ପ୍ରବଳ ହଟ୍ଟଗୋଳ ମଧ୍ୟରେ ବିଦେଶୀ ଅନୁଦାନ ବିଲ୍‌ ସ୍ଥଗିତ ରଖିଲେ ସରକାର

କନକବ୍ୟୁରୋ : ବିରୋଧୀଙ୍କ ପ୍ରବଳ ହଟ୍ଟଗୋଳ ମଧ୍ୟରେ ସରକାର ବିଦେଶୀ ଅନୁଦାନ ନିୟନ୍ତ୍ରଣ ସଂଶୋଧନ (ଏଫ୍‌ସିଆର୍‌ଏ) ବିଲକୁ ସ୍ଥଗିତ ରଖିଛନ୍ତି। ଏପରିକି ସଂସଦୀୟ ବ୍ୟାପାର ମନ୍ତ୍ରୀ କିରନ୍‌ ରିଜିଜୁ ଅଭିଯୋଗ କରିଛନ୍ତି ‌ଯେ, କଂଗ୍ରେସ ଓ ବାମପନ୍ଥୀ ଦଳଗୁଡ଼ିକ ବିଲ୍‌ରେ ପ୍ରସ୍ତାବିତ ପରିବର୍ତ୍ତନ ନେଇ ଅପପ୍ରଚାର କରୁଛନ୍ତି। ବିବାଦ ଯୋଗୁ ବୁଧବାର ଏହି ବିଲ୍‌କୁ ଲୋକସଭାରେ ଉପସ୍ଥାପନ କରାଯାଇପାରିନଥିଲା।  ପ୍ରତିବାଦର ଜବାବରେ ସଂସଦୀୟ ବ୍ୟାପାର ମନ୍ତ୍ରୀ କିରେନ ରିଜିଜୁ କହିଛନ୍ତି ଯେ, ବିଲ୍‌କୁ ଭୁଲ ଭାବରେ ଉପସ୍ଥାପନ କରାଯାଉଛି, ବିଶେଷକରି କେରଳରେ। ରିଜିଜୁ କହିଛନ୍ତି, ବିଲ୍‌ ବିଦେଶୀ ଅନୁଦାନର ଅପବ୍ୟବହାର ରୋକିବା ପାଇଁ ଅଣାଯାଇଛି। ଏହା କୌଣସି ଧର୍ମ କିମ୍ବା ସଙ୍ଗଠନ ବିରୋଧରେ ନୁହେଁ। କିନ୍ତୁ ନିର୍ବାଚନ ଥିବାରୁ କଂଗ୍ରେସ ଓ ବାମଦଳ କେରଳ ଲୋକଙ୍କୁ ଭ୍ରମିତ କରୁଛନ୍ତି। ମାର୍ଚ୍ଚ ୨୫ ତାରିଖରେ ଲୋକସଭାରେ ଉପସ୍ଥାପିତ ଏହି ବିଲ୍ ବିଦେଶୀ ପାଣ୍ଠିରେ ସ୍ୱଚ୍ଛତା ଏବଂ ଦାୟିତ୍ୱ ବୃଦ୍ଧି କରିବା ଲକ୍ଷ୍ୟରେ ବିଦେଶୀ ଅନୁଦାନ ନିୟନ୍ତ୍ରଣ ଆଇନ, ୨୦୧୦ରେ ବ୍ୟାପକ ପରିବର୍ତ୍ତନ ପ୍ରସ୍ତାବ ଦେଇଛି। ବିରୋଧୀ ସାଂସଦଙ୍କ ପ୍ରବଳ ହୋହଲ୍ଲା ମଧ୍ୟରେ ଗୃହକୁ ମଧ୍ୟାହ୍ନ ପର୍ଯ୍ୟନ୍ତ ମୁଲତବୀ ରଖାଯାଇଥିଲା । ବିଲ୍‌ ବିରୋଧରେ କଂଗ୍ରେସ ନେତୃତ୍ବରେ ଅନେକ ସାଂସଦ ସଂସଦ ପରିସରରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। କଂଗ୍ରେସ ସାଂସଦଙ୍କ ସହିତ ସମାଜବାଦୀ ପାର୍ଟି ସାଂସଦ ଡିମ୍ପଲ ଯାଦବ ଓ ରାମଗୋପାଳ ଯାଦବ, ଆଇୟୁଏମ୍‌ଏଲ୍‌ର ଇଟି ମହମ୍ମଦ ବସିର୍‌ , ଏନସିପି (ଏସ୍‌ପି) ସୁପ୍ରିୟା ସୁଲେ, ଆର୍‌ଏସ୍‌ପିର ଏନ୍‌କେ ପ୍ରେମଚନ୍ଦ୍ରନ ପ୍ରମୁଖ ବିକ୍ଷୋଭରେ ସାମିଲ ହୋଇଥିଲେ। କଂଗ୍ରେସ ମଙ୍ଗଳବାର କହିଥିଲା, ଏହି ଅସାମ୍ବିଧାନିକ ଓ କଠୋର ବିଲ୍‌କୁ ସଂସଦରେ ପାରିତ ହେବାକୁ ଦିଆଯିବ ନାହିଁ। ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ ବୁଧବାର ଏହି ବିଲ୍‌କୁ ତୀବ୍ର ବିରୋଧ କରିଥିଲେ। ସାମାଜିକ ଗଣମାଧ୍ୟମ ‘ଏକ୍ସ’ରେ ଏକ ପୋଷ୍ଟ କରି ଅଖିଳେଶ କହିଛନ୍ତି, ଶାସକ ଦଳ ଆଇନ ମାଧ୍ୟମରେ ଏନ୍‌ଜିଓଗୁଡ଼ିକୁ ନିୟନ୍ତ୍ରଣ କରିବାକୁ ଚାହୁଛି। କିନ୍ତୁ ବିଜେପି ପ୍ରଥମେ ବୁଝାଇବା ଉଚିତ ଯେ, ପ୍ରଧାନମନ୍ତ୍ରୀ କେୟାର୍ସ ପାଣ୍ଠିରେ ବିଦେଶରୁ ପାଇଥିବା ଟଙ୍କା ଫେରସ୍ତ କରାଯିବ ନା ଅଡିଟ୍ ଛାଡ଼ ଭଳି ଏହାକୁ ସ୍ୱତନ୍ତ୍ର ଛାଡ଼ ଦିଆଯିବ। ସେ ଇଲେକ୍ଟୋରାଲ ବଣ୍ଡ ମାଧ୍ୟମରେ ଆସିଥିବା ବିଦେଶୀ ଅନୁଦାନ ଉପରେ ମଧ୍ୟ ପ୍ରଶ୍ନ ଉଠାଇଥିଲେ। ବିଜେପି ଅଗଣତାନ୍ତ୍ରିକ ଓ ସ୍ବେଚ୍ଛାଚାରୀ ଆଭିମୁଖ୍ୟ ଗ୍ରହଣ କରୁଥିବା ଅଖିଳେଶ କହିଛନ୍ତି।  

