ଖୁବଶୀଘ୍ର ଖୋଲିବ ହର୍ମୁଜ୍ ପ୍ରଣାଳୀ: ଡୋନାଲ୍ଡ ଟ୍ରମ୍ପଙ୍କ ଦାବି
କନକ ବ୍ୟୁରୋ : ଖୁବଶୀଘ୍ର ଖୋଲିବ ହର୍ମୁଜ୍ ପ୍ରଣାଳୀ । ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦାବି । ବହୁ ଦେଶ ହର୍ମୁଜକୁ ଯୁଦ୍ଧଜାହାଜ ପଠାଇବେ ବୋଲି କହିଛନ୍ତି ଡୋନାଲ୍ଡ ଟ୍ରମ୍ପ । ବିଶ୍ବ ପରିବହନ ଏହି ଜଳ ମାର୍ଗକୁ ମୁକ୍ତ ଏବଂ ସୁରକ୍ଷିତ କରିବାକୁ ଆହ୍ବାନ ଦେଇଛନ୍ତି ଆମେରିକା ରାଷ୍ଟ୍ରପତି । ଟ୍ରମ୍ପ କହିଛନ୍ତି, ଅନେକ ଦେଶ, ବିଶେଷକରି ଯେଉଁମାନେ ଇରାନ୍ର ହର୍ମୁଜ୍ ପ୍ରଣାଳୀ ବନ୍ଦ କରିବାର ଚେଷ୍ଟାରେ ପ୍ରଭାବିତ ହୋଇଛନ୍ତି, ସେମାନେ ଯୁକ୍ତରାଷ୍ଟ୍ର ଆମେରିକା ସହିତ ମିଶି ଯୁଦ୍ଧଜାହାଜ ପଠାଇବେ । ଚୀନ୍, ଫ୍ରାନ୍ସ, ଜାପାନ୍, ଦକ୍ଷିଣ କୋରିଆ, ବ୍ରିଟେନ୍ ଏବଂ ଅନ୍ୟାନ୍ୟ ଦେଶମାନେ ଯୁଦ୍ଧ ଜାହାଜ ପଠାଇବେ ବୋଲି କହିଛନ୍ତି ଆମେରିକା ରାଷ୍ଟ୍ରପତି । ଇରାନ୍ର ସାମରିକ କ୍ଷମତାକୁ ୧୦୦% ଧ୍ୱଂସ କରିଦେଇଥିବା ଟ୍ରମ୍ପ ଦାବି କରିଛନ୍ତି। ସେମାନେ ଗୋଟିଏ ଦୁଇଟି ଡ୍ରୋନ୍ ଏବଂ ମାଇନ୍ସ, ନିକଟବର୍ତ୍ତୀ ଦୂରତ୍ୱର ମିସାଇଲ୍ ଦ୍ବାରା ଏହି ଜଳପଥକୁ ବନ୍ଦ କରିବାକୁ ଚେଷ୍ଟା କରୁଛନ୍ତି । ଆଶା କରାଯାଉଛି ଚୀନ୍, ଫ୍ରାନ୍ସ, ଜାପାନ୍, ଦକ୍ଷିଣ କୋରିଆ, ଯୁକେ ଅନ୍ୟ ଦେଶ, ଯେଉଁମାନେ ଏହି କୃତ୍ରିମ ବାଧାରେ ପ୍ରଭାବିତ ହୋଇଛନ୍ତି ସେମାନେ ଏହି ଅଞ୍ଚଳକୁ ଜାହାଜ ପଠାଇବେ । ଯାହାଦ୍ୱାରା ହର୍ମୁଜ୍ ପ୍ରଣାଳୀ ଆଉ କୌଣସି ଦେଶର ଭୟର କାରଣ ହେବ ନାହିଁ, ହର୍ମୋଜକୁ ସମ୍ପୁର୍ଣ୍ଣ ମୁକ୍ତ କରାଯିବ । ହର୍ମୁଜ୍ ଉପକୂଳରେ ଆମେରିକା ଭୟଙ୍କର ବୋମା ବର୍ଷଣ କରିବା ସହ ଇରାନୀୟ ନୌକା ଓ ଜାହାଜଗୁଡ଼ିକୁ ଧ୍ୱଂସ କରିବ । ନହେଲେ ଅନ୍ୟ ଉପାୟରେ, ଶୀଘ୍ର ହର୍ମୁଜ୍ ପ୍ରଣାଳୀ ମୁକ୍ତ କରାଯିବ ବୋଲି କହିଛନ୍ତି ଟ୍ରମ୍ପ । ଅଧିକ ପଢନ୍ତୁ : ମୃତ୍ୟୁକୁ ଚକମା ଦେଇ ହର୍ମୁଜ୍ ପ୍ରଣାଳୀରୁ ମୁମ୍ବାଇ ପହଞ୍ଚିଲା ଭାରତୀୟ ତୈଳ ଟ୍ୟାଙ୍କର୍ ଖୁବଶୀଘ୍ର ଖୋଲିବ ହର୍ମୁଜ୍ ପ୍ରଣାଳୀ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦାବିବହୁ ଦେଶ ହର୍ମୁଜକୁ ଯୁଦ୍ଧଜାହାଜ ପଠାଇବେ: ଟ୍ରମ୍ପ‘ବିଶ୍ବ ପରିବହନର ଏହି ଜଳ ମାର୍ଗକୁ ମୁକ୍ତ ଏବଂ ସୁରକ୍ଷିତ ହେବ’ ହର୍ମୁଜ୍ ପ୍ରଣାଳୀ ବନ୍ଦରେ ପ୍ରଭାବିତ ଦେଶ ପଠାଇବେ ଜାହାଜ ଆମେରିକା ସହିତ ମିଶି ଯୁଦ୍ଧଜାହାଜ ପଠାଇବେ ଅନ୍ୟ ଦେଶଚୀନ୍, ଫ୍ରାନ୍ସ, ଜାପାନ୍, ଦକ୍ଷିଣ କୋରିଆ, ବ୍ରିଟେନ୍ ପଠାଇବ ଜାହାଜଇରାନ୍ର ସାମରିକ କ୍ଷମତାକୁ ୧୦୦% ଧ୍ୱଂସ କରିଦେଇଥିବା ଟ୍ରମ୍ପଙ୍କ ଦାବି ହର୍ମୁଜ୍ ଉପକୂଳରେ ଆମେରିକା ଭୟଙ୍କର ବୋମା ବର୍ଷଣ କରିବ ଇରାନୀୟ ନୌକା ଓ ଜାହାଜଗୁଡ଼ିକୁ ଧ୍ୱଂସ କରିବ ଆମେରିକା ନହେଲେ ଅନ୍ୟ ଉପାୟରେ, ଶୀଘ୍ର ହର୍ମୁଜ୍ ପ୍ରଣାଳୀ ମୁକ୍ତ କରାଯିବ: ଟ୍ରମ୍ପଯୁଦ୍ଧ ୧୫ ଦିନରେ ପହଂଚିଥିବା ବେଳେ ଆକ୍ରମଣ ଜୋରଦାର ହୋଇଛିଖାର୍ଗ୍ ଦ୍ୱୀପରେ ଆକ୍ରମଣର କିଛି ଘଣ୍ଟା ପରେ ଯୁଏଇ ଉପରେ ଇରାନର ବୋମା ବର୍ଷୟୁଏଇର ମୁଖ୍ୟ ତୈଳ ଟର୍ମିନାଲ ଉପରେ ଡ୍ରୋନ ମାଡ କରିଛି ଇରାନ ସେନା। ୟୁଏଇର ମୁଖ୍ୟ ଶକ୍ତି କେନ୍ଦ୍ରରୁ ଗାଢ଼ କଳା ଧୂଆଁ ଉଠୁଥିବା ଦେଖାଯାଇଛି। ଏହି ବନ୍ଦର ଅଞ୍ଚଳର ତୈଳ ବ୍ୟବସାୟରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରେଏଠାରେ ୟୁଏଇର ଗୁରୁତ୍ୱପୂର୍ଣ୍ଣ ତୈଳ ରପ୍ତାନି ଟର୍ମିନାଲ୍ ରହିଛି। ସେପଟେ ଯୁକ୍ତରାଷ୍ଟ୍ର ସେନାର ଇରାନ୍ର ଖାର୍ଗ୍ ଦ୍ୱୀପରେ ବୋମା ବର୍ଷଣ କରିଛି୯୦ ଟି ଇରାନର ମିଲିଟାରି ଠିକଣା ଉପରେ ମିସାଇଲ ମାଡ଼ କରିଛି ଆମେରିକାଖାର୍ଗ୍ ଦ୍ୱୀପ ଇରାନ୍ର ତୈଳ ଶିଳ୍ପର ଏକ ଗୁରୁତ୍ୱପୂର୍ଣ୍ଣ କେନ୍ଦ୍ର ଅଟେ ଇରାନର ପ୍ରାୟ ସମସ୍ତ କ୍ରୁଡ୍ ଖାର୍ଗ୍ ଦ୍ୱୀପ ରପ୍ତାନି ହୋଇଥାଏଯୁଦ୍ଧ ୧୫ ଦିନରେ ଯୁଦ୍ଧରେ ୨୦୦୦ରୁ ଅଧିକ ଲୋକଙ୍କ ଜୀବନ ଯାଇଛି

