ରାଜସ୍ଥାନର ଦମଦାର ଏଣ୍ଟ୍ରି , ଚୂଡ଼ାନ୍ତ ହେଲା ଆଇପିଏଲ୍ ୨୦୨୬ ପ୍ଲେଅଫ୍ ଚିତ୍ର

କନକ ବ୍ୟୁରୋ : ଆଇପିଏଲ ପ୍ଲେ-ଅଫ୍ ଚୂଡ଼ାନ୍ତ । ରାଜସ୍ଥାନ ରୟାଲ୍ସ ମୁମ୍ବାଇ ଇଣ୍ଡିଆନ୍ସକୁ ହରାଇବା ପରେ ଆଇପିଏଲ ୨୦୨୬ ପ୍ଲେଅଫ୍ ପାଇଁ ୪ ଟି ଟିମ୍ ଚୂଡ଼ାନ୍ତ ହୋଇଯାଇଛି । ମୁମ୍ବାଇକୁ ୩୦ ରନରେ ପରାଜିତ କରି ଆଇପିଏଲ୍ ୨୦୨୬ ପ୍ଲେଅଫ୍‌ର ଚତୁର୍ଥ ଏବଂ ଶେଷ ସ୍ଥାନ ହାସଲ କରିଛି ରାଜସ୍ଥାନ । ୱାଙ୍ଖେଡ଼େ ଷ୍ଟାଡିୟମ୍‌ରେ ହୋଇଥିବା ଏହି ହାଇ ଭୋଲଟେଜ ମ୍ୟାଚ୍‌ରେ ରାଜସ୍ଥାନ ରୟାଲ୍ସ ପ୍ରଥମେ ବ୍ୟାଟିଂ କରି ୮ ୱିକେଟରେ ୨୦୫ ରନ ସ୍କୋର କରିଥିଲା । ମୁମ୍ବାଇ ଇଣ୍ଡିଆନ୍ସକୁ ୯ ୱିକେଟରେ ୧୭୫ କରିବାରେ ସକ୍ଷମ ହୋଇଥିଲା । ରାଜସ୍ଥାନର ଏହି ବିଜୟ ପଞ୍ଜାବ କିଙ୍ଗ୍ସ ଏବଂ କୋଲକାତା ନାଇଟ୍ ରାଇଡର୍ସର ହୃଦୟ ଭାଙ୍ଗିଦେଇଛି । ଅଧିକ ପଢ଼ନ୍ତୁ : IPL 2026 ପ୍ଲେଅଫ୍ ରେସ ରୋମାଞ୍ଚକର, CSK ବାଦ ପରେ ବଢ଼ିଲା ଟକ୍କର ରାଜସ୍ଥାନ ହାରିଥିଲେ ଚତୁର୍ଥ ଟିମ୍ ଭାବେ ପଞ୍ଜାବ ଅବା କୋଲକାତା ମଧ୍ୟରୁ ଗୋଟିଏ ଟିମ୍ ପ୍ଲେଅଫକୁ ଯାଇଥାନ୍ତା । ପ୍ଲେଅଫ୍ ଟିମ୍ ଭିତରୁ ରୟାଲ୍ ଚ୍ୟାଲେଞ୍ଜର୍ସ ବାଙ୍ଗାଲୁରୁ, ଗୁଜରାଟ ଟାଇଟାନ୍ସ ଟପ ଦୁଇରେ ରହିଥିବାବେଳେ ତୃତୀୟରେ ସନ୍‌ରାଇଜର୍ସ ହାଇଦ୍ରାବାଦ୍ ଏବଂ ଚତୁର୍ଥରେ ରହିଛି ରାଜସ୍ଥାନ ରୟାଲ୍ସ । ମଙ୍ଗଳବାର ଆରସିବି ଓ ଗୁଜରାଟ ପ୍ରଥମ କ୍ବାଲିଫାୟର ଖେଳାଯିବ । ବୁଧବାର ରାଜସ୍ଥାନ ଓ ହାଇଦ୍ରାବାଦ୍ ମଧ୍ୟରେ ଏଲିମିନେଟର୍ ଖେଳାଯିବ । ପ୍ରଥମ କ୍ବାଲିଫାୟର ବିଜୟୀ ଟିମ ସଧା ଫାଇନାଲକୁ ଯିବ । ପରାଜିତ ଟିମ ଏଲିମିନେଟର୍ ମ୍ୟାଚର ବିଜୟୀ ଟିମ ସହ ଦ୍ବିତୀୟ କ୍ବାଲିଫାୟର ଖେଳିବ । ଏଥିରେ ବିଜୟୀ ଟିମ୍ ପ୍ରଥମ କ୍ବାଲିଫାୟରର ବିଜୟୀ ଟିମ୍ ସହ ଫାଇନାଲ ମ୍ୟାଚ ଖେଳିବ ।    

