ମନ ମିଶିଲା, ମାମଲା ଉଠିଲା; ବଦଳିଯିବ କି ନର୍ଲା ରାଜନୀତି ଗଣିତ ?

କନକ ବ୍ୟୁରୋ : ରାଜନୀତିରେ କେହି ଚିର ଶତ୍ରୁ କି ମିତ୍ର ନୁହନ୍ତି । ନର୍ଲା ରାଜନୀତିରେ ଏହାର ଝଲକ ଦେଖିବାକୁ ମିଳିଛି । ଦେଢ ବର୍ଷ ପୂର୍ବେ ପ୍ରତିଦ୍ୱନ୍ଦ୍ୱୀ ଭାବେ ଲଢି ଭକ୍ତଙ୍କୁ ମାତ୍‌ ଦେଇଥିଲେ ମନୋରମା ମହାନ୍ତି । ହେଲେ ସେତେବେଳେ ନର୍ଲା ବିଧାୟିକାଙ୍କ ବିଜୟକୁ ସହଜରେ ଗ୍ରହଣ କରିନଥିଲେ ଭକ୍ତ । ଶିକ୍ଷାଗତ ଯୋଗ୍ୟତାକୁ ନେଇ ମିଥ୍ୟା ସତ୍ୟପାଠ ଦାଖଲ କରିଥିବା ଅଭିଯୋଗ ଆଣି ମନୋରମାଙ୍କ ପ୍ରାର୍ଥୀତ୍ୱ ବିରୋଧରେ ହାଇକୋର୍ଟରେ ପହଞ୍ଚିଥିଲେ ଭକ୍ତ ଦାସ । ଦାବି ଥିଲା, ମନୋରମାଙ୍କ ସଭ୍ୟପଦ ରଦ୍ଦ ହେଉ । ହେଲେ ଏବେ ନର୍ଲା ରାଜନୀତି କଡ ଲେଉଟାଇଛି । ରାଜନୀତିରେ ସମୟ ବଡ ବଳବାନ । ପ୍ରତିଦ୍ୱନ୍ଦ୍ୱୀକୁ ପରମ ମିତ୍ର କରିବାର କ୍ଷମତା ରଖିଥାଏ । ଠିକ୍ ଯେମିତି ନର୍ଲା ବିଧାୟକ ମନୋରମା ମହାନ୍ତି ଓ ପିସିସି ସଭାପତି ଭକ୍ତ ଦାସଙ୍କ ମଧ୍ୟରେ ଥିବା ସର୍ମ୍ପକ ଏବେ କଳାହାଣ୍ଡି ରାଜନୀତି ଗଣିତକୁ ଓଲଟପାଲଟ କରିଛି । ନିର୍ବାଚନ ଫଳାଫଳ ପରେ ମନୋରମାଙ୍କ ବିରୋଧରେ ଆଣିଥିବା ମିଥ୍ୟା ସତ୍ୟପାଠ ମାମଲା ହାଇକୋର୍ଟରୁ ପ୍ରତ୍ୟାହାର କରିଛନ୍ତି ଭକ୍ତ । ଜରିମାନା ଗଣିବା ସହ ନର୍ଲା ବିଧାୟକଙ୍କ ସଭ୍ୟ ପଦକୁ ଦେଇଛନ୍ତି ସୁରକ୍ଷାର ଗ୍ୟାରେଣ୍ଟି । ବିବେକ ଓ ସମ୍ପର୍କର ଦ୍ୱାହି ଦେଇ ମାମଲା ପ୍ରତ୍ୟାହାର କରିଥିବା କହିଛନ୍ତି ଭକ୍ତ । ହେଲେ ପ୍ରଶ୍ନ ଉଠୁଛି, କାହିଁକି ହଠାତ୍ ଭକ୍ତଙ୍କର ବଦଳିଲା ମନ ? ଆଇନଗତ ଲଢ଼େଇ ଶେଷ ହେବା ପୂର୍ବରୁ ପ୍ରତିଦ୍ୱନ୍ଦ୍ୱୀଙ୍କୁ ସହଜରେ କେମିତି ବାଟ ଛାଡ଼ିଦେଲେ ପିସିସି ସଭାପତି ? ଅଧିକ ପଢ଼ନ୍ତୁ : ବିଜୁଙ୍କୁ ଅପମାନ, କ୍ଷମା ମାଗିଲେ ନିଶିକାନ୍ତ; ବିଜେଡି କହିଲା, ଗୋଇଠା ମାରି ବିଷ୍ଣୁ କହିବା ସଙ୍ଗେ ସମାନ ରାଜ୍ୟସଭା ନିର୍ବାଚନରୁ ବିଜେଡି ଓ କଂଗ୍ରେସ ମଧ୍ୟରେ ସମ୍ପର୍କ ନିବିଡ଼ ହେଉଛି । ବିଭିନ୍ନ ପ୍ରସଙ୍ଗରେ ଉଭୟ ଦଳ ଶାସକ ଦଳ ବିରୋଧରେ ଏକସ୍ୱର ଏକମନ ହୋଇ ଲଢୁଛନ୍ତି । ଏସବୁ ଭିତରେ ନର୍ଲାରେ ମଧ୍ୟ ବିଜେପିକୁ ମାତ୍ ଦେବାକୁ ଏକାଠି ଲଢିବୁ ବୋଲି କହି ଅଘୋଷିତ ମେଣ୍ଟକୁ ବଳ ଦେଇଛନ୍ତି ବିଧାୟିକା ମନୋରମା ମହାନ୍ତି । ଏବେ ପ୍ରଶ୍ନ ଉଠୁଛି, କେଉଁ ରାଜନୈତିକ ବାଧ୍ୟବାଧକତା ବିଜେଡି ଓ କଂଗ୍ରେସକୁ ନିକଟତର କରୁଛି । ମନୋରମାଙ୍କୁ ନର୍ଲାରେ ବାଟ ଛାଡ଼ିଦେଲେ କେଉଁ ଆସନରେ ଲଢ଼ିବେ ଭକ୍ତ ? ରାଜନୈତିକ ମହଲରେ ଚର୍ଚ୍ଚା, ବିଜେଡି ଓ କଂଗ୍ରେସ ସମ୍ପର୍କକୁ ନେଇ ନର୍ଲାରୁ ମିଳିଥିବା ସଂକେତ ଆଗକୁ ପୁରା ଓଡ଼ିଶାରେ ଦେଖିବାକୁ ମିଳିବନି ତ ?

