ଶୋଇବା ଘରେ ବିଧବା ମହିଳାଙ୍କୁ ତଣ୍ଟିଚିପି ହତ୍ୟା, ୪ ଦିନରେ ଅଭିଯୁକ୍ତ ଗିରଫ

କନକ ବ୍ୟୁରୋ : ଶୋଇବା ଘରେ ମହିଳାଙ୍କୁ ତଣ୍ଟି ଚିପି ହତ୍ୟା ଘଟଣା । ହତ୍ୟା ଅଭିଯୁକ୍ତ ଗିରଫ । ଅଭିଯୁକ୍ତ ହେଲେ ବାଲେଶ୍ୱର ଜିଲ୍ଲା ରେମୁଣା ଥାନା ଅଧୀନ ଗୋବିନ୍ଦପୁର ଗ୍ରାମର ସୁକୁଦେବ ଦଳେଇ । ଗତ ବୁଧବାର ବିଳମ୍ବିତ ରାତିରେ ବୈଶିଙ୍ଗା ଥାନା ଅଧୀନ ବାଳିଆପିଟା ଗାଁରେ ଘଟିଥିଲା ଜଘନ୍ୟ ହତ୍ୟାକାଣ୍ଡ । ଶୋଇବା ଘରେ ବିଧବା ମହିଳାଙ୍କ ତଣ୍ଟିଚିପି ହତ୍ୟା ପରେ ଚମ୍ପଟ ମାରିଥିଲା ସୁକଦେବ ଦଳେଇ । ଅଧିକ ପଢ଼ନ୍ତୁ : ବ୍ରହ୍ମପୁରରେ ପୁଣି ଏନକାଉଣ୍ଟର! ପୁଲିସ ଗୁଳିରେ ଆହତ ଜଗା ସାହୁ ଘଟଣାର ୪ଦିନ ଭିତରେ ବୈଶିଙ୍ଗା ପୁଲିସକୁ ମିଳିଛି ବଡ଼ ସଫଳତା । ମୃତକଙ୍କ ମୋବାଇଲ କଲ ରେକର୍ଡ ଯାଞ୍ଚ କରି ବାଲେଶ୍ୱର ଜିଲ୍ଲା ରେମୁଣା ଥାନା ଅଧୀନ ଗୋବିନ୍ଦପୁର ଅଞ୍ଚଳରୁ ଅଭିଯୁକ୍ତ ସୁକୁଦେବ ଦଳେଇକୁ ଧରିଛନ୍ତି ପୁଲିସ । ହତ୍ୟାର କାରଣ ସ୍ପଷ୍ଟ ହୋଇନଥିବାବେଳେ ପ୍ରାଥମିକ ତଦନ୍ତରୁ ଯାହା ଜଣାପଡୁଛି ଅନୈତିକ ସମ୍ପର୍କ ନେଇ ହତ୍ୟା କରାଯାଇଛି । ମୃତକଙ୍କ ମୋବାଇଲ କଲ ରେକର୍ଡ ଯାଞ୍ଚ ପରେ ଅଭିଯୁକ୍ତକୁ ଧରିଛି ପୁଲିସ ।  

May 25, 2026 - 09:16
 0  0
ଶୋଇବା ଘରେ ବିଧବା ମହିଳାଙ୍କୁ ତଣ୍ଟିଚିପି ହତ୍ୟା, ୪ ଦିନରେ ଅଭିଯୁକ୍ତ ଗିରଫ

କନକ ବ୍ୟୁରୋ : ଶୋଇବା ଘରେ ମହିଳାଙ୍କୁ ତଣ୍ଟି ଚିପି ହତ୍ୟା ଘଟଣା । ହତ୍ୟା ଅଭିଯୁକ୍ତ ଗିରଫ । ଅଭିଯୁକ୍ତ ହେଲେ ବାଲେଶ୍ୱର ଜିଲ୍ଲା ରେମୁଣା ଥାନା ଅଧୀନ ଗୋବିନ୍ଦପୁର ଗ୍ରାମର ସୁକୁଦେବ ଦଳେଇ । ଗତ ବୁଧବାର ବିଳମ୍ବିତ ରାତିରେ ବୈଶିଙ୍ଗା ଥାନା ଅଧୀନ ବାଳିଆପିଟା ଗାଁରେ ଘଟିଥିଲା ଜଘନ୍ୟ ହତ୍ୟାକାଣ୍ଡ । ଶୋଇବା ଘରେ ବିଧବା ମହିଳାଙ୍କ ତଣ୍ଟିଚିପି ହତ୍ୟା ପରେ ଚମ୍ପଟ ମାରିଥିଲା ସୁକଦେବ ଦଳେଇ ।

ଅଧିକ ପଢ଼ନ୍ତୁ : ବ୍ରହ୍ମପୁରରେ ପୁଣି ଏନକାଉଣ୍ଟର! ପୁଲିସ ଗୁଳିରେ ଆହତ ଜଗା ସାହୁ

ଘଟଣାର ୪ଦିନ ଭିତରେ ବୈଶିଙ୍ଗା ପୁଲିସକୁ ମିଳିଛି ବଡ଼ ସଫଳତା । ମୃତକଙ୍କ ମୋବାଇଲ କଲ ରେକର୍ଡ ଯାଞ୍ଚ କରି ବାଲେଶ୍ୱର ଜିଲ୍ଲା ରେମୁଣା ଥାନା ଅଧୀନ ଗୋବିନ୍ଦପୁର ଅଞ୍ଚଳରୁ ଅଭିଯୁକ୍ତ ସୁକୁଦେବ ଦଳେଇକୁ ଧରିଛନ୍ତି ପୁଲିସ । ହତ୍ୟାର କାରଣ ସ୍ପଷ୍ଟ ହୋଇନଥିବାବେଳେ ପ୍ରାଥମିକ ତଦନ୍ତରୁ ଯାହା ଜଣାପଡୁଛି ଅନୈତିକ ସମ୍ପର୍କ ନେଇ ହତ୍ୟା କରାଯାଇଛି । ମୃତକଙ୍କ ମୋବାଇଲ କଲ ରେକର୍ଡ ଯାଞ୍ଚ ପରେ ଅଭିଯୁକ୍ତକୁ ଧରିଛି ପୁଲିସ ।  

What's Your Reaction?

like

dislike

love

funny

angry

sad

wow