ମୃତ୍ୟୁକୁ ମାତ୍ ଦେଲେ ପବିତ୍ର : ICU ଅଗ୍ନିକାଣ୍ଡରୁ ଚମତ୍କାରିକ ଉଦ୍ଧାର

କନକ ବ୍ୟୁରୋ : କୋରାପୁଟ ଜିଲ୍ଲା, ବୋରିଗୁମ୍ମା ବ୍ଲକ ଅନ୍ତର୍ଗତ ପଣ୍ଡସଗୁଡ଼ା ଗ୍ରାମର ୨୦ ବର୍ଷୀୟ ଯୁବକ ପବିତ୍ର ଦିସାରି । ଜୀବନର ଆରମ୍ଭରେ ହିଁ ଏମିତି ଦୁଃଖଦ ପରୀକ୍ଷାର ସମ୍ମୁଖୀନ ହେଲେ, ଯାହା କୌଣସି ମନୁଷ୍ୟ ପାଇଁ ଅସହ୍ୟ । ଏକ ଭୟଙ୍କର ଦୁର୍ଘଟଣାରେ ତାଙ୍କ ଡାହାଣ ଗୋଡ଼ ସମ୍ପୂର୍ଣ୍ଣ ଭାବେ ଭାଙ୍ଗି ଚୁର୍ ମାର୍ ହୋଇଯାଇଥିଲା । ଦରିଦ୍ର ପରିବାର ଅସହାୟ ମାତାପିତା ତଥାପି ଆଶା ଛାଡ଼ିନଥିଲେ । ପ୍ରଥମେ କୋରାପୁଟର ସହିଦ୍ ଲକ୍ଷ୍ମଣ ନାୟକ ମେଡିକାଲ କଲେଜରେ ଭର୍ତ୍ତି କରାଗଲା । ସେଠାରୁ ବ୍ରହ୍ମପୁର MKCG ମେଡିକାଲ କଲେଜ , ପରେ AIIMS ଭୁବନେଶ୍ୱର କିନ୍ତୁ ଦୁର୍ଭାଗ୍ୟ — ସବୁଠାରୁ ଫେରାଇ ଦିଆଗଲା । ସମସ୍ତ ଆଶା ଶେଷ ହେଉଥିବାବେଳେ, ଭଗବାନଙ୍କ ଦୂତ ଭଳି ଆସିଲେ SCB ମେଡିକାଲ କଲେଜ, କଟକର  ଡ. ସୁରେଶ ଝଙ୍କାର ( Dr-Suresh Jhankar )ସେ ସମୟରେ ପବିତ୍ରଙ୍କ ଅବସ୍ଥା ଅତ୍ୟନ୍ତ ସଙ୍କଟାପନ୍ନ ହୋଇଥିଲା ।  ଅଧିକ ପଢନ୍ତୁ : ଏସସିବି ଆଇସିୟୁ ଅଗ୍ନିକାଣ୍ଡ : ୧୫ ଦିନ ମଧ୍ୟରେ ରିପୋର୍ଟ ଦେବାକୁ ମୁଖ୍ୟ ଶାସନ ସଚିବଙ୍କୁ ନିର୍ଦ୍ଦେଶ ରକ୍ତର ହିମୋଗ୍ଲୋବିନ କେବଳ ୩ ଗ୍ରାମ  କିନ୍ତୁ ଡା. ସୁରେଶ ଝଙ୍କାର Dr-Suresh Jhankar ହାର ମାନିଲେ ନାହିଁ । ନିଜେ ରିସ୍କ ନେଇ ରକ୍ତ ବ୍ୟବସ୍ଥା କଲେ । ନିଜେ ଦାୟିତ୍ୱ ନେଇ ଅପରେସନ କରାଇଲେ  ଏବଂ ପବିତ୍ରଙ୍କୁ ନୂଆ ଜୀବନ ଦେବା ପାଇଁ କୃତ୍ରିମ ଡାହାଣ ଗୋଡ଼କୁ Amputation କରାଗଲା । ଅପରେସନ ସଫଳ ହେଲା । ପବିତ୍ରଙ୍କୁ ICU ରେ ରଖାଗଲା ।  ସମସ୍ତେ ଭାବିଲେ — ବଞ୍ଚିଗଲେ , କିନ୍ତୁ ଭାଗ୍ୟର ଖେଳ ଅଲଗା ଥିଲା । ସେଇ ରାତିରେ SCB ମେଡିକାଲର ICUରେ ବିଦ୍ୟୁତ୍ ଜନିତ ଭୟାବହ ଅଗ୍ନିକାଣ୍ଡ ।ପ୍ରାୟ ୧୦ ଜଣ ନିର୍ଦ୍ଦୋଷ ରୋଗୀଙ୍କ ମୃତ୍ୟୁ ଏହି ମୃତ୍ୟୁର ମଧ୍ୟରେ ମଧ୍ୟ ପବିତ୍ର ହାରିଲେ ନାହିଁ । ସେ ନିଜ ବାମ ପାଦରେ ICUର କାଚ ଭାଙ୍ଗିଜୀବନ ପାଇଁ ଆପ୍ରାଣ ଚେଷ୍ଟା କରି ନିଜକୁ ବଞ୍ଚାଇଲେ । 