Apr 1, 2026 - 22:05
 0  1
ମନ ମିଶିଲା, ମାମଲା ଉଠିଲା; ବଦଳିଯିବ କି ନର୍ଲା ରାଜନୀତି ଗଣିତ ?

କନକ ବ୍ୟୁରୋ : ରାଜନୀତିରେ କେହି ଚିର ଶତ୍ରୁ କି ମିତ୍ର ନୁହନ୍ତି । ନର୍ଲା ରାଜନୀତିରେ ଏହାର ଝଲକ ଦେଖିବାକୁ ମିଳିଛି । ଦେଢ ବର୍ଷ ପୂର୍ବେ ପ୍ରତିଦ୍ୱନ୍ଦ୍ୱୀ ଭାବେ ଲଢି ଭକ୍ତଙ୍କୁ ମାତ୍‌ ଦେଇଥିଲେ ମନୋରମା ମହାନ୍ତି । ହେଲେ ସେତେବେଳେ ନର୍ଲା ବିଧାୟିକାଙ୍କ ବିଜୟକୁ ସହଜରେ ଗ୍ରହଣ କରିନଥିଲେ ଭକ୍ତ । ଶିକ୍ଷାଗତ ଯୋଗ୍ୟତାକୁ ନେଇ ମିଥ୍ୟା ସତ୍ୟପାଠ ଦାଖଲ କରିଥିବା ଅଭିଯୋଗ ଆଣି ମନୋରମାଙ୍କ ପ୍ରାର୍ଥୀତ୍ୱ ବିରୋଧରେ ହାଇକୋର୍ଟରେ ପହଞ୍ଚିଥିଲେ ଭକ୍ତ ଦାସ । ଦାବି ଥିଲା, ମନୋରମାଙ୍କ ସଭ୍ୟପଦ ରଦ୍ଦ ହେଉ । ହେଲେ ଏବେ ନର୍ଲା ରାଜନୀତି କଡ ଲେଉଟାଇଛି ।

