ଡାକିଲେ ନବୀନ, ଆସିଲେନି ୩ ବିଧାୟକ; ବିଜେଡିରେ ଅଦୃଶ୍ୟ ବିଭୀଷଣ କିଏ ?
କନକ ବ୍ୟୁରୋ : ନବୀନଙ୍କ ନିର୍ଦ୍ଦେଶକୁ ଫୁ କରି ଉଡାଇ ଦେଲେ ବିଜେଡିର ୩ ବିଧାୟକ । ଦଳୀୟ ବୈଠକକୁ ଆସିଲେନି, ମକ୍ ପୋଲର ଟ୍ରେନିଂ ବି ନେଲେନି । ଯାହା ରାଜ୍ୟସଭା ନିର୍ବାଚନକୁ ରହସ୍ୟମୟ ଓ ରୋଚକ କରିଛି । ଦଳର ସବୁ ବିଧାୟକଙ୍କ ସମର୍ଥନ ଗୋଟାଇବା ଏବେ ବିଜେଡି ସୁପ୍ରିମୋଙ୍କ ପାଇଁ ଆଉ ସହଜ ହୋଇନାହିଁ । ଦଳରେ ଥିବା ଅସନ୍ତୁଷ୍ଟକୁ ଘୋଡାଇବା ପାଇଁ ଏବେ ଘୋଡାବେପାର ଅସ୍ତ୍ର ଛାଡିଛନ୍ତି ନବୀନ । ନବ ମଲ୍ଲିକ, ଚକ୍ରମଣି କହଁର, ସୌଭିକ ବିଶ୍ୱାଳ । ନବୀନ ନିବାସ ହେଉ କି ବିଧାନସଭା । ରାଜ୍ୟସଭା ନିର୍ବାଚନକୁ ନେଇ ନବୀନ ଡାକୁଥିବା ବୈଠକରେ ବିଜେଡିର ଏହି ୩ ବିଧାୟକଙ୍କୁ ଗତ ଦୁଇ ଦିନ ହେବ ଦେଖିବାକୁ ମିଳିନି । ଏମାନଙ୍କ ଅନୁପସ୍ଥିତି ହିଁ ବିଜେଡିକୁ ଅକଳରେ ପକାଇଛି, ଆଉ ବିଜେପିକୁ ପରୋକ୍ଷରେ ବଳ ଦେଇଛି । ସଂଖ୍ୟା ଗଣିତ ଦୃଷ୍ଟିରୁ ବିଜେଡି ନିଜର ସମସ୍ତ ବିଧାୟକଙ୍କ ସମର୍ଥନ ଦତ୍ତେଶ୍ୱରଙ୍କ ପାଇଁ ଚାହୁଛି । ଆଉ ଏଥିପାଇଁ ସବୁ ଦାୟିତ୍ୱ ନବୀନ ନିଜ କାନ୍ଧକୁ ନେଇଛନ୍ତି । ଦଳୀୟ ବୈଠକ ଠାରୁ ଆରମ୍ଭ କରି ମକ ପୋଲ୍ ଟ୍ରେନିଂ ପର୍ଯ୍ୟନ୍ତ ସବୁଠି ଉପସ୍ଥିତ ରହୁଛନ୍ତି ନିଜେ ବିଜେଡି ସୁପ୍ରିମୋ । ହେଲେ ଦଳର ୩ ବିଧାୟକ ଧରାଛୁଆଁ ନଦେବା ଭିତରେ ଘୋଡ଼ା ବେପାରର ସାଂଘାତିକ ଅଭିଯୋଗ ଆଣିଛନ୍ତି ନବୀନ । ଯାହାକୁ କାଉଣ୍ଟର କରିଛନ୍ତି ଜୟନାରାୟଣ । ଅଧିକ ପଢ଼ନ୍ତୁ : ରୋଚକ ହେଉଛି ରାଜ୍ୟସଭା ନିର୍ବାଚନ, ଶାସକ ଦଳକୁ ବି କ୍ରସ ଭୋଟିଂ ଭୟ, ପାରାଦୀପ ଯିବେ ବିଜେପି ବିଧାୟକ ୩ ବିଧାୟକଙ୍କ ଅନୁପସ୍ଥିତି, ଘନ ଘନ ବୈଠକ, ବିଧାୟକଙ୍କ ସହ ୱାନ୍-ଟୁ-ୱାନ୍ ଆଲୋଚନା ସଂକେତ ଦେଉଛି, ବିଜେଡିରେ ଭରସା ସଙ୍କଟ ଭୟଙ୍କର ରୂପ ଧାରଣ କରିଛି । ବିଜେଡି ସୁପ୍ରିମୋଙ୍କ ସନ୍ଦେହବଳୟ ଭିତରେ ଦଳର ଏକାଧିକ ବିଧାୟକ ଅଛନ୍ତି । ଯେଉଁମାନେ ଶେଷ ମୁହୂର୍ତ୍ତରେ ଦଳର ସଂଖ୍ୟା ଗଣିତକୁ ଓଲଟପାଲଟ କରିପାରନ୍ତି । ହେଲେ କିଛି ବିଧାୟକ ସନ୍ଦେହଘେରରୁ ବାହାରିବାକୁ ନବୀନଙ୍କ ହଁରେ ହଁରେ ମିଳାଇଲେଣି । ତେଣୁ ଦଳରେ ବିଶ୍ୱସ୍ତ ଏବଂ ବିଭୀଷଣଙ୍କୁ ଚିହ୍ନିବା ନବୀନଙ୍କ ପାଇଁ ବଡ଼ ଚ୍ୟାଲେଞ୍ଜ । ରାଜ୍ୟସଭା ନିର୍ବାଚନ ପାଇଁ ବିଜେଡି ନିଜର ଦଳୀୟ ଅଧିକୃତ ଏଜେଣ୍ଟ ଭାବେ ପ୍ରତାପ ଦେବଙ୍କୁ ଦାୟିତ୍ୱ ଦେଇଛି ।

କନକ ବ୍ୟୁରୋ : ନବୀନଙ୍କ ନିର୍ଦ୍ଦେଶକୁ ଫୁ କରି ଉଡାଇ ଦେଲେ ବିଜେଡିର ୩ ବିଧାୟକ । ଦଳୀୟ ବୈଠକକୁ ଆସିଲେନି, ମକ୍ ପୋଲର ଟ୍ରେନିଂ ବି ନେଲେନି । ଯାହା ରାଜ୍ୟସଭା ନିର୍ବାଚନକୁ ରହସ୍ୟମୟ ଓ ରୋଚକ କରିଛି । ଦଳର ସବୁ ବିଧାୟକଙ୍କ ସମର୍ଥନ ଗୋଟାଇବା ଏବେ ବିଜେଡି ସୁପ୍ରିମୋଙ୍କ ପାଇଁ ଆଉ ସହଜ ହୋଇନାହିଁ । ଦଳରେ ଥିବା ଅସନ୍ତୁଷ୍ଟକୁ ଘୋଡାଇବା ପାଇଁ ଏବେ ଘୋଡାବେପାର ଅସ୍ତ୍ର ଛାଡିଛନ୍ତି ନବୀନ ।
ନବ ମଲ୍ଲିକ, ଚକ୍ରମଣି କହଁର, ସୌଭିକ ବିଶ୍ୱାଳ । ନବୀନ ନିବାସ ହେଉ କି ବିଧାନସଭା । ରାଜ୍ୟସଭା ନିର୍ବାଚନକୁ ନେଇ ନବୀନ ଡାକୁଥିବା ବୈଠକରେ ବିଜେଡିର ଏହି ୩ ବିଧାୟକଙ୍କୁ ଗତ ଦୁଇ ଦିନ ହେବ ଦେଖିବାକୁ ମିଳିନି । ଏମାନଙ୍କ ଅନୁପସ୍ଥିତି ହିଁ ବିଜେଡିକୁ ଅକଳରେ ପକାଇଛି, ଆଉ ବିଜେପିକୁ ପରୋକ୍ଷରେ ବଳ ଦେଇଛି । ସଂଖ୍ୟା ଗଣିତ ଦୃଷ୍ଟିରୁ ବିଜେଡି ନିଜର ସମସ୍ତ ବିଧାୟକଙ୍କ ସମର୍ଥନ ଦତ୍ତେଶ୍ୱରଙ୍କ ପାଇଁ ଚାହୁଛି । ଆଉ ଏଥିପାଇଁ ସବୁ ଦାୟିତ୍ୱ ନବୀନ ନିଜ କାନ୍ଧକୁ ନେଇଛନ୍ତି । ଦଳୀୟ ବୈଠକ ଠାରୁ ଆରମ୍ଭ କରି ମକ ପୋଲ୍ ଟ୍ରେନିଂ ପର୍ଯ୍ୟନ୍ତ ସବୁଠି ଉପସ୍ଥିତ ରହୁଛନ୍ତି ନିଜେ ବିଜେଡି ସୁପ୍ରିମୋ । ହେଲେ ଦଳର ୩ ବିଧାୟକ ଧରାଛୁଆଁ ନଦେବା ଭିତରେ ଘୋଡ଼ା ବେପାରର ସାଂଘାତିକ ଅଭିଯୋଗ ଆଣିଛନ୍ତି ନବୀନ । ଯାହାକୁ କାଉଣ୍ଟର କରିଛନ୍ତି ଜୟନାରାୟଣ ।
ଅଧିକ ପଢ଼ନ୍ତୁ : ରୋଚକ ହେଉଛି ରାଜ୍ୟସଭା ନିର୍ବାଚନ, ଶାସକ ଦଳକୁ ବି କ୍ରସ ଭୋଟିଂ ଭୟ, ପାରାଦୀପ ଯିବେ ବିଜେପି ବିଧାୟକ
୩ ବିଧାୟକଙ୍କ ଅନୁପସ୍ଥିତି, ଘନ ଘନ ବୈଠକ, ବିଧାୟକଙ୍କ ସହ ୱାନ୍-ଟୁ-ୱାନ୍ ଆଲୋଚନା ସଂକେତ ଦେଉଛି, ବିଜେଡିରେ ଭରସା ସଙ୍କଟ ଭୟଙ୍କର ରୂପ ଧାରଣ କରିଛି । ବିଜେଡି ସୁପ୍ରିମୋଙ୍କ ସନ୍ଦେହବଳୟ ଭିତରେ ଦଳର ଏକାଧିକ ବିଧାୟକ ଅଛନ୍ତି । ଯେଉଁମାନେ ଶେଷ ମୁହୂର୍ତ୍ତରେ ଦଳର ସଂଖ୍ୟା ଗଣିତକୁ ଓଲଟପାଲଟ କରିପାରନ୍ତି । ହେଲେ କିଛି ବିଧାୟକ ସନ୍ଦେହଘେରରୁ ବାହାରିବାକୁ ନବୀନଙ୍କ ହଁରେ ହଁରେ ମିଳାଇଲେଣି । ତେଣୁ ଦଳରେ ବିଶ୍ୱସ୍ତ ଏବଂ ବିଭୀଷଣଙ୍କୁ ଚିହ୍ନିବା ନବୀନଙ୍କ ପାଇଁ ବଡ଼ ଚ୍ୟାଲେଞ୍ଜ ।
ରାଜ୍ୟସଭା ନିର୍ବାଚନ ପାଇଁ ବିଜେଡି ନିଜର ଦଳୀୟ ଅଧିକୃତ ଏଜେଣ୍ଟ ଭାବେ ପ୍ରତାପ ଦେବଙ୍କୁ ଦାୟିତ୍ୱ ଦେଇଛି ।
What's Your Reaction?



