଗର ମୁଖ୍ୟ ପ୍ରତିନିଧି ଭାବେ ପରିଚିତ ଥିଲେ । ସେହିଭଳି ସୁଜିତ କୁମାର ସେପ୍ଟେମ୍ବର ୬, ୨୦୨୪ରେ ରାଜ୍ୟସଭା ସାଂସଦ ପଦରୁ ଇସ୍ତଫା ଦେଇଥିଲେ । ସେହିଦିନ ବିଜେଡି ତାଙ୍କୁ ବିରୋଧୀ କାର୍ଯ୍ୟକଳାପ ଅଭିଯୋଗରେ ବହିଷ୍କାର କରିଥିଲା । ଏହାର କିଛି ସମୟ ପରେ ଦିଲ୍ଲୀରେ ବିଜେପି କାର୍ଯ୍ୟାଳୟରେ ସେ ବିଜେପିରେ ଯୋଗ ଦେଇଥିଲେ । ସୁଜିତ କୁମାରଙ୍କ କାର୍ଯ୍ୟକାଳ ଏପ୍ରିଲ ୨, ୨୦୨୬ ପର୍ଯ୍ୟନ୍ତ ଥିଲା । ଏଭଳି ଘଟଣା ପରେ ଓଡ଼ିଶା ରାଜନୀତିରେ ନୂଆ ସମୀକରଣ ସୃଷ୍ଟି ହୋଇଥିଲା ।

May 25, 2026 - 09:16
 0  0
କଟକ ରାଜନୀତିରେ ବଡ଼ ପରିବର୍ତ୍ତନ ସଙ୍କେତ, ବିଜେଡି ଛାଡ଼ିବେ ଦେବାଶିଷ !

କନକ ବ୍ୟୁରୋ : ବିଜେଡି ଛାଡ଼ିବେ ଦେବାଶିଷ । ବିଜେଡିରେ ପୁଣି ଏକ ବଡ଼ କମ୍ପନ ସୃଷ୍ଟି ହେବାକୁ ଯାଉଛି । ରାଜ୍ୟସଭା ସଦସ୍ୟ ତଥା ତିନିଥରର ବିଧାୟକ ଦେବାଶିଷ ସାମନ୍ତରାୟ ବିଜେଡି ଛାଡ଼ିବାକୁ ଯାଉଛନ୍ତି । ସେ ଏବେ ରାଜ୍ୟ ବାହାରେ ଥିବାରୁ ତାଙ୍କର କୌଣସି ସ୍ପଷ୍ଟୀକରଣ ମିଳିପାରି ନାହିଁ  କିନ୍ତୁ ଖୁବ୍‌ଶୀଘ୍ର ସେ ଦଳ ଛାଡୁଥିବା ସଂପର୍କରେ ଉପରମହଲରେ ଆଲୋଚନା ଜୋର୍‌ ଧରିଛି । ଦେବାଶିଷ ହୁଏତ ଉଭୟ ବିଜେଡି ଓ ରାଜ୍ୟସଭା ସଦସ୍ୟ ପଦରୁ ଇସ୍ତଫା ଦେଇ ବିଜେପିରେ ସାମିଲ ହେବେ । ତାଙ୍କୁ ବିଜେପି ପକ୍ଷରୁ ପୁଣି ରାଜ୍ୟସଭାକୁ ମନୋନୀତ କରାଯିବ । ଏହି ପ୍ରକାର ଘଟଣାକ୍ରମ ଯଦି ସତ ହୁଏ, ତା’ହେଲେ କଟକ ରାଜନୀତିରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିବ । ପୂର୍ବରୁ ଦଳର ମୁଖ୍ୟ ନବୀନ ପଟ୍ଟନାୟକଙ୍କ ଅତ୍ୟନ୍ତ ଘନିଷ୍ଠ ଥିବା ଦେବାଶିଷ ବିଭିନ୍ନ କାରଣରୁ ଅସ‌ନ୍ତୁଷ୍ଟ ଥିଲେ । ନବୀନ ଓ ତାଙ୍କ ମଧ୍ୟରେ ଦୂରତା ସୃଷ୍ଟି କରାଯାଇଆସୁଥିଲା ବୋଲି ଅଭିଯୋଗ ହେଉଥିଲା । ତାଙ୍କର ଅନୁଗତମାନଙ୍କୁ ଦଳରେ ଗୁରୁତ୍ବ ଦିଆଯାଉ ନଥିଲା । ଏମିତିକି ତାଙ୍କୁ ଯେଉଁ ସିନିୟର ସିଟିଜେନ ସେଲର ବରିଷ୍ଠ ଉପସଭାପତି ପଦ ଦିଆଯାଇଥିଲା, ତାହାକୁ ଦେବାଶିଷ ପ୍ରତ୍ୟାଖ୍ୟାନ କରିଥିଲେ । ଗତ କିଛି ମାସ ହେଲା ଦେବାଶିଷ ବି ଦଳ ଭିତରେ ଘଟୁଥିବା ପରିବର୍ତ୍ତନ ସଂପର୍କରେ କୌଣସି ଟିପ୍ପଣୀ ଦେବାରୁ ନିଜକୁ ଦୂରେଇ ରଖୁଥିଲେ । ଦେବାଶିଷ ଯଦି ବିଜେପି‌ରେ ଯୋଗ ଦିଅନ୍ତି, ତେବେ ତାହାର ପ୍ରଭାବ କଟକ, ତିର୍ତ୍ତୋଲ ଓ ପାରାଦୀପ ରାଜନୀତିରେ ଅନୁଭୂତ ହେବ ବୋଲି ଆକଳନ କରାଯାଉଛି । ବିଜେଡିର ରାଜ୍ୟସଭା ସାଂସଦ ସଂଖ୍ୟା ୫କୁ ଖସିବ । 

