ଚୁଲି ମୁଣ୍ଡରେ ଯୁଦ୍ଧର ପ୍ରଭାବ, ରନ୍ଧନ ଗ୍ୟାସ ପାଇଁ ଚିନ୍ତା
କନକ ବ୍ୟୁରୋ : ମଧ୍ୟପ୍ରାଚ୍ୟରେ ଚାଲିଛି ଯୁଦ୍ଧର ବିଭୀଷିକା ଆଉ ଏହାର ପ୍ରଭାବ ଦେଖିବାକୁ ମିଳିଛି ଭାରତରେ । ଚୁଲି ମୁଣ୍ଡରେ ଯୁଦ୍ଧର ପ୍ରଭାବ । ରୋଷଶାଳର ମୁଖ୍ୟ ଦାୟିତ୍ୱରେ ଥିବା ମହିଳାମାନେ ଏବେ ଚିନ୍ତାରେ । ଗ୍ୟାସ ନମିଳିବାରୁ ଚୁଲିମୁଣ୍ଡରେ କିଭଳି ରୋଷେଇ କରିବେ, ତାକୁ ନେଇ ଚିନ୍ତା ଘାରିଛି । ରନ୍ଧନ ଗ୍ୟାସ ସଙ୍କଟ କାରଣରୁ ଏବେ ରୋଜଗାର ହରାଇଲେଣି ଲୋକ । ଜଗତସିଂହପୁର ଜିଲ୍ଲାର ସହରାଞ୍ଚଳଠୁ ଆରମ୍ଭ କରି ଗ୍ରାମାଞ୍ଚଳ ପର୍ଯ୍ୟନ୍ତ ଶତାଧିକ ଲୋକ ଛୋଟ ଛୋଟ ଜଳଖିଆ ଦୋକାନ, ଚା ଦୋକାନ ଏବଂ ଫାଷ୍ଟଫୁଡ଼ ଦୋକାନ ଆଦି କରି ପରିବାର ପ୍ରତିପୋଷଣ କରନ୍ତି। ଅଧିକ ପଢନ୍ତୁ : ଏଲ୍ପିଜି ପାଇଁ ସଂଘର୍ଷ; ରାତି ପାହିଲେ କାମଧନ୍ଧା ଛାଡି ଗ୍ୟାସ ଡିପୋରେ ଲାଇନ୍ ଲଗାଉଛନ୍ତି ଲୋକେ ଯେଉଁ ଦୋକାନ ଚଳାଇବା ପାଇଁ ଏମାନେ ଘରୋଇ ଗ୍ୟାସର ବ୍ୟବହାର କରିଥାନ୍ତି । ମାତ୍ର ଗ୍ୟାସର ସଙ୍କଟ ତଥା କଳା ବଜାରୀ କାରଣରୁ ଏମାନେ ଏବେ ଦୋକାନ ଚଳାଇ ପାରୁ ନଥିବା ବେଳେ ପ୍ରାୟ ୯୦ପ୍ରତିଶତ ଜଳଖିଆ ଓ ଫାଷ୍ଟଫୁଡ଼ ଦୋକାନ ଏବେ ଖୋଲି ପାରୁନାହିଁ । ତେବେ ପରିସ୍ଥିତି ସ୍ୱାଭାବିକ ହେଲେ ରାସ୍ତା କଡ଼ର ଏହି ଛୋଟ ଛୋଟ ବ୍ୟବସାୟୀମାନେ ପୁଣି ବ୍ୟବସାୟ କରିପାରିବେ ବୋଲି ଆଶା ରଖିଛନ୍ତି ।

କନକ ବ୍ୟୁରୋ : ମଧ୍ୟପ୍ରାଚ୍ୟରେ ଚାଲିଛି ଯୁଦ୍ଧର ବିଭୀଷିକା ଆଉ ଏହାର ପ୍ରଭାବ ଦେଖିବାକୁ ମିଳିଛି ଭାରତରେ । ଚୁଲି ମୁଣ୍ଡରେ ଯୁଦ୍ଧର ପ୍ରଭାବ । ରୋଷଶାଳର ମୁଖ୍ୟ ଦାୟିତ୍ୱରେ ଥିବା ମହିଳାମାନେ ଏବେ ଚିନ୍ତାରେ । ଗ୍ୟାସ ନମିଳିବାରୁ ଚୁଲିମୁଣ୍ଡରେ କିଭଳି ରୋଷେଇ କରିବେ, ତାକୁ ନେଇ ଚିନ୍ତା ଘାରିଛି । ରନ୍ଧନ ଗ୍ୟାସ ସଙ୍କଟ କାରଣରୁ ଏବେ ରୋଜଗାର ହରାଇଲେଣି ଲୋକ । ଜଗତସିଂହପୁର ଜିଲ୍ଲାର ସହରାଞ୍ଚଳଠୁ ଆରମ୍ଭ କରି ଗ୍ରାମାଞ୍ଚଳ ପର୍ଯ୍ୟନ୍ତ ଶତାଧିକ ଲୋକ ଛୋଟ ଛୋଟ ଜଳଖିଆ ଦୋକାନ, ଚା ଦୋକାନ ଏବଂ ଫାଷ୍ଟଫୁଡ଼ ଦୋକାନ ଆଦି କରି ପରିବାର ପ୍ରତିପୋଷଣ କରନ୍ତି।
ଅଧିକ ପଢନ୍ତୁ : ଏଲ୍ପିଜି ପାଇଁ ସଂଘର୍ଷ; ରାତି ପାହିଲେ କାମଧନ୍ଧା ଛାଡି ଗ୍ୟାସ ଡିପୋରେ ଲାଇନ୍ ଲଗାଉଛନ୍ତି ଲୋକେ
ଯେଉଁ ଦୋକାନ ଚଳାଇବା ପାଇଁ ଏମାନେ ଘରୋଇ ଗ୍ୟାସର ବ୍ୟବହାର କରିଥାନ୍ତି । ମାତ୍ର ଗ୍ୟାସର ସଙ୍କଟ ତଥା କଳା ବଜାରୀ କାରଣରୁ ଏମାନେ ଏବେ ଦୋକାନ ଚଳାଇ ପାରୁ ନଥିବା ବେଳେ ପ୍ରାୟ ୯୦ପ୍ରତିଶତ ଜଳଖିଆ ଓ ଫାଷ୍ଟଫୁଡ଼ ଦୋକାନ ଏବେ ଖୋଲି ପାରୁନାହିଁ । ତେବେ ପରିସ୍ଥିତି ସ୍ୱାଭାବିକ ହେଲେ ରାସ୍ତା କଡ଼ର ଏହି ଛୋଟ ଛୋଟ ବ୍ୟବସାୟୀମାନେ ପୁଣି ବ୍ୟବସାୟ କରିପାରିବେ ବୋଲି ଆଶା ରଖିଛନ୍ତି ।
What's Your Reaction?



