ସୁକ୍‌ତେଲ ପାଇଁ ଶିକ୍ଷା ଅନ୍ଧାର ! ୩ ବର୍ଷ ହେଲା ବନ୍ଦ ପଡ଼ିଛି ବିଦ୍ୟାଳୟ

କନକ ବ୍ୟୁରୋ : ଶିକ୍ଷା ହେଉଛି ଆମର ମୌଳିକ ଅଧିକାର । ୬ ରୁ ୧୪ ବର୍ଷ ବୟସର ଶିଶୁଙ୍କୁ ମାଗଣା ଓ ବାଧ୍ୟତାମୂଳକ ଶିକ୍ଷା ଯୋଗାଇଦେବାକୁ ସରକାରୀ ନିର୍ଦ୍ଦେଶ ରହିଛି । ବଲାଙ୍ଗୀର ଜିଲା ଲୋୟର ସୁକ୍‌ତେଲ ବୁଡ଼ି ଅଞ୍ଚଳରେ ଠିକ୍ ଓଲଟା ଚିତ୍ର ଦେଖିବାକୁ ମିଳୁଛି । ଆଦିବାସୀ ବହୁଳ କୁମିଆପାଲି ଗାଁରେ ବିସ୍ଥାପନ ସମସ୍ୟା ଯୋଗୁ ପ୍ରାୟ ୩ବର୍ଷ ତଳୁ ଗାଁରେ ବିଦ୍ୟାଳୟକୁ ବନ୍ଦ କରିଦିଆଯାଇଛି । ଫଳରେ ଛାତ୍ରୀଛାତ୍ର ପ୍ରାଥମିକ ଏବଂ ଉଚ୍ଚ ମାଧ୍ୟମିକ ଶିକ୍ଷାରୁ ବଞ୍ଚିତ ହୋଇଛନ୍ତି । କୁନି କୁନି ପିଲା ଗାଁ ଦାଣ୍ଡରେ ମଉଜ କରୁଛନ୍ତି, ଖେଳୁଛନ୍ତି । ସ୍କୁଲ ଯିବା ସମୟରେ ଖେଳି ବୁଲି ସମୟ ବିତାଉଛନ୍ତି ପିଲା । କାରଣ ଏଠି ବିଦ୍ୟାଳୟ ତ’ ଅଛି, ହେଲେ ୩ ବର୍ଷ ହେଲାଣି ତାଲା ଝୁଲୁଛି । ଲୋୟର ସୁକତେଲ ଜଳସେଚନ ପାଇଁ ଏହି କୁମିଆପାଲି ଗାଁର ସମସ୍ତ ଲୋକଙ୍କୁ ବିସ୍ଥାପନ କରାଯାଇଛି । ହେଲେ ଭିଟାମାଟି ଛାଡ଼ି ନଯିବାର ଜିଦ ଯୋଗୁଁ ୭୦ରୁ ଅଧିକ ଆଦିବାସୀ ଏହିଠାରେ ରହିଯାଇଛନ୍ତି । ତେବେ ଗାଁରେ ଥିବା ପ୍ରୋଜେକ୍ଟ ଉଚ୍ଚ ପ୍ରାଥମିକ ବିଦ୍ୟାଳୟକୁ ବନ୍ଦ କରିଦିଆଯାଇଛି । ଫଳରେ ୩୫ରୁ ଅଧିକ ଛାତ୍ରଛାତ୍ରୀଙ୍କ ପାଠପଢ଼ାରେ ଡୋରୀ ବନ୍ଧା ହୋଇଛି । ଅଧିକ ପଢ଼ନ୍ତୁ : ବିଜୁଳି ପାଇଁ ୮୦ ବର୍ଷୀୟ ବୃଦ୍ଧଙ୍କ ସଂଘର୍ଷ, ଚାଲି ପାରୁନାହାନ୍ତି କିନ୍ତୁ ଆସିଛନ୍ତି ସମ୍ବଲପୁର ଲୋକ ଅଦାଲତ ଗାଁରେ ସାଧାରଣ ବଣ୍ଟନ ବ୍ୟବସ୍ଥାରେ ଚାଉଳ ଦିଆଯାଉଛି, ବାର୍ଦ୍ଧକ୍ୟ ଭତ୍ତା ମିଳୁଛି । ଅଙ୍ଗନବାଡ଼ି ଓ ପ୍ରାଥମିକ ବିଦ୍ୟାଳୟକୁ ସମ୍ପୂର୍ଣ୍ଣ ଭାବେ ବନ୍ଦ କରିଦିଆଯାଇଛି । ପ୍ରଶାସନ କହୁଛି ନିକଟସ୍ଥ କପିଲବାହାଲ ବିଦ୍ୟାଳୟରେ ନାଁ ଲେଖାଇବାକୁ । କିନ୍ତୁ ନିଛାଟିଆ ରାସ୍ତାରେ ନିଜ ପିଲାଙ୍କୁ ଏକୁଟିଆ ଛାଡ଼ିବାକୁ ରାଜି ହେଉନାହାନ୍ତି ବାପା ଓ ମା’ । ଫଳରେ ଗାଁର ଅବସରପ୍ରାପ୍ତ ହାଇସ୍କୁଲ ପିଅନ ଗନ୍ଧର୍ବ ବରିହା ପିଲାଙ୍କୁ ଦୁଇବେଳା ଟ୍ୟୁସନ କରୁଛନ୍ତି । ଅନ୍ୟପଟେ ଜିଲ୍ଲା ଶିକ୍ଷା ଅଧିକାରୀ କହୁଛନ୍ତି, ଉଚ୍ଚ କର୍ତ୍ତୃପକ୍ଷଙ୍କୁ ଚିଠି କରାଯାଇଛି, ଅନୁମତି ମିଳିଲେ ସ୍କୁଲ ଖୋଲାଯିବ । ପିଲାଙ୍କ ଭବିଷ୍ୟତ ପ୍ରତି ଏତେ ଖାମଖିଆଲି ମନୋଭାବ କାହିଁକି ? ଶିକ୍ଷାର ଗୁରୁତ୍ୱ ବୁଝିପାରୁନାହାନ୍ତି କି ସରକାରୀ ବାବୁ ? ସର୍ବଶିକ୍ଷା ଅଭିଯାନର ନାରା ଦେଉଥିବା ସରକାର ଯଦି ନିଜେ ହିଁ ପିଲାଙ୍କୁ ପାଠ ଠାରୁ ଦୂରେଇ ଦେବେ ତାହେଲେ ଲୋକେ ଅଭିଯୋଗ କରିବେ କେଉଁଠି ।

Mar 15, 2026 - 08:56
 0  2
ସୁକ୍‌ତେଲ ପାଇଁ ଶିକ୍ଷା ଅନ୍ଧାର ! ୩ ବର୍ଷ ହେଲା ବନ୍ଦ ପଡ଼ିଛି ବିଦ୍ୟାଳୟ

କନକ ବ୍ୟୁରୋ : ଶିକ୍ଷା ହେଉଛି ଆମର ମୌଳିକ ଅଧିକାର । ୬ ରୁ ୧୪ ବର୍ଷ ବୟସର ଶିଶୁଙ୍କୁ ମାଗଣା ଓ ବାଧ୍ୟତାମୂଳକ ଶିକ୍ଷା ଯୋଗାଇଦେବାକୁ ସରକାରୀ ନିର୍ଦ୍ଦେଶ ରହିଛି । ବଲାଙ୍ଗୀର ଜିଲା ଲୋୟର ସୁକ୍‌ତେଲ ବୁଡ଼ି ଅଞ୍ଚଳରେ ଠିକ୍ ଓଲଟା ଚିତ୍ର ଦେଖିବାକୁ ମିଳୁଛି । ଆଦିବାସୀ ବହୁଳ କୁମିଆପାଲି ଗାଁରେ ବିସ୍ଥାପନ ସମସ୍ୟା ଯୋଗୁ ପ୍ରାୟ ୩ବର୍ଷ ତଳୁ ଗାଁରେ ବିଦ୍ୟାଳୟକୁ ବନ୍ଦ କରିଦିଆଯାଇଛି । ଫଳରେ ଛାତ୍ରୀଛାତ୍ର ପ୍ରାଥମିକ ଏବଂ ଉଚ୍ଚ ମାଧ୍ୟମିକ ଶିକ୍ଷାରୁ ବଞ୍ଚିତ ହୋଇଛନ୍ତି ।

