RCB ଫ୍ୟାନ୍ସଙ୍କ ପାଇଁ ଖୁସିଖବର : ଖୋଲିଯିବ ଏହି ଷ୍ଟାଡିୟମ,ସରକାର ଦେଲେ ସବୁଜ ସଂକେତ

କନକ ବ୍ୟୁରୋ : ଇଣ୍ଡିଆନ୍ ପ୍ରିମିୟର ଲିଗର ପରବର୍ତ୍ତୀ ସିଜିନ୍ ୨୮ ମାର୍ଚ୍ଚରୁ ଆରମ୍ଭ ହେବାକୁ ଯାଉଛି । IPL ୨୦୨୬ ଆରମ୍ଭ ହେବା ପୂର୍ବରୁ ସମସ୍ତ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ପ୍ରଶଂସକଙ୍କ ପାଇଁ ଏକ ଭଲ ଖବର ସାମ୍ନାକୁ ଆସୁଛି । ଦଳ ନିର୍ଦ୍ଧାରିତ ସମୟ ଅନୁସାରେ ଏହାର ଘରୋଇ ମ୍ୟାଚ୍ ଖେଳିବ । ପୂର୍ବରୁ, ଏମ. ଚିନ୍ନାସ୍ୱାମୀ ଷ୍ଟାଡିୟମରେ ମ୍ୟାଚ୍ ମୁଣ୍ଡରେ ଖଣ୍ଡା ଝୁଲୁଥିଲା କିନ୍ତୁ ବର୍ତ୍ତମାନ କର୍ଣ୍ଣାଟକ ସରକାର KSCAକୁ ଅନୁମତି ପ୍ରଦାନ କରିଛନ୍ତି ।  ୨୦୨୫ ଟାଇଟଲ ବିଜୟ ପରେ କ୍ରିକେଟ ଫ୍ୟାନ୍ସଙ୍କ ମଧ୍ୟରେ ଦଳାଚକଟା ଯୋଗୁଁ ଉତ୍ସବର ପରିବେଶ ଶୋକରେ ବଦଳି ଯାଇଥିଲା । ଯେଉଁଥିରେ ୧୧ ଜଣ ନିରୀହ ଲୋକଙ୍କ ଜୀବନ ଚାଲି ଯାଇଥିଲା । ଗଣମାଧ୍ୟମରୁ ଆରମ୍ଭ କରି ସୋସିଆଲ୍ ମିଡିଆ ପର୍ଯ୍ୟନ୍ତ ଏହି ପ୍ରସଙ୍ଗକୁ ନେଇ ଚାରିଆଡ଼େ ଜୋର୍ ଧରିଥିଲା । ତେବେ ଏହି ସିଜିନର ପ୍ରଥମ ମ୍ୟାଚ୍ ବେଙ୍ଗାଲୁରୁର ଏମ୍ ଚିନ୍ନାସ୍ୱାମୀ ଷ୍ଟାଡିୟମରେ ଆରସିବି ଏବଂ ସନରାଇଜର୍ସ ହାଇଦ୍ରାବାଦ ମଧ୍ୟରେ ଖେଳାଯିବ । କେଏସସିଏ ସଚିବ ସନ୍ତୋଷ ମେନନ୍ ଗଣମାଧ୍ୟମକୁ ସାକ୍ଷାତକାର ଦେଇ କହିଛନ୍ତି ଯେ ବିଶେଷଜ୍ଞ କମିଟି ଷ୍ଟାଡିୟମର ଭିତ୍ତିଭୂମିରେ ସନ୍ତୁଷ୍ଟ ଅଛନ୍ତି । ମାର୍ଚ୍ଚ ୧୩ ତାରିଖରେ ଯାଞ୍ଚ ପାଇଁ ଏକ ମକ୍ ଡ୍ରିଲର ଆୟୋଜନ ମଧ୍ୟ କରାଯାଇଥିଲା । ଯାହା ପରେ କର୍ଣ୍ଣାଟକ ସରକାର ଷ୍ଟାଡିୟମରେ ମ୍ୟାଚ୍ ଖେଳିବା ପାଇଁ ସବୁଜ ସଙ୍କେତ ଦେଇଛନ୍ତି ।  ଆଗକୁ ପଢ଼ନ୍ତୁ : କେମିତି ବୁକ୍ କରିବେ IPL ଟିକେଟ୍ ? ଅନଲାଇନରୁ ଅଫଲାଇନ୍ , ଏଇଠି ମିଳିବ ସବୁ ଡିଟେଲ୍ସ KSCA ଦ୍ୱାରା ଜାରି ଏକ ଗଣମାଧ୍ୟମ ବିଜ୍ଞପ୍ତିରେ କୁହାଯାଇଛି, "ଆମେ ଏହା ଘୋଷଣା କରି ଖୁସି ଅନୁଭବ କରୁଛୁ। କର୍ଣ୍ଣାଟକ ଗୃହମନ୍ତ୍ରୀ ଡକ୍ଟର ଜି. ପରମେଶ୍ୱରଙ୍କ ଅଧ୍ୟକ୍ଷତାରେ KSCA, RCB ଏବଂ DNA ସହିତ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ଷ୍ଟାଡିୟମରେ ହୋଇଥିବା ପ୍ରସ୍ତୁତିର ବିଶେଷ ସମୀକ୍ଷା କରାଯାଇଥିଲା। ଏହା ଉପରେ ଆଧାର କରି ବିଶେଷଜ୍ଞ କମିଟି ଚିନ୍ନାସ୍ୱାମୀରେ IPL ମ୍ୟାଚ୍ ଆୟୋଜନ କରିବାକୁ ଅନୁମୋଦନ କରିଛି ।" ଏହି ଗ୍ରାଉଣ୍ଡରେ IPL ୨୦୨୬ ରେ ଅନେକ ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍ ଅନୁଷ୍ଠିତ ହେବ । IPL ର ପ୍ରଥମ ଏବଂ ଶେଷ ମ୍ୟାଚ୍ ଅର୍ଥାତ୍ ଫାଇନାଲ୍ ଏଠାରେ ଅନୁଷ୍ଠିତ ହେବ । ଉଦଘାଟନୀ ମ୍ୟାଚ୍ ବ୍ୟତୀତ RCB ଏହି ଗ୍ରାଉଣ୍ଡରେ ପାଞ୍ଚଟି ମ୍ୟାଚ୍ ଖେଳିବାର ଯୋଜନା ରହିଛି । ଅନ୍ୟ ବଳକା ଦୁଇଟି ମ୍ୟାଚ୍ ରାୟପୁରରେ ଖେଳାଯିବ । ଏହା ସହିତ ଗୋଟିଏ ପ୍ଲେଅଫ୍ ମ୍ୟାଚ୍ ମଧ୍ୟ ଚିନ୍ନାସ୍ୱାମୀରେ ଅନୁଷ୍ଠିତ ହେବ ।   

