ଗିରଫ ହେଲେ ଡେପୁଟି ମ୍ୟାନେଜର ; ଭିଜିଲାନ୍ସ ଚଢ଼ାଉ ବେଳେ ୨୯ଟି ପ୍ଲଟ୍ ଠାବ
କନକ ବ୍ୟୁରୋ : ଗିରଫ ହେଲେ ଜମିପ୍ରିୟ ଡେପୁଟି ମ୍ୟାନେଜର । ଓପିଏଚଡବ୍ଲୁସିର ସମ୍ବଲପୁର ଡିଭିଜନର ଡେପୁଟି ମ୍ୟାନେଜର ବିଦ୍ୟୁତ ରଞ୍ଜନ ଭୋଳଙ୍କୁ ଗିରଫ କରିଛି ଭିଜିଲାନ୍ସ । ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଗତକାଲି ବିଦ୍ୟୁତ ରଞ୍ଜନ ଭୋଳଙ୍କୁ ଧରିଥିଲା ଭିଜିଲାନ୍ସ । ଗତକାଲି ତାଙ୍କ ଘର ସହ ଏକକାଳନୀ ତିନୋଟି ସ୍ଥାନରେ ଚଢ଼ାଉ କରିଥିଲା ଭିଜିଲାନ୍ସ । ତାଙ୍କର ଜମି କିଣିବା ନିଶା ଦେଖି ଭିଜିଲାନ୍ସ ତାଜୁବ ହୋଇଯାଇଛି । ବାବୁଙ୍କର ଖୋର୍ଦ୍ଧା ଜଟଣି, ବ୍ରହ୍ମପୁର ଏବଂ ଅନ୍ୟାନ୍ୟ ସ୍ଥାନରେ ୨୯ଟି ପ୍ଲଟ୍ ଠାବ ହୋଇଛି । ୨ଟି ବହୁ ମହଲା କୋଠା, ଭୁବନେଶ୍ୱରର କଳିଙ୍ଗ ବିହାରରେ ଏକ ଫ୍ଲାଟ୍ ଠାବ ହୋଇଛି । ତାଙ୍କ ଘରୁ ୧ କିଲୋ ୧୪୦ ଗ୍ରାମ୍ ସୁନା ମିଳିଛି । ଯେଉଁଥିରେ ୬ଟି ସୁନା ମୁଦ୍ରା ଏବଂ ୨ଟି ସୁନା ବିସ୍କୁଟ୍ ରହିଛି । ଏଥିସହ ୪୮ ଲକ୍ଷ ୭୯ ହଜାର ୧୦୦ ନଗଦ ଟଙ୍କା ଆଦି ଜବତ କରିଛି ଭିଜିଲାନ୍ସ । ଏବେବି ଭଜିଲାନ୍ସ ପକ୍ଷରୁ ଅଧିକ ତଦନ୍ତ ଖୋଜାଖୋଜି ଜାରି ରହିଛି । ବିଦ୍ୟୁତ ରଞ୍ଜନ ଭୋଳଙ୍କୁ ଭୁବନେଶ୍ୱର ଆଣି ଅଧିକ ଖୋଜାଖୋଜି କରାଯିବ ବୋଲି ଭିଜିଲାନ୍ସ ପକ୍ଷରୁ ସୂଚନା ଦିଆଯାଇଛି । ଗତକାଲି ସ୍ବତନ୍ତ୍ର ଭିଜିଲାନ୍ସ ଜଜଙ୍କ ୱାରେଣ୍ଟ ଆଧାରରେ ବିଦ୍ୟୁତ ଭୋଳଙ୍କୁ ସମ୍ବଲପୁର ରେଲ ଷ୍ଟେସନରୁ ଧରିଥିଲା ଭିଜିଲାନ୍ସ । ଅଧିକ ପଢ଼ନ୍ତୁ---ଭିଜିଲାନ୍ସ ଜାଲରେ ଓପିଏଚଡବ୍ଲୁସିର ଡେପୁଟି ମ୍ୟାନେଜର

