ଦୀର୍ଘାୟୁ ହେବାର ସହଜ ମନ୍ତ୍ର : ସପ୍ତାହକୁ ମାତ୍ର ୧୫୦ ମିନିଟ୍ ବ୍ୟାୟାମ ବଦଳାଇ ଦେବ ଆପଣଙ୍କ ଜୀବନ !

କନକ ବ୍ୟୁରୋ : ଗବେଷଣାରୁ ଏକ ଆଶାଜନକ ତଥ୍ୟ ମିଳିଛି ଯେ  ସୁସ୍ଥ ଜୀବନ ପାଇଁ ସପ୍ତାହକୁ ମାତ୍ର ୧୫୦ ମିନିଟର ବ୍ୟାୟାମ ଯଥେଷ୍ଟ ,  ଲମ୍ୱା ଜୀବନ ପାଇଁ  କଠିନ ପରିଶ୍ରମ ନୁହେଁ ବରଂ ନିୟମିତ ଅଳ୍ପ ସମୟର ବ୍ୟାୟାମ ଦରକାର । ଆମେରିକାନ୍ ମେଡିକାଲ ଆସେସିଏସନ୍  ଦ୍ୱରା ପ୍ରକାଶିତ ଏକ ବୃହତ ଅଧ୍ୟୟନରୁ ଜଣାପଡ଼ିଛି  ଯେ ଯଦି କେହି ବ୍ୟକ୍ତି ୧୫୦ ମିନିଟ ବ୍ୟାୟାମ କିମ୍ୱା ସେହି ଧରଣର କିଛି ଶାରୀରିକ ପରିଶ୍ରମ କରନ୍ତି ତେବେ  ଅକାଳ ମୃତ୍ୟୁ ର ଆଶଙ୍କା କମିଯାଏ । ବିଷେଷକରି ଯେଉଁମାନେ  ଆଦୌ ବ୍ୟାୟାମ କରୁନାହାନ୍ତି ,ସେମାନଙ୍କ ତୁଳନାରେ ବ୍ୟାୟାମ କରୁଥିବା ବ୍ୟକ୍ତି ଅଧିକ ସୁସ୍ଥ ରହୁଥିବାର ଜଣାପଡିଛି  । ଆସନ୍ତୁ ଜାଣିବା କେତେ ସମୟର ବ୍ୟାୟାମ ଆବଶ୍ୟକ ଏବଂ କଣ ? ଏବଂ କଣ କଣ କରିପାରିବା ?   ଏକ ଅଧ୍ୟୟନ ଅନୁଯାୟୀ, ଦୈନିକ ପ୍ରାୟ ୩୦ ମିନିଟ୍ କରି ସପ୍ତାହକୁ ୫ ଦିନ ବ୍ୟାୟାମ କରିବା ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ। ଏଥିପାଇଁ ଆପଣ ଏହି ଚାରୋଟି ସହଜ ଉପାୟ ଆପଣାଇ ପାରିବେ  । ଦ୍ରୁତ ଗତିରେ ଚାଲିବା (Brisk Walking)ଏମିତି ଚାଲନ୍ତୁ ଯେପରି ଆପଣଙ୍କ ହୃଦସ୍ପନ୍ଦନ ବଢ଼ିବ ଏବଂ ଝାଳ ବାହାରିବ, କିନ୍ତୁ ଆପଣ କଥା ହୋଇପାରୁଥିବେ । ଘଣ୍ଟାକୁ ପ୍ରାୟ ୫-୬ କିଲୋମିଟର ବେଗରେ ଚାଲିବା ଉଚିତ୍ ।  ଆଉମଧ୍ୟ ଆପଣ  ସାଇକେଲ ଚଲାଇ ପାରିବେ (Cycling) ବାହାରେ କିମ୍ବା ଘରେ ଷ୍ଟେସନାରୀ ସାଇକେଲ୍ ସାହାଯ୍ୟରେ ସ୍ଥିର ଗତିରେ ସାଇକେଲ ଚଲାନ୍ତୁ ଏହା ମଧ୍ୟ ଆପଣଙ୍କୁ ସୁସ୍ଥ ରଖିବ।   ଆହୁରି ପଢ଼ନ୍ତୁ: ଦିନଟି ଆପଣଙ୍କର କିପରି କଟିବ ? ଆଜିର ରାଶିଫଳରୁ ଜାଣନ୍ତୁ ଦିନର ଶୁଭ-ଅଶୁଭ ଖବର ପହଁରିବା  (Swimming) ପାଣିରେ କମସେ କମ୍ ୨୦-୩୦ ମିନିଟ୍ ପହଁରିବା ଦ୍ୱାରା ଶରୀରର ସମସ୍ତ ମାଂସପେଶୀ ସକ୍ରିୟ ରହେ ।  ଏବଂ ଅନ୍ୟତମ ଉପାୟ ହେଉଛି  ନୃତ୍ୟ (Dancing) ଜୁମ୍ବା, ସାଲସା କିମ୍ବା ମନପସନ୍ଦର ସଙ୍ଗୀତରେ ୩୦ ମିନିଟ୍ ନୃତ୍ୟ କରି ମଧ୍ୟ ନିଜକୁ ଫିଟ୍ ରଖିହେବ।ଅଧିକ ପରିଶ୍ରମ, ଅଧିକ ଫାଇଦା ଦେଇଥାଏ  ।ଗବେଷଣାରୁ ଏହା ମଧ୍ୟ ଜଣାପଡିଛି ଯେ, ଯେଉଁମାନେ ସପ୍ତାହକୁ ୩୦୦ ରୁ ୬୦୦ ମିନିଟ୍ ବ୍ୟାୟାମ କରୁଛନ୍ତି, ସେମାନଙ୍କ କ୍ଷେତ୍ରରେ ମୃତ୍ୟୁ ଆଶଙ୍କା ୨୬-୩୧% ପର୍ଯ୍ୟନ୍ତ କମ୍ ରହୁଛି। ପୂର୍ବରୁ ବ୍ୟାୟାମ କରୁନଥିବା ବ୍ୟକ୍ତି ଯଦି ଏବେ ମଧ୍ୟ ନିଜ ଜୀବନଶୈଳୀରେ ପରିବର୍ତ୍ତନ ଆଣନ୍ତି, ତେବେ ସେମାନେ ମଧ୍ୟ ଏହାର ସୁଫଳ ପାଇପାରିବେ ।