କନକ ବ୍ୟୁରୋ : ଖୁବଶୀଘ୍ର ଖୋଲିବ ହର୍ମୁଜ୍ ପ୍ରଣାଳୀ । ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦାବି । ବହୁ ଦେଶ ହର୍ମୁଜକୁ ଯୁଦ୍ଧଜାହାଜ ପଠାଇବେ ବୋଲି କହିଛନ୍ତି ଡୋନାଲ୍ଡ ଟ୍ରମ୍ପ । ବିଶ୍ବ ପରିବହନ ଏହି ଜଳ ମାର୍ଗକୁ ମୁକ୍ତ ଏବଂ ସୁରକ୍ଷିତ କରିବାକୁ ଆହ୍ବାନ ଦେଇଛନ୍ତି ଆମେରିକା ରାଷ୍ଟ୍ରପତି । ଟ୍ରମ୍ପ କହିଛନ୍ତି, ଅନେକ ଦେଶ, ବିଶେଷକରି ଯେଉଁମାନେ ଇରାନ୍ର ହର୍ମୁଜ୍ ପ୍ରଣାଳୀ ବନ୍ଦ କରିବାର ଚେଷ୍ଟାରେ ପ୍ରଭାବିତ ହୋଇଛନ୍ତି, ସେମାନେ ଯୁକ୍ତରାଷ୍ଟ୍ର ଆମେରିକା ସହିତ ମିଶି ଯୁଦ୍ଧଜାହାଜ ପଠାଇବେ । ଚୀନ୍, ଫ୍ରାନ୍ସ, ଜାପାନ୍, ଦକ୍ଷିଣ କୋରିଆ, ବ୍ରିଟେନ୍ ଏବଂ ଅନ୍ୟାନ୍ୟ ଦେଶମାନେ ଯୁଦ୍ଧ ଜାହାଜ ପଠାଇବେ ବୋଲି କହିଛନ୍ତି ଆମେରିକା ରାଷ୍ଟ୍ରପତି ।
ଇରାନ୍ର ସାମରିକ କ୍ଷମତାକୁ ୧୦୦% ଧ୍ୱଂସ କରିଦେଇଥିବା ଟ୍ରମ୍ପ ଦାବି କରିଛନ୍ତି। ସେମାନେ ଗୋଟିଏ ଦୁଇଟି ଡ୍ରୋନ୍ ଏବଂ ମାଇନ୍ସ, ନିକଟବର୍ତ୍ତୀ ଦୂରତ୍ୱର ମିସାଇଲ୍ ଦ୍ବାରା ଏହି ଜଳପଥକୁ ବନ୍ଦ କରିବାକୁ ଚେଷ୍ଟା କରୁଛନ୍ତି । ଆଶା କରାଯାଉଛି ଚୀନ୍, ଫ୍ରାନ୍ସ, ଜାପାନ୍, ଦକ୍ଷିଣ କୋରିଆ, ଯୁକେ ଅନ୍ୟ ଦେଶ, ଯେଉଁମାନେ ଏହି କୃତ୍ରିମ ବାଧାରେ ପ୍ରଭାବିତ ହୋଇଛନ୍ତି ସେମାନେ ଏହି ଅଞ୍ଚଳକୁ ଜାହାଜ ପଠାଇବେ । ଯାହାଦ୍ୱାରା ହର୍ମୁଜ୍ ପ୍ରଣାଳୀ ଆଉ କୌଣସି ଦେଶର ଭୟର କାରଣ ହେବ ନାହିଁ, ହର୍ମୋଜକୁ ସମ୍ପୁର୍ଣ୍ଣ ମୁକ୍ତ କରାଯିବ । ହର୍ମୁଜ୍ ଉପକୂଳରେ ଆମେରିକା ଭୟଙ୍କର ବୋମା ବର୍ଷଣ କରିବା ସହ ଇରାନୀୟ ନୌକା ଓ ଜାହାଜଗୁଡ଼ିକୁ ଧ୍ୱଂସ କରିବ । ନହେଲେ ଅନ୍ୟ ଉପାୟରେ, ଶୀଘ୍ର ହର୍ମୁଜ୍ ପ୍ରଣାଳୀ ମୁକ୍ତ କରାଯିବ ବୋଲି କହିଛନ୍ତି ଟ୍ରମ୍ପ ।
ଅଧିକ ପଢନ୍ତୁ : ମୃତ୍ୟୁକୁ ଚକମା ଦେଇ ହର୍ମୁଜ୍ ପ୍ରଣାଳୀରୁ ମୁମ୍ବାଇ ପହଞ୍ଚିଲା ଭାରତୀୟ ତୈଳ ଟ୍ୟାଙ୍କର୍
