ବୁମରାହଙ୍କୁ ଭୁଲ୍ ମାଗିଲେ ସାଉଥ ହିରୋ, କ୍ରିକେଟରଙ୍କୁ କହିଥିଲେ ଫୁଟବଲର୍
କନକ ବ୍ୟୁରୋ: ଦକ୍ଷିଣ ଭାରତୀୟ ସିନେମାର ‘ଗ୍ଲୋବାଲ ଷ୍ଟାର’ ରାମ ଚରଣ ବର୍ତ୍ତମାନ ଚର୍ଚ୍ଚାରେ । କିନ୍ତୁ ଏଥର ଚର୍ଚ୍ଚାର କାରଣ କୌଣସି ଆୱାର୍ଡ ନୁହେଁ, ବରଂ ଭାରତୀୟ ଷ୍ଟାର କ୍ରିକେଟର ଜସପ୍ରୀତ ବୁମରାଙ୍କୁ ନେଇ ସେ କରିଥିବା ଏକ ଭୁଲ । ନିଜର ଆଗାମୀ ଫିଲ୍ମ 'ପେଦ୍ଦି'ର ପ୍ରମୋସନ ସମୟରେ ରାମ ଚରଣ ଭୁଲବଶତଃ ବୁମରାଙ୍କୁ ଜଣେ କ୍ରିକେଟର ପରିବର୍ତ୍ତେ ଫୁଟବଲର ବୋଲି କହିଦେଇଥିଲେ । ଏହି ଘଟଣା ପାଇଁ ସେ ଏବେ ସର୍ବସମ୍ମୁଖରେ କ୍ଷମା ପ୍ରାର୍ଥନା କରିଛନ୍ତି। ସୂଚନା ଅନୁଯାୟୀ, ଭୋପାଳରେ ଆୟୋଜିତ ଏକ ଭବ୍ୟ କାର୍ଯ୍ୟକ୍ରମରେ ରାମ ଚରଣଙ୍କ ଫିଲ୍ମ 'ପେଦ୍ଦି'ର ନୂଆ ଗୀତ ଲଞ୍ଚ କରାଯାଇଥିଲା। ଏହି ସମୟରେ ଏକ 'ରାପିଡ୍ ଫାୟାର' ରାଉଣ୍ଡ ଚାଲିଥିଲା, ଯେଉଁଥିରେ ରାମ ଚରଣଙ୍କୁ ଭାରତୀୟ ଖେଳାଳିଙ୍କ ବିଷୟରେ ଗୋଟିଏ ଲେଖାଏଁ ଶବ୍ଦ କହିବାକୁ ପଚରାଯାଇଥିଲା । ସଚିନ ତେନ୍ଦୁଲକରଙ୍କ ପାଇଁ ସେ କହିଥିଲେ- "ଶାନଦାର କ୍ୟାରିୟର", ଏମଏସ ଧୋନିଙ୍କ ପାଇଁ- "କୁଲ୍", ରୋହିତ ଶର୍ମାଙ୍କ ପାଇଁ- "ସମସ୍ତଙ୍କର ନିଜର" ଏବଂ ବିରାଟ କୋହଲିଙ୍କ ନାଁ ଶୁଣି ସେ ତୁରନ୍ତ "ଫାୟାର" ବୋଲି କହିଥିଲେ । କିନ୍ତୁ ଯେତେବେଳେ ହୋଷ୍ଟ ଜସପ୍ରୀତ ବୁମରାଙ୍କ ନାଁ ନେଲେ, ରାମ ଚରଣ ଟିକେ ଅଟକି ଯାଇଥିଲେ। ସେ ଅତି ଆତ୍ମବିଶ୍ୱାସର ସହ କହିଥିଲେ, "ବୁମରା ଜୀ, ମୁଁ ଆପଣଙ୍କର ଜଣେ ବଡ଼ ଫ୍ୟାନ୍। ମୁଁ ଫୁଟବଲ୍ ବହୁତ ଭଲ ପାଏ ଏବଂ ଆପଣ ଭାରତୀୟ ଫୁଟବଲକୁ ବହୁତ ଆଗକୁ ନେଇଯାଉଛନ୍ତି ।" ଅଧିକ ପଢ଼ନ୍ତୁ...