ଓଡ଼ିଶା ସୀମାନ୍ତରେ ପଶ୍ଚିମବଙ୍ଗ ମାଫିଆଙ୍କ ଦାଦାଗିରି, ସୁବର୍ଣ୍ଣରେଖାରୁ ତାଡ଼ି ନେଉଛନ୍ତି ବାଲି

କନକ ବ୍ୟୁରୋ : ଦିନକୁ ଦିନ ବଢ଼ି ବଢ଼ି ଚାଲିଛି ପଶ୍ଚିମବଙ୍ଗ ମାଫିଆ ମାନଙ୍କ ଦାଦାଗିରି । ନଦୀ ଭିତରେ କାଠପୋଲ ନିର୍ମାଣ କରି ସ୍ଥାନୀୟ ଅଞ୍ଚଳର କିଛି ଦଲାଲଙ୍କ ସାହାଯ୍ୟରେ ଓଡ଼ିଶା ପଟରୁ ଖୋଳି ନେଉଛନ୍ତି ଶହଶହ ଟ୍ରିପ ବାଲି। ଅଭିଯୋଗ କଲେ ବିଭିନ୍ନ ପ୍ରକାରର ମାରଣାସ୍ତ୍ରର ଭୟ ଦେଖାଉଛନ୍ତି। ଦିନକୁ ଦିନ ଓଡ଼ିଶା ସୀମାନ୍ତବର୍ତ୍ତି ଗାଁ ମାନଙ୍କରେ ବଢ଼ିଚାଲିଛି ପଶ୍ଚିମବଙ୍ଗ ମାଫିଆଙ୍କ ରାଜୁତି। ଓଡ଼ିଶା-ପଶ୍ଚିମବଙ୍ଗ ସୀମାନ୍ତ ସୋନା କଣିଆ ନିକଟ ସୁବର୍ଣ୍ଣରେଖା ନଦୀରୁ ବାଲି ତାଡ଼ି ନେଇ ଖୋଳ କରିସାରିଲେଣି। ନଦୀ ଭିତରେ ୧୦ରୁ ଅଧିକ ବେଆଇନ କାଠ ପୋଲ ନିର୍ମାଣ କରି ଜେସିବି, ହାଇୱା ସାହାଯ୍ୟରେ ଶହଶହ ଟ୍ରିପ ବାଲି ପଶ୍ଚିମବଙ୍ଗକୁ ବୋହି ନେଉଛନ୍ତି। ସ୍ଥାନୀୟ କିଛି ଦଲାଲଙ୍କୁ ହାତବାରିସି କରି ଏହି ଚୋରା କାରବାର ଚଳାଇଛନ୍ତି ମାଫିଆ। ନଦୀ ଗର୍ଭରେ ୪୦ ଫୁଟ ଗଭୀରରୁ ବାଲି ଉତ୍ତୋଳନ କରୁଥିବାରୁ ପାର୍ଶ୍ବବର୍ତ୍ତୀ ଗାଁମାନଙ୍କ ପ୍ରତି ବିପଦ ବଢ଼ୁଛି। ଅଞ୍ଚଳର ସୁରକ୍ଷା ପାଇଁ ବାଲି ଉତ୍ତୋଳନ ବନ୍ଦ କରିବା ସହ କାଠପୋଲ ଭାଙ୍ଗି ରାସ୍ତା ବନ୍ଦ କରିବା ପାଇଁ ପ୍ରଶାସନ ନିକଟରେ ଦାବି କରିଛନ୍ତି ସ୍ଥାନୀୟ ବାସିନ୍ଦା। ଅଧିକ ପଢ଼ନ୍ତୁ : ପୁଣି ମାତିଲେ ବାଲି ମାଫିଆ, ବେଆଇନ ବାଲି ଘାଟରେ ତହସିଲଦାର ଓ ପୁଲିସର ଚଢ଼ଉ ଜଳେଶ୍ବରର ଦକ୍ଷିଣ ପ୍ରହରାଜପୁର ଗୁଆଗଡ଼ିଆ ଗାଁରୁ ମାଟି, ବାଲି, ମୋରମ ଲୁଟ ହେଉଛି। ଜଙ୍ଗଲ ଉଜାଡ଼ିବାରେ ବି ତିଳେ ମାତ୍ର ପଛଘୁଞ୍ଚା ଦେଉନାହାଁନ୍ତି ମାଫିଆ। ସୁବର୍ଣ୍ଣରେଖା ନଦୀ ପାର୍ଶ୍ବରେ ଥିବା ଦକ୍ଷିଣ ପ୍ରହରାଜପୁର, ବେହେରା ସାହି, ମାଙ୍କଡ଼ିଆ, ଓଲମାରା ପଞ୍ଚାୟତର ଆରପଟେ ରହିଛି ପଶ୍ଚିମବଙ୍ଗ। ଏହି ସବୁ ସ୍ଥାନରେ ବେଆଇନ କାଠ ପୋଲ କରି ଲଘୁ ଖଣିଜକୁ ଲୁଟିନେଉଛନ୍ତି। ୫ ବର୍ଷ ତଳେ ୨ ରାଜ୍ୟ ମାପଚୁପ କରି ସୀମା ନିର୍ଦ୍ଧାରଣ କରିଥିଲେ। ମାତ୍ର ଏହାକୁ ମାଫିଆଙ୍କର ଖାତିର ନାହିଁ।ତୁରନ୍ତ ପ୍ରଶାସନ ପକ୍ଷରୁ ଏ ଦିଗରେ ପଦକ୍ଷେପ ନିଆନଗଲେ ଆଗାମୀ କିଛି ବର୍ଷ ମଧ୍ୟରେ ନଦୀ କୂଳରେ ଥିବା ଗାଁ ଗୁଡ଼ିକ ସୁବର୍ଣ୍ଣରେଖା ଗର୍ଭରେ ଲୀନ ହୋଇଯିବା ଆଶଙ୍କାକୁ ଏଡ଼ାଇ ଦିଆଯାଇପାରିବ।  