ବିଜେଡି ଛାଡ଼ିବେ ଦେବାଶିଷ ! 

ପୁଣି ବିଜେଡିରେ ଆଉ ଏକ କମ୍ପନ
ରାଜ୍ୟସଭା ସାଂସଦ ଦେବାଶିଷ ସାମନ୍ତରାୟ ବିଜେଡି ଛାଡ଼ିବାକୁ ଯାଉଛନ୍ତି 
ବିଜେଡି ଛାଡ଼ି ବିଜେପିରେ ସାମିଲ ହୋଇପାରନ୍ତି ଦେବାଶିଷ 
ରାଜ୍ୟ ବାହାରେ ଥିବାରୁ ଦେବାଶିଷଙ୍କର ମିଳିନି ପ୍ରତିକ୍ରିୟା 
୨୦୨୪ରୁ ବିଜେଡିରୁ ରାଜ୍ୟସଭା ସାଂସଦ ହୋଇଛନ୍ତି ଦେବାଶିଷ 
ବିଜେଡିରୁ ତିନି ଥର ବିଧାୟକ ହୋଇଥିଲେ ଦେବାଶିଷ ସାମନ୍ତରାୟ 
୨୦୦୦-୨୦୦୪ ତିର୍ତ୍ତୋଲରୁ ବିଧାୟକ ଥିଲେ 
ବରବାଟି-କଟକ ବିଧାନସଭାରୁ ଦୁଇ ଦୁଇ ଥର ବିଧାୟକ ଥିଲେ
ଦେବାଶିଷ ରାଜ୍ୟସଭାରୁ ଇସ୍ତଫା ଦେଲେ ବିଜେଡିର ସଂଖ୍ୟା ୫କୁ ଖସିବ 
ନବୀନ ପଟ୍ଟନାୟକଙ୍କ ଅତ୍ୟନ୍ତ ଘନିଷ୍ଠ ଥିବା ଦେବାଶିଷ ବିଭିନ୍ନ କାରଣରୁ ଅସ‌ନ୍ତୁଷ୍ଟ ଥିଲେ

