କ୍ରିକେଟ୍‌ ଅଷ୍ଟ୍ରେଲିଆ ଚୁକ୍ତିରୁ ବାଦ୍‌ ପଡ଼ିଲେ ମ୍ୟାକ୍ସୱେଲ୍‌

କନକ ବ୍ୟୁରୋ: କ୍ରିକେଟ୍‌ ଅଷ୍ଟ୍ରେଲିଆର ବାର୍ଷିକ ଚୁକ୍ତିରୁ ଭେଟେରାନ୍‌ ଅଲ୍‌ରାଉଣ୍ଡର ଗ୍ଲେନ୍‌ ମ୍ୟାକ୍ସୱେଲ୍‌ ଓ ଶୀର୍ଷକ୍ରମ ବ୍ୟାଟର୍‌ ସାମ୍‌ କୋଣ୍ଟାସ୍‌ଙ୍କୁ ବାଦ୍‌ ପଡ଼ିଛନ୍ତି ।  ହେଲେ ଆସେସ୍‌ରେ ଟେଷ୍ଟ୍‌ ପଦାର୍ପଣ କରିଥିବା ଯୁବ ଦ୍ରୁତ ବୋଲର ବ୍ରେଣ୍ଡନ ଡଗେଟ୍‌ଙ୍କୁ କିନ୍ତୁ ଏହି ବାର୍ଷିକ ଚୁକ୍ତିରେ ସାମିଲ ହୋଇଛନ୍ତି । ଆଗାମୀ ଋତୁରେ ଟେଷ୍ଟ୍‌ ଶୃଙ୍ଖଳାକୁ ନଜରରେ ରଖି ଖେଳାଳିମାନଙ୍କୁ ଚୁକ୍ତିଭୁକ୍ତ କରିଛି କ୍ରିକେଟ୍‌ ଅଷ୍ଟ୍ରେଲିଆ । ଗତ ବର୍ଷ ମ୍ୟାକ୍ସୱେଲ୍‌ ଦିନିକିଆ ଅନ୍ତର୍ଜାତୀୟ କ୍ରିକେଟ୍‌ରୁ ଅବସର ନେବାର ନିଷ୍ପତ୍ତି ନେଇଥିଲେ । ଏଥିସହ ୩୭ ବର୍ଷ ବୟସରେ ଟେଷ୍ଟ୍‌ ଖେଳିବା ତାଙ୍କ ପାଇଁ ସମ୍ଭାବନା କମ୍‌ ଥିବାରୁ କ୍ରିକେଟ୍‌ ଅଷ୍ଟ୍ରେଲିଆ ଚୁକ୍ତିରେ ସାମିଲ କରିନଥବା ସୂଚନା ମିଳୁଛି । ଖରାପ ଫର୍ମ ଯୋଗୁଁ ଟେଷ୍ଟ୍‌ ଦଳରେ ସ୍ଥାନ ପାଇବାକୁ ସଂଘର୍ଷ କରୁଥିବାରୁ କୋଣ୍ଟାସ୍‌ଙ୍କୁ ମଧ୍ୟ ଏଥିରୁ ବାଦ୍‌ ଦିଆଯାଇଛି । ତାଙ୍କ ସ୍ଥାନରେ ଇଂଲଣ୍ଡ ବିପକ୍ଷ ଆସେସ୍‌ ଦଳରେ ସ୍ଥାନ ପାଇଥିବା ଓପନର୍‌ ଜାକ୍‌ ୱିଦରାଲ୍ଡ ଚୁକ୍ତିଭୁକ୍ତ ହୋଇଛନ୍ତି । ସେ ଏହି ଶୃଙ୍ଖଳାରେ ଭଲ କରି ନଥିଲେ ମଧ୍ୟ ଚୁକ୍ତିରେ ନିଜ ସ୍ଥାନ ବଜାୟ ରଖିଛନ୍ତି । ଇଂଲଣ୍ଡ ବିପକ୍ଷରେ ଡଗେଟ୍‌ ୨ ମ୍ୟାଚ୍‌ ଖେଳି ୭ ୱିକେଟ୍‌ ନେଇ ଏହି ଚୁକ୍ତି ଦୌଡ଼ରେ ସାମିଲ ହୋଇଥିଲେ ।  ଏହା ବି ପଢ଼ନ୍ତୁ: ମ୍ୟାଚ୍‌ ମଝିରେ ବାଧ୍ୟରେ ବ୍ୟାଟ୍‌ ବଦଳାଇଲେ ତିୱାତିଆ ୨୦୨୬-୨୭ ଋତୁ ଲାଗି ଅଷ୍ଟ୍ରେଲିଆର ଚୁକ୍ତିଭୁକ୍ତ‌ ଖେଳାଳି: ଜାବିଅର ବାର୍ଟଲେଟ୍‌, ସ୍କଟ୍‌ ବୋଲାଣ୍ଡ, ଆଲେକ୍ସ କାରି, ପାଟ୍‌ କମିନ୍ସ, ବ୍ରେଣ୍ଡନ ଡଗେଟ୍‌, ନାଥନ୍‌ ଏଲିସ୍‌, କାମେରନ୍‌ ଗ୍ରିନ୍‌, ଜୋସ୍‌ ହାଜେଲଉଡ୍‌, ଟ୍ରାଭିସ୍‌ ହେଡ୍‌, ଜୋସ୍‌ ଇଙ୍ଗ୍‌ଲିସ୍‌, ମାଥ୍ୟୁ କୁନେମାନ, ମାର୍ନସ ଲବୁସାନ, ନାଥନ୍‌ ଲାୟନ୍‌, ମିଚେଲ ମାର୍ଶ, ଟଡ୍‌ ମର୍ଫି, ମାଇକେଲ ନେସର, ଷ୍ଟିଭ୍‌ ସ୍ମିଥ୍‌, ମିଚେଲ୍‌ ଷ୍ଟାର୍କ, ଜାକ୍‌ ୱିଦରାଲ୍ଡ, ବିଉ ୱେବ୍‌ଷ୍ଟର, ଆଦାମ ଜାମ୍ପା ।    

