ଉଜୁଡ଼ିଗଲାଣି ବେଉସା; ଜୀବିକା ହରାଇଲେଣି ଦୋକାନୀ, ବଢ଼ିଲାଣି ଖାଦ୍ୟ ଦର
କନକ ବ୍ୟୁରୋ : ବ୍ୟବସାୟ ଠପ୍ ହେଲାଣି, ଦୋକାନରେ ତାଲା ଝୁଲିଲାଣି । ଗ୍ରାହକଙ୍କ ପକେଟକୁ ବି ବାଧିଲାଣି । ବାଣିଜ୍ୟିକ ଗ୍ୟାସ୍ର ଅଭାବ ଯୋଗୁଁ ସବୁଠି ଏବେ ଏଭଳି ସ୍ଥିତି । ରାଜଧାନୀର ଏକ ଘରୋଇ ହୋଟେଲରେ ଲଗାଯାଇଥିବା ନୋଟିସ୍ରେ ଗ୍ୟାସ୍ ଅଭାବରୁ ହୋଟେଲରେ ମିଳୁଥିବା ସମସ୍ତ ଖାଦ୍ୟର ଦର ୨୦ ଟଙ୍କା ଲେଖାଏଁ ବୃଦ୍ଧି ପାଇଛି । ଜଳଖିଆ ଦୋକାନରେ ଟ୍ରେରେ କମିଲାଣି ଆଇଟମ୍ । ଆଉ ଦେଖିବାକୁ ମିଳୁନି ଅଧିକ ପ୍ରକାରର ଜଳଖିଆ । ସୀମିତ ସଂଖ୍ୟକ ଜଳଖିଆ କରି ଗ୍ରାହକଙ୍କୁ ପରଷୁଛନ୍ତି ବ୍ୟବସାୟୀ । ଗ୍ରାହକମାନେ ମଧ୍ୟ ମନ ପସନ୍ଦର ଖାଇବା ନପାଇ ହଟହଟା ହେଲେଣି । ଅଧିକ ପଢ଼ନ୍ତୁ : ଏଲ୍ପିଜି ପାଇଁ ସଂଘର୍ଷ; ରାତି ପାହିଲେ କାମଧନ୍ଧା ଛାଡି ଗ୍ୟାସ ଡିପୋରେ ଲାଇନ୍ ଲଗାଉଛନ୍ତି ଲୋକେ କଟକରେ ମଧ୍ୟ ସମାନ ସ୍ଥିତି । ଗ୍ୟାସ୍ ଅଭାବରୁ କିଛି ଛୋଟ ଛୋଟ ହୋଟେଲ ବନ୍ଦ ହେଲାଣି । କଟକ ସହରର ରାସ୍ତା କଡ଼ରେ ଥିବା ଏକ ଛୋଟ ହୋଟେଲରେ ପୂର୍ବରୁ ଏତେ ବ୍ୟବସାୟ ହେଉଥିଲା, ଦିନ ୩ଟା ଯାଏଁ ରହୁଥିଲା ଖାଇବା । ମାତ୍ର ଗ୍ୟାସ୍ ଅଭାବରୁ ଅଳ୍ପ ପରିମାଣର ଖାଇବା କରିଥିଲେ । ଶୀଘ୍ର ଖାଇବା ସରିଯିବା ପରେ ଏବେ ହୋଟେଲ ବନ୍ଦ କରିବାକୁ ବାଧ୍ୟ ହେଉଛନ୍ତି ମାଲିକ । ଅନ୍ୟପଟେ କିଛି ହୋଟେଲ ଗ୍ୟାସ୍ ଅଭାବରୁ କାଠ ଚୁଲାକୁ ଆପଣାଇଛନ୍ତି । ବାଲେଶ୍ୱରରେ ହୋଟେଲ ମାଲିକମାନେ କାଠ ଏବଂ କୋଇଲା ଉପରେ ଅଧିକ ନିର୍ଭରଶୀଳ ହେଲେଣି । ଫଳରେ କାଠ ଏବଂ କୋଇଲା ଦର ବି ବଢ଼ିଲାଣି । ଖାଇବା ଥାଳିରେ ବି ଏହାର ପ୍ରଭାବ ଦେଖିବାକୁ ମିଳୁଛି । ହୋଟେଲ ମାଲିକ ଖାଦ୍ୟ ମେନ୍ୟୁରୁ ଅନେକ ତରକାରୀ ସଂଖ୍ୟା କମାଇ ଦେଇଛନ୍ତି । ପର୍ଯ୍ୟଟନ ସହର