ଭତ୍ତା କି ଚାଉଳ ପାଇଁ ଯିବାକୁ ଅକ୍ଷମ, ଭୋକିଲା ପେଟରେ ଭଙ୍ଗା କୁଡ଼ିଆରେ ବିତୁଛି ଜୀବନ
କନକ ବ୍ୟୁରୋ : ଚଳିବାକୁ ବଳ ପାଉନି। ଚଲାବୁଲା ବି କରିପାରୁନାହାନ୍ତି। ଫଳରେ ବ୍ୟାଙ୍କକୁ ଭତ୍ତା ଟଙ୍କା ଆଣିବାକୁ ଯାଇପାରୁନାହାନ୍ତି। ରାସନ କାର୍ଡ ଥିଲେ ମଧ୍ୟ ଚାଉଳ ଆଣିବା ପାଇଁ ପଞ୍ଚାୟତକୁ ଯିବା ସମ୍ଭବ ହେଉନାହିଁ। ପର ହାତ ଟେକାରେ ବଞ୍ଚିଛନ୍ତି କଳାହାଣ୍ଡି ଗୋଳାମୁଣ୍ଡାର ଲିଆଖାଇ ମାଝୀ। କଳାହାଣ୍ଡି ଜିଲ୍ଲା ଗୋଳାମୁଣ୍ଡା ବ୍ଲକ କୁରେସିନି ଗାଁର ୭୦ ବର୍ଷୀୟ ଆଦିବାସୀ ବୃଦ୍ଧା ଲିଆଖାଇ ମାଝୀ। ଅଣ୍ଟା ସଳଖି ଛିଡ଼ା ହୋଇପାରୁନାହାନ୍ତି। ଘରେ ଚଲାବୁଲା କରିବା ବି କଷ୍ଟକର। ବାହାରକୁ ଯିବାକୁ ଆଉ ବଳ ପାଉନି। ତା’ ଉପରେ ପୁଣି ଦେହ ଖରାପ। ବାର୍ଦ୍ଧକ୍ୟ ଭତ୍ତା ମିଳୁଥିଲେ ମଧ୍ୟ ସେହି ଟଙ୍କା ତାଙ୍କ ଜୀବନକୁ ସହାୟ ହୋଇପାରୁନି। କାରଣ ବ୍ୟାଙ୍କକୁ ଯାଇ ଟଙ୍କା ଉଠାଇବାକୁ ଶରୀରରେ ବଳ ନାହିଁ। ୪ ମାସ ହେଲା ବ୍ୟାଙ୍କ ଖାତାରେ ଭତ୍ତା ଟଙ୍କା ପଡ଼ିରହିଛି। ରାସନ କାର୍ଡରେ ଚାଉଳ ଆଣିବାକୁ ପଞ୍ଚାୟତକୁ ଯିବା ବି ସମ୍ଭବ ହେଉନାହିଁ। ଅନ୍ୟଙ୍କ ଦୟାରେ ଚାଲିଛି ତାଙ୍କ ଜୀବନ। ଅଧିକ ପଢ଼ନ୍ତୁ : ସୀମାରେ ଅଟକିଛି ବିଜୁ ଏକ୍ସପ୍ରେସ୍ ୱେ ; କଳାହାଣ୍ଡି ସୀମାନ୍ତ ଆମ୍ବପାଣି ଘାଟିରେ ଆଣ୍ଠେଇଛି କାମ କିଏ କିଛି ଦେଲେ ଖାଆନ୍ତି ନହେଲେ ସେମିତି ଉପାସରେ ଶୋଇପଡ଼ନ୍ତି। ମୁଣ୍ଡ ଗୁଞ୍ଜିବା ପାଇଁ ପକ୍କା ଘର ମଧ୍ୟ ନାହିଁ। ଭଙ୍ଗା ମାଟି କୁଡ଼ିଆ ହିଁ ତାଙ୍କର ଏକମାତ୍ର ସହାରା। ବୟସ୍କ ଓ ଦିବ୍ୟାଙ୍ଗ ହିତାଧିକାରୀଙ୍କ ପାଖରେ ଭତ୍ତା ଟଙ୍କା ପହଞ୍ଚାଇବାରେ ବ୍ୟବସ୍ଥା ଥିଲେ ମଧ୍ୟ ସହାୟତା ବୃଦ୍ଧାଙ୍କ ଦୁଆରକୁ ପହଞ୍ଚିପାରୁନି। ସରକାରଙ୍କ ଦୃଷ୍ଟି ଆଢ଼ୁଆଳରେ ରହିଯାଇଛନ୍ତି ଗରିବ ଆଦିବାସୀ ବୃଦ୍ଧା! ଏହି ବୃଦ୍ଧାଙ୍କ ଅବସ୍ଥା ଦେଖିଲେ ସରକାରୀ ଯୋଜନାର ବାସ୍ତବତା ସ୍ପଷ୍ଟ ବାରି ହେଉଛି। ଯେଉଁଠି ବିଭାଗୀୟ ଅଧିକାରୀ ନିଜ କର୍ତ୍ତବ୍ୟ ସମ୍ପାଦନରେ ହେଳା କରୁଛନ୍ତି। ଆଉ ଦୁଃଖକଷ୍ଟରେ ଜୀବନ କାଟୁଛନ୍ତି ବୃଦ୍ଧା। ତୁରନ୍ତ ବୃଦ୍ଧାଙ୍କ ପାଖକୁ ଭତ୍ତା ଓ ରାସନ କାର୍ଡରେ ଚାଉଳ ପହଞ୍ଚାଇବାକୁ ବ୍ୟବସ୍ଥା କରିବାକୁ ଦାବି ହୋଇଛି।