କେନ୍ଦ୍ରାପଡ଼ାରେ ଚାଞ୍ଚଲ୍ୟ , ଝିଅ ଆଗରେ ବାପାକୁ ପଥରରେ ଛେଚି ହତ୍ୟା ରାମ ଚରଣଙ୍କ ଏହି ମନ୍ତବ୍ୟ ପରେ ସୋସିଆଲ ମିଡିଆରେ ହଇଚଇ ସୃଷ୍ଟି ହୋଇଥିଲା। ପ୍ରଶଂସକମାନେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ ଯେ, ଜଣେ ଖେଳ ଭିତ୍ତିକ ଫିଲ୍ମ କରୁଥିବା ଅଭିନେତା ବିଶ୍ୱର ଏତେ ବଡ଼ ବୋଲରଙ୍କୁ କିପରି ଚିହ୍ନିବାରେ ଭୁଲ କଲେ? ଅନେକ ଲୋକ ତାଙ୍କୁ ଟ୍ରୋଲ୍ ମଧ୍ୟ କରିଥିଲେ। ନିଜର ଏହି ଭୁଲକୁ ଅନୁଭବ କରି ରାମ ଚରଣ ଶନିବାର ବିଳମ୍ବିତ ରାତିରେ ନିଜର ଏକ୍ସ ଆକାଉଣ୍ଟରେ ଏକ ପୋଷ୍ଟ ଶେୟାର କରିଛନ୍ତି। ସେ ଲେଖିଛନ୍ତି, "ମୁଁ ବେଳେବେଳେ ନାଁକୁ ନେଇ ସତରେ ବହୁତ ଦ୍ୱନ୍ଦ୍ୱରେ ପଡିଯାଏ। ବୁମରା ଜୀ, ଏହି ବିଭ୍ରାଟ ପାଇଁ ମୁଁ କ୍ଷମା ମାଗୁଛି । ସେଠାରେ ବହୁତ ଉତ୍ସାହ ଏବଂ ଭିଡ଼ ଥିଲା, ତେଣୁ ଏହା ଏକ ଭୁଲ୍ ହୋଇଗଲା। ମୁଁ ଆପଣଙ୍କୁ ବହୁତ ସମ୍ମାନ କରେ ଏବଂ ଆପଣଙ୍କ ଖେଳର ଜଣେ ବଡ଼ ପ୍ରଶଂସକ। ଆପଣ ପ୍ରତ୍ୟେକ ଭାରତୀୟଙ୍କୁ ଗର୍ବିତ କରନ୍ତି।" ଏହି ଫିଲ୍ମରେ ରାମ ଚରଣ ଜଣେ ବହୁମୁଖୀ ପ୍ରତିଭାସମ୍ପନ୍ନ କ୍ରୀଡ଼ାବିତ୍ ଭୂମିକାରେ ନଜର ଆସିବେ। ସେ ଫିଲ୍ମରେ କ୍ରିକେଟ୍, କୁସ୍ତି ଏବଂ ଦୌଡ଼ାଦୌଡ଼ି କରୁଥିବା ଦେଖିବାକୁ ମିଳିବେ । ଫିଲ୍ମଟି ଆସନ୍ତା ଜୁନ୍ ୪ ତାରିଖରେ ସିନେମା ହଲରେ ମୁକ୍ତିଲାଭ କରିବ । ଏଥିରେ ଏଆର ରହମାନ ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି। ରାମ ଚରଣଙ୍କ ଏହି କ୍ଷମା ପ୍ରାର୍ଥନା ପରେ ତାଙ୍କର ନମ୍ରତାକୁ ଫ୍ୟାନ୍ସମାନେ ପ୍ରଶଂସା କରୁଛନ୍ତି । ତେବେ ଏପର୍ଯ୍ୟନ୍ତ ବୁମରାଙ୍କ ପକ୍ଷରୁ ଏନେଇ କୌଣସି ପ୍ରତିକ୍ରିୟା ମିଳିନାହିଁ ।