କୁନି କୁନି ପିଲା ଗାଁ ଦାଣ୍ଡରେ ମଉଜ କରୁଛନ୍ତି, ଖେଳୁଛନ୍ତି । ସ୍କୁଲ ଯିବା ସମୟରେ ଖେଳି ବୁଲି ସମୟ ବିତାଉଛନ୍ତି ପିଲା । କାରଣ ଏଠି ବିଦ୍ୟାଳୟ ତ’ ଅଛି, ହେଲେ ୩ ବର୍ଷ ହେଲାଣି ତାଲା ଝୁଲୁଛି । ଲୋୟର ସୁକତେଲ ଜଳସେଚନ ପାଇଁ ଏହି କୁମିଆପାଲି ଗାଁର ସମସ୍ତ ଲୋକଙ୍କୁ ବିସ୍ଥାପନ କରାଯାଇଛି । ହେଲେ ଭିଟାମାଟି ଛାଡ଼ି ନଯିବାର ଜିଦ ଯୋଗୁଁ ୭୦ରୁ ଅଧିକ ଆଦିବାସୀ ଏହିଠାରେ ରହିଯାଇଛନ୍ତି । ତେବେ ଗାଁରେ ଥିବା ପ୍ରୋଜେକ୍ଟ ଉଚ୍ଚ ପ୍ରାଥମିକ ବିଦ୍ୟାଳୟକୁ ବନ୍ଦ କରିଦିଆଯାଇଛି । ଫଳରେ ୩୫ରୁ ଅଧିକ ଛାତ୍ରଛାତ୍ରୀଙ୍କ ପାଠପଢ଼ାରେ ଡୋରୀ ବନ୍ଧା ହୋଇଛି ।

ଅଧିକ ପଢ଼ନ୍ତୁ : ବିଜୁଳି ପାଇଁ ୮୦ ବର୍ଷୀୟ ବୃଦ୍ଧଙ୍କ ସଂଘର୍ଷ, ଚାଲି ପାରୁନାହାନ୍ତି କିନ୍ତୁ ଆସିଛନ୍ତି ସମ୍ବଲପୁର ଲୋକ ଅଦାଲତ

ଗାଁରେ ସାଧାରଣ ବଣ୍ଟନ ବ୍ୟବସ୍ଥାରେ ଚାଉଳ ଦିଆଯାଉଛି, ବାର୍ଦ୍ଧକ୍ୟ ଭତ୍ତା ମିଳୁଛି । ଅଙ୍ଗନବାଡ଼ି ଓ ପ୍ରାଥମିକ ବିଦ୍ୟାଳୟକୁ ସମ୍ପୂର୍ଣ୍ଣ ଭାବେ ବନ୍ଦ କରିଦିଆଯାଇଛି । ପ୍ରଶାସନ କହୁଛି ନିକଟସ୍ଥ କପିଲବାହାଲ ବିଦ୍ୟାଳୟରେ ନାଁ ଲେଖାଇବାକୁ । କିନ୍ତୁ ନିଛାଟିଆ ରାସ୍ତାରେ ନିଜ ପିଲାଙ୍କୁ ଏକୁଟିଆ ଛାଡ଼ିବାକୁ ରାଜି ହେଉନାହାନ୍ତି ବାପା ଓ ମା’ । ଫଳରେ ଗାଁର ଅବସରପ୍ରାପ୍ତ ହାଇସ୍କୁଲ ପିଅନ ଗନ୍ଧର୍ବ ବରିହା ପିଲାଙ୍କୁ ଦୁଇବେଳା ଟ୍ୟୁସନ କରୁଛନ୍ତି । ଅନ୍ୟପଟେ ଜିଲ୍ଲା ଶିକ୍ଷା ଅଧିକାରୀ କହୁଛନ୍ତି, ଉଚ୍ଚ କର୍ତ୍ତୃପକ୍ଷଙ୍କୁ ଚିଠି କରାଯାଇଛି, ଅନୁମତି ମିଳିଲେ ସ୍କୁଲ ଖୋଲାଯିବ ।

ପିଲାଙ୍କ ଭବିଷ୍ୟତ ପ୍ରତି ଏତେ ଖାମଖିଆଲି ମନୋଭାବ କାହିଁକି ? ଶିକ୍ଷାର ଗୁରୁତ୍ୱ ବୁଝିପାରୁନାହାନ୍ତି କି ସରକାରୀ ବାବୁ ? ସର୍ବଶିକ୍ଷା ଅଭିଯାନର ନାରା ଦେଉଥିବା ସରକାର ଯଦି ନିଜେ ହିଁ ପିଲାଙ୍କୁ ପାଠ ଠାରୁ ଦୂରେଇ ଦେବେ ତାହେଲେ ଲୋକେ ଅଭିଯୋଗ କରିବେ କେଉଁଠି ।

What's Your Reaction?

like

dislike

love

funny

angry

sad

wow