ଦିଲ୍ଲୀ ଦଙ୍ଗା ମାମଲା: ପୂର୍ବତନ ଆପ୍‌ କାଉନସିଲର ତାହିର ହୁସେନଙ୍କୁ ଆଜୀବନ କାରାଦଣ୍ଡ

କନକ ବ୍ୟୁରୋ: ୨୦୨୦ ମସିହାରେ ଦିଲ୍ଲୀରେ ଘଟିଥିବା ଭୟଙ୍କର ସାମ୍ପ୍ରଦାୟିକ ହିଂସା ମାମଲାରେ ପୂର୍ବତନ ଆମ ଆଦମୀ ପାର୍ଟି (AAP) କାଉନସିଲର ତାହିର ହୁସେନଙ୍କୁ କୋର୍ଟ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି । ଏହି ରାୟ ପରେ ଆଜୀବନ କାରାଦଣ୍ଡର ପ୍ରକୃତ ଅର୍ଥକୁ ନେଇ ପୁଣିଥରେ ଚର୍ଚ୍ଚା ଜୋର ଧରିଛି ।ଅନେକଙ୍କ ମଧ୍ୟରେ ଏଭଳି ଧାରଣା ରହିଛି ଯେ ଆଜୀବନ କାରାଦଣ୍ଡ ପାଇଥିବା ଜଣେ ଦୋଷୀ ୧୪ କିମ୍ବା ୨୦ ବର୍ଷ ପରେ ଜେଲରୁ ମୁକ୍ତ ହୋଇଯାଆନ୍ତି । କିନ୍ତୁ ଆଇନ ଅନୁଯାୟୀ, ଆଜୀବନ କାରାଦଣ୍ଡର ଅର୍ଥ ହେଉଛି ଦୋଷୀ ଆଜୀବନ କାରାବାସରେ ରହିବେ । ସରକାରଙ୍କ କ୍ଷମାଦାନ କିମ୍ବା ଦଣ୍ଡ କୋହଳ ସମ୍ବନ୍ଧୀୟ ବ୍ୟବସ୍ଥା ଅନୁସାରେ କେତେକ କ୍ଷେତ୍ରରେ ଦଣ୍ଡରେ ପରିବର୍ତ୍ତନ ହୋଇପାରେ । ଅଧିକ ପଢ଼ନ୍ତ...ଟ୍ରମ୍ପଙ୍କ ବଡ଼ ଘୋଷଣା : ବନ୍ଦ ହେବ ଇତ୍ସାଇଲ- ହମାସ ଯୁଦ୍ଧ, ଅସ୍ତ୍ର ସମର୍ପଣ କରିବ ହମାସତଦନ୍ତ ଅନୁସାରେ, ୨୦୨୦ ଦିଲ୍ଲୀ ଦଙ୍ଗା ସମୟରେ ତାହିର ହୁସେନଙ୍କ ବିରୋଧରେ ଦଙ୍ଗା ପାଇଁ ଷଡ଼ଯନ୍ତ୍ର ରଚିବା, ଭିଡ଼କୁ ଉସୁକାଇବା ଏବଂ ହିଂସା ପାଇଁ ଅର୍ଥ ଯୋଗାଇବା ଭଳି ଗୁରୁତର ଅଭିଯୋଗ ଆସିଥିଲା । ତଦନ୍ତରେ ଏହା ମଧ୍ୟ ସାମ୍ନାକୁ ଆସିଥିଲା ଯେ ତାଙ୍କ ଘରର ଛାତକୁ ଦଙ୍ଗାକାରୀମାନେ ପଥର, ପେଟ୍ରୋଲ ବୋମା ଓ ଏସିଡ୍‌ ବୋତଲ ଫିଙ୍ଗିବା ପାଇଁ ବ୍ୟବହାର କରୁଥିଲେ । ଏହି ହିଂସା ସମୟରେ ଇଣ୍ଟେଲିଜେନ୍ସ ବ୍ୟୁରୋ (IB) କର୍ମଚାରୀ ଅଙ୍କିତ ଶର୍ମାଙ୍କ ନିର୍ମମ ହତ୍ୟା ଘଟଣାରେ ମଧ୍ୟ ତାହିର ହୁସେନଙ୍କୁ ମୁଖ୍ୟ ଅଭିଯୁକ୍ତ ଭାବେ ଚିହ୍ନଟ କରାଯାଇଥିଲା । ମାମଲାରେ ଉପସ୍ଥାପିତ ସାକ୍ଷ୍ୟ, ପ୍ରମାଣ ଓ ସାକ୍ଷୀଙ୍କ ବୟାନକୁ ବିଚାର କରି କୋର୍ଟ ନିଷ୍କର୍ଷରେ ପହଞ୍ଚିଥିଲେ ଯେ ତାହିର ହୁସେନ ହିଂସାତ୍ମକ ଭିଡ଼ର ନେତୃତ୍ୱ ନେଇଥିଲେ, ଯାହା ଫଳରେ ବ୍ୟାପକ ଜୀବନ ଓ ସମ୍ପତ୍ତିର କ୍ଷୟକ୍ଷତି ଘଟିଥିଲା । ଏହାପରେ କୋର୍ଟ ତାଙ୍କୁ ଦୋଷୀ ସାବ୍ୟସ୍ତ କରି ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି । ଏହି ରାୟ ଦିଲ୍ଲୀ ଦଙ୍ଗା ମାମଲାର ଏକ ଗୁରୁତ୍ୱପୂର୍ଣ୍ଣ ପର୍ଯ୍ୟାୟ ବୋଲି ମନେ କରାଯାଉଛି ।    