May 25, 2026 - 09:16
 0  0
ରାଜସ୍ଥାନର ଦମଦାର ଏଣ୍ଟ୍ରି , ଚୂଡ଼ାନ୍ତ ହେଲା ଆଇପିଏଲ୍ ୨୦୨୬ ପ୍ଲେଅଫ୍ ଚିତ୍ର

କନକ ବ୍ୟୁରୋ : ଆଇପିଏଲ ପ୍ଲେ-ଅଫ୍ ଚୂଡ଼ାନ୍ତ । ରାଜସ୍ଥାନ ରୟାଲ୍ସ ମୁମ୍ବାଇ ଇଣ୍ଡିଆନ୍ସକୁ ହରାଇବା ପରେ ଆଇପିଏଲ ୨୦୨୬ ପ୍ଲେଅଫ୍ ପାଇଁ ୪ ଟି ଟିମ୍ ଚୂଡ଼ାନ୍ତ ହୋଇଯାଇଛି । ମୁମ୍ବାଇକୁ ୩୦ ରନରେ ପରାଜିତ କରି ଆଇପିଏଲ୍ ୨୦୨୬ ପ୍ଲେଅଫ୍‌ର ଚତୁର୍ଥ ଏବଂ ଶେଷ ସ୍ଥାନ ହାସଲ କରିଛି ରାଜସ୍ଥାନ । ୱାଙ୍ଖେଡ଼େ ଷ୍ଟାଡିୟମ୍‌ରେ ହୋଇଥିବା ଏହି ହାଇ ଭୋଲଟେଜ ମ୍ୟାଚ୍‌ରେ ରାଜସ୍ଥାନ ରୟାଲ୍ସ ପ୍ରଥମେ ବ୍ୟାଟିଂ କରି ୮ ୱିକେଟରେ ୨୦୫ ରନ ସ୍କୋର କରିଥିଲା । ମୁମ୍ବାଇ ଇଣ୍ଡିଆନ୍ସକୁ ୯ ୱିକେଟରେ ୧୭୫ କରିବାରେ ସକ୍ଷମ ହୋଇଥିଲା । ରାଜସ୍ଥାନର ଏହି ବିଜୟ ପଞ୍ଜାବ କିଙ୍ଗ୍ସ ଏବଂ କୋଲକାତା ନାଇଟ୍ ରାଇଡର୍ସର ହୃଦୟ ଭାଙ୍ଗିଦେଇଛି ।

ଅଧିକ ପଢ଼ନ୍ତୁ : IPL 2026 ପ୍ଲେଅଫ୍ ରେସ ରୋମାଞ୍ଚକର, CSK ବାଦ ପରେ ବଢ଼ିଲା ଟକ୍କର

ରାଜସ୍ଥାନ ହାରିଥିଲେ ଚତୁର୍ଥ ଟିମ୍ ଭାବେ ପଞ୍ଜାବ ଅବା କୋଲକାତା ମଧ୍ୟରୁ ଗୋଟିଏ ଟିମ୍ ପ୍ଲେଅଫକୁ ଯାଇଥାନ୍ତା । ପ୍ଲେଅଫ୍ ଟିମ୍ ଭିତରୁ ରୟାଲ୍ ଚ୍ୟାଲେଞ୍ଜର୍ସ ବାଙ୍ଗାଲୁରୁ, ଗୁଜରାଟ ଟାଇଟାନ୍ସ ଟପ ଦୁଇରେ ରହିଥିବାବେଳେ ତୃତୀୟରେ ସନ୍‌ରାଇଜର୍ସ ହାଇଦ୍ରାବାଦ୍ ଏବଂ ଚତୁର୍ଥରେ ରହିଛି ରାଜସ୍ଥାନ ରୟାଲ୍ସ । ମଙ୍ଗଳବାର ଆରସିବି ଓ ଗୁଜରାଟ ପ୍ରଥମ କ୍ବାଲିଫାୟର ଖେଳାଯିବ । ବୁଧବାର ରାଜସ୍ଥାନ ଓ ହାଇଦ୍ରାବାଦ୍ ମଧ୍ୟରେ ଏଲିମିନେଟର୍ ଖେଳାଯିବ । ପ୍ରଥମ କ୍ବାଲିଫାୟର ବିଜୟୀ ଟିମ ସଧା ଫାଇନାଲକୁ ଯିବ । ପରାଜିତ ଟିମ ଏଲିମିନେଟର୍ ମ୍ୟାଚର ବିଜୟୀ ଟିମ ସହ ଦ୍ବିତୀୟ କ୍ବାଲିଫାୟର ଖେଳିବ । ଏଥିରେ ବିଜୟୀ ଟିମ୍ ପ୍ରଥମ କ୍ବାଲିଫାୟରର ବିଜୟୀ ଟିମ୍ ସହ ଫାଇନାଲ ମ୍ୟାଚ ଖେଳିବ ।  

 

What's Your Reaction?

like

dislike

love

funny

angry

sad

wow