ହାତୀ ଆକ୍ରମଣରେ ଥରହର କନ୍ଧମାଳ, ୨ ଜଣଙ୍କୁ ଦଳି ଦେଲା
କନକ ବ୍ୟୁରୋ : ହାତୀ ଆକ୍ରମଣରେ କନ୍ଧମାଳରେ ଲୋକେ ଭୟଭୀତ । ଶୁକ୍ରବାର ସନ୍ଧ୍ୟାରୁ ଶନିବାର ସକାଳ ମଧ୍ୟରେ ଦନ୍ତା ହାତୀ ୨ ଜଣଙ୍କୁ ଦଳି ମାରି ଦେଇଛି । ଫଳରେ ରାଇକିଆ ଓ ଟିକାବାଲି ଅଞ୍ଚଳରେ ଆତଙ୍କିତ ହୋଇଯାଇଛନ୍ତି ଲୋକେ । କନ୍ଧମାଳ ଜିଲା ରାଇକିଆ ବ୍ଲକ ଅନ୍ତର୍ଗତ ପେଟାପାଙ୍ଗା ଗ୍ରାମ ପାହାଡ଼ର ଗୁମିକିଆ ଜଙ୍ଗଲରେ ହାତୀ ଆକ୍ରମଣରେ ଦୁଇ ଜଣ ଗ୍ରାମବାସୀ ମୃତ୍ୟୁବରଣ କରିଛନ୍ତି । ଶୁକ୍ରବାର ସନ୍ଧ୍ୟାରେ ୩ ଜଣ ଗ୍ରାମବାସୀ ଧନେଶ୍ବର ପ୍ରଧାନ, କୀର୍ତ୍ତନ ବଗର୍ତ୍ତୀ ଓ ବାମଦେବ ପ୍ରଧାନ ଜଙ୍ଗଲକୁ ଯାଇଥିଲେ । ଅଧିକ ପଢନ୍ତୁ : ଗାଁ ପାଖରେ ହାତୀପଲ , ଭୟଭୀତ ଲୋକେ ନିଜ କାମ ସାରି ଫେରୁଥିବା ବେଳେ ହଠାତ ହାତୀ ଆକ୍ରମଣ କରିଥିଲା । ୩ ଜଣଙ୍କ ମଧ୍ୟରୁ ପ୍ରାଣ ବିକଳରେ ଧନେଶ୍ଵର ପ୍ରଧାନ ଦୌଡ଼ି ପଳେଇ ଆସିଥିବା ବେଳେ ଦୁଇ ଜଣ ଦଉଡ଼ି ପାରି ନଥିଲେ, ଯାହା ଫଳରେ ହାତୀ ଦଳା ଚକଟାରେ ଉଭୟଙ୍କ ମୃତ୍ୟୁ ହୋଇଛି । ପୁଣି ଶନିବାର ସକାଳୁ ଟିକାବାଲି ଥାନା ଅନ୍ତର୍ଗତ ପାବୁରିଆ ଗ୍ରାମପଞ୍ଚାୟତ ସିନ୍ଦୁରଗାଡ଼ା ଗ୍ରାମରେ ପୁଣି ହାତୀ ଆକ୍ରମରେ ଜଣଙ୍କର ମୃତ୍ୟୁ ହୋଇଛି । ଏନେଇ ଫୁଲବାଣୀ ବନଖଣ୍ଡ କାର୍ଯ୍ୟାଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ବିସ୍ତୃତ ତଥ୍ୟ ଦେଇଛନ୍ତି ଡିଏଫ୍ଓ ।

କନକ ବ୍ୟୁରୋ : ହାତୀ ଆକ୍ରମଣରେ କନ୍ଧମାଳରେ ଲୋକେ ଭୟଭୀତ । ଶୁକ୍ରବାର ସନ୍ଧ୍ୟାରୁ ଶନିବାର ସକାଳ ମଧ୍ୟରେ ଦନ୍ତା ହାତୀ ୨ ଜଣଙ୍କୁ ଦଳି ମାରି ଦେଇଛି । ଫଳରେ ରାଇକିଆ ଓ ଟିକାବାଲି ଅଞ୍ଚଳରେ ଆତଙ୍କିତ ହୋଇଯାଇଛନ୍ତି ଲୋକେ । କନ୍ଧମାଳ ଜିଲା ରାଇକିଆ ବ୍ଲକ ଅନ୍ତର୍ଗତ ପେଟାପାଙ୍ଗା ଗ୍ରାମ ପାହାଡ଼ର ଗୁମିକିଆ ଜଙ୍ଗଲରେ ହାତୀ ଆକ୍ରମଣରେ ଦୁଇ ଜଣ ଗ୍ରାମବାସୀ ମୃତ୍ୟୁବରଣ କରିଛନ୍ତି । ଶୁକ୍ରବାର ସନ୍ଧ୍ୟାରେ ୩ ଜଣ ଗ୍ରାମବାସୀ ଧନେଶ୍ବର ପ୍ରଧାନ, କୀର୍ତ୍ତନ ବଗର୍ତ୍ତୀ ଓ ବାମଦେବ ପ୍ରଧାନ ଜଙ୍ଗଲକୁ ଯାଇଥିଲେ ।
ଅଧିକ ପଢନ୍ତୁ : ଗାଁ ପାଖରେ ହାତୀପଲ , ଭୟଭୀତ ଲୋକେ
ନିଜ କାମ ସାରି ଫେରୁଥିବା ବେଳେ ହଠାତ ହାତୀ ଆକ୍ରମଣ କରିଥିଲା । ୩ ଜଣଙ୍କ ମଧ୍ୟରୁ ପ୍ରାଣ ବିକଳରେ ଧନେଶ୍ଵର ପ୍ରଧାନ ଦୌଡ଼ି ପଳେଇ ଆସିଥିବା ବେଳେ ଦୁଇ ଜଣ ଦଉଡ଼ି ପାରି ନଥିଲେ, ଯାହା ଫଳରେ ହାତୀ ଦଳା ଚକଟାରେ ଉଭୟଙ୍କ ମୃତ୍ୟୁ ହୋଇଛି । ପୁଣି ଶନିବାର ସକାଳୁ ଟିକାବାଲି ଥାନା ଅନ୍ତର୍ଗତ ପାବୁରିଆ ଗ୍ରାମପଞ୍ଚାୟତ ସିନ୍ଦୁରଗାଡ଼ା ଗ୍ରାମରେ ପୁଣି ହାତୀ ଆକ୍ରମରେ ଜଣଙ୍କର ମୃତ୍ୟୁ ହୋଇଛି । ଏନେଇ ଫୁଲବାଣୀ ବନଖଣ୍ଡ କାର୍ଯ୍ୟାଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ବିସ୍ତୃତ ତଥ୍ୟ ଦେଇଛନ୍ତି ଡିଏଫ୍ଓ ।
What's Your Reaction?



