ଆମେ ମରିବାକୁ ଚାହୁନୁ, ଆମକୁ ବଞ୍ଚାଅ: ଏମିତି କହିଲେ , ହର୍ମୁଜ୍ରେ ଫସି ରହିଖିବା ୨୦ ହଜାର ନାବିକ
କନକ ବ୍ୟୁରୋ : ଏକ ମାସ ଧରି ଚାଲିଥିବା ମଧ୍ୟପ୍ରାଚ୍ୟ ଯୁଦ୍ଧ ହର୍ମୁଜ୍ ପ୍ରଣାଳୀ ଏବଂ ଏହାର ଆଖପାଖରେ ଫସି ରହିଥିବା ୩ ହଜାର ଜାହାଜ ପାଇଁ ଏକ ବିପର୍ଯ୍ୟୟ ପାଲଟିଛି । ଏହି ଜାହାଜଗୁଡ଼ିକରେ ୨୦ ହଜାର ନାବିକ ଫସି ରହିଛନ୍ତି। ପ୍ରତି ସେକେଣ୍ଡରେ ସେମାନଙ୍କ ମୁଣ୍ଡ ଉପରେ ମୃତ୍ୟୁର ଖଣ୍ଡା ଝୁଲୁଛି। ସେମାନଙ୍କ ପାଖରେ ଖାଦ୍ୟ ଏବଂ ପାଣି ସରିବାରେ ଲାଗିଛି। ନାବିକମାନଙ୍କ ହେଲ୍ପଲାଇନ୍ ପରିଚାଳନା କରୁଥିବା ସଂଗଠନଗୁଡ଼ିକ କହିଛନ୍ତି ଯେ, ସେମାନେ ଉପସାଗରରେ ଫସି ରହିଥିବା ନାବିକମାନଙ୍କଠାରୁ ନିରନ୍ତର ଫୋନ୍ ପାଉଛନ୍ତି। ନାବିକମାନେ ପ୍ରତ୍ୟାବର୍ତ୍ତନ, କ୍ଷତିପୂରଣ ଏବଂ ସେମାନଙ୍କ ଜାହାଜକୁ ଅତ୍ୟାବଶ୍ୟକୀୟ ସାମଗ୍ରୀ ପହଞ୍ଚାଇବା ଦାବି କରୁଛନ୍ତି। ସାହାଯ୍ୟ ପାଇଁ ନିବେଦନ କରୁଥିବା ବାର୍ତ୍ତାର ସଂଖ୍ୟା ଏତେ ଅଧିକ ଯେ ହେଲ୍ପଲାଇନ୍ ଦଳଗୁଡ଼ିକ ସେଗୁଡ଼ିକୁ ପରିଚାଳନା କରିବାକୁ ସମସ୍ୟାରେ ପଡ଼ିଛନ୍ତି । ଇଣ୍ଟରନ୍ୟାସନାଲ ଟ୍ରାନ୍ସପୋର୍ଟ ୱାର୍କର୍ସ ଫେଡେରେସନ (ଆଇଟିଏଫ୍)ର ନିଜସ୍ୱ ନାବିକ ସହାୟତା ଟିମ୍ ଅଛି, ଯାହା ସମୁଦ୍ରକୁ ଯାଉଥିବା ଜାହାଜରେ ନାବିକମାନଙ୍କୁ ସହାୟତା ଯୋଗାଇଥାଏ। ଜଣେ ନାବିକ ଏହି ଇମେଲ୍ ଗୋଟିଏ ସପ୍ତାହ ପୂର୍ବରୁ, ମାର୍ଚ୍ଚ ୨୪ ତାରିଖରେ ଏହି ଦଳକୁ ପଠାଇଥିଲେ। ଏଥିରେ ଲେଖାଥିଲା ମୁଁ ଆପଣଙ୍କୁ ଜଣାଉଛି ଯେ, ଆମର ଜାହାଜ ବର୍ତ୍ତମାନ ଖାଦ୍ୟ ଏବଂ କ୍ରୁ ସଦସ୍ୟଙ୍କ ସ୍ୱାସ୍ଥ୍ୟ ସମସ୍ୟା ସଙ୍କଟଜନକ ପରିସ୍ଥିତିରେ ଅଛି। କ୍ରୁ ସଦସ୍ୟଙ୍କୁ ବଞ୍ଚାଇବା ପାଇଁ ଖାଦ୍ୟ, ପାନୀୟ ଜଳ ଏବଂ ଅତ୍ୟାବଶ୍ୟକ ସାମଗ୍ରୀ ପଠାଇବା ଜରୁରୀ । ଅଧିକ ପଢ଼ନ୍ତୁ---ଭାରତୀୟ ସେନା ଡ୍ରୋନ୍ ଉପରେ ପାକିସ୍ତାନର ଗୁଳିମାଡ଼: ସୀମାରେ ପୁଣି ଉତ୍ତେଜନା ବୃଦ୍ଧି ଆଇଟିଏଫ୍ କହିଛି, ଫେବ୍ରୁଆରି ୨୮ ତାରିଖରେ ଯୁଦ୍ଧ ଆରମ୍ଭ ହେବା ପରଠାରୁ ହମୁର୍ଜ୍ ଏବଂ ଆଖପାଖ ଅଞ୍ଚଳରେ ଫସି ରହିଥିବା ନାବିକମାନଙ୍କଠାରୁ ୧,୦୦୦ ରୁ ଅଧିକ ଇମେଲ୍ ଏବଂ ବାର୍ତ୍ତା ପାଇଛୁ । ଏକ ରିପୋର୍ଟ ଅନୁଯାୟୀ, କିଛି ନାବିକ ଯୁଦ୍ଧ ହେଉଥିବା ଅଞ୍ଚଳରେ ଜାହାଜ ନେଇ ଯିବା ସମୟରେ ସେମାନଙ୍କର ଅଧିକାର ବିଷୟରେ ପଚାରୁଛନ୍ତି। ଅନ୍ୟମାନେ ସେମାନଙ୍କ ଜାହାଜ ନିକଟରେ ବୋମା ପଡୁଥିବାର ଭିଡିଓ ପଠାଉଛନ୍ତି। ସେମାନେ ମହାସଂଘକୁ ଜାହାଜରୁ ଓହ୍ଲାଇବାକୁ ସାହାଯ୍ୟ ଲୋଡ଼ିଛନ୍ତି। ଆରବ ଏବଂ ଇରାନ ପାଇଁ ଆଇଟିଏଫ୍ର ନେଟୱାର୍କ ସଂଯୋଜକ ମହମ୍ମଦ ଆରାଚେଦି କହିଛନ୍ତି, ପରିସ୍ଥିତି ଅତ୍ୟନ୍ତ ଅସ୍ୱାଭାବିକ ଏବଂ ସବୁଠି ଭୟର ବାତାବରଣ ରହିଛି। ମୁଁ ରାତି ୨ଟା କିମ୍ବା ୩ଟାରେ ମଧ୍ୟ ନାବିକମାନଙ୍କଠାରୁ ଫୋନ୍ ପାଉଛି। ଇଣ୍ଟରନେଟ୍ ପାଇବା ମାତ୍ରେ ସେମାନେ ତୁରନ୍ତ ଫୋନ୍ କରୁଛନ୍ତି। ଜଣେ ନାବିକ ଭୟଭୀତ ହୋଇ ଡାକି କହିଛନ୍ତି, ଆମେ ଏଠାରେ ବୋମାମାଡ଼ ହେଉଥିବା ଅଞ୍ଚଳରେ ପଡ଼ିଛୁ। ଆମେ ମରିବାକୁ ଚାହୁଁନାହୁଁ। ଦୟାକରି ଆମକୁ ସାହାଯ୍ୟ କରନ୍ତୁ। ଆମକୁ ଏଠାରୁ ବାହାର କରନ୍ତୁ। ବୋମା ମାଡ଼ରୁ ଆମେ ବଞ୍ଚିଗଲେ ବି ଭୋଷ ଶୋଷରେ ମରିଯିବୁ ।