Apr 1, 2026 - 22:05
 0  1
କ୍ରିକେଟ୍‌ ଅଷ୍ଟ୍ରେଲିଆ ଚୁକ୍ତିରୁ ବାଦ୍‌ ପଡ଼ିଲେ ମ୍ୟାକ୍ସୱେଲ୍‌

କନକ ବ୍ୟୁରୋ: କ୍ରିକେଟ୍‌ ଅଷ୍ଟ୍ରେଲିଆର ବାର୍ଷିକ ଚୁକ୍ତିରୁ ଭେଟେରାନ୍‌ ଅଲ୍‌ରାଉଣ୍ଡର ଗ୍ଲେନ୍‌ ମ୍ୟାକ୍ସୱେଲ୍‌ ଓ ଶୀର୍ଷକ୍ରମ ବ୍ୟାଟର୍‌ ସାମ୍‌ କୋଣ୍ଟାସ୍‌ଙ୍କୁ ବାଦ୍‌ ପଡ଼ିଛନ୍ତି ।  ହେଲେ ଆସେସ୍‌ରେ ଟେଷ୍ଟ୍‌ ପଦାର୍ପଣ କରିଥିବା ଯୁବ ଦ୍ରୁତ ବୋଲର ବ୍ରେଣ୍ଡନ ଡଗେଟ୍‌ଙ୍କୁ କିନ୍ତୁ ଏହି ବାର୍ଷିକ ଚୁକ୍ତିରେ ସାମିଲ ହୋଇଛନ୍ତି । ଆଗାମୀ ଋତୁରେ ଟେଷ୍ଟ୍‌ ଶୃଙ୍ଖଳାକୁ ନଜରରେ ରଖି ଖେଳାଳିମାନଙ୍କୁ ଚୁକ୍ତିଭୁକ୍ତ କରିଛି କ୍ରିକେଟ୍‌ ଅଷ୍ଟ୍ରେଲିଆ । ଗତ ବର୍ଷ ମ୍ୟାକ୍ସୱେଲ୍‌ ଦିନିକିଆ ଅନ୍ତର୍ଜାତୀୟ କ୍ରିକେଟ୍‌ରୁ ଅବସର ନେବାର ନିଷ୍ପତ୍ତି ନେଇଥିଲେ । ଏଥିସହ ୩୭ ବର୍ଷ ବୟସରେ ଟେଷ୍ଟ୍‌ ଖେଳିବା ତାଙ୍କ ପାଇଁ ସମ୍ଭାବନା କମ୍‌ ଥିବାରୁ କ୍ରିକେଟ୍‌ ଅଷ୍ଟ୍ରେଲିଆ ଚୁକ୍ତିରେ ସାମିଲ କରିନଥବା ସୂଚନା ମିଳୁଛି । ଖରାପ ଫର୍ମ ଯୋଗୁଁ ଟେଷ୍ଟ୍‌ ଦଳରେ ସ୍ଥାନ ପାଇବାକୁ ସଂଘର୍ଷ କରୁଥିବାରୁ କୋଣ୍ଟାସ୍‌ଙ୍କୁ ମଧ୍ୟ ଏଥିରୁ ବାଦ୍‌ ଦିଆଯାଇଛି । ତାଙ୍କ ସ୍ଥାନରେ ଇଂଲଣ୍ଡ ବିପକ୍ଷ ଆସେସ୍‌ ଦଳରେ ସ୍ଥାନ ପାଇଥିବା ଓପନର୍‌ ଜାକ୍‌ ୱିଦରାଲ୍ଡ ଚୁକ୍ତିଭୁକ୍ତ ହୋଇଛନ୍ତି । ସେ ଏହି ଶୃଙ୍ଖଳାରେ ଭଲ କରି ନଥିଲେ ମଧ୍ୟ ଚୁକ୍ତିରେ ନିଜ ସ୍ଥାନ ବଜାୟ ରଖିଛନ୍ତି । ଇଂଲଣ୍ଡ ବିପକ୍ଷରେ ଡଗେଟ୍‌ ୨ ମ୍ୟାଚ୍‌ ଖେଳି ୭ ୱିକେଟ୍‌ ନେଇ ଏହି ଚୁକ୍ତି ଦୌଡ଼ରେ ସାମିଲ ହୋଇଥିଲେ ।

 ଏହା ବି ପଢ଼ନ୍ତୁ: ମ୍ୟାଚ୍‌ ମଝିରେ ବାଧ୍ୟରେ ବ୍ୟାଟ୍‌ ବଦଳାଇଲେ ତିୱାତିଆ

୨୦୨୬-୨୭ ଋତୁ ଲାଗି ଅଷ୍ଟ୍ରେଲିଆର ଚୁକ୍ତିଭୁକ୍ତ‌ ଖେଳାଳି: ଜାବିଅର ବାର୍ଟଲେଟ୍‌, ସ୍କଟ୍‌ ବୋଲାଣ୍ଡ, ଆଲେକ୍ସ କାରି, ପାଟ୍‌ କମିନ୍ସ, ବ୍ରେଣ୍ଡନ ଡଗେଟ୍‌, ନାଥନ୍‌ ଏଲିସ୍‌, କାମେରନ୍‌ ଗ୍ରିନ୍‌, ଜୋସ୍‌ ହାଜେଲଉଡ୍‌, ଟ୍ରାଭିସ୍‌ ହେଡ୍‌, ଜୋସ୍‌ ଇଙ୍ଗ୍‌ଲିସ୍‌, ମାଥ୍ୟୁ କୁନେମାନ, ମାର୍ନସ ଲବୁସାନ, ନାଥନ୍‌ ଲାୟନ୍‌, ମିଚେଲ ମାର୍ଶ, ଟଡ୍‌ ମର୍ଫି, ମାଇକେଲ ନେସର, ଷ୍ଟିଭ୍‌ ସ୍ମିଥ୍‌, ମିଚେଲ୍‌ ଷ୍ଟାର୍କ, ଜାକ୍‌ ୱିଦରାଲ୍ଡ, ବିଉ ୱେବ୍‌ଷ୍ଟର, ଆଦାମ ଜାମ୍ପା ।    

What's Your Reaction?

like

dislike

love

funny

angry

sad

wow