Mar 15, 2026 - 08:56
 0  2
ଦୀର୍ଘାୟୁ ହେବାର ସହଜ ମନ୍ତ୍ର : ସପ୍ତାହକୁ ମାତ୍ର ୧୫୦ ମିନିଟ୍ ବ୍ୟାୟାମ ବଦଳାଇ ଦେବ ଆପଣଙ୍କ ଜୀବନ !

କନକ ବ୍ୟୁରୋ : ଗବେଷଣାରୁ ଏକ ଆଶାଜନକ ତଥ୍ୟ ମିଳିଛି ଯେ  ସୁସ୍ଥ ଜୀବନ ପାଇଁ ସପ୍ତାହକୁ ମାତ୍ର ୧୫୦ ମିନିଟର ବ୍ୟାୟାମ ଯଥେଷ୍ଟ ,  ଲମ୍ୱା ଜୀବନ ପାଇଁ  କଠିନ ପରିଶ୍ରମ ନୁହେଁ ବରଂ ନିୟମିତ ଅଳ୍ପ ସମୟର ବ୍ୟାୟାମ ଦରକାର । ଆମେରିକାନ୍ ମେଡିକାଲ ଆସେସିଏସନ୍  ଦ୍ୱରା ପ୍ରକାଶିତ ଏକ ବୃହତ ଅଧ୍ୟୟନରୁ ଜଣାପଡ଼ିଛି  ଯେ ଯଦି କେହି ବ୍ୟକ୍ତି ୧୫୦ ମିନିଟ ବ୍ୟାୟାମ କିମ୍ୱା ସେହି ଧରଣର କିଛି ଶାରୀରିକ ପରିଶ୍ରମ କରନ୍ତି ତେବେ  ଅକାଳ ମୃତ୍ୟୁ ର ଆଶଙ୍କା କମିଯାଏ । ବିଷେଷକରି ଯେଉଁମାନେ  ଆଦୌ ବ୍ୟାୟାମ କରୁନାହାନ୍ତି ,ସେମାନଙ୍କ ତୁଳନାରେ ବ୍ୟାୟାମ କରୁଥିବା ବ୍ୟକ୍ତି ଅଧିକ ସୁସ୍ଥ ରହୁଥିବାର ଜଣାପଡିଛି  । ଆସନ୍ତୁ ଜାଣିବା କେତେ ସମୟର ବ୍ୟାୟାମ ଆବଶ୍ୟକ ଏବଂ କଣ ? ଏବଂ କଣ କଣ କରିପାରିବା ? 

