ଐଶ୍ୱର୍ଯ୍ୟାଙ୍କ ଟ୍ରୋଲ୍ରଙ୍କୁ କଙ୍ଗନାଙ୍କ କଡ଼ା ଜବାବ; କହିଲେ- "ମହିଳାମାନେ କାହାକୁ ଖୁସି କରିବା ପାଇଁ ବଞ୍ଚନ୍ତି ନାହିଁ"
କନକ ବ୍ୟୁରୋ : କାନ୍ସ ଫିଲ୍ମ ଫେଷ୍ଟିଭାଲ ୨୦୨୬ରେ ବଲିଉଡ ଅଭିନେତ୍ରୀ ଐଶ୍ୱର୍ଯ୍ୟା ରାୟ ବଚ୍ଚନ ରେଡ୍ କାର୍ପେଟରେ ନିଜର ଜଲୱା ଦେଖାଇଥିଲେ କିନ୍ତୁ ଏହି ସମୟରେ କିଛି ଲୋକ ସୋସିଆଲ ମିଡିଆରେ ତାଙ୍କର ଲୁକ୍ ଏବଂ ବଢୁଥିବା ଓଜନକୁ ନେଇ ପରିହାସ କରିବା ସହ ତାଙ୍କୁ ଟ୍ରୋଲ୍ କରିଥିଲେ । କଙ୍ଗନା ରାଣାୱତ ଐଶ୍ୱର୍ଯ୍ୟାଙ୍କ ସମର୍ଥନରେ ବାହାରିଛନ୍ତି ଏବଂ ଟ୍ରୋଲର୍ସଙ୍କୁ କଡ଼ା ସମାଲୋଚନା କରିଛନ୍ତି । କଙ୍ଗନା ନିଜ ଇନଷ୍ଟାଗ୍ରାମ ଷ୍ଟୋରିରେ ଐଶ୍ୱର୍ଯ୍ୟାଙ୍କର ଏକ ନୀଳ ରଙ୍ଗର ଗାଉନ୍ ପିନ୍ଧିଥିବା ଫଟୋ ପୋଷ୍ଟ କରି ଲେଖିଛନ୍ତି ଯେ, "ଫ୍ୟାଶନ ଏବଂ ଷ୍ଟାଇଲ୍ ହେଉଛି ଜଣେ ବ୍ୟକ୍ତିର ନିଜସ୍ୱ ଅଭିବ୍ୟକ୍ତି । ପ୍ରତ୍ୟେକ ବ୍ୟକ୍ତି ନିଜ ଢଙ୍ଗରେ ଜୀବନକୁ ଦେଖନ୍ତି ଏବଂ ବୁଝନ୍ତି । କୌଣସି ମହିଳା କାହାକୁ ଖୁସି କରିବା ପାଇଁ ବଞ୍ଚନ୍ତି ନାହିଁ ।" kangana's insta post Photograph: (kanak news) ଐଶ୍ୱର୍ଯ୍ୟାଙ୍କ ପ୍ରଶଂସା କରି କଙ୍ଗନା ଆହୁରି ଲେଖିଛନ୍ତି, "ଐଶ୍ୱର୍ଯ୍ୟା ଅତି ସୁନ୍ଦର ଦେଖାଯାଉଛନ୍ତି । ଯଦି କିଛି ଲୋକ ତାଙ୍କୁ ଅନ୍ୟ କୌଣସି ରୂପରେ ଦେଖିବାକୁ ଚାହୁଁଛନ୍ତି, ତେବେ ସେମାନେ ପ୍ରଥମେ ନିଜକୁ ଦେଖିବା ଉଚିତ୍ । ଐଶ୍ୱର୍ଯ୍ୟା କାହାକୁ ଖୁସି କରିବା ପାଇଁ ରେଡ୍ କାର୍ପେଟକୁ ଆସନ୍ତି ନାହିଁ, ବରଂ ସେ ନିଜର ସ୍ୱତନ୍ତ୍ର ଚମକ ଏବଂ ଆତ୍ମବିଶ୍ୱାସ ସହିତ ସେଠାରେ ଉପସ୍ଥିତ ରୁହନ୍ତି ।" କଙ୍ଗନାଙ୍କ ଏହି ପୋଷ୍ଟ ଏବେ ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହେବାରେ ଲାଗିଛି ଏବଂ ଲୋକମାନେ ଐଶ୍ୱର୍ଯ୍ୟାଙ୍କ ପ୍ରତି ତାଙ୍କର ଏହି ସମର୍ଥନକୁ ପ୍ରଶଂସା କରୁଛନ୍ତି ।

