ନୀତୀଶ କୁମାରଙ୍କ ଇଶାରା, ମଞ୍ଚରୁ କହିଲେ ସବୁ ସମ୍ଭାଳିବେ ସମ୍ରାଟ
କନକ ବ୍ୟୁରୋ : ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ରାଜ୍ୟସଭାକୁ ନିର୍ବାଚିତ ହେବା ପରେ କିଏ ହେବ ବିହାରର ମୁଖ୍ୟମନ୍ତ୍ରୀ ତାକୁ ନେଇ ଚର୍ଚ୍ଚା ଜୋର ଧରିଛି । ବିଜେପିରୁ କେହି ବି ମୁଖ୍ୟମନ୍ତ୍ରୀ ହେବେ ବୋଲି ଆକଳନ କରାଯାଉଥିବା ବେଳେ ନୀତୀଶଙ୍କ ଇଶାରା ଏବେ ସବୁ କିଛି ସ୍ପଷ୍ଟ କରିଦେଇଛି । ବିହାର ଜମ୍ମୁଇରେ ଅନୁଷ୍ଠିତ ସମୃଦ୍ଧି ଯାତ୍ରା କ୍ରମରେ ନୀତୀଶଙ୍କ ଇଶାରା ସ୍ପଷ୍ଟ କରୁଛି କି ଆଗାମୀ ମୁଖ୍ୟମନ୍ତ୍ରୀ ବିଜେପି ବିଧାୟକ ସମ୍ରାଟ ଚୌଧୁରୀ ହେବାକୁ ଯାଉଛନ୍ତି । କାର୍ଯ୍ୟକ୍ରମ ନେଇ ଆୟୋଜିତ ସଭାରେ ନୀତୀଶ କୁମାର ସମ୍ରାଟ ଚୌଧୁରୀଙ୍କ କାନ୍ଧରେ ହାତ ରଖି କହିଥିଲେ କି ଏବେ ଏହି ସବୁ କାମ କରିବେ । ଏହି ବୟାନକୁ ନେଇ ଏବେ ଅନେକ ପ୍ରକାର ରାଜନୈତିକ କଳ୍ପନା ଆରମ୍ଭ ହୋଇଛି । ଏଥିରେ ବିହାରର ନେତୃତ୍ୱ ପରିବର୍ତ୍ତନ ନେଇ ବଡ଼ ସଂକେତ ଥିବା କୁହାଯାଉଛି । ଏହା ବି ପଢ଼ନ୍ତୁ:ନୀତୀଶ କୁମାରଙ୍କୁ ନେଇ ଥମୁନି ଚର୍ଚ୍ଚା, ଜେଡିୟୁ ନେତା ଓ କର୍ମୀ ନାରାଜ, ବିଜେପି ଉପରେ ଉଠିଲା ଅଙ୍ଗୁଳି କେବଳ ଏହି ସଭାରେ ନୁହେଁ ଏହା ପୂର୍ବରୁ ମଧ୍ୟ ନୀତୀଶ କୁମାର ଏଭଳି କିଛି ସଂକେତ ଦେଇଛନ୍ତି । ସମୃଦ୍ଧି ଯାତ୍ରା କ୍ରମରେ ନୀତୀଶ କୁମାର ମଧେପୁରା, କିଶନଗଞ୍ଜ, ବେଗୁସରାଇ, ସମେତ ସବୁ ଜିଲ୍ଲା ମଞ୍ଚରେ ସମ୍ରାଟ ଚୌଧୁରୀଙ୍କୁ ଆଗକୁ ନେଇ ଆସୁଛନ୍ତି । ସେ ଲୋକଙ୍କୁ କହୁଛନ୍ତି କି, ମୋତେ ଯେଭଳି ଆପଣମାନେ ସହଯୋଗ କରୁଥିଲେ, ସମ୍ରାଟଙ୍କୁ ମଧ୍ୟ ସେହିଭଳି ସହଯୋଗ କରିବେ । ଏହାସହ ଏକ ମଞ୍ଚରୁ ନୀତୀଶ କୁମାର କହିଥିଲେ କି, ଏହି ଲୋକମାନେ ଏବେ ବିହାର ସମ୍ଭାଳିବେ ।

