ମୋଦୀଙ୍କୁ ପ୍ରଶଂସାରେ ପୋତିଲେ ଟ୍ରମ୍ପ, କହିଲେ- “ମୁଁ ତାଙ୍କର ବଡ଼ ପ୍ରଶଂସକ”
କନକ ବ୍ୟୁରୋ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ପ୍ରଶଂସା କଲେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ଟ୍ରମ୍ପ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପ୍ରଶଂସା କରି ନିଜକୁ ତାଙ୍କର ‘ବଡ଼ ପ୍ରଶଂସକ’ ବୋଲି କହିଥିଲେ । ସେ ଏହା ମଧ୍ୟ କହିଥିଲେ, ‘ମୁଁ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଭଲ ପାଏ । ଆମେରିକାର ବୈଦେଶିକ ମନ୍ତ୍ରୀ ମାର୍କୋ ରୁବିଓ ବର୍ତ୍ତମାନ ଭାରତରେ ଅଛନ୍ତି । ରବିବାର ସେ ଦିଲ୍ଲୀରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ଭାରତରେ ଅବସ୍ଥାପିତ ଆମେରିକାର ରାଷ୍ଟ୍ରଦୂତ ସର୍ଗିଓ ଗୋର୍ ଏବଂ ବୈଦେଶିକ ମନ୍ତ୍ରୀ ଏସ୍. ଜୟଶଙ୍କର ମଧ୍ୟ ଉପସ୍ଥିତ ଥିଲେ । ଏହାପରେ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଅନଲାଇନ୍ ଭିଡିଓ ମାଧ୍ୟମରେ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ଆମେରିକାର ରାଷ୍ଟ୍ରଦୂତ ସର୍ଗିଓ ଗୋର୍ ଟ୍ରମ୍ପଙ୍କ ଭିଡିଓ କଲ୍ ଶୁଣାଇଥିଲେ । ଅଧିକ ପଢ଼ନ୍ତୁ : ୩୦୦ କମାଣ୍ଡୋ-ବହୁସ୍ତରୀୟ ସୁରକ୍ଷା ବ୍ୟବସ୍ଥା ବିଫଳ: ଡୋନାଲ୍ଡ ଟ୍ରମ୍ପ ମୃତ୍ୟୁ ମୁହଁରୁ ଅଳ୍ପକେ ବଞ୍ଚିଲେ କଲ୍ ସମୟରେ ଟ୍ରମ୍ପ କହିଥିଲେ, ମୁଁ ସମସ୍ତଙ୍କୁ ନମସ୍କାର କରିବାକୁ ଚାହୁଁଛି ।’ ପ୍ରଧାନମନ୍ତ୍ରୀ ମୋଦୀଙ୍କ ପ୍ରଶଂସା କରି ଟ୍ରମ୍ପ କହିଛନ୍ତି, ମୁଁ ପ୍ରଧାନମନ୍ତ୍ରୀଙ୍କୁ ଭଲ ପାଏ। ମୋଦି ଚମତ୍କାର । ସେ ମୋର ଜଣେ ବନ୍ଧୁ । ଟ୍ରମ୍ପ ଆହୁରି କହିଛନ୍ତି, ମୁଁ ପ୍ରଧାନମନ୍ତ୍ରୀ ମୋଦୀଙ୍କର ଜଣେ ବଡ଼ ପ୍ରଶଂସକ । ଏହି କଲ୍ ସମୟରେ ଟ୍ରମ୍ପ୍ ଭାରତୀୟମାନଙ୍କ ପାଇଁ ଏକ ବାର୍ତ୍ତା ମଧ୍ୟ ଦେଇଛନ୍ତି । ଆମେ ପୂର୍ବ ଅପେକ୍ଷା ଭାରତର ନିକଟତର । ଭାରତ ମୋ ଉପରେ ଏବଂ ଆମ ଦେଶ ଉପରେ ୧୦୦ ପ୍ରତିଶତ ବିଶ୍ୱାସ କରିପାରିବ । ଯଦି ସେମାନଙ୍କୁ କୌଣସି ସାହାଯ୍ୟର ଆବଶ୍ୟକତା ଥାଏ, ନିଶ୍ଚୟ ମିଳିବ ବୋଲି ଟ୍ରମ୍ପ କହିଛନ୍ତି ।