ରାଜନୀତିରେ ସମୟ ବଡ ବଳବାନ । ପ୍ରତିଦ୍ୱନ୍ଦ୍ୱୀକୁ ପରମ ମିତ୍ର କରିବାର କ୍ଷମତା ରଖିଥାଏ । ଠିକ୍ ଯେମିତି ନର୍ଲା ବିଧାୟକ ମନୋରମା ମହାନ୍ତି ଓ ପିସିସି ସଭାପତି ଭକ୍ତ ଦାସଙ୍କ ମଧ୍ୟରେ ଥିବା ସର୍ମ୍ପକ ଏବେ କଳାହାଣ୍ଡି ରାଜନୀତି ଗଣିତକୁ ଓଲଟପାଲଟ କରିଛି । ନିର୍ବାଚନ ଫଳାଫଳ ପରେ ମନୋରମାଙ୍କ ବିରୋଧରେ ଆଣିଥିବା ମିଥ୍ୟା ସତ୍ୟପାଠ ମାମଲା ହାଇକୋର୍ଟରୁ ପ୍ରତ୍ୟାହାର କରିଛନ୍ତି ଭକ୍ତ । ଜରିମାନା ଗଣିବା ସହ ନର୍ଲା ବିଧାୟକଙ୍କ ସଭ୍ୟ ପଦକୁ ଦେଇଛନ୍ତି ସୁରକ୍ଷାର ଗ୍ୟାରେଣ୍ଟି । ବିବେକ ଓ ସମ୍ପର୍କର ଦ୍ୱାହି ଦେଇ ମାମଲା ପ୍ରତ୍ୟାହାର କରିଥିବା କହିଛନ୍ତି ଭକ୍ତ । ହେଲେ ପ୍ରଶ୍ନ ଉଠୁଛି, କାହିଁକି ହଠାତ୍ ଭକ୍ତଙ୍କର ବଦଳିଲା ମନ ? ଆଇନଗତ ଲଢ଼େଇ ଶେଷ ହେବା ପୂର୍ବରୁ ପ୍ରତିଦ୍ୱନ୍ଦ୍ୱୀଙ୍କୁ ସହଜରେ କେମିତି ବାଟ ଛାଡ଼ିଦେଲେ ପିସିସି ସଭାପତି ?

ଅଧିକ ପଢ଼ନ୍ତୁ : ବିଜୁଙ୍କୁ ଅପମାନ, କ୍ଷମା ମାଗିଲେ ନିଶିକାନ୍ତ; ବିଜେଡି କହିଲା, ଗୋଇଠା ମାରି ବିଷ୍ଣୁ କହିବା ସଙ୍ଗେ ସମାନ

ରାଜ୍ୟସଭା ନିର୍ବାଚନରୁ ବିଜେଡି ଓ କଂଗ୍ରେସ ମଧ୍ୟରେ ସମ୍ପର୍କ ନିବିଡ଼ ହେଉଛି । ବିଭିନ୍ନ ପ୍ରସଙ୍ଗରେ ଉଭୟ ଦଳ ଶାସକ ଦଳ ବିରୋଧରେ ଏକସ୍ୱର ଏକମନ ହୋଇ ଲଢୁଛନ୍ତି । ଏସବୁ ଭିତରେ ନର୍ଲାରେ ମଧ୍ୟ ବିଜେପିକୁ ମାତ୍ ଦେବାକୁ ଏକାଠି ଲଢିବୁ ବୋଲି କହି ଅଘୋଷିତ ମେଣ୍ଟକୁ ବଳ ଦେଇଛନ୍ତି ବିଧାୟିକା ମନୋରମା ମହାନ୍ତି । ଏବେ ପ୍ରଶ୍ନ ଉଠୁଛି, କେଉଁ ରାଜନୈତିକ ବାଧ୍ୟବାଧକତା ବିଜେଡି ଓ କଂଗ୍ରେସକୁ ନିକଟତର କରୁଛି । ମନୋରମାଙ୍କୁ ନର୍ଲାରେ ବାଟ ଛାଡ଼ିଦେଲେ କେଉଁ ଆସନରେ ଲଢ଼ିବେ ଭକ୍ତ ?

ରାଜନୈତିକ ମହଲରେ ଚର୍ଚ୍ଚା, ବିଜେଡି ଓ କଂଗ୍ରେସ ସମ୍ପର୍କକୁ ନେଇ ନର୍ଲାରୁ ମିଳିଥିବା ସଂକେତ ଆଗକୁ ପୁରା ଓଡ଼ିଶାରେ ଦେଖିବାକୁ ମିଳିବନି ତ ?

What's Your Reaction?

like

dislike

love

funny

angry

sad

wow