କନକ ବ୍ୟୁରୋ : କାନ୍ସ ଫିଲ୍ମ ଫେଷ୍ଟିଭାଲ ୨୦୨୬ରେ ବଲିଉଡ ଅଭିନେତ୍ରୀ ଐଶ୍ୱର୍ଯ୍ୟା ରାୟ ବଚ୍ଚନ ରେଡ୍ କାର୍ପେଟରେ ନିଜର ଜଲୱା ଦେଖାଇଥିଲେ କିନ୍ତୁ ଏହି ସମୟରେ କିଛି ଲୋକ ସୋସିଆଲ ମିଡିଆରେ ତାଙ୍କର ଲୁକ୍ ଏବଂ ବଢୁଥିବା ଓଜନକୁ ନେଇ ପରିହାସ କରିବା ସହ ତାଙ୍କୁ ଟ୍ରୋଲ୍ କରିଥିଲେ । କଙ୍ଗନା ରାଣାୱତ ଐଶ୍ୱର୍ଯ୍ୟାଙ୍କ ସମର୍ଥନରେ ବାହାରିଛନ୍ତି ଏବଂ ଟ୍ରୋଲର୍ସଙ୍କୁ କଡ଼ା ସମାଲୋଚନା କରିଛନ୍ତି । କଙ୍ଗନା ନିଜ ଇନଷ୍ଟାଗ୍ରାମ ଷ୍ଟୋରିରେ ଐଶ୍ୱର୍ଯ୍ୟାଙ୍କର ଏକ ନୀଳ ରଙ୍ଗର ଗାଉନ୍ ପିନ୍ଧିଥିବା ଫଟୋ ପୋଷ୍ଟ କରି ଲେଖିଛନ୍ତି ଯେ, "ଫ୍ୟାଶନ ଏବଂ ଷ୍ଟାଇଲ୍ ହେଉଛି ଜଣେ ବ୍ୟକ୍ତିର ନିଜସ୍ୱ ଅଭିବ୍ୟକ୍ତି । ପ୍ରତ୍ୟେକ ବ୍ୟକ୍ତି ନିଜ ଢଙ୍ଗରେ ଜୀବନକୁ ଦେଖନ୍ତି ଏବଂ ବୁଝନ୍ତି । କୌଣସି ମହିଳା କାହାକୁ ଖୁସି କରିବା ପାଇଁ ବଞ୍ଚନ୍ତି ନାହିଁ ।"
ଐଶ୍ୱର୍ଯ୍ୟାଙ୍କ ପ୍ରଶଂସା କରି କଙ୍ଗନା ଆହୁରି ଲେଖିଛନ୍ତି, "ଐଶ୍ୱର୍ଯ୍ୟା ଅତି ସୁନ୍ଦର ଦେଖାଯାଉଛନ୍ତି । ଯଦି କିଛି ଲୋକ ତାଙ୍କୁ ଅନ୍ୟ କୌଣସି ରୂପରେ ଦେଖିବାକୁ ଚାହୁଁଛନ୍ତି, ତେବେ ସେମାନେ ପ୍ରଥମେ ନିଜକୁ ଦେଖିବା ଉଚିତ୍ । ଐଶ୍ୱର୍ଯ୍ୟା କାହାକୁ ଖୁସି କରିବା ପାଇଁ ରେଡ୍ କାର୍ପେଟକୁ ଆସନ୍ତି ନାହିଁ, ବରଂ ସେ ନିଜର ସ୍ୱତନ୍ତ୍ର ଚମକ ଏବଂ ଆତ୍ମବିଶ୍ୱାସ ସହିତ ସେଠାରେ ଉପସ୍ଥିତ ରୁହନ୍ତି ।" କଙ୍ଗନାଙ୍କ ଏହି ପୋଷ୍ଟ ଏବେ ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହେବାରେ ଲାଗିଛି ଏବଂ ଲୋକମାନେ ଐଶ୍ୱର୍ଯ୍ୟାଙ୍କ ପ୍ରତି ତାଙ୍କର ଏହି ସମର୍ଥନକୁ ପ୍ରଶଂସା କରୁଛନ୍ତି ।
What's Your Reaction?



