କୋମାରେ ନିୟୋଜନ କାର୍ଯ୍ୟାଳୟ ! ନାଁ ପଞ୍ଜୀକରଣ ହେଉଛି, ଚାକିରି ମିଳୁନି !

କନକ ବ୍ୟୁରୋ : ଦିନେ ଚାକିରି ଯୋଗାଣର କାରଖାନା ଥିଲା ନିୟୋଜନ କାର୍ଯ୍ୟାଳୟ । ହେଲେ ଏବେ ପିଲାଙ୍କ କାମରେ ଲାଗୁନି । ନାମ ପଞ୍ଜୀକରଣ କରିଥିବା କେତେ ପିଲା ଚାକିରି ପାଇଲେ ତାହାର ହିସାବ ବି ମିଳୁନାହିଁ। ବର୍ତ୍ତମାନର ନିଯୁକ୍ତି ପ୍ରକ୍ରିୟା ଭିତରେ ଏମ୍ଲୟମେଣ୍ଟ ଏକ୍ସଚେଞ୍ଜର ଗୁରୁତ୍ୱ କମିଯାଇଛି । ସବୁ ଚାକିରିରେ ଏମ୍ପ୍ଲୟମେଣ୍ଟ ରେଜିଷ୍ଟ୍ରେସନ ନମ୍ୱର ମାଗୁନଥିବାରୁ କହିବାକୁ ଗଲେ ପିଲାଙ୍କୁ ଚାକିରି ଯୋଗାଉଥିବା ସଂସ୍ଥା ଏବେ କୋମାକୁ ଚାଲିଯାଇଛି । ନବେ ଦଶକରେ ମାଟ୍ରିକ ପାସ ପରେ ଏମ୍ପ୍ଲୟମେଣ୍ଟ ଏକ୍ସଚେଞ୍ଜରେ ନାଁ ପଞ୍ଜୀକରଣ, ଚାକିରି ପାଇଁ ଥିଲା ପ୍ରଥମ ପଦକ୍ଷେପ  । ଦୁଇ ଦଶନ୍ଧି ପରେ ଜିଲ୍ଲା ନିୟୋଜନ କାର୍ଯ୍ୟାଳୟର ଚିତ୍ର ବଦଳିଛି, ଗୁରୁତ୍ୱ ବି କମିଛି । କାରଣ ନାଁ ପଞ୍ଜୀକରଣ ଅନଲାଇନରେ ହେବା ପରଠୁ ଆଉ କାର୍ଯ୍ୟାଳୟରେ ଛାତ୍ରଛାତ୍ରୀଙ୍କ ଭିଡ଼ ଜମୁନି । କିନ୍ତୁ ସର୍ଭର ଡାଉନ ସମସ୍ୟା ଯୋଗୁଁ ବହୁ ଛାତ୍ରଛାତ୍ରୀ ନାଁ ପଞ୍ଜୀକରଣ ପାଇଁ ହଇରାଣ ହେଉଛନ୍ତି । ୨୦୨୪ ମସିହାରେ ଏମ୍ପ୍ଲୟମେଣ୍ଟ ଏକ୍ସଚେଞ୍ଜରେ ନାଁ ପଞ୍ଜୀକରଣ ସଂଖ୍ୟା ଥିଲା ୧୧ ଲକ୍ଷ ୯୭ ହଜାର ୪୯୭ । ରାଜ୍ୟ ନିୟୋଜନ କାର୍ଯ୍ୟାଳୟ ଭୁବନେଶ୍ୱରରେ ସର୍ବାଧିକ ୭୩ ହଜାର ୧୨୬ ପିଲା ନାଁ ପଞ୍ଜୀକରଣ କରିଛନ୍ତି । ରାଜ୍ୟରେ ଏବେ ୮୦ଟି ନିୟୋଜନ କାର୍ଯ୍ୟାଳୟ କାର୍ଯ୍ୟକ୍ଷମ ସତ୍ତ୍ୱେ ପିଲାଙ୍କୁ ଚାକିରି ମିଳୁନାହିଁ । ଅଧିକ ପଢ଼ନ୍ତୁ : ଘରେ ଘରେ ବଢ଼ୁଛି ଥଣ୍ଡା, କାଶ ଓ ଜ୍ୱର; ହେଲେ ଛାଡ଼ିବାର ନାଁ ଧରୁନି କାଶ ! ୨ରୁ ୩ ସପ୍ତାହ ଲାଗିରହୁଛି ଖୁଁ... ଖାଁ... ସବୁ ସରକାରୀ ଚାକିରି ପାଇଁ ଏମ୍ପ୍ଲୟମେଣ୍ଟ ଏକ୍ସଚେଞ୍ଜ ରେଜିଷ୍ଟ୍ରେସନ ନମ୍ବର ଦରକାର ହେଉନାହିଁ । ତେଣୁ ବହୁ ପିଲା ନାଁ ପଞ୍ଜୀକରଣ କରୁନାହାନ୍ତି । ଆଗରୁ ସରକାରୀ ବିଭାଗଗୁଡ଼ିକ ଏମ୍ପ୍ଲୟମେଣ୍ଟ ଏକ୍ସଚେଞ୍ଜ ଜରିଆରେ ପ୍ରାର୍ଥୀ ବାଛୁଥିଲେ  । ଏବେ ଓଏସ୍‌ଏସ୍‌ସି, ଓଏସ୍‌ଏସ୍‌ଏସ୍‌ସି, ଓପିଏସ୍‌ସି ଭଳି ବୋର୍ଡ ସିଧାସଳଖ ପରୀକ୍ଷା କରି ଚୟନ କରୁଛନ୍ତି । ଅନ୍ୟପଟେ କ୍ୟାରିଅର କାଉନସେଲିଂ ଓ ଦକ୍ଷତା ବିକାଶ ତାଲିମ ଦେଇ ପିଲାଙ୍କୁ ବିଭିନ୍ନ ସଂସ୍ଥାରେ ଯେମିତି ନିଯୁକ୍ତି ଦେବା କଥା ସେମିତି ଦେଇପାରୁନି ନିୟୋଜନ କାର୍ଯ୍ୟାଳୟ । ପିଲାମାନେ ଘରୋଇ ସଂସ୍ଥାରେ ଚାକିରି ପାଇଁ ଅନ୍ୟ ପ୍ଲାଟ୍‌ଫର୍ମକୁ ଅଧିକ ପସନ୍ଦ କରୁଛନ୍ତି । ତେଣୁ ଚାକିରି କ୍ଷେତ୍ରରେ ନିୟୋଜନ କାର୍ଯ୍ୟାଳୟର ଭୂମିକା ଗୌଣ ହୋଇଯାଉଛି । ଏମ୍ପ୍ଲୟମେଣ୍ଟ ଏକ୍ସଚେଞ୍ଜରେ ପଞ୍ଜୀକରଣ କରିଥିବା କେତେ ପିଲା ଚାକିରି ପାଇଲେ । ସେହି ତଥ୍ୟ କାହାକୁ ଜଣା ନାହିଁ । ତେଣୁ ପ୍ରଶ୍ନ ଉଠୁଛି ବର୍ଷ ବର୍ଷ ଧରି ନାମ ନବୀକରଣ କରି ଚାଲିଥିବା ପିଲାଙ୍କୁ ଚାକିରି କାହିଁକି ମିଳୁନି ? ଯଦି ସରକାରୀ ଚାକିରି ନାହିଁ, ତେବେ ଏମ୍ପ୍ଲୟମେଣ୍ଟ ଏକ୍ସଚେଞ୍ଜଗୁଡ଼ିକୁ ଶିଳ୍ପ ସଂସ୍ଥା ସହ ଯୋଡ଼ାଯାଉନି କାହିଁକି ? ରାଜ୍ୟର ଶିଳ୍ପଗୁଡ଼ିକ କାହିଁକି ଏଠାରୁ ପିଲା ନେଉନାହାନ୍ତି ?