ଖୁବଶୀଘ୍ର ଖୋଲିବ ହର୍ମୁଜ୍ ପ୍ରଣାଳୀ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦାବି
ବହୁ ଦେଶ ହର୍ମୁଜକୁ ଯୁଦ୍ଧଜାହାଜ ପଠାଇବେ: ଟ୍ରମ୍ପ
‘ବିଶ୍ବ ପରିବହନର ଏହି ଜଳ ମାର୍ଗକୁ ମୁକ୍ତ ଏବଂ ସୁରକ୍ଷିତ ହେବ’
ହର୍ମୁଜ୍ ପ୍ରଣାଳୀ ବନ୍ଦରେ ପ୍ରଭାବିତ ଦେଶ ପଠାଇବେ ଜାହାଜ
ଆମେରିକା ସହିତ ମିଶି ଯୁଦ୍ଧଜାହାଜ ପଠାଇବେ ଅନ୍ୟ ଦେଶ
ଚୀନ୍, ଫ୍ରାନ୍ସ, ଜାପାନ୍, ଦକ୍ଷିଣ କୋରିଆ, ବ୍ରିଟେନ୍ ପଠାଇବ ଜାହାଜ
ଇରାନ୍ର ସାମରିକ କ୍ଷମତାକୁ ୧୦୦% ଧ୍ୱଂସ କରିଦେଇଥିବା ଟ୍ରମ୍ପଙ୍କ ଦାବି
ହର୍ମୁଜ୍ ଉପକୂଳରେ ଆମେରିକା ଭୟଙ୍କର ବୋମା ବର୍ଷଣ କରିବ
ଇରାନୀୟ ନୌକା ଓ ଜାହାଜଗୁଡ଼ିକୁ ଧ୍ୱଂସ କରିବ ଆମେରିକା
ନହେଲେ ଅନ୍ୟ ଉପାୟରେ, ଶୀଘ୍ର ହର୍ମୁଜ୍ ପ୍ରଣାଳୀ ମୁକ୍ତ କରାଯିବ: ଟ୍ରମ୍ପ
ଯୁଦ୍ଧ ୧୫ ଦିନରେ ପହଂଚିଥିବା ବେଳେ ଆକ୍ରମଣ ଜୋରଦାର ହୋଇଛି
ଖାର୍ଗ୍ ଦ୍ୱୀପରେ ଆକ୍ରମଣର କିଛି ଘଣ୍ଟା ପରେ ଯୁଏଇ ଉପରେ ଇରାନର ବୋମା ବର୍ଷ
ୟୁଏଇର ମୁଖ୍ୟ ତୈଳ ଟର୍ମିନାଲ ଉପରେ ଡ୍ରୋନ ମାଡ କରିଛି ଇରାନ ସେନା।
ୟୁଏଇର ମୁଖ୍ୟ ଶକ୍ତି କେନ୍ଦ୍ରରୁ ଗାଢ଼ କଳା ଧୂଆଁ ଉଠୁଥିବା ଦେଖାଯାଇଛି।
ଏହି ବନ୍ଦର ଅଞ୍ଚଳର ତୈଳ ବ୍ୟବସାୟରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରେ
ଏଠାରେ ୟୁଏଇର ଗୁରୁତ୍ୱପୂର୍ଣ୍ଣ ତୈଳ ରପ୍ତାନି ଟର୍ମିନାଲ୍ ରହିଛି।
ସେପଟେ ଯୁକ୍ତରାଷ୍ଟ୍ର ସେନାର ଇରାନ୍ର ଖାର୍ଗ୍ ଦ୍ୱୀପରେ ବୋମା ବର୍ଷଣ କରିଛି
୯୦ ଟି ଇରାନର ମିଲିଟାରି ଠିକଣା ଉପରେ ମିସାଇଲ ମାଡ଼ କରିଛି ଆମେରିକା
ଖାର୍ଗ୍ ଦ୍ୱୀପ ଇରାନ୍ର ତୈଳ ଶିଳ୍ପର ଏକ ଗୁରୁତ୍ୱପୂର୍ଣ୍ଣ କେନ୍ଦ୍ର ଅଟେ
ଇରାନର ପ୍ରାୟ ସମସ୍ତ କ୍ରୁଡ୍ ଖାର୍ଗ୍ ଦ୍ୱୀପ ରପ୍ତାନି ହୋଇଥାଏ
ଯୁଦ୍ଧ ୧୫ ଦିନରେ ଯୁଦ୍ଧରେ ୨୦୦୦ରୁ ଅଧିକ ଲୋକଙ୍କ ଜୀବନ ଯାଇଛି
What's Your Reaction?