ଅଧିକ ପଢ଼ନ୍ତୁ : କେବେ ଧରୁଥିଲେ ବିଜେଡି ମଙ୍ଗ, ଏବେ ସଂଗଠନ ବଞ୍ଚାଇବାକୁ କରୁଛନ୍ତି ସଂଘର୍ଷ

ପୂର୍ବରୁ ମଧ୍ୟ ଦୁଇ ରାଜ୍ୟସଭା ସାଂସଦ ବିଜେଡି ଛାଡି ବିଜେପିରେ ଯୋଗ ଦେଇଥିଲେ । ଏଥିସହ ପୁଣି ଥରେ ରାଜ୍ୟସଭା ଯାଇଥିଲେ । ବିଜେଡି ସାଂସଦ ମମତା ମହନ୍ତ ଓ ସୁଜିତ କୁମାର ବିଜେପିରେ ଯୋଗ ଦେଇଥିଲେ । ବିଜେଡିର ଦୁଇଜଣ ପ୍ରମୁଖ ରାଜ୍ୟସଭା ସାଂସଦ ମମତା ମହନ୍ତ ଓ ସୁଜିତ କୁମାର ନିଜ କାର୍ଯ୍ୟକାଳ ସରିବା ପୂର୍ବରୁ ଦଳ ଓ ସାଂସଦ ପଦରୁ ଇସ୍ତଫା ଦେଇ ଭାରତୀୟ ଜନତା ପାର୍ଟିରେ ଯୋଗ ଦେଇଥିଲେ । ଏହି ଘଟଣା ଓଡ଼ିଶା ରାଜନୀତିରେ ବହୁତ ଚର୍ଚ୍ଚିତ ହୋଇଥିଲା । ମମତା ମହନ୍ତ ଇସ୍ତଫା ଜୁଲାଇ ୩୧, ୨୦୨୪ରେ ରାଜ୍ୟସଭା ସାଂସଦ ପଦରୁ ଇସ୍ତଫା ଦେଇଥିଲେ । ସେହିଦିନ ବିଜେଡିରୁ ମଧ୍ୟ ଇସ୍ତଫା ଦେଇଥିଲେ । ଅଗଷ୍ଟ ୧, ୨୦୨୪ରେ ଦିଲ୍ଲୀର ବିଜେପି କେନ୍ଦ୍ରୀୟ କାର୍ଯ୍ୟାଳୟରେ ସେ ବିଜେପିରେ ଯୋଗ ଦେଇଥିଲେ । ମମତା ମହନ୍ତ କୁଦୁମି ସମ୍ପ୍ରଦାୟର ଜଣେ ପ୍ରମୁଖ ନେତ୍ରୀ ଥିଲେ ଏବଂ ବିଜେଡିର ମହିଳା ଓ ପଛୁଆ ବର୍ଗର ମୁଖ୍ୟ ପ୍ରତିନିଧି ଭାବେ ପରିଚିତ ଥିଲେ । ସେହିଭଳି ସୁଜିତ କୁମାର ସେପ୍ଟେମ୍ବର ୬, ୨୦୨୪ରେ ରାଜ୍ୟସଭା ସାଂସଦ ପଦରୁ ଇସ୍ତଫା ଦେଇଥିଲେ । ସେହିଦିନ ବିଜେଡି ତାଙ୍କୁ ବିରୋଧୀ କାର୍ଯ୍ୟକଳାପ ଅଭିଯୋଗରେ ବହିଷ୍କାର କରିଥିଲା । ଏହାର କିଛି ସମୟ ପରେ ଦିଲ୍ଲୀରେ ବିଜେପି କାର୍ଯ୍ୟାଳୟରେ ସେ ବିଜେପିରେ ଯୋଗ ଦେଇଥିଲେ । ସୁଜିତ କୁମାରଙ୍କ କାର୍ଯ୍ୟକାଳ ଏପ୍ରିଲ ୨, ୨୦୨୬ ପର୍ଯ୍ୟନ୍ତ ଥିଲା । ଏଭଳି ଘଟଣା ପରେ ଓଡ଼ିଶା ରାଜନୀତିରେ ନୂଆ ସମୀକରଣ ସୃଷ୍ଟି ହୋଇଥିଲା ।

What's Your Reaction?

like

dislike

love

funny

angry

sad

wow