ଏସ୍‌ସିବିରେ ପୁଣି ଅଗ୍ନିକାଣ୍ଡ , ନନ୍ ଟ୍ରମାରେ ସର୍ଟ ସର୍କିଟ ଯୋଗୁଁ ଲାଗିଲା ନିଆଁ

କନକ ବ୍ୟୁରୋ:ଏସ୍‌ସିବିରେ ପୁଣି ଅଗ୍ନିକାଣ୍ଡ। ନନ୍‌ ଟ୍ରମାରେ ସର୍ଟସର୍କିଟରୁ ଜଳିଗଲା ଇଲେକ୍ଟ୍ରିକ୍ ବୋର୍ଡ । ଅଘଟଣରେ କେହି ମୃତହାତ ହୋଇ ନଥିବା ସୂଚନା । ରବିବାର ବିଳମ୍ବିତ ରାତିରେ ଟ୍ରମା କେୟାର ଆଇସିୟୁର ପ୍ରଥମ ମହଲାରେ ଅଗ୍ନିକାଣ୍ଡ ଘଟି ୧୩ ଜଣଙ୍କ ଜୀବନ ଯାଇଛି। ଆଉ ଏହି ଘଟଣାକୁ ୨ ଦିନ ବି ହୋଇନି । ପୁଣି ବଡ଼ ମେଡିକାଲରେ ଅଗ୍ନିକାଣ୍ଡ, ମେଡିକାଲରେ ରୋଗୀଙ୍କ ସୁରକ୍ଷା ବ୍ୟବସ୍ଥାକୁ ନେଇ ପୁଣି ପ୍ରଶ୍ନବାଚୀ ସୃଷ୍ଟି କରିଛି।  ଏହା ପୂର୍ବରୁ କଟକ ଏସସିବି ମେଡିକାଲ କଲେଜ ଓ ହସପିଟାଲରେ ଏକ ହୃଦୟବିଦାରକ ଅଗ୍ନିକାଣ୍ଡ ଘଟିଥିଲା  । ବିଦ୍ୟୁତ ସର୍ଟସର୍କିଟ ଯୋଗୁଁ ମେଡିକାଲର ଟ୍ରମା କେୟାର ୟୁନିଟରେ ଏହି ଭୟଙ୍କର ଅଘଟଣ ଘଟିଥିଲା  । ଏହି ଦୁର୍ଘଟଣାରେ ୧୩ଜଣ ରୋଗୀଙ୍କ ମୃତ୍ୟୁ ହୋଇଥିବା ସ୍ପଷ୍ଟ ହୋଇଥିଲା । ସେମାନଙ୍କ ମଧ୍ୟରୁ ୭ ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ୪ଜଣ ଚିକିତ୍ସାଧୀନ ଅବସ୍ଥାରେ ପ୍ରାଣ ହରାଇଥିଲେ ।  ଆହୁରି ପଢ଼ନ୍ତୁ : ଭାରତୀୟଙ୍କ ପାଇଁ ଖୁସି ଖବର, ହର୍ମୁଜ ପ୍ରଣାଳୀ ପାର ହୋଇ ଭାରତ ପହଂଚିଲା ତୈଳ ଟ୍ୟାଙ୍କର

Mar 18, 2026 - 19:36
 0  2
ଏସ୍‌ସିବିରେ ପୁଣି ଅଗ୍ନିକାଣ୍ଡ , ନନ୍ ଟ୍ରମାରେ ସର୍ଟ ସର୍କିଟ ଯୋଗୁଁ ଲାଗିଲା ନିଆଁ

କନକ ବ୍ୟୁରୋ:ଏସ୍‌ସିବିରେ ପୁଣି ଅଗ୍ନିକାଣ୍ଡ। ନନ୍‌ ଟ୍ରମାରେ ସର୍ଟସର୍କିଟରୁ ଜଳିଗଲା ଇଲେକ୍ଟ୍ରିକ୍ ବୋର୍ଡ । ଅଘଟଣରେ କେହି ମୃତହାତ ହୋଇ ନଥିବା ସୂଚନା । ରବିବାର ବିଳମ୍ବିତ ରାତିରେ ଟ୍ରମା କେୟାର ଆଇସିୟୁର ପ୍ରଥମ ମହଲାରେ ଅଗ୍ନିକାଣ୍ଡ ଘଟି ୧୩ ଜଣଙ୍କ ଜୀବନ ଯାଇଛି। ଆଉ ଏହି ଘଟଣାକୁ ୨ ଦିନ ବି ହୋଇନି । ପୁଣି ବଡ଼ ମେଡିକାଲରେ ଅଗ୍ନିକାଣ୍ଡ, ମେଡିକାଲରେ ରୋଗୀଙ୍କ ସୁରକ୍ଷା ବ୍ୟବସ୍ଥାକୁ ନେଇ ପୁଣି ପ୍ରଶ୍ନବାଚୀ ସୃଷ୍ଟି କରିଛି। 

ଏହା ପୂର୍ବରୁ କଟକ ଏସସିବି ମେଡିକାଲ କଲେଜ ଓ ହସପିଟାଲରେ ଏକ ହୃଦୟବିଦାରକ ଅଗ୍ନିକାଣ୍ଡ ଘଟିଥିଲା  । ବିଦ୍ୟୁତ ସର୍ଟସର୍କିଟ ଯୋଗୁଁ ମେଡିକାଲର ଟ୍ରମା କେୟାର ୟୁନିଟରେ ଏହି ଭୟଙ୍କର ଅଘଟଣ ଘଟିଥିଲା  । ଏହି ଦୁର୍ଘଟଣାରେ ୧୩ଜଣ ରୋଗୀଙ୍କ ମୃତ୍ୟୁ ହୋଇଥିବା ସ୍ପଷ୍ଟ ହୋଇଥିଲା । ସେମାନଙ୍କ ମଧ୍ୟରୁ ୭ ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ୪ଜଣ ଚିକିତ୍ସାଧୀନ ଅବସ୍ଥାରେ ପ୍ରାଣ ହରାଇଥିଲେ ।

 ଆହୁରି ପଢ଼ନ୍ତୁ : ଭାରତୀୟଙ୍କ ପାଇଁ ଖୁସି ଖବର, ହର୍ମୁଜ ପ୍ରଣାଳୀ ପାର ହୋଇ ଭାରତ ପହଂଚିଲା ତୈଳ ଟ୍ୟାଙ୍କର

What's Your Reaction?

like

dislike

love

funny

angry

sad

wow