IPL 2026 : କେକେଆର୍‌ର ନୂଆ ଜର୍ସି ଉନ୍ମୋଚିତ

କନକ ବ୍ୟୁରୋ : ଚଳିତ ମାର୍ଚ୍ଚ ୨୮ ତାରିଖରୁ ଆରମ୍ଭ ହେଉଥିବା ଆଇପିଏଲ୍‌-୧୯ ପୂର୍ବରୁ ଏହି ଚର୍ଚ୍ଚିତ ତଥା ଲୋକପ୍ରିୟ ଟ୍ୱେଣ୍ଟି-୨୦ ଲିଗ୍‌ର ପୂର୍ବ ବିଜେତା କୋଲକାତା ନାଇଟ୍‌ ରାଇଡର୍ସ (କେକେଆର୍‌) ତା’ର ନୂଆ ଜର୍ସିକୁ ଶନିବାର ଉନ୍ମୋଚିତ କରିଛି । ନିଆରା ଡିଜାଇନ୍‌ର ସମ୍ଭାର ଥିବା ଏହି ଜର୍ସିର ଥିମ୍‌ ରହିଛି ‘ପରମ୍ପରାର ରେଖା’ । ତଦନୁଯାୟୀ ଜର୍ସିରେ କେକେଆର୍‌ର ଅନେକ ଅବିସ୍ମରଣୀୟ ମୁହୂର୍ତ୍ତର ଛାପ ରହିଛି । ବ୍ରେଣ୍ଡନ୍‌ ମ୍ୟାକଲମ୍‌ଙ୍କ ଐତିହାସିକ ୧୫୮* ରନ୍‌ର ପାଳିଠାରୁ ରିଙ୍କୁ ସିଂହଙ୍କ ଲଗାତାର ୫ଛକା ପର୍ଯ୍ୟନ୍ତ, ଏସବୁରୁ ପ୍ରେରଣା ନେଇ ହିଁ ଜର୍ସିର ରଙ୍ଗ ଓ ଆକାର ଚୟନ କରାଯାଇଥିବା ଦଳର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଭେଙ୍କି ମହିଶୁର କହିଛନ୍ତି ।

Mar 15, 2026 - 08:56
 0  3

What's Your Reaction?

like

dislike

love

funny

angry

sad

wow