Apr 1, 2026 - 22:05
 0  1
ପ୍ରବଳ ହଟ୍ଟଗୋଳ ମଧ୍ୟରେ ବିଦେଶୀ ଅନୁଦାନ ବିଲ୍‌ ସ୍ଥଗିତ ରଖିଲେ ସରକାର

କନକବ୍ୟୁରୋ : ବିରୋଧୀଙ୍କ ପ୍ରବଳ ହଟ୍ଟଗୋଳ ମଧ୍ୟରେ ସରକାର ବିଦେଶୀ ଅନୁଦାନ ନିୟନ୍ତ୍ରଣ ସଂଶୋଧନ (ଏଫ୍‌ସିଆର୍‌ଏ) ବିଲକୁ ସ୍ଥଗିତ ରଖିଛନ୍ତି। ଏପରିକି ସଂସଦୀୟ ବ୍ୟାପାର ମନ୍ତ୍ରୀ କିରନ୍‌ ରିଜିଜୁ ଅଭିଯୋଗ କରିଛନ୍ତି ‌ଯେ, କଂଗ୍ରେସ ଓ ବାମପନ୍ଥୀ ଦଳଗୁଡ଼ିକ ବିଲ୍‌ରେ ପ୍ରସ୍ତାବିତ ପରିବର୍ତ୍ତନ ନେଇ ଅପପ୍ରଚାର କରୁଛନ୍ତି। ବିବାଦ ଯୋଗୁ ବୁଧବାର ଏହି ବିଲ୍‌କୁ ଲୋକସଭାରେ ଉପସ୍ଥାପନ କରାଯାଇପାରିନଥିଲା। 

ପ୍ରତିବାଦର ଜବାବରେ ସଂସଦୀୟ ବ୍ୟାପାର ମନ୍ତ୍ରୀ କିରେନ ରିଜିଜୁ କହିଛନ୍ତି ଯେ, ବିଲ୍‌କୁ ଭୁଲ ଭାବରେ ଉପସ୍ଥାପନ କରାଯାଉଛି, ବିଶେଷକରି କେରଳରେ। ରିଜିଜୁ କହିଛନ୍ତି, ବିଲ୍‌ ବିଦେଶୀ ଅନୁଦାନର ଅପବ୍ୟବହାର ରୋକିବା ପାଇଁ ଅଣାଯାଇଛି। ଏହା କୌଣସି ଧର୍ମ କିମ୍ବା ସଙ୍ଗଠନ ବିରୋଧରେ ନୁହେଁ। କିନ୍ତୁ ନିର୍ବାଚନ ଥିବାରୁ କଂଗ୍ରେସ ଓ ବାମଦଳ କେରଳ ଲୋକଙ୍କୁ ଭ୍ରମିତ କରୁଛନ୍ତି। ମାର୍ଚ୍ଚ ୨୫ ତାରିଖରେ ଲୋକସଭାରେ ଉପସ୍ଥାପିତ ଏହି ବିଲ୍ ବିଦେଶୀ ପାଣ୍ଠିରେ ସ୍ୱଚ୍ଛତା ଏବଂ ଦାୟିତ୍ୱ ବୃଦ୍ଧି କରିବା ଲକ୍ଷ୍ୟରେ ବିଦେଶୀ ଅନୁଦାନ ନିୟନ୍ତ୍ରଣ ଆଇନ, ୨୦୧୦ରେ ବ୍ୟାପକ ପରିବର୍ତ୍ତନ ପ୍ରସ୍ତାବ ଦେଇଛି। 
ବିରୋଧୀ ସାଂସଦଙ୍କ ପ୍ରବଳ ହୋହଲ୍ଲା ମଧ୍ୟରେ ଗୃହକୁ ମଧ୍ୟାହ୍ନ ପର୍ଯ୍ୟନ୍ତ ମୁଲତବୀ ରଖାଯାଇଥିଲା ।

ବିଲ୍‌ ବିରୋଧରେ କଂଗ୍ରେସ ନେତୃତ୍ବରେ ଅନେକ ସାଂସଦ ସଂସଦ ପରିସରରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। କଂଗ୍ରେସ ସାଂସଦଙ୍କ ସହିତ ସମାଜବାଦୀ ପାର୍ଟି ସାଂସଦ ଡିମ୍ପଲ ଯାଦବ ଓ ରାମଗୋପାଳ ଯାଦବ, ଆଇୟୁଏମ୍‌ଏଲ୍‌ର ଇଟି ମହମ୍ମଦ ବସିର୍‌ , ଏନସିପି (ଏସ୍‌ପି) ସୁପ୍ରିୟା ସୁଲେ, ଆର୍‌ଏସ୍‌ପିର ଏନ୍‌କେ ପ୍ରେମଚନ୍ଦ୍ରନ ପ୍ରମୁଖ ବିକ୍ଷୋଭରେ ସାମିଲ ହୋଇଥିଲେ। କଂଗ୍ରେସ ମଙ୍ଗଳବାର କହିଥିଲା, ଏହି ଅସାମ୍ବିଧାନିକ ଓ କଠୋର ବିଲ୍‌କୁ ସଂସଦରେ ପାରିତ ହେବାକୁ ଦିଆଯିବ ନାହିଁ। ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ ବୁଧବାର ଏହି ବିଲ୍‌କୁ ତୀବ୍ର ବିରୋଧ କରିଥିଲେ। ସାମାଜିକ ଗଣମାଧ୍ୟମ ‘ଏକ୍ସ’ରେ ଏକ ପୋଷ୍ଟ କରି ଅଖିଳେଶ କହିଛନ୍ତି, ଶାସକ ଦଳ ଆଇନ ମାଧ୍ୟମରେ ଏନ୍‌ଜିଓଗୁଡ଼ିକୁ ନିୟନ୍ତ୍ରଣ କରିବାକୁ ଚାହୁଛି। କିନ୍ତୁ ବିଜେପି ପ୍ରଥମେ ବୁଝାଇବା ଉଚିତ ଯେ, ପ୍ରଧାନମନ୍ତ୍ରୀ କେୟାର୍ସ ପାଣ୍ଠିରେ ବିଦେଶରୁ ପାଇଥିବା ଟଙ୍କା ଫେରସ୍ତ କରାଯିବ ନା ଅଡିଟ୍ ଛାଡ଼ ଭଳି ଏହାକୁ ସ୍ୱତନ୍ତ୍ର ଛାଡ଼ ଦିଆଯିବ। ସେ ଇଲେକ୍ଟୋରାଲ ବଣ୍ଡ ମାଧ୍ୟମରେ ଆସିଥିବା ବିଦେଶୀ ଅନୁଦାନ ଉପରେ ମଧ୍ୟ ପ୍ରଶ୍ନ ଉଠାଇଥିଲେ। ବିଜେପି ଅଗଣତାନ୍ତ୍ରିକ ଓ ସ୍ବେଚ୍ଛାଚାରୀ ଆଭିମୁଖ୍ୟ ଗ୍ରହଣ କରୁଥିବା ଅଖିଳେଶ କହିଛନ୍ତି।

 

What's Your Reaction?

like

dislike

love

funny

angry

sad

wow