କେନ୍ଦ୍ର ସରକାରଙ୍କୁ ସୁପ୍ରିମକୋର୍ଟଙ୍କ ପରାମର୍ଶ, ପିତୃତ୍ୱ ଛୁଟି ପାଇଁ ଆଇନ ଆଣ
କନକ ବ୍ୟୁରୋ : ବୁଧବାର ଏକ ଯୁଗାନ୍ତକାରୀ ଶୁଣାଣି ସମୟରେ ସର୍ବୋଚ୍ଚ ନ୍ୟାୟାଳୟ ସ୍ପଷ୍ଟ କରିଛନ୍ତି ଯେ, ସନ୍ତାନର ଲାଳନପାଳନ କେବଳ ମା’ଙ୍କ କାମ ନୁହେଁ, ବରଂ ଏହା ଉଭୟ ପିତାମାତାଙ୍କ ମିଳିତ ଦାୟିତ୍ୱ। ପିଲାର ମାନସିକ ଓ ଶାରୀରିକ ବିକାଶରେ ପିତାଙ୍କ ଭୂମିକାକୁ କୌଣସି ଗୁଣରେ କମ୍ କରାଯାଇ ପାରିବ ନାହିଁ। ଏହାକୁ ଦୃଷ୍ଟିରେ ରଖି ''ପିତୃତ୍ୱ ଛୁଟି'' (ପାର୍ଟରନିଟି ଲିଭ୍) କୁ ଏକ ସାମାଜିକ ସୁରକ୍ଷା ଅଧିକାର ଭାବେ ମାନ୍ୟତା ଦେବା ପାଇଁ କେନ୍ଦ୍ର ସରକାର ନୂତନ ଆଇନ ପ୍ରଣୟନ କରିବା ଉଚିତ ବୋଲି କୋର୍ଟ ପରାମର୍ଶ ଦେଇଛନ୍ତି। ବିଚାରପତି ଜେ.ବି. ପାର୍ଦିୱାଲା ଓ ଆର. ମହାଦେବନଙ୍କ ଖଣ୍ଡପୀଠ ଶିଶୁ ପାଳନକୁ ଏକ ‘ମିଳିତ ଦାୟିତ୍ୱ’ ଭାବେ ଅଭିହିତ କରିଛନ୍ତି। ଅଧିକ ପଢ଼ନ୍ତୁ : ବଢିବ ପିତୃତ୍ୱ ଛୁଟି ଅବଧି! ଅବକାଶ ବଢାଇବା ପାଇଁ ବିଶେଷଜ୍ଞଙ୍କ ପରାମର୍ଶ। କୋର୍ଟଙ୍କ କହିବା ଅନୁଯାୟୀ, ଶିଶୁର ଜୀବନର ପ୍ରଥମ କିଛି ବର୍ଷ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ। ଯଦି ପିତା ଏହି ସମୟରେ ପିଲା ସହ ସମୟ ନ ବିତାଇବେ, ତେବେ ଉଭୟ ଏକ ସ୍ନେହପୂର୍ଣ୍ଣ ସମ୍ପର୍କରୁ ବଞ୍ଚିତ ହେବେ। ଶିଶୁର ଶାରୀରିକ ଓ ମାନସିକ ବିକାଶରେ ପିତାଙ୍କ ଭୂମିକାକୁ ଅଣଦେଖା କରିବା ଅନ୍ୟାୟ। ପିତାମାତା ହେବା ଏକ ସାମୂହିକ ଦାୟିତ୍ୱ। ଜନ୍ମ କିମ୍ବା ପୋଷ୍ୟ ଗ୍ରହଣ ସମୟରେ ମା’ଙ୍କୁ ପାରିବାରିକ ଏବଂ ମାନସିକ ସମର୍ଥନ ଦେବାରେ ବି ପିତାଙ୍କ ଛୁଟି ସହାୟକ ହେବ। ତେଣୁ ପିଲାମାନଙ୍କର ସାମଗ୍ରିକ ବିକାଶରେ ପିତାଙ୍କ ସମାନ ଗୁରୁତ୍ୱପୂର୍ଣ୍ଣ ଭୂମିକାକୁ ଅଣଦେଖା କରିବା ନ୍ୟାୟସଙ୍ଗତ ନୁହେଁ, ଏହା ଏକ ମିଳିତ ଦାୟିତ୍ୱ ବୋଲି ସୁପ୍ରିମକୋର୍ଟ କହିଛନ୍ତି। ଏହି ଐତିହାସିକ ପର୍ୟ୍ୟବେକ୍ଷଣ ଆଗାମୀ ଦିନରେ କର୍ମକ୍ଷେତ୍ରରେ ଲିଙ୍ଗଗତ ସମାନତା ଏବଂ ପାରିବାରିକ ସଂହତି କ୍ଷେତ୍ରରେ ଏକ ବଡ଼ ପରିବର୍ତ୍ତନ ଆଣିବ ବୋଲି ଆଶା କରାଯାଉଛି।