Mar 18, 2026 - 19:36
 0  2
ମୃତ୍ୟୁକୁ ମାତ୍ ଦେଲେ ପବିତ୍ର : ICU ଅଗ୍ନିକାଣ୍ଡରୁ ଚମତ୍କାରିକ ଉଦ୍ଧାର

କନକ ବ୍ୟୁରୋ : କୋରାପୁଟ ଜିଲ୍ଲା, ବୋରିଗୁମ୍ମା ବ୍ଲକ ଅନ୍ତର୍ଗତ ପଣ୍ଡସଗୁଡ଼ା ଗ୍ରାମର ୨୦ ବର୍ଷୀୟ ଯୁବକ ପବିତ୍ର ଦିସାରି । ଜୀବନର ଆରମ୍ଭରେ ହିଁ ଏମିତି ଦୁଃଖଦ ପରୀକ୍ଷାର ସମ୍ମୁଖୀନ ହେଲେ, ଯାହା କୌଣସି ମନୁଷ୍ୟ ପାଇଁ ଅସହ୍ୟ । ଏକ ଭୟଙ୍କର ଦୁର୍ଘଟଣାରେ ତାଙ୍କ ଡାହାଣ ଗୋଡ଼ ସମ୍ପୂର୍ଣ୍ଣ ଭାବେ ଭାଙ୍ଗି ଚୁର୍ ମାର୍ ହୋଇଯାଇଥିଲା । ଦରିଦ୍ର ପରିବାର ଅସହାୟ ମାତାପିତା ତଥାପି ଆଶା ଛାଡ଼ିନଥିଲେ । ପ୍ରଥମେ କୋରାପୁଟର ସହିଦ୍ ଲକ୍ଷ୍ମଣ ନାୟକ ମେଡିକାଲ କଲେଜରେ ଭର୍ତ୍ତି କରାଗଲା । ସେଠାରୁ ବ୍ରହ୍ମପୁର MKCG ମେଡିକାଲ କଲେଜ , ପରେ AIIMS ଭୁବନେଶ୍ୱର କିନ୍ତୁ ଦୁର୍ଭାଗ୍ୟ — ସବୁଠାରୁ ଫେରାଇ ଦିଆଗଲା । ସମସ୍ତ ଆଶା ଶେଷ ହେଉଥିବାବେଳେ, ଭଗବାନଙ୍କ ଦୂତ ଭଳି ଆସିଲେ SCB ମେଡିକାଲ କଲେଜ, କଟକର  ଡ. ସୁରେଶ ଝଙ୍କାର ( Dr-Suresh Jhankar )ସେ ସମୟରେ ପବିତ୍ରଙ୍କ ଅବସ୍ଥା ଅତ୍ୟନ୍ତ ସଙ୍କଟାପନ୍ନ ହୋଇଥିଲା । 

ଅଧିକ ପଢନ୍ତୁ : ଏସସିବି ଆଇସିୟୁ ଅଗ୍ନିକାଣ୍ଡ : ୧୫ ଦିନ ମଧ୍ୟରେ ରିପୋର୍ଟ ଦେବାକୁ ମୁଖ୍ୟ ଶାସନ ସଚିବଙ୍କୁ ନିର୍ଦ୍ଦେଶ

ରକ୍ତର ହିମୋଗ୍ଲୋବିନ କେବଳ ୩ ଗ୍ରାମ  କିନ୍ତୁ ଡା. ସୁରେଶ ଝଙ୍କାର Dr-Suresh Jhankar ହାର ମାନିଲେ ନାହିଁ । ନିଜେ ରିସ୍କ ନେଇ ରକ୍ତ ବ୍ୟବସ୍ଥା କଲେ । ନିଜେ ଦାୟିତ୍ୱ ନେଇ ଅପରେସନ କରାଇଲେ  ଏବଂ ପବିତ୍ରଙ୍କୁ ନୂଆ ଜୀବନ ଦେବା ପାଇଁ କୃତ୍ରିମ ଡାହାଣ ଗୋଡ଼କୁ Amputation କରାଗଲା । ଅପରେସନ ସଫଳ ହେଲା । ପବିତ୍ରଙ୍କୁ ICU ରେ ରଖାଗଲା ।  ସମସ୍ତେ ଭାବିଲେ — ବଞ୍ଚିଗଲେ , କିନ୍ତୁ ଭାଗ୍ୟର ଖେଳ ଅଲଗା ଥିଲା । ସେଇ ରାତିରେ SCB ମେଡିକାଲର ICUରେ ବିଦ୍ୟୁତ୍ ଜନିତ ଭୟାବହ ଅଗ୍ନିକାଣ୍ଡ ।ପ୍ରାୟ ୧୦ ଜଣ ନିର୍ଦ୍ଦୋଷ ରୋଗୀଙ୍କ ମୃତ୍ୟୁ ଏହି ମୃତ୍ୟୁର ମଧ୍ୟରେ ମଧ୍ୟ ପବିତ୍ର ହାରିଲେ ନାହିଁ । ସେ ନିଜ ବାମ ପାଦରେ ICUର କାଚ ଭାଙ୍ଗିଜୀବନ ପାଇଁ ଆପ୍ରାଣ ଚେଷ୍ଟା କରି ନିଜକୁ ବଞ୍ଚାଇଲେ । 

What's Your Reaction?

like

dislike

love

funny

angry

sad

wow