କନକ ବ୍ୟୁରୋ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ପ୍ରଶଂସା କଲେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ଟ୍ରମ୍ପ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପ୍ରଶଂସା କରି ନିଜକୁ ତାଙ୍କର ‘ବଡ଼ ପ୍ରଶଂସକ’ ବୋଲି କହିଥିଲେ । ସେ ଏହା ମଧ୍ୟ କହିଥିଲେ, ‘ମୁଁ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଭଲ ପାଏ । ଆମେରିକାର ବୈଦେଶିକ ମନ୍ତ୍ରୀ ମାର୍କୋ ରୁବିଓ ବର୍ତ୍ତମାନ ଭାରତରେ ଅଛନ୍ତି । ରବିବାର ସେ ଦିଲ୍ଲୀରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ଭାରତରେ ଅବସ୍ଥାପିତ ଆମେରିକାର ରାଷ୍ଟ୍ରଦୂତ ସର୍ଗିଓ ଗୋର୍ ଏବଂ ବୈଦେଶିକ ମନ୍ତ୍ରୀ ଏସ୍. ଜୟଶଙ୍କର ମଧ୍ୟ ଉପସ୍ଥିତ ଥିଲେ । ଏହାପରେ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଅନଲାଇନ୍ ଭିଡିଓ ମାଧ୍ୟମରେ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ଆମେରିକାର ରାଷ୍ଟ୍ରଦୂତ ସର୍ଗିଓ ଗୋର୍ ଟ୍ରମ୍ପଙ୍କ ଭିଡିଓ କଲ୍ ଶୁଣାଇଥିଲେ ।
ଅଧିକ ପଢ଼ନ୍ତୁ : ୩୦୦ କମାଣ୍ଡୋ-ବହୁସ୍ତରୀୟ ସୁରକ୍ଷା ବ୍ୟବସ୍ଥା ବିଫଳ: ଡୋନାଲ୍ଡ ଟ୍ରମ୍ପ ମୃତ୍ୟୁ ମୁହଁରୁ ଅଳ୍ପକେ ବଞ୍ଚିଲେ
କଲ୍ ସମୟରେ ଟ୍ରମ୍ପ କହିଥିଲେ, ମୁଁ ସମସ୍ତଙ୍କୁ ନମସ୍କାର କରିବାକୁ ଚାହୁଁଛି ।’ ପ୍ରଧାନମନ୍ତ୍ରୀ ମୋଦୀଙ୍କ ପ୍ରଶଂସା କରି ଟ୍ରମ୍ପ କହିଛନ୍ତି, ମୁଁ ପ୍ରଧାନମନ୍ତ୍ରୀଙ୍କୁ ଭଲ ପାଏ। ମୋଦି ଚମତ୍କାର । ସେ ମୋର ଜଣେ ବନ୍ଧୁ । ଟ୍ରମ୍ପ ଆହୁରି କହିଛନ୍ତି, ମୁଁ ପ୍ରଧାନମନ୍ତ୍ରୀ ମୋଦୀଙ୍କର ଜଣେ ବଡ଼ ପ୍ରଶଂସକ । ଏହି କଲ୍ ସମୟରେ ଟ୍ରମ୍ପ୍ ଭାରତୀୟମାନଙ୍କ ପାଇଁ ଏକ ବାର୍ତ୍ତା ମଧ୍ୟ ଦେଇଛନ୍ତି । ଆମେ ପୂର୍ବ ଅପେକ୍ଷା ଭାରତର ନିକଟତର । ଭାରତ ମୋ ଉପରେ ଏବଂ ଆମ ଦେଶ ଉପରେ ୧୦୦ ପ୍ରତିଶତ ବିଶ୍ୱାସ କରିପାରିବ । ଯଦି ସେମାନଙ୍କୁ କୌଣସି ସାହାଯ୍ୟର ଆବଶ୍ୟକତା ଥାଏ, ନିଶ୍ଚୟ ମିଳିବ ବୋଲି ଟ୍ରମ୍ପ କହିଛନ୍ତି ।
What's Your Reaction?