କନକ ବ୍ୟୁରୋ: ଦକ୍ଷିଣ ଭାରତୀୟ ସିନେମାର ‘ଗ୍ଲୋବାଲ ଷ୍ଟାର’ ରାମ ଚରଣ ବର୍ତ୍ତମାନ ଚର୍ଚ୍ଚାରେ । କିନ୍ତୁ ଏଥର ଚର୍ଚ୍ଚାର କାରଣ କୌଣସି ଆୱାର୍ଡ ନୁହେଁ, ବରଂ ଭାରତୀୟ ଷ୍ଟାର କ୍ରିକେଟର ଜସପ୍ରୀତ ବୁମରାଙ୍କୁ ନେଇ ସେ କରିଥିବା ଏକ ଭୁଲ । ନିଜର ଆଗାମୀ ଫିଲ୍ମ 'ପେଦ୍ଦି'ର ପ୍ରମୋସନ ସମୟରେ ରାମ ଚରଣ ଭୁଲବଶତଃ ବୁମରାଙ୍କୁ ଜଣେ କ୍ରିକେଟର ପରିବର୍ତ୍ତେ ଫୁଟବଲର ବୋଲି କହିଦେଇଥିଲେ । ଏହି ଘଟଣା ପାଇଁ ସେ ଏବେ ସର୍ବସମ୍ମୁଖରେ କ୍ଷମା ପ୍ରାର୍ଥନା କରିଛନ୍ତି।
ସୂଚନା ଅନୁଯାୟୀ, ଭୋପାଳରେ ଆୟୋଜିତ ଏକ ଭବ୍ୟ କାର୍ଯ୍ୟକ୍ରମରେ ରାମ ଚରଣଙ୍କ ଫିଲ୍ମ 'ପେଦ୍ଦି'ର ନୂଆ ଗୀତ ଲଞ୍ଚ କରାଯାଇଥିଲା। ଏହି ସମୟରେ ଏକ 'ରାପିଡ୍ ଫାୟାର' ରାଉଣ୍ଡ ଚାଲିଥିଲା, ଯେଉଁଥିରେ ରାମ ଚରଣଙ୍କୁ ଭାରତୀୟ ଖେଳାଳିଙ୍କ ବିଷୟରେ ଗୋଟିଏ ଲେଖାଏଁ ଶବ୍ଦ କହିବାକୁ ପଚରାଯାଇଥିଲା ।
ସଚିନ ତେନ୍ଦୁଲକରଙ୍କ ପାଇଁ ସେ କହିଥିଲେ- "ଶାନଦାର କ୍ୟାରିୟର", ଏମଏସ ଧୋନିଙ୍କ ପାଇଁ- "କୁଲ୍", ରୋହିତ ଶର୍ମାଙ୍କ ପାଇଁ- "ସମସ୍ତଙ୍କର ନିଜର" ଏବଂ ବିରାଟ କୋହଲିଙ୍କ ନାଁ ଶୁଣି ସେ ତୁରନ୍ତ "ଫାୟାର" ବୋଲି କହିଥିଲେ । କିନ୍ତୁ ଯେତେବେଳେ ହୋଷ୍ଟ ଜସପ୍ରୀତ ବୁମରାଙ୍କ ନାଁ ନେଲେ, ରାମ ଚରଣ ଟିକେ ଅଟକି ଯାଇଥିଲେ। ସେ ଅତି ଆତ୍ମବିଶ୍ୱାସର ସହ କହିଥିଲେ, "ବୁମରା ଜୀ, ମୁଁ ଆପଣଙ୍କର ଜଣେ ବଡ଼ ଫ୍ୟାନ୍। ମୁଁ ଫୁଟବଲ୍ ବହୁତ ଭଲ ପାଏ ଏବଂ ଆପଣ ଭାରତୀୟ ଫୁଟବଲକୁ ବହୁତ ଆଗକୁ ନେଇଯାଉଛନ୍ତି ।"
ଅଧିକ ପଢ଼ନ୍ତୁ...କେନ୍ଦ୍ରାପଡ଼ାରେ ଚାଞ୍ଚଲ୍ୟ , ଝିଅ ଆଗରେ ବାପାକୁ ପଥରରେ ଛେଚି ହତ୍ୟା
