ଭୁବନେଶ୍ବର ଖଣ୍ଡଗିରି ଓଭରବ୍ରିଜ୍‌ରେ ସିରିଜ୍‌ ଦୁର୍ଘଟଣା ; ୨ ଜଣ ଗୁରୁତର ଆହତ

କନକ ବ୍ୟୁରୋ : ଭୁବନେଶ୍ବର ଖଣ୍ଡଗିରି ଓଭରବ୍ରିଜ୍‌ରେ ସିରିଜ୍‌ ଦୁର୍ଘଟଣା । ୨ ଜଣ ଗୁରୁତର ଆହତ ।  ରାଜଧାନୀରେ ମରଣଯନ୍ତା ପାଲଟିଛି ଓଭରବ୍ରିଜ । ଗତକାଲି ରାତି ପ୍ରାୟ ୧୨ଟା ବେଳେ ୧୬ ନମ୍ବର ଜାତୀୟ ରାଜପଥ ଖଣ୍ଡଗିରି ଓଭରବ୍ରିଜ୍‌ ଉପରେ ସିରିଜ୍‌ ଦୁର୍ଘଟଣା ଘଟିଛି । ଏକ ପିକ୍‌ଅପ୍‌ ଭ୍ୟାନ୍‌ ଓ ଟାଟା ଏସିଇକୁ ଗୋଟିଏ ଟ୍ରକ୍ ପଛରୁ ଧକ୍କା ଦେଇଥିଲା । ଟାଟା ଏସିଇ ଗାଡ଼ିଟି ଚୂରମାର୍ ହୋଇଯାଇଛି ଏବଂ ଏହାର ଚାଳକଙ୍କ ସମେତ ଦୁଇ ଜଣ ଗୁରୁତର ହୋଇଛନ୍ତି । ଆହତ ବ୍ୟକ୍ତିମାନଙ୍କ ପରିଚୟ ମିଳିପାରିନାହିଁ । ସେମାନଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଖଣ୍ଡଗିରି ଥାନା ପୁଲିସ ଦୁର୍ଘଟଣା ଘଟାଇଥିବା ଟ୍ରକ୍ ଚାଳକକୁ ଅଟକ ରଖିଛି । ଦୁର୍ଘଟଣା ପରେ ଫ୍ଲାଏଓଭର୍‌ ଉପରେ ଦୀର୍ଘ ସମୟ ଧରି ଗାଡ଼ି ଚଳାଚଳ ବନ୍ଦ ରହିଥିଲା । ସର୍ଭିସ ରୋଡ୍‌ରେ ଗାଡି ଯାତାୟାତ କରିଥିଲା । ଅଧିକ ପଢ଼ନ୍ତୁ---ପୁଣି ବଢ଼ିଲା ତୈଳ ଦର ; ପେଟ୍ରୋଲ ଲିଟର ପିଛା ୨ଟଙ୍କା ୬୧ ପଇସା ବୃଦ୍ଧି  

May 25, 2026 - 09:16
 0  0
ଭୁବନେଶ୍ବର ଖଣ୍ଡଗିରି ଓଭରବ୍ରିଜ୍‌ରେ ସିରିଜ୍‌ ଦୁର୍ଘଟଣା ; ୨ ଜଣ ଗୁରୁତର ଆହତ

କନକ ବ୍ୟୁରୋ : ଭୁବନେଶ୍ବର ଖଣ୍ଡଗିରି ଓଭରବ୍ରିଜ୍‌ରେ ସିରିଜ୍‌ ଦୁର୍ଘଟଣା । ୨ ଜଣ ଗୁରୁତର ଆହତ ।  ରାଜଧାନୀରେ ମରଣଯନ୍ତା ପାଲଟିଛି ଓଭରବ୍ରିଜ । ଗତକାଲି ରାତି ପ୍ରାୟ ୧୨ଟା ବେଳେ ୧୬ ନମ୍ବର ଜାତୀୟ ରାଜପଥ ଖଣ୍ଡଗିରି ଓଭରବ୍ରିଜ୍‌ ଉପରେ ସିରିଜ୍‌ ଦୁର୍ଘଟଣା ଘଟିଛି । ଏକ ପିକ୍‌ଅପ୍‌ ଭ୍ୟାନ୍‌ ଓ ଟାଟା ଏସିଇକୁ ଗୋଟିଏ ଟ୍ରକ୍ ପଛରୁ ଧକ୍କା ଦେଇଥିଲା । ଟାଟା ଏସିଇ ଗାଡ଼ିଟି ଚୂରମାର୍ ହୋଇଯାଇଛି ଏବଂ ଏହାର ଚାଳକଙ୍କ ସମେତ ଦୁଇ ଜଣ ଗୁରୁତର ହୋଇଛନ୍ତି ।

ଆହତ ବ୍ୟକ୍ତିମାନଙ୍କ ପରିଚୟ ମିଳିପାରିନାହିଁ । ସେମାନଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଖଣ୍ଡଗିରି ଥାନା ପୁଲିସ ଦୁର୍ଘଟଣା ଘଟାଇଥିବା ଟ୍ରକ୍ ଚାଳକକୁ ଅଟକ ରଖିଛି । ଦୁର୍ଘଟଣା ପରେ ଫ୍ଲାଏଓଭର୍‌ ଉପରେ ଦୀର୍ଘ ସମୟ ଧରି ଗାଡ଼ି ଚଳାଚଳ ବନ୍ଦ ରହିଥିଲା । ସର୍ଭିସ ରୋଡ୍‌ରେ ଗାଡି ଯାତାୟାତ କରିଥିଲା ।

ଅଧିକ ପଢ଼ନ୍ତୁ---ପୁଣି ବଢ଼ିଲା ତୈଳ ଦର ; ପେଟ୍ରୋଲ ଲିଟର ପିଛା ୨ଟଙ୍କା ୬୧ ପଇସା ବୃଦ୍ଧି

 

What's Your Reaction?

like

dislike

love

funny

angry

sad

wow