କନକ ବ୍ୟୁରୋ : ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ରାଜ୍ୟସଭାକୁ ନିର୍ବାଚିତ ହେବା ପରେ କିଏ ହେବ ବିହାରର ମୁଖ୍ୟମନ୍ତ୍ରୀ ତାକୁ ନେଇ ଚର୍ଚ୍ଚା ଜୋର ଧରିଛି । ବିଜେପିରୁ କେହି ବି ମୁଖ୍ୟମନ୍ତ୍ରୀ ହେବେ ବୋଲି ଆକଳନ କରାଯାଉଥିବା ବେଳେ ନୀତୀଶଙ୍କ ଇଶାରା ଏବେ ସବୁ କିଛି ସ୍ପଷ୍ଟ କରିଦେଇଛି । ବିହାର ଜମ୍ମୁଇରେ ଅନୁଷ୍ଠିତ ସମୃଦ୍ଧି ଯାତ୍ରା କ୍ରମରେ ନୀତୀଶଙ୍କ ଇଶାରା ସ୍ପଷ୍ଟ କରୁଛି କି ଆଗାମୀ ମୁଖ୍ୟମନ୍ତ୍ରୀ ବିଜେପି ବିଧାୟକ ସମ୍ରାଟ ଚୌଧୁରୀ ହେବାକୁ ଯାଉଛନ୍ତି । କାର୍ଯ୍ୟକ୍ରମ ନେଇ ଆୟୋଜିତ ସଭାରେ ନୀତୀଶ କୁମାର ସମ୍ରାଟ ଚୌଧୁରୀଙ୍କ କାନ୍ଧରେ ହାତ ରଖି କହିଥିଲେ କି ଏବେ ଏହି ସବୁ କାମ କରିବେ । ଏହି ବୟାନକୁ ନେଇ ଏବେ ଅନେକ ପ୍ରକାର ରାଜନୈତିକ କଳ୍ପନା ଆରମ୍ଭ ହୋଇଛି । ଏଥିରେ ବିହାରର ନେତୃତ୍ୱ ପରିବର୍ତ୍ତନ ନେଇ ବଡ଼ ସଂକେତ ଥିବା କୁହାଯାଉଛି ।
ଏହା ବି ପଢ଼ନ୍ତୁ:ନୀତୀଶ କୁମାରଙ୍କୁ ନେଇ ଥମୁନି ଚର୍ଚ୍ଚା, ଜେଡିୟୁ ନେତା ଓ କର୍ମୀ ନାରାଜ, ବିଜେପି ଉପରେ ଉଠିଲା ଅଙ୍ଗୁଳି
କେବଳ ଏହି ସଭାରେ ନୁହେଁ ଏହା ପୂର୍ବରୁ ମଧ୍ୟ ନୀତୀଶ କୁମାର ଏଭଳି କିଛି ସଂକେତ ଦେଇଛନ୍ତି । ସମୃଦ୍ଧି ଯାତ୍ରା କ୍ରମରେ ନୀତୀଶ କୁମାର ମଧେପୁରା, କିଶନଗଞ୍ଜ, ବେଗୁସରାଇ, ସମେତ ସବୁ ଜିଲ୍ଲା ମଞ୍ଚରେ ସମ୍ରାଟ ଚୌଧୁରୀଙ୍କୁ ଆଗକୁ ନେଇ ଆସୁଛନ୍ତି । ସେ ଲୋକଙ୍କୁ କହୁଛନ୍ତି କି, ମୋତେ ଯେଭଳି ଆପଣମାନେ ସହଯୋଗ କରୁଥିଲେ, ସମ୍ରାଟଙ୍କୁ ମଧ୍ୟ ସେହିଭଳି ସହଯୋଗ କରିବେ । ଏହାସହ ଏକ ମଞ୍ଚରୁ ନୀତୀଶ କୁମାର କହିଥିଲେ କି, ଏହି ଲୋକମାନେ ଏବେ ବିହାର ସମ୍ଭାଳିବେ ।
What's Your Reaction?



