୫୩ ବର୍ଷ ପରେ ପୁଣି ଚନ୍ଦ୍ର ନିକଟକୁ ଯିବ ମନୁଷ୍ୟ; ନାସାର ଆର୍ଟେମିସ୍ ଦ୍ବିତୀୟ ମିଶନ ପ୍ରସ୍ତୁତ
କନକ ବ୍ୟୁରୋ : ଆମେରିକାର ମହାକାଶ ସଂସ୍ଥା ନାସା ଏପ୍ରିଲ ୧ରୁ ଏହାର ମହତ୍ବକାଂକ୍ଷୀ ମିଶନ ଆରମ୍ଭ କରିବାକୁ ଯାଉଛି । ଆର୍ଟେମିସ୍ ଦ୍ବିତୀୟ ମିଶନ ୫୩ ବର୍ଷ ପରେ ମନୁଷ୍ୟକୁ ଚନ୍ଦ୍ର ନିକଟକୁ ନେଇ ଯିବ । ଚାରି ଜଣ ମହାକାଶଚାରୀ ରିଡ ଭାଇସମ୍ୟାନ, ଭିକ୍ଟର ଗ୍ଲୋବର, କ୍ରିଷ୍ଟିନା କୋଚଙ୍କ ସହିତ କାନାଡା ସ୍ପେଶ ଏଜେନ୍ସିର ଜେରେମି ହେନସେନ ଏହି ମିଶନରେ ଯିବେ। କ୍ରିଷ୍ଟିନା କୋଚ ଲୋ ଆର୍ଥ ଅର୍ବିଟ (ନିମ୍ନ କକ୍ଷ)ରୁ ଆଗକୁ ତଥା ଚନ୍ଦ୍ରମା ନିକଟକୁ ଯିବାରେ ପ୍ରଥମ ମହିଳା ହେବେ । ସେ ପୂର୍ବରୁ ମହାକାଶ ଷ୍ଟେସନରେ ଜଣେ ମହିଳାଙ୍କ ଦ୍ୱାରା ସବୁଠାରୁ ଦୀର୍ଘ ନିରନ୍ତର ମହାକାଶ ଯାତ୍ରା (୩୨୮ ଦିନ)ର ରେକର୍ଡ ସ୍ଥାପନ କରିଥିଲେ । ଏହି ଚାରି ମହାକାଶଚାରି ଓରିଅନ କ୍ୟାପସୁଲରେ ବସି ବିଶାଳକାୟ ଏସ୍ଏଲ୍ଏସ ରକେଟରେ ଉଡ଼ାଣ ଭରିବେ । ଏପ୍ରିଲ ୧ରେ ଫ୍ଲୋରିଡାର କେନେଡି ସ୍ପେଶ୍ ସେଣ୍ଟରରୁ ଏହି ମିଶନ ପଠାଯିବ । ୧୦ ଦିନିଆ ମିଶନରେ ମହାକାଶଚାରୀ ଚନ୍ଦ୍ରର ପରିକ୍ରମା କରି ପୃଥିବୀ ପୃଷ୍ଠକୁ ଫେରିଆସିବେ । ମହାକାଶଚାରୀ ଚନ୍ଦ୍ର ପୃଷ୍ଠରେ ଓ୍ଲହାଇବେ ନାହିଁ। ଆର୍ଟେମିସ୍ ଦ୍ବିତୀୟରେ ମହାକାଶଚାରୀ ପୃଥିବୀଠାରୁ ସବୁଠୁ ଅଧିକ ଦୂରକୁ ଯିବେ । ସେମାନେ ପ୍ରାୟ ୪ ଲକ୍ଷ ୨ ହଜାର କିଲୋମିଟର ଯାତ୍ରା କରି ଚନ୍ଦ୍ର ନିକଟରେ ପହଞ୍ଚିବେ। ଯାହା ଆପୋଲୋ ୧୩ ମିଶନଠାରୁ ୨୪୧୪ କିମି ଅଧିକ ଦୂର। ଏହି ମିଶନ ଏକ ମୁକ୍ତ-ପ୍ରତ୍ୟାବର୍ତ୍ତନ ପଥ ଅନୁସରଣ କରିବ। ଚନ୍ଦ୍ର ପଛରେ ଯାତ୍ରା କରିବା ସମୟରେ ୫୦ ମିନିଟ୍ ପାଇଁ ରେଡିଓ ଯୋଗାଯୋଗ ମଧ୍ୟ ବିଚ୍ଛିନ୍ନ ହୋଇଯିବ । ଆର୍ଟେମିସ୍ ଦ୍ବିତୀୟର ରେକର୍ଡ ଦୀର୍ଘ ସମୟ ପାଇଁ ରହିପାରେ, କାରଣ ଭବିଷ୍ୟତର ମିଶନଗୁଡ଼ିକ ଏପରି ଗତିପଥ ଗ୍ରହଣ କରିବେ ନାହିଁ । ଏହି ମିଶନରେ ମହାକାଶଚାରୀ ପୃଥିବୀ ପୃଷ୍ଠକୁ ସବୁଠୁ ଦ୍ରୁତ ବେଗରେ ଫେରିବେ। ସେମାନଙ୍କ ପ୍ରତ୍ୟାବର୍ତ୍ତନ ଘଣ୍ଟାକୁ ୪୦୨୦୦ କିମି ରହିବ। ଏହାସହିତ ଛଅଟି ନୂଆ ରେକର୍ଡ଼ ପ୍ରତିଷ୍ଠା ହେବ। ପ୍ରଥମ ଅଶ୍ବେତ ମହାକାଶଚାରୀ, ଚନ୍ଦ୍ରକୁ ଯିବାରେ ପ୍ରଥମ ମହିଳା, ପ୍ରଥମ ଅଣ ଆମେରିକୀୟ, ସବୁଠୁ ବୟସ୍କ ମହାକାଶଚାରୀ, ପୃଥିବୀ ସବୁଠୁ ଦୂରକୁ ଯିବା ତଥା ସବୁଠୁ ଦ୍ରୁତ ପ୍ରତ୍ୟାବର୍ତ୍ତନ ରେକର୍ଡ଼ ପ୍ରତିଷ୍ଠା ହେବ ।

କନକ ବ୍ୟୁରୋ : ଆମେରିକାର ମହାକାଶ ସଂସ୍ଥା ନାସା ଏପ୍ରିଲ ୧ରୁ ଏହାର ମହତ୍ବକାଂକ୍ଷୀ ମିଶନ ଆରମ୍ଭ କରିବାକୁ ଯାଉଛି । ଆର୍ଟେମିସ୍ ଦ୍ବିତୀୟ ମିଶନ ୫୩ ବର୍ଷ ପରେ ମନୁଷ୍ୟକୁ ଚନ୍ଦ୍ର ନିକଟକୁ ନେଇ ଯିବ । ଚାରି ଜଣ ମହାକାଶଚାରୀ ରିଡ ଭାଇସମ୍ୟାନ, ଭିକ୍ଟର ଗ୍ଲୋବର, କ୍ରିଷ୍ଟିନା କୋଚଙ୍କ ସହିତ କାନାଡା ସ୍ପେଶ ଏଜେନ୍ସିର ଜେରେମି ହେନସେନ ଏହି ମିଶନରେ ଯିବେ। କ୍ରିଷ୍ଟିନା କୋଚ ଲୋ ଆର୍ଥ ଅର୍ବିଟ (ନିମ୍ନ କକ୍ଷ)ରୁ ଆଗକୁ ତଥା ଚନ୍ଦ୍ରମା ନିକଟକୁ ଯିବାରେ ପ୍ରଥମ ମହିଳା ହେବେ । ସେ ପୂର୍ବରୁ ମହାକାଶ ଷ୍ଟେସନରେ ଜଣେ ମହିଳାଙ୍କ ଦ୍ୱାରା ସବୁଠାରୁ ଦୀର୍ଘ ନିରନ୍ତର ମହାକାଶ ଯାତ୍ରା (୩୨୮ ଦିନ)ର ରେକର୍ଡ ସ୍ଥାପନ କରିଥିଲେ । ଏହି ଚାରି ମହାକାଶଚାରି ଓରିଅନ କ୍ୟାପସୁଲରେ ବସି ବିଶାଳକାୟ ଏସ୍ଏଲ୍ଏସ ରକେଟରେ ଉଡ଼ାଣ ଭରିବେ । ଏପ୍ରିଲ ୧ରେ ଫ୍ଲୋରିଡାର କେନେଡି ସ୍ପେଶ୍ ସେଣ୍ଟରରୁ ଏହି ମିଶନ ପଠାଯିବ ।