 ଏକ ଅଧ୍ୟୟନ ଅନୁଯାୟୀ, ଦୈନିକ ପ୍ରାୟ ୩୦ ମିନିଟ୍ କରି ସପ୍ତାହକୁ ୫ ଦିନ ବ୍ୟାୟାମ କରିବା ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ। ଏଥିପାଇଁ ଆପଣ ଏହି ଚାରୋଟି ସହଜ ଉପାୟ ଆପଣାଇ ପାରିବେ  । ଦ୍ରୁତ ଗତିରେ ଚାଲିବା (Brisk Walking)ଏମିତି ଚାଲନ୍ତୁ ଯେପରି ଆପଣଙ୍କ ହୃଦସ୍ପନ୍ଦନ ବଢ଼ିବ ଏବଂ ଝାଳ ବାହାରିବ, କିନ୍ତୁ ଆପଣ କଥା ହୋଇପାରୁଥିବେ । ଘଣ୍ଟାକୁ ପ୍ରାୟ ୫-୬ କିଲୋମିଟର ବେଗରେ ଚାଲିବା ଉଚିତ୍ ।  ଆଉମଧ୍ୟ ଆପଣ  ସାଇକେଲ ଚଲାଇ ପାରିବେ (Cycling) ବାହାରେ କିମ୍ବା ଘରେ ଷ୍ଟେସନାରୀ ସାଇକେଲ୍ ସାହାଯ୍ୟରେ ସ୍ଥିର ଗତିରେ ସାଇକେଲ ଚଲାନ୍ତୁ ଏହା ମଧ୍ୟ ଆପଣଙ୍କୁ ସୁସ୍ଥ ରଖିବ। 

 ଆହୁରି ପଢ଼ନ୍ତୁ: ଦିନଟି ଆପଣଙ୍କର କିପରି କଟିବ ? ଆଜିର ରାଶିଫଳରୁ ଜାଣନ୍ତୁ ଦିନର ଶୁଭ-ଅଶୁଭ ଖବର

ପହଁରିବା  (Swimming) ପାଣିରେ କମସେ କମ୍ ୨୦-୩୦ ମିନିଟ୍ ପହଁରିବା ଦ୍ୱାରା ଶରୀରର ସମସ୍ତ ମାଂସପେଶୀ ସକ୍ରିୟ ରହେ ।  ଏବଂ ଅନ୍ୟତମ ଉପାୟ ହେଉଛି  ନୃତ୍ୟ (Dancing) ଜୁମ୍ବା, ସାଲସା କିମ୍ବା ମନପସନ୍ଦର ସଙ୍ଗୀତରେ ୩୦ ମିନିଟ୍ ନୃତ୍ୟ କରି ମଧ୍ୟ ନିଜକୁ ଫିଟ୍ ରଖିହେବ।ଅଧିକ ପରିଶ୍ରମ, ଅଧିକ ଫାଇଦା ଦେଇଥାଏ  ।ଗବେଷଣାରୁ ଏହା ମଧ୍ୟ ଜଣାପଡିଛି ଯେ, ଯେଉଁମାନେ ସପ୍ତାହକୁ ୩୦୦ ରୁ ୬୦୦ ମିନିଟ୍ ବ୍ୟାୟାମ କରୁଛନ୍ତି, ସେମାନଙ୍କ କ୍ଷେତ୍ରରେ ମୃତ୍ୟୁ ଆଶଙ୍କା ୨୬-୩୧% ପର୍ଯ୍ୟନ୍ତ କମ୍ ରହୁଛି। ପୂର୍ବରୁ ବ୍ୟାୟାମ କରୁନଥିବା ବ୍ୟକ୍ତି ଯଦି ଏବେ ମଧ୍ୟ ନିଜ ଜୀବନଶୈଳୀରେ ପରିବର୍ତ୍ତନ ଆଣନ୍ତି, ତେବେ ସେମାନେ ମଧ୍ୟ ଏହାର ସୁଫଳ ପାଇପାରିବେ ।

What's Your Reaction?

like

dislike

love

funny

angry

sad

wow