ରାମ ଚରଣଙ୍କ ଏହି ମନ୍ତବ୍ୟ ପରେ ସୋସିଆଲ ମିଡିଆରେ ହଇଚଇ ସୃଷ୍ଟି ହୋଇଥିଲା। ପ୍ରଶଂସକମାନେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ ଯେ, ଜଣେ ଖେଳ ଭିତ୍ତିକ ଫିଲ୍ମ କରୁଥିବା ଅଭିନେତା ବିଶ୍ୱର ଏତେ ବଡ଼ ବୋଲରଙ୍କୁ କିପରି ଚିହ୍ନିବାରେ ଭୁଲ କଲେ? ଅନେକ ଲୋକ ତାଙ୍କୁ ଟ୍ରୋଲ୍ ମଧ୍ୟ କରିଥିଲେ।
ନିଜର ଏହି ଭୁଲକୁ ଅନୁଭବ କରି ରାମ ଚରଣ ଶନିବାର ବିଳମ୍ବିତ ରାତିରେ ନିଜର ଏକ୍ସ ଆକାଉଣ୍ଟରେ ଏକ ପୋଷ୍ଟ ଶେୟାର କରିଛନ୍ତି। ସେ ଲେଖିଛନ୍ତି, "ମୁଁ ବେଳେବେଳେ ନାଁକୁ ନେଇ ସତରେ ବହୁତ ଦ୍ୱନ୍ଦ୍ୱରେ ପଡିଯାଏ। ବୁମରା ଜୀ, ଏହି ବିଭ୍ରାଟ ପାଇଁ ମୁଁ କ୍ଷମା ମାଗୁଛି । ସେଠାରେ ବହୁତ ଉତ୍ସାହ ଏବଂ ଭିଡ଼ ଥିଲା, ତେଣୁ ଏହା ଏକ ଭୁଲ୍ ହୋଇଗଲା। ମୁଁ ଆପଣଙ୍କୁ ବହୁତ ସମ୍ମାନ କରେ ଏବଂ ଆପଣଙ୍କ ଖେଳର ଜଣେ ବଡ଼ ପ୍ରଶଂସକ। ଆପଣ ପ୍ରତ୍ୟେକ ଭାରତୀୟଙ୍କୁ ଗର୍ବିତ କରନ୍ତି।"
ଏହି ଫିଲ୍ମରେ ରାମ ଚରଣ ଜଣେ ବହୁମୁଖୀ ପ୍ରତିଭାସମ୍ପନ୍ନ କ୍ରୀଡ଼ାବିତ୍ ଭୂମିକାରେ ନଜର ଆସିବେ। ସେ ଫିଲ୍ମରେ କ୍ରିକେଟ୍, କୁସ୍ତି ଏବଂ ଦୌଡ଼ାଦୌଡ଼ି କରୁଥିବା ଦେଖିବାକୁ ମିଳିବେ । ଫିଲ୍ମଟି ଆସନ୍ତା ଜୁନ୍ ୪ ତାରିଖରେ ସିନେମା ହଲରେ ମୁକ୍ତିଲାଭ କରିବ । ଏଥିରେ ଏଆର ରହମାନ ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି।
ରାମ ଚରଣଙ୍କ ଏହି କ୍ଷମା ପ୍ରାର୍ଥନା ପରେ ତାଙ୍କର ନମ୍ରତାକୁ ଫ୍ୟାନ୍ସମାନେ ପ୍ରଶଂସା କରୁଛନ୍ତି । ତେବେ ଏପର୍ଯ୍ୟନ୍ତ ବୁମରାଙ୍କ ପକ୍ଷରୁ ଏନେଇ କୌଣସି ପ୍ରତିକ୍ରିୟା ମିଳିନାହିଁ ।
What's Your Reaction?