Mar 24, 2026 - 11:19
 0  1
କୋମାରେ ନିୟୋଜନ କାର୍ଯ୍ୟାଳୟ ! ନାଁ ପଞ୍ଜୀକରଣ ହେଉଛି, ଚାକିରି ମିଳୁନି !

କନକ ବ୍ୟୁରୋ : ଦିନେ ଚାକିରି ଯୋଗାଣର କାରଖାନା ଥିଲା ନିୟୋଜନ କାର୍ଯ୍ୟାଳୟ । ହେଲେ ଏବେ ପିଲାଙ୍କ କାମରେ ଲାଗୁନି । ନାମ ପଞ୍ଜୀକରଣ କରିଥିବା କେତେ ପିଲା ଚାକିରି ପାଇଲେ ତାହାର ହିସାବ ବି ମିଳୁନାହିଁ। ବର୍ତ୍ତମାନର ନିଯୁକ୍ତି ପ୍ରକ୍ରିୟା ଭିତରେ ଏମ୍ଲୟମେଣ୍ଟ ଏକ୍ସଚେଞ୍ଜର ଗୁରୁତ୍ୱ କମିଯାଇଛି । ସବୁ ଚାକିରିରେ ଏମ୍ପ୍ଲୟମେଣ୍ଟ ରେଜିଷ୍ଟ୍ରେସନ ନମ୍ୱର ମାଗୁନଥିବାରୁ କହିବାକୁ ଗଲେ ପିଲାଙ୍କୁ ଚାକିରି ଯୋଗାଉଥିବା ସଂସ୍ଥା ଏବେ କୋମାକୁ ଚାଲିଯାଇଛି ।

ନବେ ଦଶକରେ ମାଟ୍ରିକ ପାସ ପରେ ଏମ୍ପ୍ଲୟମେଣ୍ଟ ଏକ୍ସଚେଞ୍ଜରେ ନାଁ ପଞ୍ଜୀକରଣ, ଚାକିରି ପାଇଁ ଥିଲା ପ୍ରଥମ ପଦକ୍ଷେପ  । ଦୁଇ ଦଶନ୍ଧି ପରେ ଜିଲ୍ଲା ନିୟୋଜନ କାର୍ଯ୍ୟାଳୟର ଚିତ୍ର ବଦଳିଛି, ଗୁରୁତ୍ୱ ବି କମିଛି । କାରଣ ନାଁ ପଞ୍ଜୀକରଣ ଅନଲାଇନରେ ହେବା ପରଠୁ ଆଉ କାର୍ଯ୍ୟାଳୟରେ ଛାତ୍ରଛାତ୍ରୀଙ୍କ ଭିଡ଼ ଜମୁନି । କିନ୍ତୁ ସର୍ଭର ଡାଉନ ସମସ୍ୟା ଯୋଗୁଁ ବହୁ ଛାତ୍ରଛାତ୍ରୀ ନାଁ ପଞ୍ଜୀକରଣ ପାଇଁ ହଇରାଣ ହେଉଛନ୍ତି । ୨୦୨୪ ମସିହାରେ ଏମ୍ପ୍ଲୟମେଣ୍ଟ ଏକ୍ସଚେଞ୍ଜରେ ନାଁ ପଞ୍ଜୀକରଣ ସଂଖ୍ୟା ଥିଲା ୧୧ ଲକ୍ଷ ୯୭ ହଜାର ୪୯୭ । ରାଜ୍ୟ ନିୟୋଜନ କାର୍ଯ୍ୟାଳୟ ଭୁବନେଶ୍ୱରରେ ସର୍ବାଧିକ ୭୩ ହଜାର ୧୨୬ ପିଲା ନାଁ ପଞ୍ଜୀକରଣ କରିଛନ୍ତି । ରାଜ୍ୟରେ ଏବେ ୮୦ଟି ନିୟୋଜନ କାର୍ଯ୍ୟାଳୟ କାର୍ଯ୍ୟକ୍ଷମ ସତ୍ତ୍ୱେ ପିଲାଙ୍କୁ ଚାକିରି ମିଳୁନାହିଁ ।

ଅଧିକ ପଢ଼ନ୍ତୁ : ଘରେ ଘରେ ବଢ଼ୁଛି ଥଣ୍ଡା, କାଶ ଓ ଜ୍ୱର; ହେଲେ ଛାଡ଼ିବାର ନାଁ ଧରୁନି କାଶ ! ୨ରୁ ୩ ସପ୍ତାହ ଲାଗିରହୁଛି ଖୁଁ... ଖାଁ...