କନକ ବ୍ୟୁରୋ : ଏକ ମାସ ଧରି ଚାଲିଥିବା ମଧ୍ୟପ୍ରାଚ୍ୟ ଯୁଦ୍ଧ ହର୍ମୁଜ୍ ପ୍ରଣାଳୀ ଏବଂ ଏହାର ଆଖପାଖରେ ଫସି ରହିଥିବା ୩ ହଜାର ଜାହାଜ ପାଇଁ ଏକ ବିପର୍ଯ୍ୟୟ ପାଲଟିଛି । ଏହି ଜାହାଜଗୁଡ଼ିକରେ ୨୦ ହଜାର ନାବିକ ଫସି ରହିଛନ୍ତି। ପ୍ରତି ସେକେଣ୍ଡରେ ସେମାନଙ୍କ ମୁଣ୍ଡ ଉପରେ ମୃତ୍ୟୁର ଖଣ୍ଡା ଝୁଲୁଛି। ସେମାନଙ୍କ ପାଖରେ ଖାଦ୍ୟ ଏବଂ ପାଣି ସରିବାରେ ଲାଗିଛି। ନାବିକମାନଙ୍କ ହେଲ୍ପଲାଇନ୍ ପରିଚାଳନା କରୁଥିବା ସଂଗଠନଗୁଡ଼ିକ କହିଛନ୍ତି ଯେ, ସେମାନେ ଉପସାଗରରେ ଫସି ରହିଥିବା ନାବିକମାନଙ୍କଠାରୁ ନିରନ୍ତର ଫୋନ୍ ପାଉଛନ୍ତି। ନାବିକମାନେ ପ୍ରତ୍ୟାବର୍ତ୍ତନ, କ୍ଷତିପୂରଣ ଏବଂ ସେମାନଙ୍କ ଜାହାଜକୁ ଅତ୍ୟାବଶ୍ୟକୀୟ ସାମଗ୍ରୀ ପହଞ୍ଚାଇବା ଦାବି କରୁଛନ୍ତି। ସାହାଯ୍ୟ ପାଇଁ ନିବେଦନ କରୁଥିବା ବାର୍ତ୍ତାର ସଂଖ୍ୟା ଏତେ ଅଧିକ ଯେ ହେଲ୍ପଲାଇନ୍ ଦଳଗୁଡ଼ିକ ସେଗୁଡ଼ିକୁ ପରିଚାଳନା କରିବାକୁ ସମସ୍ୟାରେ ପଡ଼ିଛନ୍ତି ।
ଇଣ୍ଟରନ୍ୟାସନାଲ ଟ୍ରାନ୍ସପୋର୍ଟ ୱାର୍କର୍ସ ଫେଡେରେସନ (ଆଇଟିଏଫ୍)ର ନିଜସ୍ୱ ନାବିକ ସହାୟତା ଟିମ୍ ଅଛି, ଯାହା ସମୁଦ୍ରକୁ ଯାଉଥିବା ଜାହାଜରେ ନାବିକମାନଙ୍କୁ ସହାୟତା ଯୋଗାଇଥାଏ। ଜଣେ ନାବିକ ଏହି ଇମେଲ୍ ଗୋଟିଏ ସପ୍ତାହ ପୂର୍ବରୁ, ମାର୍ଚ୍ଚ ୨୪ ତାରିଖରେ ଏହି ଦଳକୁ ପଠାଇଥିଲେ। ଏଥିରେ ଲେଖାଥିଲା ମୁଁ ଆପଣଙ୍କୁ ଜଣାଉଛି ଯେ, ଆମର ଜାହାଜ ବର୍ତ୍ତମାନ ଖାଦ୍ୟ ଏବଂ କ୍ରୁ ସଦସ୍ୟଙ୍କ ସ୍ୱାସ୍ଥ୍ୟ ସମସ୍ୟା ସଙ୍କଟଜନକ ପରିସ୍ଥିତିରେ ଅଛି। କ୍ରୁ ସଦସ୍ୟଙ୍କୁ ବଞ୍ଚାଇବା ପାଇଁ ଖାଦ୍ୟ, ପାନୀୟ ଜଳ ଏବଂ ଅତ୍ୟାବଶ୍ୟକ ସାମଗ୍ରୀ ପଠାଇବା ଜରୁରୀ ।