Mar 18, 2026 - 19:36
 0  2
ଓଡ଼ିଶା ସୀମାନ୍ତରେ ପଶ୍ଚିମବଙ୍ଗ ମାଫିଆଙ୍କ ଦାଦାଗିରି, ସୁବର୍ଣ୍ଣରେଖାରୁ ତାଡ଼ି ନେଉଛନ୍ତି ବାଲି

କନକ ବ୍ୟୁରୋ : ଦିନକୁ ଦିନ ବଢ଼ି ବଢ଼ି ଚାଲିଛି ପଶ୍ଚିମବଙ୍ଗ ମାଫିଆ ମାନଙ୍କ ଦାଦାଗିରି । ନଦୀ ଭିତରେ କାଠପୋଲ ନିର୍ମାଣ କରି ସ୍ଥାନୀୟ ଅଞ୍ଚଳର କିଛି ଦଲାଲଙ୍କ ସାହାଯ୍ୟରେ ଓଡ଼ିଶା ପଟରୁ ଖୋଳି ନେଉଛନ୍ତି ଶହଶହ ଟ୍ରିପ ବାଲି। ଅଭିଯୋଗ କଲେ ବିଭିନ୍ନ ପ୍ରକାରର ମାରଣାସ୍ତ୍ରର ଭୟ ଦେଖାଉଛନ୍ତି। ଦିନକୁ ଦିନ ଓଡ଼ିଶା ସୀମାନ୍ତବର୍ତ୍ତି ଗାଁ ମାନଙ୍କରେ ବଢ଼ିଚାଲିଛି ପଶ୍ଚିମବଙ୍ଗ ମାଫିଆଙ୍କ ରାଜୁତି। ଓଡ଼ିଶା-ପଶ୍ଚିମବଙ୍ଗ ସୀମାନ୍ତ ସୋନା କଣିଆ ନିକଟ ସୁବର୍ଣ୍ଣରେଖା ନଦୀରୁ ବାଲି ତାଡ଼ି ନେଇ ଖୋଳ କରିସାରିଲେଣି। ନଦୀ ଭିତରେ ୧୦ରୁ ଅଧିକ ବେଆଇନ କାଠ ପୋଲ ନିର୍ମାଣ କରି ଜେସିବି, ହାଇୱା ସାହାଯ୍ୟରେ ଶହଶହ ଟ୍ରିପ ବାଲି ପଶ୍ଚିମବଙ୍ଗକୁ ବୋହି ନେଉଛନ୍ତି। ସ୍ଥାନୀୟ କିଛି ଦଲାଲଙ୍କୁ ହାତବାରିସି କରି ଏହି ଚୋରା କାରବାର ଚଳାଇଛନ୍ତି ମାଫିଆ। ନଦୀ ଗର୍ଭରେ ୪୦ ଫୁଟ ଗଭୀରରୁ ବାଲି ଉତ୍ତୋଳନ କରୁଥିବାରୁ ପାର୍ଶ୍ବବର୍ତ୍ତୀ ଗାଁମାନଙ୍କ ପ୍ରତି ବିପଦ ବଢ଼ୁଛି। ଅଞ୍ଚଳର ସୁରକ୍ଷା ପାଇଁ ବାଲି ଉତ୍ତୋଳନ ବନ୍ଦ କରିବା ସହ କାଠପୋଲ ଭାଙ୍ଗି ରାସ୍ତା ବନ୍ଦ କରିବା ପାଇଁ ପ୍ରଶାସନ ନିକଟରେ ଦାବି କରିଛନ୍ତି ସ୍ଥାନୀୟ ବାସିନ୍ଦା।

