ଭାରତ ପାଇଁ ଆଶ୍ୱସ୍ତି , ମୁନ୍ଦ୍ରା ବନ୍ଦରରେ ପହଞ୍ଚିଲା ‘ଜଗ ଲାଡକୀ’
କନକ ବ୍ୟୁରୋ : ଗୁଜରାଟର ମୁନ୍ଦ୍ରା ବନ୍ଦରରେ ପହଞ୍ଚିଲା 'ଜଗ ଲାଡକୀ' ଜାହାଜ । ପଶ୍ଚିମ ଏସିଆରେ ଜାରି ରହିଥିବା ଯୁଦ୍ଧ ଓ ଉତ୍ତେଜନା ମଧ୍ୟରେ ଭାରତ ପାଇଁ ଏକ ଆଶ୍ଵସ୍ତିକର ଖବର ସାମ୍ନାକୁ ଆସିଛି । ଭାରତୀୟ ପତାକାଧାରୀ ତେଲ ଟ୍ୟାଙ୍କର ‘ଜଗ ଲାଡକୀ’ ସକାଳେ ସଫଳତାର ସହ ଗୁଜରାଟର ମୁନ୍ଦ୍ରା ବନ୍ଦରରେ ପହଞ୍ଚିଛି । ଏହି ବିଶାଳ ଜାହାଜରେ ପ୍ରାୟ ୮୦ହଜାର ୮୦୦ ମେଟ୍ରିକ ଟନ କଞ୍ଚା ତେଲ ରହିଛି । ଅଧିକ ପଢନ୍ତୁ : ମଧ୍ୟ ଏସୀୟ କୂଟନୀତିକୁ ଦ୍ୱିତୀୟ ରଣନୈତିକ ଝଟ୍କା: ଇରାନ ଯୁଦ୍ଧ ମଧ୍ୟରେ ଚାବାହାରକୁ ନେଇ ସରକାରଙ୍କୁ ଘେରିଲା କଂଗ୍ରେସ ସୂଚନାଯୋଗ୍ୟ ଯେ, ଗତ ମାର୍ଚ୍ଚ ୧୪ ତାରିଖରେ ସଂଯୁକ୍ତ ଆରବ ଏମିରେଟ୍ସର ଫୁଜୈରା ବନ୍ଦରରେ ତେଲ ଲୋଡିଂ ଚାଲିଥିବା ସମୟରେ ସେଠାରେ ଏକ ଡ୍ରୋନ ଆକ୍ରମଣ ହୋଇଥିଲା । ଏହି ଭୟଙ୍କର ସ୍ଥିତି ସତ୍ତ୍ୱେ ଜାହାଜଟି ସୁରକ୍ଷିତ ଭାବେ ସେଠାରୁ ବାହାରି ଆସିବାରେ ସଫଳ ହୋଇଥିଲା । ଜାହାଜରେ ଥିବା ସମସ୍ତ ୨୨ ଜଣ ଭାରତୀୟ ନାବିକ ସମ୍ପୂର୍ଣ୍ଣ ସୁରକ୍ଷିତ ଅଛନ୍ତି । ପୂର୍ବରୁ ଶିବାଲିକ ଏବଂ ନନ୍ଦା ଦେବୀ ନାମକ ଦୁଇଟି ଏଲପିଜି ଜାହାଜ ମଧ୍ୟ ଭାରତରେ ପହଞ୍ଚି ସାରିଛନ୍ତି । ଦେଶରେ ଇନ୍ଧନ ସଙ୍କଟ ଦୂର କରିବା ପାଇଁ ଏହି ତେଲ ଆମଦାନୀ ବେଶ ଗୁରୁତ୍ୱପୂର୍ଣ୍ଣ ବୋଲି କୁହାଯାଉଛି ।

କନକ ବ୍ୟୁରୋ : ଗୁଜରାଟର ମୁନ୍ଦ୍ରା ବନ୍ଦରରେ ପହଞ୍ଚିଲା 'ଜଗ ଲାଡକୀ' ଜାହାଜ । ପଶ୍ଚିମ ଏସିଆରେ ଜାରି ରହିଥିବା ଯୁଦ୍ଧ ଓ ଉତ୍ତେଜନା ମଧ୍ୟରେ ଭାରତ ପାଇଁ ଏକ ଆଶ୍ଵସ୍ତିକର ଖବର ସାମ୍ନାକୁ ଆସିଛି । ଭାରତୀୟ ପତାକାଧାରୀ ତେଲ ଟ୍ୟାଙ୍କର ‘ଜଗ ଲାଡକୀ’ ସକାଳେ ସଫଳତାର ସହ ଗୁଜରାଟର ମୁନ୍ଦ୍ରା ବନ୍ଦରରେ ପହଞ୍ଚିଛି । ଏହି ବିଶାଳ ଜାହାଜରେ ପ୍ରାୟ ୮୦ହଜାର ୮୦୦ ମେଟ୍ରିକ ଟନ କଞ୍ଚା ତେଲ ରହିଛି ।
ଅଧିକ ପଢନ୍ତୁ : ମଧ୍ୟ ଏସୀୟ କୂଟନୀତିକୁ ଦ୍ୱିତୀୟ ରଣନୈତିକ ଝଟ୍କା: ଇରାନ ଯୁଦ୍ଧ ମଧ୍ୟରେ ଚାବାହାରକୁ ନେଇ ସରକାରଙ୍କୁ ଘେରିଲା କଂଗ୍ରେସ
ସୂଚନାଯୋଗ୍ୟ ଯେ, ଗତ ମାର୍ଚ୍ଚ ୧୪ ତାରିଖରେ ସଂଯୁକ୍ତ ଆରବ ଏମିରେଟ୍ସର ଫୁଜୈରା ବନ୍ଦରରେ ତେଲ ଲୋଡିଂ ଚାଲିଥିବା ସମୟରେ ସେଠାରେ ଏକ ଡ୍ରୋନ ଆକ୍ରମଣ ହୋଇଥିଲା । ଏହି ଭୟଙ୍କର ସ୍ଥିତି ସତ୍ତ୍ୱେ ଜାହାଜଟି ସୁରକ୍ଷିତ ଭାବେ ସେଠାରୁ ବାହାରି ଆସିବାରେ ସଫଳ ହୋଇଥିଲା । ଜାହାଜରେ ଥିବା ସମସ୍ତ ୨୨ ଜଣ ଭାରତୀୟ ନାବିକ ସମ୍ପୂର୍ଣ୍ଣ ସୁରକ୍ଷିତ ଅଛନ୍ତି । ପୂର୍ବରୁ ଶିବାଲିକ ଏବଂ ନନ୍ଦା ଦେବୀ ନାମକ ଦୁଇଟି ଏଲପିଜି ଜାହାଜ ମଧ୍ୟ ଭାରତରେ ପହଞ୍ଚି ସାରିଛନ୍ତି । ଦେଶରେ ଇନ୍ଧନ ସଙ୍କଟ ଦୂର କରିବା ପାଇଁ ଏହି ତେଲ ଆମଦାନୀ ବେଶ ଗୁରୁତ୍ୱପୂର୍ଣ୍ଣ ବୋଲି କୁହାଯାଉଛି ।
What's Your Reaction?



