ଉମରକୋଟ ବସଷ୍ଟଣ୍ଡର ଜରାଜୀର୍ଣ୍ଣ ଅବସ୍ଥା, ନାହିଁ ଆନୁସଙ୍ଗିକ ବ୍ୟବସ୍ଥା, ଦୋକାନ କଡ଼ରେ ବିଶ୍ରାମ ନେଉଛନ୍ତି ଯାତ୍ରୀ
କନକ ବ୍ୟୁରୋ : ନବରଙ୍ଗପୁର ଜିଲ୍ଲା ବାଣିଜ୍ୟିକ ପେଣ୍ଠସ୍ଥଳୀ ଉମରକୋଟରେ ଥିବା ବହୁ ପୁରାତନ ସରକାରୀ ବସଷ୍ଟାଣ୍ଡ ବର୍ତ୍ତମାନ ରାଜ୍ୟ ସରକାରଙ୍କ ଦୃଷ୍ଟି ଆଢୁଆଳରେ। ଯାତ୍ରୀଙ୍କ ପାଇଁ ଏଠାରେ କୌଣସି ଆନୁସଙ୍ଗିକ ବ୍ୟବସ୍ଥା ନାହିଁ। ଯାହାକୁ ନେଇ ଲୋକଙ୍କ ଭିତରେ ଦେଖାଦେଇଛି। ନବରଙ୍ଗପୁର ଉମରକୋଟର ସରକାରୀ ବସ୍ଷ୍ଟାଣ୍ଡ। ଜିଲ୍ଲା ସମେତ ଛତିଶଗଡ଼, ଆନ୍ଧ୍ରପ୍ରଦେଶର ଲକ୍ଷାଧିକ ଯାତ୍ରୀ ନିର୍ଭରଶୀଳ। କିନ୍ତୁ ବସଷ୍ଟାଣ୍ଡର ଅବସ୍ଥା ଅତ୍ୟନ୍ତ ଶୋଚନୀୟ। ନା ଯାତ୍ରୀ ବିଶ୍ରାମଗାର ଅଛି ନା ଅଛି ପିଇବା ପାଣିର ସୁବିଧା। ମହିଳାଙ୍କ ପାଇଁ ଶୌଚାଳୟ ବ୍ୟବସ୍ଥା ବି ନାହିଁ। ମାଟି ତଳୁ ଲୁହା ରଡ୍ ବାହାରି ପଡ଼ିଛି। ଗୋଟିଏ ଭୋଲବୋ ବସ୍ ରହିଲେ ଅନ୍ୟ ବସ୍କୁ ଜାଗା ମିଳୁନି। ଯାହା ଫଳରେ ଟ୍ରାଫିକ ସମସ୍ୟା ସୃଷ୍ଟି ହେଉଛି। ଇଏ ତ’ ଗଲା ଖରା ଓ ଶୀତ ଦିନ କଥା, ବର୍ଷା ଦିନେ ବସ୍ଷ୍ଟାଣ୍ଡ ପରିସରରେ ସୃଷ୍ଟି ହୁଏ କୃତ୍ରିମ ପୋଖରୀ। ଅନ୍ୟ ସହରରୁ ଉମରକୋଟକୁ ଆସୁଥିବା ଯାତ୍ରୀମାନେ ବସଷ୍ଟାଣ୍ଡର ଏଭଳି ଅବସ୍ଥା ଦେଖି ନାକ ଟେକୁଛନ୍ତି। ଅଧିକ ପଢ଼ନ୍ତୁ : କେବେ ଆରମ୍ଭ ହେବ କୋରାପୁଟରୁ ମାଲକାନାଗିରି ଓ ନବରଙ୍ଗପୁର ରେଳପଥ କାମ, କେବେ ତୁଟିବ ଜମି ଅଧିଗ୍ରହଣ ଅଡ଼ୁଆ ପ୍ରାୟ ୫୦ ବର୍ଷରୁ ଅଧିକ ସମୟ ତଳେ ଉମରକୋଟ ସହରର ମଧ୍ୟ ଭାଗରେ ଓଡ଼ିଶା ରାଜ୍ୟ ସଡକ ପରିବହନ ତରଫରୁ ଏହି ବସଷ୍ଟାଣ୍ଡ ନିର୍ମାଣ କରାଯାଇଥିଲା। ଏହାରି ଭିତରେ ସହରର ବିକାଶ ହୋଇଛି। କିନ୍ତୁ ବସଷ୍ଟାଣ୍ଡ କଥା ଭୁଲିଯାଇଛନ୍ତି ସରକାର। ରାଜ୍ୟ ସରକାରଙ୍କ ପକ୍ଷରୁ ଅନ୍ୟ ବସ୍ଷ୍ଟାଣ୍ଡ ଗୁଡ଼ିକର ସୌନ୍ଦର୍ୟ୍ୟୀକରଣ କରାଯାଉଥିବା ବେଳେ ଉମରକୋଟ ବସ୍ଷ୍ଟାଣ୍ଡ ପ୍ରତି ଅବହେଳା କରାଯାଉଥିବା ଅଭିଯୋଗ ହୋଇଛି। ଏ ବାବଦରେ ମୁହଁ ଖୋଲିବାକୁ ନାରାଜ ଓଡ଼ିଶା ସଡ଼କ ପରିବହନ ଅଧିକାରୀ। ପୌର କାର୍ୟ୍ୟ ନିର୍ବାହୀ ଅଧିକାରୀ କହୁଛନ୍ତି ଯାହା ସମ୍ଭବ ହେବ ତାର ବ୍ୟବସ୍ଥା କରିବୁ।କେବେ ସରକାରୀ ବାବୁଙ୍କ ନଜର ବସଷ୍ଟାଣ୍ଡ ଉପରେ ପଡ଼ିବ ଏବେ ତାକୁ ହିଁ ଅପେକ୍ଷା।

