ବାପାଙ୍କ ପ୍ରତିଶୋଧ ନେବାକୁ ପ୍ରତିଜ୍ଞା କଲେ ଜୁନିୟର ଖାମେନେଇ, ଟ୍ରମ୍ପଙ୍କୁ ଦେଲେ ଖୋଲାଖୋଲି ଚ୍ୟାଲେଞ୍ଜ
କନକ ବ୍ୟୁରୋ: ମଧ୍ୟ-ପ୍ରାଚ୍ୟରେ ଯୁଦ୍ଧର ନିଆଁ ଏବେ ଆହୁରି ଭୟଙ୍କର ରୂପ ନେବାକୁ ଯାଉଛି । ଇରାନର ନୂତନ ସର୍ବୋଚ୍ଚ ନେତା ମୋଜତାବା ଖାମେନେଇ ନିଜର ପ୍ରଥମ ଭାଷଣରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଏମିତି ଏକ ଚେତାବନୀ ଦେଇଛନ୍ତି, ଯାହା ସାରା ବିଶ୍ୱର ଅର୍ଥନୀତି ଏବଂ ସୁରକ୍ଷା ବ୍ୟବସ୍ଥାକୁ ଦୋହଲାଇ ଦେଇଛି । ପିତାଙ୍କ ମୃତ୍ୟୁ ପରେ କ୍ଷମତାକୁ ଆସିଥିବା ମୋଜତାବା ଏବେ 'ରକ୍ତର ବଦଲା ରକ୍ତ' ନେବାକୁ ଖୋଲାଖୋଲି ଘୋଷଣା କରିଛନ୍ତି । ଇରାନ ରାଜନୀତିରେ ଏକ ନୂଆ ଯୁଗର ଆରମ୍ଭ ହୋଇଛି, କିନ୍ତୁ ଏହି ଯୁଗର ଆରମ୍ଭ 'ପ୍ରତିଶୋଧ'ର ଶପଥ ସହିତ ହୋଇଛି । ମୋଜତାବା ଖାମେନେଇ ତାଙ୍କ ପ୍ରଥମ ଅଫିସିଆଲ୍ ଭାଷଣରେ ଟ୍ରମ୍ପଙ୍କ 'ଅହଂକାର'କୁ ଚ୍ୟାଲେଞ୍ଜ କରି ୭ଟି ବଡ଼ ରଣନୀତି ପ୍ଲାନ୍ କରିଛନ୍ତି । ଯାହାକୁ ନେଇ ଏବେ ବିଶ୍ବରେ ସ୍ଥିତି ଭୟଙ୍କର ହୋଇପାରେ । ଆହୁରି ପଢ଼ନ୍ତୁ: ଖାମେନେଇଙ୍କ ପୁଅକୁ ଖୋଜୁଛନ୍ତି ଟ୍ରମ୍ପ ହର୍ମୁଜ୍ ଉପରେ କଟକଣାବିଶ୍ୱର ତଣ୍ଟି ଚିପିବାକୁ ପ୍ରସ୍ତୁତି ମୋଜତାବା ସ୍ପଷ୍ଟ କରିଛନ୍ତି ଯେ, ଇରାନ ଏଣିକି ଷ୍ଟ୍ରେଟ୍ ଅଫ୍ ହର୍ମୁଜ୍କୁ ଏକ ଅସ୍ତ୍ର ଭାବରେ ବ୍ୟବହାର କରିବ । ବିଶ୍ୱର ୨୫% ତୈଳ ଏବଂ ଗ୍ୟାସ୍ ପରିବହନ ହେଉଥିବା ଏହି ସାମୁଦ୍ରିକ ପଥକୁ ବନ୍ଦ ରଖିବାକୁ ସେ ଆଦେଶ ଦେଇଛନ୍ତି । ଏହା ଟ୍ରମ୍ପଙ୍କ ପାଇଁ ସବୁଠାରୁ ବଡ଼ ମୁଣ୍ଡବିନ୍ଧାର କାରଣ ହେବ, କାରଣ ଏହାଦ୍ୱାରା ବିଶ୍ୱରେ ତୈଳ ଦର ଆକାଶଛୁଆଁ ହେବ । ମିନାବ୍ ସ୍କୁଲ୍ ଷ୍ଟ୍ରାଇକ୍ର ପ୍ରତିଶୋଧଆମେରିକୀୟ ଏୟାର୍ ବେସ୍କୁ ଟାର୍ଗେଟ୍ ଆମେରିକୀୟ ଆକ୍ରମଣର କଡ଼ା ଜବାବ ଦେବାକୁ ରଣହୁଙ୍କାର । ମିନାବ୍ର କନ୍ୟାଶ୍ରମରେ ୧୬୦ରୁ ଅଧିକ ଶିଶୁଙ୍କ ମୃତ୍ୟୁକୁ ନେଇ ମୋଜତାବା ଅତ୍ୟନ୍ତ କଠୋର ଆଭିମୁଖ୍ୟ ଗ୍ରହଣ କରିଛନ୍ତି । ସେ କହିଛନ୍ତି, "ଶିଶୁଙ୍କ ରକ୍ତର ପ୍ରତିଟି ବୁନ୍ଦାର ହିସାବ ନିଆଯିବ ।" ଏହା ଟ୍ରମ୍ପଙ୍କୁ ସିଧାସଳଖ ଯୁଦ୍ଧ ଅପରାଧୀ ଭାବେ ଚିତ୍ରିତ କରି ଆନ୍ତର୍ଜାତୀୟ ସ୍ତରରେ ଚାପ ପକାଇବାକୁ ଏକ ଚାଲ୍ । ଖାଲି ଏତିକି ନୁହେଁ ଇରାନ ନିଜର ପଡ଼ୋଶୀ ଦେଶମାନଙ୍କୁ ଚେତାବନୀ ଦେଇଛି ଯେ, ଯଦି ସେମାନେ ନିଜ ମାଟିରେ ଆମେରିକୀୟ ସୈନ୍ୟ ଘାଟିକୁ ରଖିବେ, ତେବେ ସେମାନେ ମଧ୍ୟ ଇରାନର ମିସାଇଲ୍ ରାଡାରରେ ରହିବେ । କାରଣ ଆମେରିକାର ସୁରକ୍ଷା ପ୍ରତିଶ୍ରୁତି ଏକ ମିଛ ପ୍ରହସନ ବୋଲି ସେ କହିଛନ୍ତି । ଟ୍ରମ୍ପଙ୍କୁ ଭୟଭୀତ କରିବା ଭଳି ମୋଜତାବା ଏକ କଡ଼ା ଚେତାବନୀ ଦେଇଛନ୍ତି । ସେ କହିଛନ୍ତି ଯେ ଇରାନ ଏମିତି କିଛି ନୂଆ ସାମ୍ମୁଖ୍ୟରେ ଯୁଦ୍ଧ ଆରମ୍ଭ କରିବ, ଯେଉଁଠାରେ ଆମେରିକା ଅତ୍ୟନ୍ତ ଦୁର୍ବଳ । ଏହା ସାଇବର୍ ଆଟାକ୍ କିମ୍ବା ଗରିଲା ଯୁଦ୍ଧ ହୋଇପାରେ ବୋଲି ବିଶେଷଜ୍ଞମାନେ ଅନୁମାନ କରୁଛନ୍ତି । ଏହି ଭାଷଣ ସେତେବେଳେ ଆସିଛି ଯେତେବେଳେ ଟ୍ରମ୍ପ ଇରାନକୁ ଶେଷ କରିଦେବାକୁ ଦମ୍ଭୋକ୍ତି ପ୍ରକାଶ କରୁଛନ୍ତି । କିନ୍ତୁ ମୋଜତାବାଙ୍କ ରଣନୀତି ହେଉଛି 'War of Attrition' ଅର୍ଥାତ୍ ଆମେରିକାକୁ ଏକ ଦୀର୍ଘକାଳୀନ ଏବଂ ବ୍ୟୟବହୁଳ ଯୁଦ୍ଧ ମଧ୍ୟକୁ ଟାଣି ନେବା, ଯାହାଦ୍ୱାରା ଟ୍ରମ୍ପଙ୍କ ଘରୋଇ ରାଜନୀତି ଦୁର୍ବଳ ହୋଇଯିବ । ବଡ଼କଥା ହେଉଛି ମୋଜତାବା ନିଜ ବାପା ଖାମେନେଇଙ୍କ ମୃତ୍ୟୁର 'ପ୍ରତିଶୋଧ'କୁ ବ୍ୟକ୍ତିଗତ ନୁହେଁ ବରଂ 'ଜାତୀୟ ପ୍ରାଥମିକତା' ଭାବେ ଘୋଷଣା କରିଛନ୍ତି । ଯଦିଓ ଟ୍ରମ୍ପ କହୁଛନ୍ତି "ସବୁକିଛି ଠିକ୍ ଅଛି", କିନ୍ତୁ ଇରାନର ଏହି 'ଗେମ୍ ଚେଞ୍ଜର' ଭାଷଣ ହ୍ୱାଇଟ୍ ହାଉସ୍ର ଚିନ୍ତା ବଢ଼ାଇ ଦେଇଛି । ଏବେ ଦେଖିବାକୁ ବାକି ରହିଲା, ଟ୍ରମ୍ପ ଏହି 'ପ୍ରତିଶୋଧ'ର ଜବାବ ମିସାଇଲ୍ରେ ଦେଉଛନ୍ତି ନା କୂଟନୀତିରେ ।

