କଟକ ବଡ଼ ମେଡିକାଲ ଅଗ୍ନିକାଣ୍ଡ ଘଟଣା, ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ୪ ଅଧିକାରୀ ନିଲମ୍ବିତ

କନକ ବ୍ୟୁରୋ : କଟକ ବଡ଼ ମେଡିକାଲରେ ନିଆଁ ଲାଗିବା ଘଟଣାରେ ଆକ୍ସନ ନେଇଛନ୍ତି ରାଜ୍ୟ ସରକାର ।  ଏହି ଘଟଣାରେ ୪ ଜଣ ଅଧିକାରୀଙ୍କୁ ନିଲମ୍ବିତ କରାଯାଇଛି । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ କଟକ ସର୍କଲର ଡେପୁଟି ଫାୟାର ଅଫିସର  ପ୍ରକାଶ କୁମାର ଜେନା, କଟକ ସର୍କଲର ଆସିଷ୍ଟାଣ୍ଟ ଫାୟାର ଅଫିସର  ସଞ୍ଜୀବ କୁମାର ବେହେରା, ଏସସିବି ମେଡିକାଲ ଓ ହସ୍ପିଟାଲର ଷ୍ଟେସନ ଅଫିସର ଅଭିନବ ପୃଷ୍ଟି ଏବଂ କଟକ ଜିଇଡି ଅନ୍ତର୍ଗତ ଏସସିବି ସବ୍ -ଡିଭିଜନର ଆସିଷ୍ଟାଣ୍ଟ ଏକ୍ସିକ୍ୟୁଟିଭ ଇଂଜିନିଅର ରଞ୍ଜନ କୁମାର ବିଶ୍ୱାଳଙ୍କୁ ନିଲମ୍ବନ କରାଯାଇଛି । କାର୍ଯ୍ୟରେ ଅବହେଳା କାରଣରୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ଏହି ୪ ଜଣଙ୍କୁ ନିଲମ୍ବନ କରାଯାଇଛି । ଅଧିକ ପଢ଼ନ୍ତୁ :   କଟକ ଏସସିବିର ନିର୍ମାଣଧିନ ପ୍ରକଳ୍ପର ସମୀକ୍ଷା କରୁଛନ୍ତି ପୂର୍ତ୍ତମନ୍ତ୍ରୀ, ସାଥୀରେ ଅଛନ୍ତି ସଚିବ ଓ ବିଭାଗୀ ଅଧିକାରୀ ସୂଚନା ଥାଉକି ଗତ ୧୬ ତାରିଖରେ ଏସସିବି ଆଇସିୟୁରେ ଅଗ୍ନିକାଣ୍ଡ ଘଟି ୧୨ ଜଣଙ୍କର ମୃତ୍ୟୁ ହେବା ସହ ଅନେକ ରୋଗୀ ଗୁରୁତର ହୋଇଥିଲେ । ଏହି ଖବର ପାଇ ତୁରନ୍ତ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏସସିବିରେ ପହଂଚି ମୃତକଙ୍କ ପରିବାରକୁ ସମବେଦନା ଜଣାଇବା ସହ ୨୫ ଲକ୍ଷ ଟଙ୍କା ଲେଖାଏଁ ସହାୟତା ରାଶି ଘୋଷଣା କରିଥିଲେ । ଏହାସହ ଏହି ମାମଲାର ବିଚାରବିଭାଗୀୟ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଥିଲେ । 

Mar 18, 2026 - 19:36
 0  3
କଟକ ବଡ଼ ମେଡିକାଲ ଅଗ୍ନିକାଣ୍ଡ ଘଟଣା, ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ୪ ଅଧିକାରୀ ନିଲମ୍ବିତ

କନକ ବ୍ୟୁରୋ : କଟକ ବଡ଼ ମେଡିକାଲରେ ନିଆଁ ଲାଗିବା ଘଟଣାରେ ଆକ୍ସନ ନେଇଛନ୍ତି ରାଜ୍ୟ ସରକାର ।  ଏହି ଘଟଣାରେ ୪ ଜଣ ଅଧିକାରୀଙ୍କୁ ନିଲମ୍ବିତ କରାଯାଇଛି । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ କଟକ ସର୍କଲର ଡେପୁଟି ଫାୟାର ଅଫିସର  ପ୍ରକାଶ କୁମାର ଜେନା, କଟକ ସର୍କଲର ଆସିଷ୍ଟାଣ୍ଟ ଫାୟାର ଅଫିସର  ସଞ୍ଜୀବ କୁମାର ବେହେରା, ଏସସିବି ମେଡିକାଲ ଓ ହସ୍ପିଟାଲର ଷ୍ଟେସନ ଅଫିସର ଅଭିନବ ପୃଷ୍ଟି ଏବଂ କଟକ ଜିଇଡି ଅନ୍ତର୍ଗତ ଏସସିବି ସବ୍ -ଡିଭିଜନର ଆସିଷ୍ଟାଣ୍ଟ ଏକ୍ସିକ୍ୟୁଟିଭ ଇଂଜିନିଅର ରଞ୍ଜନ କୁମାର ବିଶ୍ୱାଳଙ୍କୁ ନିଲମ୍ବନ କରାଯାଇଛି । କାର୍ଯ୍ୟରେ ଅବହେଳା କାରଣରୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ଏହି ୪ ଜଣଙ୍କୁ ନିଲମ୍ବନ କରାଯାଇଛି ।

ଅଧିକ ପଢ଼ନ୍ତୁ :   କଟକ ଏସସିବିର ନିର୍ମାଣଧିନ ପ୍ରକଳ୍ପର ସମୀକ୍ଷା କରୁଛନ୍ତି ପୂର୍ତ୍ତମନ୍ତ୍ରୀ, ସାଥୀରେ ଅଛନ୍ତି ସଚିବ ଓ ବିଭାଗୀ ଅଧିକାରୀ

ସୂଚନା ଥାଉକି ଗତ ୧୬ ତାରିଖରେ ଏସସିବି ଆଇସିୟୁରେ ଅଗ୍ନିକାଣ୍ଡ ଘଟି ୧୨ ଜଣଙ୍କର ମୃତ୍ୟୁ ହେବା ସହ ଅନେକ ରୋଗୀ ଗୁରୁତର ହୋଇଥିଲେ । ଏହି ଖବର ପାଇ ତୁରନ୍ତ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏସସିବିରେ ପହଂଚି ମୃତକଙ୍କ ପରିବାରକୁ ସମବେଦନା ଜଣାଇବା ସହ ୨୫ ଲକ୍ଷ ଟଙ୍କା ଲେଖାଏଁ ସହାୟତା ରାଶି ଘୋଷଣା କରିଥିଲେ । ଏହାସହ ଏହି ମାମଲାର ବିଚାରବିଭାଗୀୟ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଥିଲେ । 

What's Your Reaction?

like

dislike

love

funny

angry

sad

wow