ଭାରତୀୟ ସେନା ଡ୍ରୋନ୍ ଉପରେ ପାକିସ୍ତାନର ଗୁଳିମାଡ଼: ସୀମାରେ ପୁଣି ଉତ୍ତେଜନା ବୃଦ୍ଧି
କନକ ବ୍ୟୁରୋ : ଜମ୍ମୁର ଅନ୍ତର୍ଜାତୀୟ ସୀମା ଅଞ୍ଚଳରେ ପାକିସ୍ତାନ ଏକ ଭାରତୀୟ ରିମୋଟଲି ପାଇଲଟେଡ୍ ଏୟାରକ୍ରାଫ୍ଟ (ଆର୍ପିଏ) ଉପରେ ଗୁଳି ଚଳାଇଛି । ଏଥିରେ କେହି ମୃତାହତ ହୋଇଥିବାର ସୂଚନା ମିଳିନାହିଁ। ରିପୋର୍ଟ ଅନୁଯାୟୀ, ଗତକାଲି ରାତିରେ କନାଚକ ସେକ୍ଟରରେ ପାକିସ୍ତାନୀ ପୋଷ୍ଟରୁ ମୋଟ ପାଞ୍ଚ ରାଉଣ୍ଡ ଗୁଳି ଚାଳନା କରାଯାଇଥିଲା । ସେଥିମଧ୍ୟରୁ ଚାରି ରାଉଣ୍ଡ ପାକିସ୍ତାନୀ ପୋଷ୍ଟ ଖେରିରୁ ଏବଂ ଗୋଟିଏ ରାଉଣ୍ଡ ଅସଲମ ପୋଷ୍ଟରୁ ଚାଳନା କରାଯାଇଥିଲା । ରିପୋର୍ଟ ଅନୁଯାୟୀ, ଭାରତୀୟ ଆର୍ପିଏ ନିଜ ଅଞ୍ଚଳରେ ନିୟମିତ ପର୍ଯ୍ୟବେକ୍ଷଣ କରୁଥିବା ବେଳେ ପାକିସ୍ତାନୀ ପକ୍ଷରୁ ଗୁଳି ମାଡ଼ କରାଯାଇଥିଲା । ତେବେ ଭାରତୀୟ ଡ୍ରୋନ୍ର କୌଣସି କ୍ଷତି ହୋଇ ନଥିବା କୁହାଯାଉଛି। ଡ୍ରୋନ୍ ସୁରକ୍ଷିତ ଭାବରେ ଫେରି ଆସିଛି। ଏହି ଘଟଣା ଏପରି ସମୟରେ ଘଟିଛି ଯେତେବେଳେ ପାକିସ୍ତାନ ସୀମାରେ ବାରମ୍ବାର ଅସ୍ତ୍ରବିରତି ଉଲ୍ଲଂଘନ କରୁଛି। ଯାହାର ପାଲଟା ଜବାବ ଭାରତୀୟ ସେନା ମଧ୍ୟ ଦେଉଛି । ପାକିସ୍ତାନୀ ସୀମାନ୍ତ ବାହିନୀର ଏହି କାର୍ଯ୍ୟ ଉତ୍ତେଜନାକୁ ବୃଦ୍ଧି କରିଛି। ଗତ ବର୍ଷ ଦୁଇ ଦେଶ ମଧ୍ୟରେ ହିଂସାତ୍ମକ ସଂଘର୍ଷ ଘଟିଥିଲା। ପହଲଗାମ ଆକ୍ରମଣ ପରେ ଉତ୍ତେଜନା ବୃଦ୍ଧି ପାଇଛି। ଏବେ ଏକ ଛୋଟ ଉତ୍ତେଜନା ମଧ୍ୟ ଯୁଦ୍ଧରେ ପରିଣତ ହୋଇପାରେ। ପାକିସ୍ତାନର ଏହି କାର୍ଯ୍ୟକୁ ଅତ୍ୟନ୍ତ ଦାୟିତ୍ୱହୀନ ଏବଂ ଉତ୍ତେଜନାପୂର୍ଣ୍ଣ ବୋଲି ବିବେଚନା କରାଯାଉଛି ।