Mar 18, 2026 - 19:36
 0  2
RCB ଫ୍ୟାନ୍ସଙ୍କ ପାଇଁ ଖୁସିଖବର : ଖୋଲିଯିବ ଏହି ଷ୍ଟାଡିୟମ,ସରକାର ଦେଲେ ସବୁଜ ସଂକେତ

କନକ ବ୍ୟୁରୋ : ଇଣ୍ଡିଆନ୍ ପ୍ରିମିୟର ଲିଗର ପରବର୍ତ୍ତୀ ସିଜିନ୍ ୨୮ ମାର୍ଚ୍ଚରୁ ଆରମ୍ଭ ହେବାକୁ ଯାଉଛି । IPL ୨୦୨୬ ଆରମ୍ଭ ହେବା ପୂର୍ବରୁ ସମସ୍ତ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ପ୍ରଶଂସକଙ୍କ ପାଇଁ ଏକ ଭଲ ଖବର ସାମ୍ନାକୁ ଆସୁଛି । ଦଳ ନିର୍ଦ୍ଧାରିତ ସମୟ ଅନୁସାରେ ଏହାର ଘରୋଇ ମ୍ୟାଚ୍ ଖେଳିବ । ପୂର୍ବରୁ, ଏମ. ଚିନ୍ନାସ୍ୱାମୀ ଷ୍ଟାଡିୟମରେ ମ୍ୟାଚ୍ ମୁଣ୍ଡରେ ଖଣ୍ଡା ଝୁଲୁଥିଲା କିନ୍ତୁ ବର୍ତ୍ତମାନ କର୍ଣ୍ଣାଟକ ସରକାର KSCAକୁ ଅନୁମତି ପ୍ରଦାନ କରିଛନ୍ତି ।  ୨୦୨୫ ଟାଇଟଲ ବିଜୟ ପରେ କ୍ରିକେଟ ଫ୍ୟାନ୍ସଙ୍କ ମଧ୍ୟରେ ଦଳାଚକଟା ଯୋଗୁଁ ଉତ୍ସବର ପରିବେଶ ଶୋକରେ ବଦଳି ଯାଇଥିଲା । ଯେଉଁଥିରେ ୧୧ ଜଣ ନିରୀହ ଲୋକଙ୍କ ଜୀବନ ଚାଲି ଯାଇଥିଲା । ଗଣମାଧ୍ୟମରୁ ଆରମ୍ଭ କରି ସୋସିଆଲ୍ ମିଡିଆ ପର୍ଯ୍ୟନ୍ତ ଏହି ପ୍ରସଙ୍ଗକୁ ନେଇ ଚାରିଆଡ଼େ ଜୋର୍ ଧରିଥିଲା । ତେବେ ଏହି ସିଜିନର ପ୍ରଥମ ମ୍ୟାଚ୍ ବେଙ୍ଗାଲୁରୁର ଏମ୍ ଚିନ୍ନାସ୍ୱାମୀ ଷ୍ଟାଡିୟମରେ ଆରସିବି ଏବଂ ସନରାଇଜର୍ସ ହାଇଦ୍ରାବାଦ ମଧ୍ୟରେ ଖେଳାଯିବ । କେଏସସିଏ ସଚିବ ସନ୍ତୋଷ ମେନନ୍ ଗଣମାଧ୍ୟମକୁ ସାକ୍ଷାତକାର ଦେଇ କହିଛନ୍ତି ଯେ ବିଶେଷଜ୍ଞ କମିଟି ଷ୍ଟାଡିୟମର ଭିତ୍ତିଭୂମିରେ ସନ୍ତୁଷ୍ଟ ଅଛନ୍ତି । ମାର୍ଚ୍ଚ ୧୩ ତାରିଖରେ ଯାଞ୍ଚ ପାଇଁ ଏକ ମକ୍ ଡ୍ରିଲର ଆୟୋଜନ ମଧ୍ୟ କରାଯାଇଥିଲା । ଯାହା ପରେ କର୍ଣ୍ଣାଟକ ସରକାର ଷ୍ଟାଡିୟମରେ ମ୍ୟାଚ୍ ଖେଳିବା ପାଇଁ ସବୁଜ ସଙ୍କେତ ଦେଇଛନ୍ତି । 