କନକ ବ୍ୟୁରୋ : ଗିରଫ ହେଲେ ଜମିପ୍ରିୟ ଡେପୁଟି ମ୍ୟାନେଜର । ଓପିଏଚଡବ୍ଲୁସିର ସମ୍ବଲପୁର ଡିଭିଜନର ଡେପୁଟି ମ୍ୟାନେଜର ବିଦ୍ୟୁତ ରଞ୍ଜନ ଭୋଳଙ୍କୁ ଗିରଫ କରିଛି ଭିଜିଲାନ୍ସ । ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଗତକାଲି ବିଦ୍ୟୁତ ରଞ୍ଜନ ଭୋଳଙ୍କୁ ଧରିଥିଲା ଭିଜିଲାନ୍ସ । ଗତକାଲି ତାଙ୍କ ଘର ସହ ଏକକାଳନୀ ତିନୋଟି ସ୍ଥାନରେ ଚଢ଼ାଉ କରିଥିଲା ଭିଜିଲାନ୍ସ । ତାଙ୍କର ଜମି କିଣିବା ନିଶା ଦେଖି ଭିଜିଲାନ୍ସ ତାଜୁବ ହୋଇଯାଇଛି । ବାବୁଙ୍କର ଖୋର୍ଦ୍ଧା ଜଟଣି, ବ୍ରହ୍ମପୁର ଏବଂ ଅନ୍ୟାନ୍ୟ ସ୍ଥାନରେ ୨୯ଟି ପ୍ଲଟ୍ ଠାବ ହୋଇଛି । ୨ଟି ବହୁ ମହଲା କୋଠା, ଭୁବନେଶ୍ୱରର କଳିଙ୍ଗ ବିହାରରେ ଏକ ଫ୍ଲାଟ୍ ଠାବ ହୋଇଛି । ତାଙ୍କ ଘରୁ ୧ କିଲୋ ୧୪୦ ଗ୍ରାମ୍ ସୁନା ମିଳିଛି । ଯେଉଁଥିରେ ୬ଟି ସୁନା ମୁଦ୍ରା ଏବଂ ୨ଟି ସୁନା ବିସ୍କୁଟ୍ ରହିଛି ।
ଏଥିସହ ୪୮ ଲକ୍ଷ ୭୯ ହଜାର ୧୦୦ ନଗଦ ଟଙ୍କା ଆଦି ଜବତ କରିଛି ଭିଜିଲାନ୍ସ । ଏବେବି ଭଜିଲାନ୍ସ ପକ୍ଷରୁ ଅଧିକ ତଦନ୍ତ ଖୋଜାଖୋଜି ଜାରି ରହିଛି । ବିଦ୍ୟୁତ ରଞ୍ଜନ ଭୋଳଙ୍କୁ ଭୁବନେଶ୍ୱର ଆଣି ଅଧିକ ଖୋଜାଖୋଜି କରାଯିବ ବୋଲି ଭିଜିଲାନ୍ସ ପକ୍ଷରୁ ସୂଚନା ଦିଆଯାଇଛି । ଗତକାଲି ସ୍ବତନ୍ତ୍ର ଭିଜିଲାନ୍ସ ଜଜଙ୍କ ୱାରେଣ୍ଟ ଆଧାରରେ ବିଦ୍ୟୁତ ଭୋଳଙ୍କୁ ସମ୍ବଲପୁର ରେଲ ଷ୍ଟେସନରୁ ଧରିଥିଲା ଭିଜିଲାନ୍ସ ।
ଅଧିକ ପଢ଼ନ୍ତୁ---ଭିଜିଲାନ୍ସ ଜାଲରେ ଓପିଏଚଡବ୍ଲୁସିର ଡେପୁଟି ମ୍ୟାନେଜର
What's Your Reaction?



