ଥାନାରେ ମହିଳା-ପୁରୁଷଙ୍କ ତୁମୁଳକାଣ୍ଡ, ଥାନା ଭିତରେ ଛୁରିଭୁସି ଦେଲା ଅଭିଯୁକ୍ତ

କନକ ବ୍ୟୁରୋ : ଥାନା ଭିତରେ ଛୁରିଭୁସି ଦେଲା ଅଭିଯୁକ୍ତ । ରକ୍ତ ଜୁଡୁବୁଡୁ ହୋଇ ପୁଲିସ ଆଗରେ ଗଡାତଡ଼ା ହେଲେ ମହିଳା ଓ ପୁରୁଷ । ଚନ୍ଦକା ଥାନା ଭିତର ଭିଜୁଆଲ ଭାଇରାଲ । ରକ୍ତ ମୁଖା ଯୁବକ । ରକ୍ତ ରଞ୍ଜିତ ହେଲା ଥାନା । ଥାନା ଭିତରେ ତୁମୁଳକାଣ୍ଡ । ପୁଲିସ ସାମ୍ନାରେ ଜଣେ ଆଉ ଜଣକୁ ଛୁରି ମାରି ରକ୍ତାକ୍ତ କଲା ।  ପୁଲିସ ଆଗରେ ଗୋଡ଼େଇ ଗୋଡେଇ ଛୁରିଭୁସିଲା ଅଭିଯୁକ୍ତ । ଥାନାରେ ଦୁଇ ମହିଳା ଓ ପୁରୁଷ ମାରପିଟ, ଗଡ଼ାତଡ଼ା ।  ଅଣାୟତ୍ତ ହେଲା ଘଟଣା । ଦୁଇଦିନ ତଳେ ଚନ୍ଦକା ଥାନାର ଏହି ଭିଜୁଆଲ ସୋସିଆଲ ମିଡ଼ିଆରେ ନିଆଁ ଭଳି ଭାଇରଲ ହେଉଛି । ଗୋଟିଏ ପରିବାରର କିଛି ସଦସ୍ୟ ଥାନାକୁ ଯାଇଥିଲେ, କୌଣସି ବଚସାକୁ ନେଇ ହଣାମରା ହୋଇଥିବା ଘଟଣାକୁ ନେଇ ସମଗ୍ର ପୁଲିସ ମହଲରେ ଚାଞ୍ଚଲ୍ୟ ଖେଳିଯାଇଛି । ଅଧିକ ପଢନ୍ତୁ : ପୁଣି ରାଜଧାନୀରେ ଗଡ଼ିଲା ମୁଣ୍ଡ, ୟୁଟ୍ୟୁବର ରାହୁଲ ମହାରଣାଙ୍କୁ ଛୁରି ଭୁସି ହତ୍ୟା ସେପଟେ ମଦ ପିଇବାକୁ ନେଇ ତୁମୁଳ କାଣ୍ଡ । ଭୁବନେଶ୍ବର ପଟିଆ କଲେଜ ରୋଡ଼ରେ ରୋଷେୟାର ତଣ୍ଟି କାଟିଦେଲା ହେଲ୍ପର । ମଦ ପିଇବାରୁ ପାଟିତୁଣ୍ଡ ପରେ ଘଟିଛି ଆଘଟଣ । ଅଭିଯୁକ୍ତ ହେଲ୍ପର ଶିଖରଚଣ୍ଡୀ ବସ୍ତିରେ ରୁହେ । ରୋଷେୟା ଘର ଜଗତସିଂହପୁରରେ । ଅଭିଯୁକ୍ତକୁ ବାନ୍ଧିଲା ଚନ୍ଦ୍ରଶେଖରପୁର ଥାନା ପୁଲିସ ।   

Mar 24, 2026 - 11:19
 0  2
ଥାନାରେ ମହିଳା-ପୁରୁଷଙ୍କ ତୁମୁଳକାଣ୍ଡ, ଥାନା ଭିତରେ ଛୁରିଭୁସି ଦେଲା ଅଭିଯୁକ୍ତ

କନକ ବ୍ୟୁରୋ : ଥାନା ଭିତରେ ଛୁରିଭୁସି ଦେଲା ଅଭିଯୁକ୍ତ । ରକ୍ତ ଜୁଡୁବୁଡୁ ହୋଇ ପୁଲିସ ଆଗରେ ଗଡାତଡ଼ା ହେଲେ ମହିଳା ଓ ପୁରୁଷ । ଚନ୍ଦକା ଥାନା ଭିତର ଭିଜୁଆଲ ଭାଇରାଲ । ରକ୍ତ ମୁଖା ଯୁବକ । ରକ୍ତ ରଞ୍ଜିତ ହେଲା ଥାନା । ଥାନା ଭିତରେ ତୁମୁଳକାଣ୍ଡ । ପୁଲିସ ସାମ୍ନାରେ ଜଣେ ଆଉ ଜଣକୁ ଛୁରି ମାରି ରକ୍ତାକ୍ତ କଲା ।  ପୁଲିସ ଆଗରେ ଗୋଡ଼େଇ ଗୋଡେଇ ଛୁରିଭୁସିଲା ଅଭିଯୁକ୍ତ । ଥାନାରେ ଦୁଇ ମହିଳା ଓ ପୁରୁଷ ମାରପିଟ, ଗଡ଼ାତଡ଼ା ।  ଅଣାୟତ୍ତ ହେଲା ଘଟଣା । ଦୁଇଦିନ ତଳେ ଚନ୍ଦକା ଥାନାର ଏହି ଭିଜୁଆଲ ସୋସିଆଲ ମିଡ଼ିଆରେ ନିଆଁ ଭଳି ଭାଇରଲ ହେଉଛି । ଗୋଟିଏ ପରିବାରର କିଛି ସଦସ୍ୟ ଥାନାକୁ ଯାଇଥିଲେ, କୌଣସି ବଚସାକୁ ନେଇ ହଣାମରା ହୋଇଥିବା ଘଟଣାକୁ ନେଇ ସମଗ୍ର ପୁଲିସ ମହଲରେ ଚାଞ୍ଚଲ୍ୟ ଖେଳିଯାଇଛି ।

ଅଧିକ ପଢନ୍ତୁ : ପୁଣି ରାଜଧାନୀରେ ଗଡ଼ିଲା ମୁଣ୍ଡ, ୟୁଟ୍ୟୁବର ରାହୁଲ ମହାରଣାଙ୍କୁ ଛୁରି ଭୁସି ହତ୍ୟା

ସେପଟେ ମଦ ପିଇବାକୁ ନେଇ ତୁମୁଳ କାଣ୍ଡ । ଭୁବନେଶ୍ବର ପଟିଆ କଲେଜ ରୋଡ଼ରେ ରୋଷେୟାର ତଣ୍ଟି କାଟିଦେଲା ହେଲ୍ପର । ମଦ ପିଇବାରୁ ପାଟିତୁଣ୍ଡ ପରେ ଘଟିଛି ଆଘଟଣ । ଅଭିଯୁକ୍ତ ହେଲ୍ପର ଶିଖରଚଣ୍ଡୀ ବସ୍ତିରେ ରୁହେ । ରୋଷେୟା ଘର ଜଗତସିଂହପୁରରେ । ଅଭିଯୁକ୍ତକୁ ବାନ୍ଧିଲା ଚନ୍ଦ୍ରଶେଖରପୁର ଥାନା ପୁଲିସ । 

 

What's Your Reaction?

like

dislike

love

funny

angry

sad

wow