କନକ ବ୍ୟୁରୋ : ଜମ୍ମୁର ଅନ୍ତର୍ଜାତୀୟ ସୀମା ଅଞ୍ଚଳରେ ପାକିସ୍ତାନ ଏକ ଭାରତୀୟ ରିମୋଟଲି ପାଇଲଟେଡ୍ ଏୟାରକ୍ରାଫ୍ଟ (ଆର୍ପିଏ) ଉପରେ ଗୁଳି ଚଳାଇଛି । ଏଥିରେ କେହି ମୃତାହତ ହୋଇଥିବାର ସୂଚନା ମିଳିନାହିଁ। ରିପୋର୍ଟ ଅନୁଯାୟୀ, ଗତକାଲି ରାତିରେ କନାଚକ ସେକ୍ଟରରେ ପାକିସ୍ତାନୀ ପୋଷ୍ଟରୁ ମୋଟ ପାଞ୍ଚ ରାଉଣ୍ଡ ଗୁଳି ଚାଳନା କରାଯାଇଥିଲା । ସେଥିମଧ୍ୟରୁ ଚାରି ରାଉଣ୍ଡ ପାକିସ୍ତାନୀ ପୋଷ୍ଟ ଖେରିରୁ ଏବଂ ଗୋଟିଏ ରାଉଣ୍ଡ ଅସଲମ ପୋଷ୍ଟରୁ ଚାଳନା କରାଯାଇଥିଲା ।
ରିପୋର୍ଟ ଅନୁଯାୟୀ, ଭାରତୀୟ ଆର୍ପିଏ ନିଜ ଅଞ୍ଚଳରେ ନିୟମିତ ପର୍ଯ୍ୟବେକ୍ଷଣ କରୁଥିବା ବେଳେ ପାକିସ୍ତାନୀ ପକ୍ଷରୁ ଗୁଳି ମାଡ଼ କରାଯାଇଥିଲା । ତେବେ ଭାରତୀୟ ଡ୍ରୋନ୍ର କୌଣସି କ୍ଷତି ହୋଇ ନଥିବା କୁହାଯାଉଛି। ଡ୍ରୋନ୍ ସୁରକ୍ଷିତ ଭାବରେ ଫେରି ଆସିଛି। ଏହି ଘଟଣା ଏପରି ସମୟରେ ଘଟିଛି ଯେତେବେଳେ ପାକିସ୍ତାନ ସୀମାରେ ବାରମ୍ବାର ଅସ୍ତ୍ରବିରତି ଉଲ୍ଲଂଘନ କରୁଛି। ଯାହାର ପାଲଟା ଜବାବ ଭାରତୀୟ ସେନା ମଧ୍ୟ ଦେଉଛି ।
ପାକିସ୍ତାନୀ ସୀମାନ୍ତ ବାହିନୀର ଏହି କାର୍ଯ୍ୟ ଉତ୍ତେଜନାକୁ ବୃଦ୍ଧି କରିଛି। ଗତ ବର୍ଷ ଦୁଇ ଦେଶ ମଧ୍ୟରେ ହିଂସାତ୍ମକ ସଂଘର୍ଷ ଘଟିଥିଲା। ପହଲଗାମ ଆକ୍ରମଣ ପରେ ଉତ୍ତେଜନା ବୃଦ୍ଧି ପାଇଛି। ଏବେ ଏକ ଛୋଟ ଉତ୍ତେଜନା ମଧ୍ୟ ଯୁଦ୍ଧରେ ପରିଣତ ହୋଇପାରେ। ପାକିସ୍ତାନର ଏହି କାର୍ଯ୍ୟକୁ ଅତ୍ୟନ୍ତ ଦାୟିତ୍ୱହୀନ ଏବଂ ଉତ୍ତେଜନାପୂର୍ଣ୍ଣ ବୋଲି ବିବେଚନା କରାଯାଉଛି ।
What's Your Reaction?



