କାଲିଠୁ ପ୍ରଥମ ଜାତୀୟ ଇନ୍‌ଡୋର ଆଥଲେଟିକ୍ସ, ଭାଗନେବେ ୨୮୦ରୁ ଅଧିକ ଖେଳାଳି

କନକ ବ୍ୟୁରୋ: ଭାରତୀୟ ଆଥଲେଟିକ୍ସ ଇତିହାସରେ ଏକ ଗୌରବମୟ ଅଧ୍ୟାୟ ଯୋଡ଼ି ମଙ୍ଗଳବାରଠାରୁ ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମ୍‌ରେ ଆରମ୍ଭ ହେବ ପ୍ରଥମ ଜାତୀୟ ଇନ୍‌ଡୋର ଆଥଲେଟିକ୍ସ ପ୍ରତିଯୋଗିତା । ଭାରତରେ ପ୍ରଥମ ଥର ଲାଗି ଏଭଳି ଏକ ପ୍ରତିଯୋଗିତାର ଆୟୋଜନ କରାଯିବ । ଓଡ଼ିଶା କ୍ରୀଡ଼ା ପାଇଁ ଗର୍ବର ବିଷୟ ଭାବେ କଳିଙ୍ଗ ଷ୍ଟାଡିୟମ୍‌ ଏହାର ପ୍ରଥମ ଆୟୋଜକ ହେବ । ଓଡ଼ିଶା ମଧ୍ୟ ଏକ ଇନ୍‌ଡୋର ଆଥଲେଟିକ୍ସ ପ୍ରତିଯୋଗିତା ଆୟୋଜନ କରିବାରେ ଭାରତବର୍ଷର ପ୍ରଥମ ରାଜ୍ୟ ହେବ । ଏହି ପ୍ରତିଯୋଗିତାରେ ଉଭୟ ପୁରୁଷ ଓ ମହିଳା ବର୍ଗରେ ୧୩ଟି‌ ଲେଖାଏଁ ମୋଟ ୨୬ଟି ଇଭେଣ୍ଟ୍‌ରେ ପ୍ରତିଦ୍ବନ୍ଦ୍ବିତା ହେବ । ୩୨ଟି ଦଳର ୨୭୮ରୁ ଅଧିକ ପ୍ରତି‌ଯୋଗୀ କଳିଙ୍ଗ ଷ୍ଟାଡିୟମ୍‌ ଇନ୍‌ଡୋର ଆଥଲେଟିକ୍ସ ଷ୍ଟାଡିୟମ୍‌ରେ ବିଛାଯାଇଥିବା ମୁଣ୍ଡୋ ଟ୍ରାକ୍‌ରେ ଦୌଡ଼ିବାର ନବୀନ ଅଭିଜ୍ଞତା ପାଇବେ । ସେହିଭଳି ଲମ୍ବ ଡିଆଁ, ଉଚ୍ଚ ଡିଆଁ , ଟ୍ରିପଲ ଜମ୍ପ, ବାଧାଦୌଡ଼, ସଟ୍‌ପୁଟ୍‌ ଆଦି ଖେଳରେ ବନ୍ଦ କବାଟ ଭିତରେ ନିଜ ଯାଦୁ ଦେଖାଇବାର ସୁଯୋଗ ପାଇବେ । ଏହା ବି ପଢ଼ନ୍ତୁ; ୟୁନିଟ୍‌-୬ କ୍ରୀଡ଼ା ସଂଘକୁ ବିଜୟ ମୁକୁଟ, ପ୍ରଥମ ଦେବେନ୍ଦ୍ର ପ୍ରଧାନ ସ୍ମାରକୀ ଫୁଟ୍‌ବଲ୍‌ ୨୦୨୮ ମସିହାରେ କଳିଙ୍ଗ ଷ୍ଟାଡିୟମ୍‌ରେ ଆୟୋଜିତ ହେବାକୁ ଥିବା ବିଶ୍ବ ଇନ୍‌ଡୋର ଆଥଲେଟିକ୍ସ ପ୍ରତିଯୋଗିତା ପୂର୍ବରୁ ଏହା ଏକ ରିହରସାଲ ସଦୃଶ ହେବ । ଏହି ପ୍ରତିଯୋଗିତା ମଧ୍ୟ ଏସୀୟ କ୍ରୀଡ଼ା ଓ ରାଜ୍ୟଗୋଷ୍ଠୀ କ୍ରୀଡ଼ା ଭଳି ବଡ଼ ପ୍ରତିଯୋଗିତା ଲାଗି ପ୍ରସ୍ତୁତି ପର୍ବର ବଳିଷ୍ଠ ମଞ୍ଚ ହେବ । ତେବେ ଜାଭଲିନ, ଡିସ୍‌କସ୍‌ ଓ ହାମର ଥ୍ରୋ ଭଳି ଇଭେଣ୍ଟ ନଥିବାରୁ ଏବଂ ମୋଟ ଇଭେଣ୍ଟ ସଂଖ୍ୟା ସୀମିତ ଥିବାରୁ ସ୍ଥାନୀୟ କ୍ରୀଡ଼ାପ୍ରେମୀ ଅଲିମ୍ପିଆନ୍‌ ନୀରଜ ଚୋପ୍ରାଙ୍କ ସହ ଅନ୍ୟ କିଛି ତାରକା ଆଥଲେଟ୍‌କୁ ପାଖରୁ ଦେଖିବାର ସୁଯୋଗ ପାଇବେନି । ଭାରତୀୟ ଆଥଲେଟିକ୍ସ ମହାସଂଘ, ଅନ୍ତର୍ଜାତୀୟ ଆଥଲେଟିକ୍ସ ମହାସଂଘ ତଥା ଓଡ଼ିଶା ସରକାରଙ୍କ ରାଜ୍ୟ କ୍ରୀଡ଼ା ଓ ଯୁବ ସେବା ବିଭାଗର ମିଳିତ ଆନୁକୂଲ୍ୟରେ ଏହି ପ୍ରତୀକ୍ଷିତ ପ୍ରତିଯୋଗିତା ଆୟୋଜିତ ହେବ । ସ୍ଥାନୀୟ ତାରକାଙ୍କ ମଧ୍ୟରେ ଅନିମେଶ କୁଜୁର, ଦଣ୍ଡପତି ମୃତମ ଜୟରାମ, ସରୁନ ପାୟସିଂହ, ଲାଲୁ ପ୍ରସାଦ ଭୋଇ, ମହେନ୍ଦ୍ର ସାନ୍ତା, ଯଶବୀର ବିଲୁଙ୍ଗ, ଆର୍ଯ୍ୟନ ବ୍ରାହ୍ମିନ, ଆର୍ଯ୍ୟନ ଏକ୍କା, ନରେଶ ରୋହିଦାସ, ଚିରଞ୍ଜିବୀ ସିଂହ, ପ୍ରତୀକ ମହାରଣା, ମଳୟ ବାରିକ, ବାପି ହାଂସଦା, ଲୁସାନ ଖମାରୀ, ଆସ୍ତିକ ପ୍ରଧାନ, ସ୍ବାଧୀନ ମାଝୀ, ଓମ୍‌କାର ପ୍ରସାଦ ନନ୍ଦ, ଗୌରବ ଉଲ୍ଲାସ ନାୟକ, ବିନତୀ ବେହେରା, ମୌସୁମୀ ରାଓ ଉତ୍ତମ, ମେରିମୁକ୍ତା ‌ସୋରେଙ୍ଗ, ସବିତା ଟପ୍ପୋ, ସୁଖୀ ବାସ୍କେ, ଲକ୍ଷ୍ମୀପ୍ରିୟା କିଶାନ, ସନ୍ତୋଷୀ ଗୌଡ଼, ସୁସ୍ମିତା ଟିଗା, ବନିତା ଲାକ୍ରା, ମହେକ ନସରିନ ଦୟାନ, ମନୀଷା ମେରେଲ, ଶୁଭଶ୍ରୀ ପରିଡ଼ା, ଅର୍ପିତା ପ୍ରିୟଦର୍ଶିନ ପ୍ରମୁଖ ଆକର୍ଷଣ ପାଲଟିବେ । ସୋମବାର ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଭାରତୀୟ ଆଥଲେଟିକ୍ସ ମହାସଂଘର ସଭାପତି ତଥା ପୂର୍ବତନ ଅଲିମ୍ପିଆନ୍‌ ବାହଦୁର ସିଂହ ସାଗୁ, କୋଷାଧ୍ୟକ୍ଷ ଷ୍ଟାନ୍‌ଲି ଜୋନ୍ସ, କ୍ରୀଡ଼ା ଓ ଯୁବସେବା ବିଭାଗର ନିର୍ଦ୍ଦେଶକ ବିଜୟ ୟେଦୁଲା, ଅତିରିକ୍ତ ସଚିବ ବିଜୟ କୁମାର ସ୍ବାଇଁ, ଓଡ଼ିଶା ଅଲିମ୍ପିକ୍ସ ସଂଘ ସଂପାଦକ ଅଭିଜିତ ପାଲ, ଧାବକ ଅନିମେଶ କୁଜୁର ପ୍ରତିଯୋଗିତା ବିଷୟରେ ବିସ୍ତୃତ ବିବରଣୀ ପ୍ରଦାନ କରିଥିଲେ । 