ଅଧିକ ପଢ଼ନ୍ତୁ : ପୁଣି ମାତିଲେ ବାଲି ମାଫିଆ, ବେଆଇନ ବାଲି ଘାଟରେ ତହସିଲଦାର ଓ ପୁଲିସର ଚଢ଼ଉ

ଜଳେଶ୍ବରର ଦକ୍ଷିଣ ପ୍ରହରାଜପୁର ଗୁଆଗଡ଼ିଆ ଗାଁରୁ ମାଟି, ବାଲି, ମୋରମ ଲୁଟ ହେଉଛି। ଜଙ୍ଗଲ ଉଜାଡ଼ିବାରେ ବି ତିଳେ ମାତ୍ର ପଛଘୁଞ୍ଚା ଦେଉନାହାଁନ୍ତି ମାଫିଆ। ସୁବର୍ଣ୍ଣରେଖା ନଦୀ ପାର୍ଶ୍ବରେ ଥିବା ଦକ୍ଷିଣ ପ୍ରହରାଜପୁର, ବେହେରା ସାହି, ମାଙ୍କଡ଼ିଆ, ଓଲମାରା ପଞ୍ଚାୟତର ଆରପଟେ ରହିଛି ପଶ୍ଚିମବଙ୍ଗ। ଏହି ସବୁ ସ୍ଥାନରେ ବେଆଇନ କାଠ ପୋଲ କରି ଲଘୁ ଖଣିଜକୁ ଲୁଟିନେଉଛନ୍ତି। ୫ ବର୍ଷ ତଳେ ୨ ରାଜ୍ୟ ମାପଚୁପ କରି ସୀମା ନିର୍ଦ୍ଧାରଣ କରିଥିଲେ। ମାତ୍ର ଏହାକୁ ମାଫିଆଙ୍କର ଖାତିର ନାହିଁ।ତୁରନ୍ତ ପ୍ରଶାସନ ପକ୍ଷରୁ ଏ ଦିଗରେ ପଦକ୍ଷେପ ନିଆନଗଲେ ଆଗାମୀ କିଛି ବର୍ଷ ମଧ୍ୟରେ ନଦୀ କୂଳରେ ଥିବା ଗାଁ ଗୁଡ଼ିକ ସୁବର୍ଣ୍ଣରେଖା ଗର୍ଭରେ ଲୀନ ହୋଇଯିବା ଆଶଙ୍କାକୁ ଏଡ଼ାଇ ଦିଆଯାଇପାରିବ।

 

What's Your Reaction?

like

dislike

love

funny

angry

sad

wow