କନକ ବ୍ୟୁରୋ : ନବରଙ୍ଗପୁର ଜିଲ୍ଲା ବାଣିଜ୍ୟିକ ପେଣ୍ଠସ୍ଥଳୀ ଉମରକୋଟରେ ଥିବା ବହୁ ପୁରାତନ ସରକାରୀ ବସଷ୍ଟାଣ୍ଡ ବର୍ତ୍ତମାନ ରାଜ୍ୟ ସରକାରଙ୍କ ଦୃଷ୍ଟି ଆଢୁଆଳରେ। ଯାତ୍ରୀଙ୍କ ପାଇଁ ଏଠାରେ କୌଣସି ଆନୁସଙ୍ଗିକ ବ୍ୟବସ୍ଥା ନାହିଁ। ଯାହାକୁ ନେଇ ଲୋକଙ୍କ ଭିତରେ ଦେଖାଦେଇଛି। ନବରଙ୍ଗପୁର ଉମରକୋଟର ସରକାରୀ ବସ୍ଷ୍ଟାଣ୍ଡ। ଜିଲ୍ଲା ସମେତ ଛତିଶଗଡ଼, ଆନ୍ଧ୍ରପ୍ରଦେଶର ଲକ୍ଷାଧିକ ଯାତ୍ରୀ ନିର୍ଭରଶୀଳ। କିନ୍ତୁ ବସଷ୍ଟାଣ୍ଡର ଅବସ୍ଥା ଅତ୍ୟନ୍ତ ଶୋଚନୀୟ। ନା ଯାତ୍ରୀ ବିଶ୍ରାମଗାର ଅଛି ନା ଅଛି ପିଇବା ପାଣିର ସୁବିଧା। ମହିଳାଙ୍କ ପାଇଁ ଶୌଚାଳୟ ବ୍ୟବସ୍ଥା ବି ନାହିଁ। ମାଟି ତଳୁ ଲୁହା ରଡ୍ ବାହାରି ପଡ଼ିଛି। ଗୋଟିଏ ଭୋଲବୋ ବସ୍ ରହିଲେ ଅନ୍ୟ ବସ୍କୁ ଜାଗା ମିଳୁନି। ଯାହା ଫଳରେ ଟ୍ରାଫିକ ସମସ୍ୟା ସୃଷ୍ଟି ହେଉଛି। ଇଏ ତ’ ଗଲା ଖରା ଓ ଶୀତ ଦିନ କଥା, ବର୍ଷା ଦିନେ ବସ୍ଷ୍ଟାଣ୍ଡ ପରିସରରେ ସୃଷ୍ଟି ହୁଏ କୃତ୍ରିମ ପୋଖରୀ। ଅନ୍ୟ ସହରରୁ ଉମରକୋଟକୁ ଆସୁଥିବା ଯାତ୍ରୀମାନେ ବସଷ୍ଟାଣ୍ଡର ଏଭଳି ଅବସ୍ଥା ଦେଖି ନାକ ଟେକୁଛନ୍ତି।
ଅଧିକ ପଢ଼ନ୍ତୁ : କେବେ ଆରମ୍ଭ ହେବ କୋରାପୁଟରୁ ମାଲକାନାଗିରି ଓ ନବରଙ୍ଗପୁର ରେଳପଥ କାମ, କେବେ ତୁଟିବ ଜମି ଅଧିଗ୍ରହଣ ଅଡ଼ୁଆ
ପ୍ରାୟ ୫୦ ବର୍ଷରୁ ଅଧିକ ସମୟ ତଳେ ଉମରକୋଟ ସହରର ମଧ୍ୟ ଭାଗରେ ଓଡ଼ିଶା ରାଜ୍ୟ ସଡକ ପରିବହନ ତରଫରୁ ଏହି ବସଷ୍ଟାଣ୍ଡ ନିର୍ମାଣ କରାଯାଇଥିଲା। ଏହାରି ଭିତରେ ସହରର ବିକାଶ ହୋଇଛି। କିନ୍ତୁ ବସଷ୍ଟାଣ୍ଡ କଥା ଭୁଲିଯାଇଛନ୍ତି ସରକାର। ରାଜ୍ୟ ସରକାରଙ୍କ ପକ୍ଷରୁ ଅନ୍ୟ ବସ୍ଷ୍ଟାଣ୍ଡ ଗୁଡ଼ିକର ସୌନ୍ଦର୍ୟ୍ୟୀକରଣ କରାଯାଉଥିବା ବେଳେ ଉମରକୋଟ ବସ୍ଷ୍ଟାଣ୍ଡ ପ୍ରତି ଅବହେଳା କରାଯାଉଥିବା ଅଭିଯୋଗ ହୋଇଛି। ଏ ବାବଦରେ ମୁହଁ ଖୋଲିବାକୁ ନାରାଜ ଓଡ଼ିଶା ସଡ଼କ ପରିବହନ ଅଧିକାରୀ। ପୌର କାର୍ୟ୍ୟ ନିର୍ବାହୀ ଅଧିକାରୀ କହୁଛନ୍ତି ଯାହା ସମ୍ଭବ ହେବ ତାର ବ୍ୟବସ୍ଥା କରିବୁ।କେବେ ସରକାରୀ ବାବୁଙ୍କ ନଜର ବସଷ୍ଟାଣ୍ଡ ଉପରେ ପଡ଼ିବ ଏବେ ତାକୁ ହିଁ ଅପେକ୍ଷା।
What's Your Reaction?