କନକ ବ୍ୟୁରୋ : ବୁଧବାର ଏକ ଯୁଗାନ୍ତକାରୀ ଶୁଣାଣି ସମୟରେ ସର୍ବୋଚ୍ଚ ନ୍ୟାୟାଳୟ ସ୍ପଷ୍ଟ କରିଛନ୍ତି ଯେ, ସନ୍ତାନର ଲାଳନପାଳନ କେବଳ ମା’ଙ୍କ କାମ ନୁହେଁ, ବରଂ ଏହା ଉଭୟ ପିତାମାତାଙ୍କ ମିଳିତ ଦାୟିତ୍ୱ। ପିଲାର ମାନସିକ ଓ ଶାରୀରିକ ବିକାଶରେ ପିତାଙ୍କ ଭୂମିକାକୁ କୌଣସି ଗୁଣରେ କମ୍ କରାଯାଇ ପାରିବ ନାହିଁ। ଏହାକୁ ଦୃଷ୍ଟିରେ ରଖି ''ପିତୃତ୍ୱ ଛୁଟି'' (ପାର୍ଟରନିଟି ଲିଭ୍) କୁ ଏକ ସାମାଜିକ ସୁରକ୍ଷା ଅଧିକାର ଭାବେ ମାନ୍ୟତା ଦେବା ପାଇଁ କେନ୍ଦ୍ର ସରକାର ନୂତନ ଆଇନ ପ୍ରଣୟନ କରିବା ଉଚିତ ବୋଲି କୋର୍ଟ ପରାମର୍ଶ ଦେଇଛନ୍ତି। ବିଚାରପତି ଜେ.ବି. ପାର୍ଦିୱାଲା ଓ ଆର. ମହାଦେବନଙ୍କ ଖଣ୍ଡପୀଠ ଶିଶୁ ପାଳନକୁ ଏକ ‘ମିଳିତ ଦାୟିତ୍ୱ’ ଭାବେ ଅଭିହିତ କରିଛନ୍ତି।
ଅଧିକ ପଢ଼ନ୍ତୁ : ବଢିବ ପିତୃତ୍ୱ ଛୁଟି ଅବଧି! ଅବକାଶ ବଢାଇବା ପାଇଁ ବିଶେଷଜ୍ଞଙ୍କ ପରାମର୍ଶ।
କୋର୍ଟଙ୍କ କହିବା ଅନୁଯାୟୀ, ଶିଶୁର ଜୀବନର ପ୍ରଥମ କିଛି ବର୍ଷ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ। ଯଦି ପିତା ଏହି ସମୟରେ ପିଲା ସହ ସମୟ ନ ବିତାଇବେ, ତେବେ ଉଭୟ ଏକ ସ୍ନେହପୂର୍ଣ୍ଣ ସମ୍ପର୍କରୁ ବଞ୍ଚିତ ହେବେ। ଶିଶୁର ଶାରୀରିକ ଓ ମାନସିକ ବିକାଶରେ ପିତାଙ୍କ ଭୂମିକାକୁ ଅଣଦେଖା କରିବା ଅନ୍ୟାୟ। ପିତାମାତା ହେବା ଏକ ସାମୂହିକ ଦାୟିତ୍ୱ। ଜନ୍ମ କିମ୍ବା ପୋଷ୍ୟ ଗ୍ରହଣ ସମୟରେ ମା’ଙ୍କୁ ପାରିବାରିକ ଏବଂ ମାନସିକ ସମର୍ଥନ ଦେବାରେ ବି ପିତାଙ୍କ ଛୁଟି ସହାୟକ ହେବ। ତେଣୁ ପିଲାମାନଙ୍କର ସାମଗ୍ରିକ ବିକାଶରେ ପିତାଙ୍କ ସମାନ ଗୁରୁତ୍ୱପୂର୍ଣ୍ଣ ଭୂମିକାକୁ ଅଣଦେଖା କରିବା ନ୍ୟାୟସଙ୍ଗତ ନୁହେଁ, ଏହା ଏକ ମିଳିତ ଦାୟିତ୍ୱ ବୋଲି ସୁପ୍ରିମକୋର୍ଟ କହିଛନ୍ତି। ଏହି ଐତିହାସିକ ପର୍ୟ୍ୟବେକ୍ଷଣ ଆଗାମୀ ଦିନରେ କର୍ମକ୍ଷେତ୍ରରେ ଲିଙ୍ଗଗତ ସମାନତା ଏବଂ ପାରିବାରିକ ସଂହତି କ୍ଷେତ୍ରରେ ଏକ ବଡ଼ ପରିବର୍ତ୍ତନ ଆଣିବ ବୋଲି ଆଶା କରାଯାଉଛି।
What's Your Reaction?