କନକ ବ୍ୟୁରୋ: ମଧ୍ୟ-ପ୍ରାଚ୍ୟରେ ଯୁଦ୍ଧର ନିଆଁ ଏବେ ଆହୁରି ଭୟଙ୍କର ରୂପ ନେବାକୁ ଯାଉଛି । ଇରାନର ନୂତନ ସର୍ବୋଚ୍ଚ ନେତା ମୋଜତାବା ଖାମେନେଇ ନିଜର ପ୍ରଥମ ଭାଷଣରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଏମିତି ଏକ ଚେତାବନୀ ଦେଇଛନ୍ତି, ଯାହା ସାରା ବିଶ୍ୱର ଅର୍ଥନୀତି ଏବଂ ସୁରକ୍ଷା ବ୍ୟବସ୍ଥାକୁ ଦୋହଲାଇ ଦେଇଛି । ପିତାଙ୍କ ମୃତ୍ୟୁ ପରେ କ୍ଷମତାକୁ ଆସିଥିବା ମୋଜତାବା ଏବେ 'ରକ୍ତର ବଦଲା ରକ୍ତ' ନେବାକୁ ଖୋଲାଖୋଲି ଘୋଷଣା କରିଛନ୍ତି । ଇରାନ ରାଜନୀତିରେ ଏକ ନୂଆ ଯୁଗର ଆରମ୍ଭ ହୋଇଛି, କିନ୍ତୁ ଏହି ଯୁଗର ଆରମ୍ଭ 'ପ୍ରତିଶୋଧ'ର ଶପଥ ସହିତ ହୋଇଛି । ମୋଜତାବା ଖାମେନେଇ ତାଙ୍କ ପ୍ରଥମ ଅଫିସିଆଲ୍ ଭାଷଣରେ ଟ୍ରମ୍ପଙ୍କ 'ଅହଂକାର'କୁ ଚ୍ୟାଲେଞ୍ଜ କରି ୭ଟି ବଡ଼ ରଣନୀତି ପ୍ଲାନ୍ କରିଛନ୍ତି । ଯାହାକୁ ନେଇ ଏବେ ବିଶ୍ବରେ ସ୍ଥିତି ଭୟଙ୍କର ହୋଇପାରେ ।
ଆହୁରି ପଢ଼ନ୍ତୁ: ଖାମେନେଇଙ୍କ ପୁଅକୁ ଖୋଜୁଛନ୍ତି ଟ୍ରମ୍ପ
ହର୍ମୁଜ୍ ଉପରେ କଟକଣା
ବିଶ୍ୱର ତଣ୍ଟି ଚିପିବାକୁ ପ୍ରସ୍ତୁତି
ମୋଜତାବା ସ୍ପଷ୍ଟ କରିଛନ୍ତି ଯେ, ଇରାନ ଏଣିକି ଷ୍ଟ୍ରେଟ୍ ଅଫ୍ ହର୍ମୁଜ୍କୁ ଏକ ଅସ୍ତ୍ର ଭାବରେ ବ୍ୟବହାର କରିବ । ବିଶ୍ୱର ୨୫% ତୈଳ ଏବଂ ଗ୍ୟାସ୍ ପରିବହନ ହେଉଥିବା ଏହି ସାମୁଦ୍ରିକ ପଥକୁ ବନ୍ଦ ରଖିବାକୁ ସେ ଆଦେଶ ଦେଇଛନ୍ତି । ଏହା ଟ୍ରମ୍ପଙ୍କ ପାଇଁ ସବୁଠାରୁ ବଡ଼ ମୁଣ୍ଡବିନ୍ଧାର କାରଣ ହେବ, କାରଣ ଏହାଦ୍ୱାରା ବିଶ୍ୱରେ ତୈଳ ଦର ଆକାଶଛୁଆଁ ହେବ ।
ମିନାବ୍ ସ୍କୁଲ୍ ଷ୍ଟ୍ରାଇକ୍ର ପ୍ରତିଶୋଧ
ଆମେରିକୀୟ ଏୟାର୍ ବେସ୍କୁ ଟାର୍ଗେଟ୍