୧୦ ଦିନିଆ ମିଶନରେ ମହାକାଶଚାରୀ ଚନ୍ଦ୍ରର ପରିକ୍ରମା କରି ପୃଥିବୀ ପୃଷ୍ଠକୁ ଫେରିଆସିବେ । ମହାକାଶଚାରୀ ଚନ୍ଦ୍ର ପୃଷ୍ଠରେ ଓ୍ଲହାଇବେ ନାହିଁ। ଆର୍ଟେମିସ୍ ଦ୍ବିତୀୟରେ ମହାକାଶଚାରୀ ପୃଥିବୀଠାରୁ ସବୁଠୁ ଅଧିକ ଦୂରକୁ ଯିବେ । ସେମାନେ ପ୍ରାୟ ୪ ଲକ୍ଷ ୨ ହଜାର କିଲୋମିଟର ଯାତ୍ରା କରି ଚନ୍ଦ୍ର ନିକଟରେ ପହଞ୍ଚିବେ। ଯାହା ଆପୋଲୋ ୧୩ ମିଶନଠାରୁ ୨୪୧୪ କିମି ଅଧିକ ଦୂର। ଏହି ମିଶନ ଏକ ମୁକ୍ତ-ପ୍ରତ୍ୟାବର୍ତ୍ତନ ପଥ ଅନୁସରଣ କରିବ। ଚନ୍ଦ୍ର ପଛରେ ଯାତ୍ରା କରିବା ସମୟରେ ୫୦ ମିନିଟ୍ ପାଇଁ ରେଡିଓ ଯୋଗାଯୋଗ ମଧ୍ୟ ବିଚ୍ଛିନ୍ନ ହୋଇଯିବ । ଆର୍ଟେମିସ୍ ଦ୍ବିତୀୟର ରେକର୍ଡ ଦୀର୍ଘ ସମୟ ପାଇଁ ରହିପାରେ, କାରଣ ଭବିଷ୍ୟତର ମିଶନଗୁଡ଼ିକ ଏପରି ଗତିପଥ ଗ୍ରହଣ କରିବେ ନାହିଁ । ଏହି ମିଶନରେ ମହାକାଶଚାରୀ ପୃଥିବୀ ପୃଷ୍ଠକୁ ସବୁଠୁ ଦ୍ରୁତ ବେଗରେ ଫେରିବେ। ସେମାନଙ୍କ ପ୍ରତ୍ୟାବର୍ତ୍ତନ ଘଣ୍ଟାକୁ ୪୦୨୦୦ କିମି ରହିବ। ଏହାସହିତ ଛଅଟି ନୂଆ ରେକର୍ଡ଼ ପ୍ରତିଷ୍ଠା ହେବ। ପ୍ରଥମ ଅଶ୍ବେତ ମହାକାଶଚାରୀ, ଚନ୍ଦ୍ରକୁ ଯିବାରେ ପ୍ରଥମ ମହିଳା, ପ୍ରଥମ ଅଣ ଆମେରିକୀୟ, ସବୁଠୁ ବୟସ୍କ ମହାକାଶଚାରୀ, ପୃଥିବୀ ସବୁଠୁ ଦୂରକୁ ଯିବା ତଥା ସବୁଠୁ ଦ୍ରୁତ ପ୍ରତ୍ୟାବର୍ତ୍ତନ ରେକର୍ଡ଼ ପ୍ରତିଷ୍ଠା ହେବ ।
What's Your Reaction?