ଅଧିକ ପଢ଼ନ୍ତୁ---ଭାରତୀୟ ସେନା ଡ୍ରୋନ୍ ଉପରେ ପାକିସ୍ତାନର ଗୁଳିମାଡ଼: ସୀମାରେ ପୁଣି ଉତ୍ତେଜନା ବୃଦ୍ଧି
ଆଇଟିଏଫ୍ କହିଛି, ଫେବ୍ରୁଆରି ୨୮ ତାରିଖରେ ଯୁଦ୍ଧ ଆରମ୍ଭ ହେବା ପରଠାରୁ ହମୁର୍ଜ୍ ଏବଂ ଆଖପାଖ ଅଞ୍ଚଳରେ ଫସି ରହିଥିବା ନାବିକମାନଙ୍କଠାରୁ ୧,୦୦୦ ରୁ ଅଧିକ ଇମେଲ୍ ଏବଂ ବାର୍ତ୍ତା ପାଇଛୁ । ଏକ ରିପୋର୍ଟ ଅନୁଯାୟୀ, କିଛି ନାବିକ ଯୁଦ୍ଧ ହେଉଥିବା ଅଞ୍ଚଳରେ ଜାହାଜ ନେଇ ଯିବା ସମୟରେ ସେମାନଙ୍କର ଅଧିକାର ବିଷୟରେ ପଚାରୁଛନ୍ତି। ଅନ୍ୟମାନେ ସେମାନଙ୍କ ଜାହାଜ ନିକଟରେ ବୋମା ପଡୁଥିବାର ଭିଡିଓ ପଠାଉଛନ୍ତି। ସେମାନେ ମହାସଂଘକୁ ଜାହାଜରୁ ଓହ୍ଲାଇବାକୁ ସାହାଯ୍ୟ ଲୋଡ଼ିଛନ୍ତି। ଆରବ ଏବଂ ଇରାନ ପାଇଁ ଆଇଟିଏଫ୍ର ନେଟୱାର୍କ ସଂଯୋଜକ ମହମ୍ମଦ ଆରାଚେଦି କହିଛନ୍ତି, ପରିସ୍ଥିତି ଅତ୍ୟନ୍ତ ଅସ୍ୱାଭାବିକ ଏବଂ ସବୁଠି ଭୟର ବାତାବରଣ ରହିଛି। ମୁଁ ରାତି ୨ଟା କିମ୍ବା ୩ଟାରେ ମଧ୍ୟ ନାବିକମାନଙ୍କଠାରୁ ଫୋନ୍ ପାଉଛି। ଇଣ୍ଟରନେଟ୍ ପାଇବା ମାତ୍ରେ ସେମାନେ ତୁରନ୍ତ ଫୋନ୍ କରୁଛନ୍ତି। ଜଣେ ନାବିକ ଭୟଭୀତ ହୋଇ ଡାକି କହିଛନ୍ତି, ଆମେ ଏଠାରେ ବୋମାମାଡ଼ ହେଉଥିବା ଅଞ୍ଚଳରେ ପଡ଼ିଛୁ। ଆମେ ମରିବାକୁ ଚାହୁଁନାହୁଁ। ଦୟାକରି ଆମକୁ ସାହାଯ୍ୟ କରନ୍ତୁ। ଆମକୁ ଏଠାରୁ ବାହାର କରନ୍ତୁ। ବୋମା ମାଡ଼ରୁ ଆମେ ବଞ୍ଚିଗଲେ ବି ଭୋଷ ଶୋଷରେ ମରିଯିବୁ ।
What's Your Reaction?