କନକ ବ୍ୟୁରୋ : ଚଳିବାକୁ ବଳ ପାଉନି। ଚଲାବୁଲା ବି କରିପାରୁନାହାନ୍ତି। ଫଳରେ ବ୍ୟାଙ୍କକୁ ଭତ୍ତା ଟଙ୍କା ଆଣିବାକୁ ଯାଇପାରୁନାହାନ୍ତି। ରାସନ କାର୍ଡ ଥିଲେ ମଧ୍ୟ ଚାଉଳ ଆଣିବା ପାଇଁ ପଞ୍ଚାୟତକୁ ଯିବା ସମ୍ଭବ ହେଉନାହିଁ। ପର ହାତ ଟେକାରେ ବଞ୍ଚିଛନ୍ତି କଳାହାଣ୍ଡି ଗୋଳାମୁଣ୍ଡାର ଲିଆଖାଇ ମାଝୀ। କଳାହାଣ୍ଡି ଜିଲ୍ଲା ଗୋଳାମୁଣ୍ଡା ବ୍ଲକ କୁରେସିନି ଗାଁର ୭୦ ବର୍ଷୀୟ ଆଦିବାସୀ ବୃଦ୍ଧା ଲିଆଖାଇ ମାଝୀ। ଅଣ୍ଟା ସଳଖି ଛିଡ଼ା ହୋଇପାରୁନାହାନ୍ତି। ଘରେ ଚଲାବୁଲା କରିବା ବି କଷ୍ଟକର। ବାହାରକୁ ଯିବାକୁ ଆଉ ବଳ ପାଉନି। ତା’ ଉପରେ ପୁଣି ଦେହ ଖରାପ। ବାର୍ଦ୍ଧକ୍ୟ ଭତ୍ତା ମିଳୁଥିଲେ ମଧ୍ୟ ସେହି ଟଙ୍କା ତାଙ୍କ ଜୀବନକୁ ସହାୟ ହୋଇପାରୁନି। କାରଣ ବ୍ୟାଙ୍କକୁ ଯାଇ ଟଙ୍କା ଉଠାଇବାକୁ ଶରୀରରେ ବଳ ନାହିଁ। ୪ ମାସ ହେଲା ବ୍ୟାଙ୍କ ଖାତାରେ ଭତ୍ତା ଟଙ୍କା ପଡ଼ିରହିଛି। ରାସନ କାର୍ଡରେ ଚାଉଳ ଆଣିବାକୁ ପଞ୍ଚାୟତକୁ ଯିବା ବି ସମ୍ଭବ ହେଉନାହିଁ। ଅନ୍ୟଙ୍କ ଦୟାରେ ଚାଲିଛି ତାଙ୍କ ଜୀବନ।
ଅଧିକ ପଢ଼ନ୍ତୁ : ସୀମାରେ ଅଟକିଛି ବିଜୁ ଏକ୍ସପ୍ରେସ୍ ୱେ ; କଳାହାଣ୍ଡି ସୀମାନ୍ତ ଆମ୍ବପାଣି ଘାଟିରେ ଆଣ୍ଠେଇଛି କାମ
କିଏ କିଛି ଦେଲେ ଖାଆନ୍ତି ନହେଲେ ସେମିତି ଉପାସରେ ଶୋଇପଡ଼ନ୍ତି। ମୁଣ୍ଡ ଗୁଞ୍ଜିବା ପାଇଁ ପକ୍କା ଘର ମଧ୍ୟ ନାହିଁ। ଭଙ୍ଗା ମାଟି କୁଡ଼ିଆ ହିଁ ତାଙ୍କର ଏକମାତ୍ର ସହାରା। ବୟସ୍କ ଓ ଦିବ୍ୟାଙ୍ଗ ହିତାଧିକାରୀଙ୍କ ପାଖରେ ଭତ୍ତା ଟଙ୍କା ପହଞ୍ଚାଇବାରେ ବ୍ୟବସ୍ଥା ଥିଲେ ମଧ୍ୟ ସହାୟତା ବୃଦ୍ଧାଙ୍କ ଦୁଆରକୁ ପହଞ୍ଚିପାରୁନି। ସରକାରଙ୍କ ଦୃଷ୍ଟି ଆଢ଼ୁଆଳରେ ରହିଯାଇଛନ୍ତି ଗରିବ ଆଦିବାସୀ ବୃଦ୍ଧା! ଏହି ବୃଦ୍ଧାଙ୍କ ଅବସ୍ଥା ଦେଖିଲେ ସରକାରୀ ଯୋଜନାର ବାସ୍ତବତା ସ୍ପଷ୍ଟ ବାରି ହେଉଛି। ଯେଉଁଠି ବିଭାଗୀୟ ଅଧିକାରୀ ନିଜ କର୍ତ୍ତବ୍ୟ ସମ୍ପାଦନରେ ହେଳା କରୁଛନ୍ତି। ଆଉ ଦୁଃଖକଷ୍ଟରେ ଜୀବନ କାଟୁଛନ୍ତି ବୃଦ୍ଧା। ତୁରନ୍ତ ବୃଦ୍ଧାଙ୍କ ପାଖକୁ ଭତ୍ତା ଓ ରାସନ କାର୍ଡରେ ଚାଉଳ ପହଞ୍ଚାଇବାକୁ ବ୍ୟବସ୍ଥା କରିବାକୁ ଦାବି ହୋଇଛି।
What's Your Reaction?