Aug 1, 2026 - 18:58
 0  5
ଦିଲ୍ଲୀ ଦଙ୍ଗା ମାମଲା: ପୂର୍ବତନ ଆପ୍‌ କାଉନସିଲର ତାହିର ହୁସେନଙ୍କୁ ଆଜୀବନ କାରାଦଣ୍ଡ

କନକ ବ୍ୟୁରୋ: ୨୦୨୦ ମସିହାରେ ଦିଲ୍ଲୀରେ ଘଟିଥିବା ଭୟଙ୍କର ସାମ୍ପ୍ରଦାୟିକ ହିଂସା ମାମଲାରେ ପୂର୍ବତନ ଆମ ଆଦମୀ ପାର୍ଟି (AAP) କାଉନସିଲର ତାହିର ହୁସେନଙ୍କୁ କୋର୍ଟ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି । ଏହି ରାୟ ପରେ ଆଜୀବନ କାରାଦଣ୍ଡର ପ୍ରକୃତ ଅର୍ଥକୁ ନେଇ ପୁଣିଥରେ ଚର୍ଚ୍ଚା ଜୋର ଧରିଛି ।
ଅନେକଙ୍କ ମଧ୍ୟରେ ଏଭଳି ଧାରଣା ରହିଛି ଯେ ଆଜୀବନ କାରାଦଣ୍ଡ ପାଇଥିବା ଜଣେ ଦୋଷୀ ୧୪ କିମ୍ବା ୨୦ ବର୍ଷ ପରେ ଜେଲରୁ ମୁକ୍ତ ହୋଇଯାଆନ୍ତି । କିନ୍ତୁ ଆଇନ ଅନୁଯାୟୀ, ଆଜୀବନ କାରାଦଣ୍ଡର ଅର୍ଥ ହେଉଛି ଦୋଷୀ ଆଜୀବନ କାରାବାସରେ ରହିବେ । ସରକାରଙ୍କ କ୍ଷମାଦାନ କିମ୍ବା ଦଣ୍ଡ କୋହଳ ସମ୍ବନ୍ଧୀୟ ବ୍ୟବସ୍ଥା ଅନୁସାରେ କେତେକ କ୍ଷେତ୍ରରେ ଦଣ୍ଡରେ ପରିବର୍ତ୍ତନ ହୋଇପାରେ ।

ଅଧିକ ପଢ଼ନ୍ତ...ଟ୍ରମ୍ପଙ୍କ ବଡ଼ ଘୋଷଣା : ବନ୍ଦ ହେବ ଇତ୍ସାଇଲ- ହମାସ ଯୁଦ୍ଧ, ଅସ୍ତ୍ର ସମର୍ପଣ କରିବ ହମାସ
ତଦନ୍ତ ଅନୁସାରେ, ୨୦୨୦ ଦିଲ୍ଲୀ ଦଙ୍ଗା ସମୟରେ ତାହିର ହୁସେନଙ୍କ ବିରୋଧରେ ଦଙ୍ଗା ପାଇଁ ଷଡ଼ଯନ୍ତ୍ର ରଚିବା, ଭିଡ଼କୁ ଉସୁକାଇବା ଏବଂ ହିଂସା ପାଇଁ ଅର୍ଥ ଯୋଗାଇବା ଭଳି ଗୁରୁତର ଅଭିଯୋଗ ଆସିଥିଲା । ତଦନ୍ତରେ ଏହା ମଧ୍ୟ ସାମ୍ନାକୁ ଆସିଥିଲା ଯେ ତାଙ୍କ ଘରର ଛାତକୁ ଦଙ୍ଗାକାରୀମାନେ ପଥର, ପେଟ୍ରୋଲ ବୋମା ଓ ଏସିଡ୍‌ ବୋତଲ ଫିଙ୍ଗିବା ପାଇଁ ବ୍ୟବହାର କରୁଥିଲେ ।


ଏହି ହିଂସା ସମୟରେ ଇଣ୍ଟେଲିଜେନ୍ସ ବ୍ୟୁରୋ (IB) କର୍ମଚାରୀ ଅଙ୍କିତ ଶର୍ମାଙ୍କ ନିର୍ମମ ହତ୍ୟା ଘଟଣାରେ ମଧ୍ୟ ତାହିର ହୁସେନଙ୍କୁ ମୁଖ୍ୟ ଅଭିଯୁକ୍ତ ଭାବେ ଚିହ୍ନଟ କରାଯାଇଥିଲା । ମାମଲାରେ ଉପସ୍ଥାପିତ ସାକ୍ଷ୍ୟ, ପ୍ରମାଣ ଓ ସାକ୍ଷୀଙ୍କ ବୟାନକୁ ବିଚାର କରି କୋର୍ଟ ନିଷ୍କର୍ଷରେ ପହଞ୍ଚିଥିଲେ ଯେ ତାହିର ହୁସେନ ହିଂସାତ୍ମକ ଭିଡ଼ର ନେତୃତ୍ୱ ନେଇଥିଲେ, ଯାହା ଫଳରେ ବ୍ୟାପକ ଜୀବନ ଓ ସମ୍ପତ୍ତିର କ୍ଷୟକ୍ଷତି ଘଟିଥିଲା । ଏହାପରେ କୋର୍ଟ ତାଙ୍କୁ ଦୋଷୀ ସାବ୍ୟସ୍ତ କରି ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି । ଏହି ରାୟ ଦିଲ୍ଲୀ ଦଙ୍ଗା ମାମଲାର ଏକ ଗୁରୁତ୍ୱପୂର୍ଣ୍ଣ ପର୍ଯ୍ୟାୟ ବୋଲି ମନେ କରାଯାଉଛି ।

 

 

What's Your Reaction?

like

dislike

love

funny

angry

sad

wow