ଆମେରିକୀୟ ଆକ୍ରମଣର କଡ଼ା ଜବାବ ଦେବାକୁ ରଣହୁଙ୍କାର । ମିନାବ୍ର କନ୍ୟାଶ୍ରମରେ ୧୬୦ରୁ ଅଧିକ ଶିଶୁଙ୍କ ମୃତ୍ୟୁକୁ ନେଇ ମୋଜତାବା ଅତ୍ୟନ୍ତ କଠୋର ଆଭିମୁଖ୍ୟ ଗ୍ରହଣ କରିଛନ୍ତି । ସେ କହିଛନ୍ତି, "ଶିଶୁଙ୍କ ରକ୍ତର ପ୍ରତିଟି ବୁନ୍ଦାର ହିସାବ ନିଆଯିବ ।" ଏହା ଟ୍ରମ୍ପଙ୍କୁ ସିଧାସଳଖ ଯୁଦ୍ଧ ଅପରାଧୀ ଭାବେ ଚିତ୍ରିତ କରି ଆନ୍ତର୍ଜାତୀୟ ସ୍ତରରେ ଚାପ ପକାଇବାକୁ ଏକ ଚାଲ୍ । ଖାଲି ଏତିକି ନୁହେଁ ଇରାନ ନିଜର ପଡ଼ୋଶୀ ଦେଶମାନଙ୍କୁ ଚେତାବନୀ ଦେଇଛି ଯେ, ଯଦି ସେମାନେ ନିଜ ମାଟିରେ ଆମେରିକୀୟ ସୈନ୍ୟ ଘାଟିକୁ ରଖିବେ, ତେବେ ସେମାନେ ମଧ୍ୟ ଇରାନର ମିସାଇଲ୍ ରାଡାରରେ ରହିବେ । କାରଣ ଆମେରିକାର ସୁରକ୍ଷା ପ୍ରତିଶ୍ରୁତି ଏକ ମିଛ ପ୍ରହସନ ବୋଲି ସେ କହିଛନ୍ତି ।
ଟ୍ରମ୍ପଙ୍କୁ ଭୟଭୀତ କରିବା ଭଳି ମୋଜତାବା ଏକ କଡ଼ା ଚେତାବନୀ ଦେଇଛନ୍ତି । ସେ କହିଛନ୍ତି ଯେ ଇରାନ ଏମିତି କିଛି ନୂଆ ସାମ୍ମୁଖ୍ୟରେ ଯୁଦ୍ଧ ଆରମ୍ଭ କରିବ, ଯେଉଁଠାରେ ଆମେରିକା ଅତ୍ୟନ୍ତ ଦୁର୍ବଳ । ଏହା ସାଇବର୍ ଆଟାକ୍ କିମ୍ବା ଗରିଲା ଯୁଦ୍ଧ ହୋଇପାରେ ବୋଲି ବିଶେଷଜ୍ଞମାନେ ଅନୁମାନ କରୁଛନ୍ତି । ଏହି ଭାଷଣ ସେତେବେଳେ ଆସିଛି ଯେତେବେଳେ ଟ୍ରମ୍ପ ଇରାନକୁ ଶେଷ କରିଦେବାକୁ ଦମ୍ଭୋକ୍ତି ପ୍ରକାଶ କରୁଛନ୍ତି । କିନ୍ତୁ ମୋଜତାବାଙ୍କ ରଣନୀତି ହେଉଛି 'War of Attrition' ଅର୍ଥାତ୍ ଆମେରିକାକୁ ଏକ ଦୀର୍ଘକାଳୀନ ଏବଂ ବ୍ୟୟବହୁଳ ଯୁଦ୍ଧ ମଧ୍ୟକୁ ଟାଣି ନେବା, ଯାହାଦ୍ୱାରା ଟ୍ରମ୍ପଙ୍କ ଘରୋଇ ରାଜନୀତି ଦୁର୍ବଳ ହୋଇଯିବ ।
ବଡ଼କଥା ହେଉଛି ମୋଜତାବା ନିଜ ବାପା ଖାମେନେଇଙ୍କ ମୃତ୍ୟୁର 'ପ୍ରତିଶୋଧ'କୁ ବ୍ୟକ୍ତିଗତ ନୁହେଁ ବରଂ 'ଜାତୀୟ ପ୍ରାଥମିକତା' ଭାବେ ଘୋଷଣା କରିଛନ୍ତି । ଯଦିଓ ଟ୍ରମ୍ପ କହୁଛନ୍ତି "ସବୁକିଛି ଠିକ୍ ଅଛି", କିନ୍ତୁ ଇରାନର ଏହି 'ଗେମ୍ ଚେଞ୍ଜର' ଭାଷଣ ହ୍ୱାଇଟ୍ ହାଉସ୍ର ଚିନ୍ତା ବଢ଼ାଇ ଦେଇଛି । ଏବେ ଦେଖିବାକୁ ବାକି ରହିଲା, ଟ୍ରମ୍ପ ଏହି 'ପ୍ରତିଶୋଧ'ର ଜବାବ ମିସାଇଲ୍ରେ ଦେଉଛନ୍ତି ନା କୂଟନୀତିରେ ।
What's Your Reaction?