ସବୁ ସରକାରୀ ଚାକିରି ପାଇଁ ଏମ୍ପ୍ଲୟମେଣ୍ଟ ଏକ୍ସଚେଞ୍ଜ ରେଜିଷ୍ଟ୍ରେସନ ନମ୍ବର ଦରକାର ହେଉନାହିଁ । ତେଣୁ ବହୁ ପିଲା ନାଁ ପଞ୍ଜୀକରଣ କରୁନାହାନ୍ତି । ଆଗରୁ ସରକାରୀ ବିଭାଗଗୁଡ଼ିକ ଏମ୍ପ୍ଲୟମେଣ୍ଟ ଏକ୍ସଚେଞ୍ଜ ଜରିଆରେ ପ୍ରାର୍ଥୀ ବାଛୁଥିଲେ  । ଏବେ ଓଏସ୍‌ଏସ୍‌ସି, ଓଏସ୍‌ଏସ୍‌ଏସ୍‌ସି, ଓପିଏସ୍‌ସି ଭଳି ବୋର୍ଡ ସିଧାସଳଖ ପରୀକ୍ଷା କରି ଚୟନ କରୁଛନ୍ତି । ଅନ୍ୟପଟେ କ୍ୟାରିଅର କାଉନସେଲିଂ ଓ ଦକ୍ଷତା ବିକାଶ ତାଲିମ ଦେଇ ପିଲାଙ୍କୁ ବିଭିନ୍ନ ସଂସ୍ଥାରେ ଯେମିତି ନିଯୁକ୍ତି ଦେବା କଥା ସେମିତି ଦେଇପାରୁନି ନିୟୋଜନ କାର୍ଯ୍ୟାଳୟ । ପିଲାମାନେ ଘରୋଇ ସଂସ୍ଥାରେ ଚାକିରି ପାଇଁ ଅନ୍ୟ ପ୍ଲାଟ୍‌ଫର୍ମକୁ ଅଧିକ ପସନ୍ଦ କରୁଛନ୍ତି । ତେଣୁ ଚାକିରି କ୍ଷେତ୍ରରେ ନିୟୋଜନ କାର୍ଯ୍ୟାଳୟର ଭୂମିକା ଗୌଣ ହୋଇଯାଉଛି ।

ଏମ୍ପ୍ଲୟମେଣ୍ଟ ଏକ୍ସଚେଞ୍ଜରେ ପଞ୍ଜୀକରଣ କରିଥିବା କେତେ ପିଲା ଚାକିରି ପାଇଲେ । ସେହି ତଥ୍ୟ କାହାକୁ ଜଣା ନାହିଁ । ତେଣୁ ପ୍ରଶ୍ନ ଉଠୁଛି ବର୍ଷ ବର୍ଷ ଧରି ନାମ ନବୀକରଣ କରି ଚାଲିଥିବା ପିଲାଙ୍କୁ ଚାକିରି କାହିଁକି ମିଳୁନି ? ଯଦି ସରକାରୀ ଚାକିରି ନାହିଁ, ତେବେ ଏମ୍ପ୍ଲୟମେଣ୍ଟ ଏକ୍ସଚେଞ୍ଜଗୁଡ଼ିକୁ ଶିଳ୍ପ ସଂସ୍ଥା ସହ ଯୋଡ଼ାଯାଉନି କାହିଁକି ? ରାଜ୍ୟର ଶିଳ୍ପଗୁଡ଼ିକ କାହିଁକି ଏଠାରୁ ପିଲା ନେଉନାହାନ୍ତି ?

What's Your Reaction?

like

dislike

love

funny

angry

sad

wow