ବ୍ରାହ୍ମଣୀରେ ବନ୍ୟା: ୪ ପଞ୍ଚାୟତ ବିଚ୍ଛିନ୍ନ, ୫୦ ହଜାରରୁ ଅଧିକ ଲୋକ ଜଳବନ୍ଦୀ
କନକ ବ୍ୟୁରୋ: ବ୍ରାହ୍ମଣୀ ନଦୀରେ ବନ୍ୟା ପରିସ୍ଥିତି ଯୋଗୁଁ କେନ୍ଦ୍ରାପଡ଼ା ଜିଲ୍ଲାର ରାଜନଗର ବ୍ଲକରେ ଜନଜୀବନ ସମ୍ପୂର୍ଣ୍ଣ ଅସ୍ତବ୍ୟସ୍ତ ହୋଇପଡ଼ିଛି । ବନ୍ୟା ଜଳରେ ଓସ୍ତିଆ, ବେଲପାଳ, ବାନ୍ଧପଡ଼ା ଓ ରାଜପୁର ପଞ୍ଚାୟତ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇଯାଇଛି । ଏହି ଚାରି ପଞ୍ଚାୟତର ପ୍ରାୟ ୫୦ ହଜାରରୁ ଅଧିକ ଲୋକ ଜଳବନ୍ଦୀ ହୋଇ ରହିଛନ୍ତି । ଅଧିକ ପଢ଼ନ୍ତୁ...ଓଡ଼ିଶା ବନ୍ୟା କ୍ଷୟକ୍ଷତିର ପ୍ରାଥମିକ ରିପୋର୍ଟ : ୮ ଲକ୍ଷରୁ ଅଧିକ ପ୍ରଭାବିତ, ୩୩ ହଜାର ହେକ୍ଟର ଚାଷ ଜମି ନଷ୍ଟବନ୍ୟା ଯୋଗୁଁ ଯାତାୟାତ ସମ୍ପୂର୍ଣ୍ଣ ବାଧାପ୍ରାପ୍ତ ହୋଇଥିବାବେଳେ ଅତ୍ୟାବଶ୍ୟକ ସାମଗ୍ରୀ ଆଣିବା ପାଇଁ ସ୍ଥାନୀୟ ଲୋକେ ହୁଲି ଡଙ୍ଗା ଉପରେ ନିର୍ଭର କରୁଛନ୍ତି । ଏହି ଅଞ୍ଚଳ କୁମ୍ଭୀର ପ୍ରବଣ ହୋଇଥିବାରୁ ଡଙ୍ଗାରେ ଯାତାୟାତ କରିବାକୁ ଲୋକଙ୍କ ମଧ୍ୟରେ ଭୟ ଓ ଆତଙ୍କ ଦେଖାଦେଇଛି ।ବନ୍ୟା ପରିସ୍ଥିତି ସତ୍ତ୍ୱେ ପ୍ରଶାସନ ପକ୍ଷରୁ ପର୍ଯ୍ୟାପ୍ତ ସହାୟତା କିମ୍ବା ଉଦ୍ଧାର ବ୍ୟବସ୍ଥା କରାଯାଇନଥିବା ଅଭିଯୋଗ କରିଛନ୍ତି ସ୍ଥାନୀୟ ବାସିନ୍ଦା । ଜଳବନ୍ଦୀ ପରିବାରଙ୍କୁ ତୁରନ୍ତ ଶୁଖିଲା ଖାଦ୍ୟ, ବିଶୁଦ୍ଧ ପାନୀୟ ଜଳ ଓ ଆବଶ୍ୟକ ରିଲିଫ୍ ସାମଗ୍ରୀ ଯୋଗାଇ ଦେବାକୁ ବନ୍ୟା ବିପନ୍ନମାନେ ଦାବି କରିଛନ୍ତି ।

କନକ ବ୍ୟୁରୋ: ବ୍ରାହ୍ମଣୀ ନଦୀରେ ବନ୍ୟା ପରିସ୍ଥିତି ଯୋଗୁଁ କେନ୍ଦ୍ରାପଡ଼ା ଜିଲ୍ଲାର ରାଜନଗର ବ୍ଲକରେ ଜନଜୀବନ ସମ୍ପୂର୍ଣ୍ଣ ଅସ୍ତବ୍ୟସ୍ତ ହୋଇପଡ଼ିଛି । ବନ୍ୟା ଜଳରେ ଓସ୍ତିଆ, ବେଲପାଳ, ବାନ୍ଧପଡ଼ା ଓ ରାଜପୁର ପଞ୍ଚାୟତ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇଯାଇଛି । ଏହି ଚାରି ପଞ୍ଚାୟତର ପ୍ରାୟ ୫୦ ହଜାରରୁ ଅଧିକ ଲୋକ ଜଳବନ୍ଦୀ ହୋଇ ରହିଛନ୍ତି ।
ଅଧିକ ପଢ଼ନ୍ତୁ...ଓଡ଼ିଶା ବନ୍ୟା କ୍ଷୟକ୍ଷତିର ପ୍ରାଥମିକ ରିପୋର୍ଟ : ୮ ଲକ୍ଷରୁ ଅଧିକ ପ୍ରଭାବିତ, ୩୩ ହଜାର ହେକ୍ଟର ଚାଷ ଜମି ନଷ୍ଟ
ବନ୍ୟା ଯୋଗୁଁ ଯାତାୟାତ ସମ୍ପୂର୍ଣ୍ଣ ବାଧାପ୍ରାପ୍ତ ହୋଇଥିବାବେଳେ ଅତ୍ୟାବଶ୍ୟକ ସାମଗ୍ରୀ ଆଣିବା ପାଇଁ ସ୍ଥାନୀୟ ଲୋକେ ହୁଲି ଡଙ୍ଗା ଉପରେ ନିର୍ଭର କରୁଛନ୍ତି । ଏହି ଅଞ୍ଚଳ କୁମ୍ଭୀର ପ୍ରବଣ ହୋଇଥିବାରୁ ଡଙ୍ଗାରେ ଯାତାୟାତ କରିବାକୁ ଲୋକଙ୍କ ମଧ୍ୟରେ ଭୟ ଓ ଆତଙ୍କ ଦେଖାଦେଇଛି ।
ବନ୍ୟା ପରିସ୍ଥିତି ସତ୍ତ୍ୱେ ପ୍ରଶାସନ ପକ୍ଷରୁ ପର୍ଯ୍ୟାପ୍ତ ସହାୟତା କିମ୍ବା ଉଦ୍ଧାର ବ୍ୟବସ୍ଥା କରାଯାଇନଥିବା ଅଭିଯୋଗ କରିଛନ୍ତି ସ୍ଥାନୀୟ ବାସିନ୍ଦା । ଜଳବନ୍ଦୀ ପରିବାରଙ୍କୁ ତୁରନ୍ତ ଶୁଖିଲା ଖାଦ୍ୟ, ବିଶୁଦ୍ଧ ପାନୀୟ ଜଳ ଓ ଆବଶ୍ୟକ ରିଲିଫ୍ ସାମଗ୍ରୀ ଯୋଗାଇ ଦେବାକୁ ବନ୍ୟା ବିପନ୍ନମାନେ ଦାବି କରିଛନ୍ତି ।
What's Your Reaction?