ଆଗକୁ ପଢ଼ନ୍ତୁ : କେମିତି ବୁକ୍ କରିବେ IPL ଟିକେଟ୍ ? ଅନଲାଇନରୁ ଅଫଲାଇନ୍ , ଏଇଠି ମିଳିବ ସବୁ ଡିଟେଲ୍ସ

KSCA ଦ୍ୱାରା ଜାରି ଏକ ଗଣମାଧ୍ୟମ ବିଜ୍ଞପ୍ତିରେ କୁହାଯାଇଛି, "ଆମେ ଏହା ଘୋଷଣା କରି ଖୁସି ଅନୁଭବ କରୁଛୁ। କର୍ଣ୍ଣାଟକ ଗୃହମନ୍ତ୍ରୀ ଡକ୍ଟର ଜି. ପରମେଶ୍ୱରଙ୍କ ଅଧ୍ୟକ୍ଷତାରେ KSCA, RCB ଏବଂ DNA ସହିତ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ଷ୍ଟାଡିୟମରେ ହୋଇଥିବା ପ୍ରସ୍ତୁତିର ବିଶେଷ ସମୀକ୍ଷା କରାଯାଇଥିଲା। ଏହା ଉପରେ ଆଧାର କରି ବିଶେଷଜ୍ଞ କମିଟି ଚିନ୍ନାସ୍ୱାମୀରେ IPL ମ୍ୟାଚ୍ ଆୟୋଜନ କରିବାକୁ ଅନୁମୋଦନ କରିଛି ।"

ଏହି ଗ୍ରାଉଣ୍ଡରେ IPL ୨୦୨୬ ରେ ଅନେକ ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍ ଅନୁଷ୍ଠିତ ହେବ । IPL ର ପ୍ରଥମ ଏବଂ ଶେଷ ମ୍ୟାଚ୍ ଅର୍ଥାତ୍ ଫାଇନାଲ୍ ଏଠାରେ ଅନୁଷ୍ଠିତ ହେବ । ଉଦଘାଟନୀ ମ୍ୟାଚ୍ ବ୍ୟତୀତ RCB ଏହି ଗ୍ରାଉଣ୍ଡରେ ପାଞ୍ଚଟି ମ୍ୟାଚ୍ ଖେଳିବାର ଯୋଜନା ରହିଛି । ଅନ୍ୟ ବଳକା ଦୁଇଟି ମ୍ୟାଚ୍ ରାୟପୁରରେ ଖେଳାଯିବ । ଏହା ସହିତ ଗୋଟିଏ ପ୍ଲେଅଫ୍ ମ୍ୟାଚ୍ ମଧ୍ୟ ଚିନ୍ନାସ୍ୱାମୀରେ ଅନୁଷ୍ଠିତ ହେବ ।
 

 

What's Your Reaction?

like

dislike

love

funny

angry

sad

wow