ବନ୍ୟା ଛାଡ଼ିଗଲା ଦୁର୍ଦ୍ଦଶା; ଆବାସକୁ ଆଶା, ଭଙ୍ଗା ଘର ସଜାଡ଼ୁଛନ୍ତି ବିପନ୍ନ
କନକ ବ୍ୟୁରୋ: ବନ୍ୟା ପାଣି ହ୍ରାସ ପାଇଥିଲେ ମଧ୍ୟ ବିପନ୍ନଙ୍କ ଦୁର୍ଦ୍ଦଶା କମିନି। ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ କୋଠାର ପଞ୍ଚାୟତର ମୀର୍ଗାହାଟକୂଳ ଗାଁରେ ବନ୍ୟା ପରବର୍ତ୍ତୀ ଚିତ୍ର ହୃଦୟବିଦାରକ ସାମ୍ନାକୁ ଆସିଛି । ବନ୍ୟା ପାଣିରେ କ୍ଷତିଗ୍ରସ୍ତ ହୋଇଥିବା ଘରକୁ ମାଟି ଓ କାଦୁଅ ମଧ୍ୟରେ ଠିଆ ହୋଇ ନିଜେ ସଜାଡ଼ିବାରେ ଲାଗିଛନ୍ତି ଅସହାୟ ପରିବାର । ଅଧିକ ପଢ଼ନ୍ତୁ...ବନ୍ୟା ଯୋଗୁଁ ଠପ୍ ପିଲାଙ୍କ ପାଠପଢ଼ା; ରାଜନଗରରେ ବିଦ୍ୟାଳୟ ବନ୍ଦଗତ ଦୁଇ ଦିନ ଧରି ଗେଙ୍ଗୁଟି ନଦୀର ବନ୍ୟା ପାଣି ଘର ଭିତରେ ପଶି ରହିଥିଲା । ପ୍ରାୟ ତିନି ଫୁଟ ଉଚ୍ଚର ପାଣି କଚ୍ଚା ଘରର କାନ୍ଥ ଭିତରେ ପଶିବାରୁ କାନ୍ଥ ଭାଙ୍ଗିଯାଇଛି, ପିଣ୍ଢା ଧୋଇଯାଇଛି ଏବଂ ଘରର ବହୁ ସାମଗ୍ରୀ ନଷ୍ଟ ହୋଇଛି । ବର୍ତ୍ତମାନ ପାଣି ଛାଡ଼ିଯିବା ପରେ ପରିବାର ଲୋକେ ନିଜ ହାତରେ ଭଙ୍ଗା କାନ୍ଥ ଓ ଚୁଲି ସଜାଡ଼ିବାରେ ବ୍ୟସ୍ତ ଅଛନ୍ତି ।ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ, ପକ୍କା ଘର ପାଇଁ ସେମାନେ ବାରମ୍ବାର ଆବାସ ଯୋଜନାରେ ଆବେଦନ କରିଥିଲେ ମଧ୍ୟ ଏପର୍ଯ୍ୟନ୍ତ କୌଣସି ସୁବିଧା ପାଇନାହାନ୍ତି । ବନ୍ୟା ପରେ ଭଙ୍ଗା ଘରେ ରହିବାକୁ ବାଧ୍ୟ ହେଉଥିବାରୁ ସେମାନେ ତୁରନ୍ତ ସରକାରୀ ସହାୟତା ଏବଂ ଆବାସ ଯୋଜନାର ଲାଭ ପ୍ରଦାନ କରିବାକୁ ଦାବି କରିଛନ୍ତି ।

କନକ ବ୍ୟୁରୋ: ବନ୍ୟା ପାଣି ହ୍ରାସ ପାଇଥିଲେ ମଧ୍ୟ ବିପନ୍ନଙ୍କ ଦୁର୍ଦ୍ଦଶା କମିନି। ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ କୋଠାର ପଞ୍ଚାୟତର ମୀର୍ଗାହାଟକୂଳ ଗାଁରେ ବନ୍ୟା ପରବର୍ତ୍ତୀ ଚିତ୍ର ହୃଦୟବିଦାରକ ସାମ୍ନାକୁ ଆସିଛି । ବନ୍ୟା ପାଣିରେ କ୍ଷତିଗ୍ରସ୍ତ ହୋଇଥିବା ଘରକୁ ମାଟି ଓ କାଦୁଅ ମଧ୍ୟରେ ଠିଆ ହୋଇ ନିଜେ ସଜାଡ଼ିବାରେ ଲାଗିଛନ୍ତି ଅସହାୟ ପରିବାର ।
ଅଧିକ ପଢ଼ନ୍ତୁ...ବନ୍ୟା ଯୋଗୁଁ ଠପ୍ ପିଲାଙ୍କ ପାଠପଢ଼ା; ରାଜନଗରରେ ବିଦ୍ୟାଳୟ ବନ୍ଦ
ଗତ ଦୁଇ ଦିନ ଧରି ଗେଙ୍ଗୁଟି ନଦୀର ବନ୍ୟା ପାଣି ଘର ଭିତରେ ପଶି ରହିଥିଲା । ପ୍ରାୟ ତିନି ଫୁଟ ଉଚ୍ଚର ପାଣି କଚ୍ଚା ଘରର କାନ୍ଥ ଭିତରେ ପଶିବାରୁ କାନ୍ଥ ଭାଙ୍ଗିଯାଇଛି, ପିଣ୍ଢା ଧୋଇଯାଇଛି ଏବଂ ଘରର ବହୁ ସାମଗ୍ରୀ ନଷ୍ଟ ହୋଇଛି । ବର୍ତ୍ତମାନ ପାଣି ଛାଡ଼ିଯିବା ପରେ ପରିବାର ଲୋକେ ନିଜ ହାତରେ ଭଙ୍ଗା କାନ୍ଥ ଓ ଚୁଲି ସଜାଡ଼ିବାରେ ବ୍ୟସ୍ତ ଅଛନ୍ତି ।
ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ, ପକ୍କା ଘର ପାଇଁ ସେମାନେ ବାରମ୍ବାର ଆବାସ ଯୋଜନାରେ ଆବେଦନ କରିଥିଲେ ମଧ୍ୟ ଏପର୍ଯ୍ୟନ୍ତ କୌଣସି ସୁବିଧା ପାଇନାହାନ୍ତି । ବନ୍ୟା ପରେ ଭଙ୍ଗା ଘରେ ରହିବାକୁ ବାଧ୍ୟ ହେଉଥିବାରୁ ସେମାନେ ତୁରନ୍ତ ସରକାରୀ ସହାୟତା ଏବଂ ଆବାସ ଯୋଜନାର ଲାଭ ପ୍ରଦାନ କରିବାକୁ ଦାବି କରିଛନ୍ତି ।
What's Your Reaction?