Mar 24, 2026 - 11:19
 0  1
କାଲିଠୁ ପ୍ରଥମ ଜାତୀୟ ଇନ୍‌ଡୋର ଆଥଲେଟିକ୍ସ, ଭାଗନେବେ ୨୮୦ରୁ ଅଧିକ ଖେଳାଳି

କନକ ବ୍ୟୁରୋ: ଭାରତୀୟ ଆଥଲେଟିକ୍ସ ଇତିହାସରେ ଏକ ଗୌରବମୟ ଅଧ୍ୟାୟ ଯୋଡ଼ି ମଙ୍ଗଳବାରଠାରୁ ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମ୍‌ରେ ଆରମ୍ଭ ହେବ ପ୍ରଥମ ଜାତୀୟ ଇନ୍‌ଡୋର ଆଥଲେଟିକ୍ସ ପ୍ରତିଯୋଗିତା । ଭାରତରେ ପ୍ରଥମ ଥର ଲାଗି ଏଭଳି ଏକ ପ୍ରତିଯୋଗିତାର ଆୟୋଜନ କରାଯିବ । ଓଡ଼ିଶା କ୍ରୀଡ଼ା ପାଇଁ ଗର୍ବର ବିଷୟ ଭାବେ କଳିଙ୍ଗ ଷ୍ଟାଡିୟମ୍‌ ଏହାର ପ୍ରଥମ ଆୟୋଜକ ହେବ । ଓଡ଼ିଶା ମଧ୍ୟ ଏକ ଇନ୍‌ଡୋର ଆଥଲେଟିକ୍ସ ପ୍ରତିଯୋଗିତା ଆୟୋଜନ କରିବାରେ ଭାରତବର୍ଷର ପ୍ରଥମ ରାଜ୍ୟ ହେବ । ଏହି ପ୍ରତିଯୋଗିତାରେ ଉଭୟ ପୁରୁଷ ଓ ମହିଳା ବର୍ଗରେ ୧୩ଟି‌ ଲେଖାଏଁ ମୋଟ ୨୬ଟି ଇଭେଣ୍ଟ୍‌ରେ ପ୍ରତିଦ୍ବନ୍ଦ୍ବିତା ହେବ । ୩୨ଟି ଦଳର ୨୭୮ରୁ ଅଧିକ ପ୍ରତି‌ଯୋଗୀ କଳିଙ୍ଗ ଷ୍ଟାଡିୟମ୍‌ ଇନ୍‌ଡୋର ଆଥଲେଟିକ୍ସ ଷ୍ଟାଡିୟମ୍‌ରେ ବିଛାଯାଇଥିବା ମୁଣ୍ଡୋ ଟ୍ରାକ୍‌ରେ ଦୌଡ଼ିବାର ନବୀନ ଅଭିଜ୍ଞତା ପାଇବେ । ସେହିଭଳି ଲମ୍ବ ଡିଆଁ, ଉଚ୍ଚ ଡିଆଁ , ଟ୍ରିପଲ ଜମ୍ପ, ବାଧାଦୌଡ଼, ସଟ୍‌ପୁଟ୍‌ ଆଦି ଖେଳରେ ବନ୍ଦ କବାଟ ଭିତରେ ନିଜ ଯାଦୁ ଦେଖାଇବାର ସୁଯୋଗ ପାଇବେ ।

ଏହା ବି ପଢ଼ନ୍ତୁ; ୟୁନିଟ୍‌-୬ କ୍ରୀଡ଼ା ସଂଘକୁ ବିଜୟ ମୁକୁଟ, ପ୍ରଥମ ଦେବେନ୍ଦ୍ର ପ୍ରଧାନ ସ୍ମାରକୀ ଫୁଟ୍‌ବଲ୍‌

