କ୍ବାର୍ଟରଫାଇନାଲରେ ବିବିସିଏ, ଆଇଆଇସି

କନକବ୍ୟୁରୋ : ହାଇଟେକ୍‌ ମେଡିକାଲ୍‌ କଲେଜ୍ ପଡ଼ିଆରେ ଚାଲିଥିବା ପଣ୍ଡିତ ରାମକୃଷ୍ଣ ମହାପାତ୍ର ସ୍ମାରକୀ ୧୭ ବର୍ଷରୁ କମ୍ କ୍ରିକେଟ୍  ପ୍ରତିଯୋଗିତାରେ ବିବିସିଏ ଓ ଆଇସିସି କ୍ବାର୍ଟରଫାଇନାଲ୍‌କୁ ଉନ୍ନୀତ ହୋଇଛନ୍ତି। ସପ୍ତମ ପ୍ରିକ୍ବାର୍ଟରଫାଇନାଲ୍‌ରେ ବିବିସିଏ ୪୨ ରନ୍‌ରେ ଯଦୁପୁର କ୍ରିକେଟ୍‌ ଏକାଡେମୀକୁ ପରାସ୍ତ କରିଥିଲା। ‌ଶେଷ ପ୍ରିକ୍ବାର୍ଟରଫାଇନାଲ୍‌ରେ କିନ୍ତୁ ବିବାଦୀୟ ପରିସ୍ଥିତିରେ ଏମ୍‌ସିସି ବିପକ୍ଷରେ ଆ‌ଇଆଇସିକୁ ବିଜୟୀ ‌ଘୋଷିତ କରାଯାଇଛି ।  ମଙ୍ଗଳବାରର ପ୍ରଥମ ମ୍ୟାଚ୍‌ର ସ୍ବରିତ ଦାସଙ୍କ ଅର୍ଦ୍ଧଶତକ (୫୨) ବଳରେ ବିବିସିଏ ୧୨୧/୮ ସ୍କୋର କରିଥିଲା। ସେକ୍‌ ଏସ୍‌ ଉଦ୍ଦିନ୍‌ (୪-୦-୨୬-୫) ସଫଳ ବୋଲର ଥିଲେ। ଜବାବରେ ଅମିତେଷ ସାହୁ (୪-୧-୧୨-୪)ଙ୍କୁ ଖେଳି ନପାରି ଯଦୁପୁର ଦଳ ମାତ୍ର ୭୯ ରନ୍‌ରେ ସମସ୍ତ ୱିକେଟ୍‌ ହରାଇଥିଲା। ଲାଗି ରହିଛି କି ଆଣ୍ଠୁଗଣ୍ଠି ସମସ୍ୟା ; ଜାଣନ୍ତୁ , ମୁକ୍ତି ପାଇବାର ଆୟୁର୍ବେଦିକ ଉପଚାର ସ୍ବରିତଙ୍କୁ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ପ୍ରଦାନ କରିଥିଲେ ବାଇକ୍‌ ରାଇଡର୍‌ ଆସୋସିଏସନ୍‌ ସଭାପତି ଜିତୁ ମହାପାତ୍ର ଏବଂ କ୍ୟାପିଟାଲ୍‌ କ୍ରିକେଟ୍‌ ସଂଘ ସମ୍ପାଦକ ଭରତ ଭୂଷଣ ଦାସ। ଦ୍ବିତୀୟ ମ୍ୟାଚ୍‌ରେ ଏମ୍‌ସିସି ୨୦ ଓଭରରେ ୯ ୱିକେଟ୍‌ ହରାଇ ୧୦୬ ରନ୍‌ କରିଥିଲା। କେ ଦୀପକ ପାତ୍ର ସର୍ବାଧିକ ୩୨ ରନ୍‌ କରିଥିଲେ। ଉଦିତ ଜଟା ୪-୧-୭-୨ ଚମତ୍କାର ବୋଲିଂ ବି କରିଥିଲେ। ଜବାବରେ ଆଇଆଇସି ଦଳ ୧୦.୧ ଓଭରରେ ୨୫/୪ରେ ସଂଘର୍ଷ କରୁଥିଲା। ଏହି ସମୟରେ ଜଣେ ବୟସାଧିକ ଖେଳାଳିଙ୍କୁ ନେଇ ଜଣେ ଆୟୋଜକ ଗାଳିଗୁଲଜ କରିବାରୁ ଏହାର ପ୍ରତିବାଦରେ ଏମ୍‌ସିସି ଖେଳିବାକୁ ରାଜି ହୋଇ ନଥିଲା। ଶେଷରେ ଅମ୍ପାୟାର୍‌ ଆଇଆଇସିକୁ ବିଜୟୀ ଘୋଷଣା କରିଥିଲେ। ଉଦିତଙ୍କୁ ଶ୍ରେଷ୍ଠ ଖେଳାଳି ପୁରସ୍କାର ପ୍ରଦାନ କରିଥିଲେ ବରିଷ୍ଠ କ୍ରିକେଟ୍‌ ପ୍ରଶିକ୍ଷକ ମନୋଜ ମହାପାତ୍ର। ବୁଧବାରଠାରୁ କ୍ବାର୍ଟରଫାଇନାଲ୍‌ ଆରମ୍ଭ ହେବ।    

Apr 1, 2026 - 22:05
 0  1
କ୍ବାର୍ଟରଫାଇନାଲରେ ବିବିସିଏ, ଆଇଆଇସି

କନକବ୍ୟୁରୋ : ହାଇଟେକ୍‌ ମେଡିକାଲ୍‌ କଲେଜ୍ ପଡ଼ିଆରେ ଚାଲିଥିବା ପଣ୍ଡିତ ରାମକୃଷ୍ଣ ମହାପାତ୍ର ସ୍ମାରକୀ ୧୭ ବର୍ଷରୁ କମ୍ କ୍ରିକେଟ୍  ପ୍ରତିଯୋଗିତାରେ ବିବିସିଏ ଓ ଆଇସିସି କ୍ବାର୍ଟରଫାଇନାଲ୍‌କୁ ଉନ୍ନୀତ ହୋଇଛନ୍ତି। ସପ୍ତମ ପ୍ରିକ୍ବାର୍ଟରଫାଇନାଲ୍‌ରେ ବିବିସିଏ ୪୨ ରନ୍‌ରେ ଯଦୁପୁର କ୍ରିକେଟ୍‌ ଏକାଡେମୀକୁ ପରାସ୍ତ କରିଥିଲା। ‌ଶେଷ ପ୍ରିକ୍ବାର୍ଟରଫାଇନାଲ୍‌ରେ କିନ୍ତୁ ବିବାଦୀୟ ପରିସ୍ଥିତିରେ ଏମ୍‌ସିସି ବିପକ୍ଷରେ ଆ‌ଇଆଇସିକୁ ବିଜୟୀ ‌ଘୋଷିତ କରାଯାଇଛି ।  ମଙ୍ଗଳବାରର ପ୍ରଥମ ମ୍ୟାଚ୍‌ର ସ୍ବରିତ ଦାସଙ୍କ ଅର୍ଦ୍ଧଶତକ (୫୨) ବଳରେ ବିବିସିଏ ୧୨୧/୮ ସ୍କୋର କରିଥିଲା। ସେକ୍‌ ଏସ୍‌ ଉଦ୍ଦିନ୍‌ (୪-୦-୨୬-୫) ସଫଳ ବୋଲର ଥିଲେ। ଜବାବରେ ଅମିତେଷ ସାହୁ (୪-୧-୧୨-୪)ଙ୍କୁ ଖେଳି ନପାରି ଯଦୁପୁର ଦଳ ମାତ୍ର ୭୯ ରନ୍‌ରେ ସମସ୍ତ ୱିକେଟ୍‌ ହରାଇଥିଲା।

ଲାଗି ରହିଛି କି ଆଣ୍ଠୁଗଣ୍ଠି ସମସ୍ୟା ; ଜାଣନ୍ତୁ , ମୁକ୍ତି ପାଇବାର ଆୟୁର୍ବେଦିକ ଉପଚାର

ସ୍ବରିତଙ୍କୁ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ପ୍ରଦାନ କରିଥିଲେ ବାଇକ୍‌ ରାଇଡର୍‌ ଆସୋସିଏସନ୍‌ ସଭାପତି ଜିତୁ ମହାପାତ୍ର ଏବଂ କ୍ୟାପିଟାଲ୍‌ କ୍ରିକେଟ୍‌ ସଂଘ ସମ୍ପାଦକ ଭରତ ଭୂଷଣ ଦାସ। ଦ୍ବିତୀୟ ମ୍ୟାଚ୍‌ରେ ଏମ୍‌ସିସି ୨୦ ଓଭରରେ ୯ ୱିକେଟ୍‌ ହରାଇ ୧୦୬ ରନ୍‌ କରିଥିଲା। କେ ଦୀପକ ପାତ୍ର ସର୍ବାଧିକ ୩୨ ରନ୍‌ କରିଥିଲେ। ଉଦିତ ଜଟା ୪-୧-୭-୨ ଚମତ୍କାର ବୋଲିଂ ବି କରିଥିଲେ। ଜବାବରେ ଆଇଆଇସି ଦଳ ୧୦.୧ ଓଭରରେ ୨୫/୪ରେ ସଂଘର୍ଷ କରୁଥିଲା। ଏହି ସମୟରେ ଜଣେ ବୟସାଧିକ ଖେଳାଳିଙ୍କୁ ନେଇ ଜଣେ ଆୟୋଜକ ଗାଳିଗୁଲଜ କରିବାରୁ ଏହାର ପ୍ରତିବାଦରେ ଏମ୍‌ସିସି ଖେଳିବାକୁ ରାଜି ହୋଇ ନଥିଲା। ଶେଷରେ ଅମ୍ପାୟାର୍‌ ଆଇଆଇସିକୁ ବିଜୟୀ ଘୋଷଣା କରିଥିଲେ। ଉଦିତଙ୍କୁ ଶ୍ରେଷ୍ଠ ଖେଳାଳି ପୁରସ୍କାର ପ୍ରଦାନ କରିଥିଲେ ବରିଷ୍ଠ କ୍ରିକେଟ୍‌ ପ୍ରଶିକ୍ଷକ ମନୋଜ ମହାପାତ୍ର। ବୁଧବାରଠାରୁ କ୍ବାର୍ଟରଫାଇନାଲ୍‌ ଆରମ୍ଭ ହେବ।

 

 

What's Your Reaction?

like

dislike

love

funny

angry

sad

wow