୨୦୨୮ ମସିହାରେ କଳିଙ୍ଗ ଷ୍ଟାଡିୟମ୍‌ରେ ଆୟୋଜିତ ହେବାକୁ ଥିବା ବିଶ୍ବ ଇନ୍‌ଡୋର ଆଥଲେଟିକ୍ସ ପ୍ରତିଯୋଗିତା ପୂର୍ବରୁ ଏହା ଏକ ରିହରସାଲ ସଦୃଶ ହେବ । ଏହି ପ୍ରତିଯୋଗିତା ମଧ୍ୟ ଏସୀୟ କ୍ରୀଡ଼ା ଓ ରାଜ୍ୟଗୋଷ୍ଠୀ କ୍ରୀଡ଼ା ଭଳି ବଡ଼ ପ୍ରତିଯୋଗିତା ଲାଗି ପ୍ରସ୍ତୁତି ପର୍ବର ବଳିଷ୍ଠ ମଞ୍ଚ ହେବ । ତେବେ ଜାଭଲିନ, ଡିସ୍‌କସ୍‌ ଓ ହାମର ଥ୍ରୋ ଭଳି ଇଭେଣ୍ଟ ନଥିବାରୁ ଏବଂ ମୋଟ ଇଭେଣ୍ଟ ସଂଖ୍ୟା ସୀମିତ ଥିବାରୁ ସ୍ଥାନୀୟ କ୍ରୀଡ଼ାପ୍ରେମୀ ଅଲିମ୍ପିଆନ୍‌ ନୀରଜ ଚୋପ୍ରାଙ୍କ ସହ ଅନ୍ୟ କିଛି ତାରକା ଆଥଲେଟ୍‌କୁ ପାଖରୁ ଦେଖିବାର ସୁଯୋଗ ପାଇବେନି । ଭାରତୀୟ ଆଥଲେଟିକ୍ସ ମହାସଂଘ, ଅନ୍ତର୍ଜାତୀୟ ଆଥଲେଟିକ୍ସ ମହାସଂଘ ତଥା ଓଡ଼ିଶା ସରକାରଙ୍କ ରାଜ୍ୟ କ୍ରୀଡ଼ା ଓ ଯୁବ ସେବା ବିଭାଗର ମିଳିତ ଆନୁକୂଲ୍ୟରେ ଏହି ପ୍ରତୀକ୍ଷିତ ପ୍ରତିଯୋଗିତା ଆୟୋଜିତ ହେବ । ସ୍ଥାନୀୟ ତାରକାଙ୍କ ମଧ୍ୟରେ ଅନିମେଶ କୁଜୁର, ଦଣ୍ଡପତି ମୃତମ ଜୟରାମ, ସରୁନ ପାୟସିଂହ, ଲାଲୁ ପ୍ରସାଦ ଭୋଇ, ମହେନ୍ଦ୍ର ସାନ୍ତା, ଯଶବୀର ବିଲୁଙ୍ଗ, ଆର୍ଯ୍ୟନ ବ୍ରାହ୍ମିନ, ଆର୍ଯ୍ୟନ ଏକ୍କା, ନରେଶ ରୋହିଦାସ, ଚିରଞ୍ଜିବୀ ସିଂହ, ପ୍ରତୀକ ମହାରଣା, ମଳୟ ବାରିକ, ବାପି ହାଂସଦା, ଲୁସାନ ଖମାରୀ, ଆସ୍ତିକ ପ୍ରଧାନ, ସ୍ବାଧୀନ ମାଝୀ, ଓମ୍‌କାର ପ୍ରସାଦ ନନ୍ଦ, ଗୌରବ ଉଲ୍ଲାସ ନାୟକ, ବିନତୀ ବେହେରା, ମୌସୁମୀ ରାଓ ଉତ୍ତମ, ମେରିମୁକ୍ତା ‌ସୋରେଙ୍ଗ, ସବିତା ଟପ୍ପୋ, ସୁଖୀ ବାସ୍କେ, ଲକ୍ଷ୍ମୀପ୍ରିୟା କିଶାନ, ସନ୍ତୋଷୀ ଗୌଡ଼, ସୁସ୍ମିତା ଟିଗା, ବନିତା ଲାକ୍ରା, ମହେକ ନସରିନ ଦୟାନ, ମନୀଷା ମେରେଲ, ଶୁଭଶ୍ରୀ ପରିଡ଼ା, ଅର୍ପିତା ପ୍ରିୟଦର୍ଶିନ ପ୍ରମୁଖ ଆକର୍ଷଣ ପାଲଟିବେ ।

ସୋମବାର ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଭାରତୀୟ ଆଥଲେଟିକ୍ସ ମହାସଂଘର ସଭାପତି ତଥା ପୂର୍ବତନ ଅଲିମ୍ପିଆନ୍‌ ବାହଦୁର ସିଂହ ସାଗୁ, କୋଷାଧ୍ୟକ୍ଷ ଷ୍ଟାନ୍‌ଲି ଜୋନ୍ସ, କ୍ରୀଡ଼ା ଓ ଯୁବସେବା ବିଭାଗର ନିର୍ଦ୍ଦେଶକ ବିଜୟ ୟେଦୁଲା, ଅତିରିକ୍ତ ସଚିବ ବିଜୟ କୁମାର ସ୍ବାଇଁ, ଓଡ଼ିଶା ଅଲିମ୍ପିକ୍ସ ସଂଘ ସଂପାଦକ ଅଭିଜିତ ପାଲ, ଧାବକ ଅନିମେଶ କୁଜୁର ପ୍ରତିଯୋଗିତା ବିଷୟରେ ବିସ୍ତୃତ ବିବରଣୀ ପ୍ରଦାନ କରିଥିଲେ । 

What's Your Reaction?

like

dislike

love

funny

angry

sad

wow