ପୁରୀରେ ମଧ୍ୟ ଗ୍ୟାସ୍ ଅଭାବରୁ ବ୍ୟବସାୟ ପ୍ରଭାବିତ ହୋଇଛି । ଗତ ଦୁଇ ଦିନରେ ଲକ୍ଷ ଲକ୍ଷ ଟଙ୍କାର ବ୍ୟବସାୟ ହ୍ରାସ ପାଇଥିବା ଜଣାପଡ଼ିଛି । ଅନ୍ୟପଟେ ଗ୍ୟାସ୍ର କଳାବଜାର ରୋକିବା ପାଇଁ ବିଭିନ୍ନ ସ୍ଥାନରେ ପୁଲିସ ଚଢ଼ଉ ଜାରି ରଖିଥିବା ଯୋଗାଣ ଅଧିକାରୀ କହିଛନ୍ତି । ଗ୍ୟାସ୍ ଅଭାବ ଦୂର ନହେଲେ ଆଗକୁ ବିଭିନ୍ନ କ୍ଷେତ୍ରରେ ଗୁରୁତର ପ୍ରଭାବ ପଡ଼ିପାରେ ବୋଲି ଆଶଙ୍କା କରାଯାଉଛି ।

କନକ ବ୍ୟୁରୋ : ବ୍ୟବସାୟ ଠପ୍ ହେଲାଣି, ଦୋକାନରେ ତାଲା ଝୁଲିଲାଣି । ଗ୍ରାହକଙ୍କ ପକେଟକୁ ବି ବାଧିଲାଣି । ବାଣିଜ୍ୟିକ ଗ୍ୟାସ୍ର ଅଭାବ ଯୋଗୁଁ ସବୁଠି ଏବେ ଏଭଳି ସ୍ଥିତି । ରାଜଧାନୀର ଏକ ଘରୋଇ ହୋଟେଲରେ ଲଗାଯାଇଥିବା ନୋଟିସ୍ରେ ଗ୍ୟାସ୍ ଅଭାବରୁ ହୋଟେଲରେ ମିଳୁଥିବା ସମସ୍ତ ଖାଦ୍ୟର ଦର ୨୦ ଟଙ୍କା ଲେଖାଏଁ ବୃଦ୍ଧି ପାଇଛି ।
ଜଳଖିଆ ଦୋକାନରେ ଟ୍ରେରେ କମିଲାଣି ଆଇଟମ୍ । ଆଉ ଦେଖିବାକୁ ମିଳୁନି ଅଧିକ ପ୍ରକାରର ଜଳଖିଆ । ସୀମିତ ସଂଖ୍ୟକ ଜଳଖିଆ କରି ଗ୍ରାହକଙ୍କୁ ପରଷୁଛନ୍ତି ବ୍ୟବସାୟୀ । ଗ୍ରାହକମାନେ ମଧ୍ୟ ମନ ପସନ୍ଦର ଖାଇବା ନପାଇ ହଟହଟା ହେଲେଣି ।
ଅଧିକ ପଢ଼ନ୍ତୁ : ଏଲ୍ପିଜି ପାଇଁ ସଂଘର୍ଷ; ରାତି ପାହିଲେ କାମଧନ୍ଧା ଛାଡି ଗ୍ୟାସ ଡିପୋରେ ଲାଇନ୍ ଲଗାଉଛନ୍ତି ଲୋକେ
କଟକରେ ମଧ୍ୟ ସମାନ ସ୍ଥିତି । ଗ୍ୟାସ୍ ଅଭାବରୁ କିଛି ଛୋଟ ଛୋଟ ହୋଟେଲ ବନ୍ଦ ହେଲାଣି । କଟକ ସହରର ରାସ୍ତା କଡ଼ରେ ଥିବା ଏକ ଛୋଟ ହୋଟେଲରେ ପୂର୍ବରୁ ଏତେ ବ୍ୟବସାୟ ହେଉଥିଲା, ଦିନ ୩ଟା ଯାଏଁ ରହୁଥିଲା ଖାଇବା । ମାତ୍ର ଗ୍ୟାସ୍ ଅଭାବରୁ ଅଳ୍ପ ପରିମାଣର ଖାଇବା କରିଥିଲେ । ଶୀଘ୍ର ଖାଇବା ସରିଯିବା ପରେ ଏବେ ହୋଟେଲ ବନ୍ଦ କରିବାକୁ ବାଧ୍ୟ ହେଉଛନ୍ତି ମାଲିକ । ଅନ୍ୟପଟେ କିଛି ହୋଟେଲ ଗ୍ୟାସ୍ ଅଭାବରୁ କାଠ ଚୁଲାକୁ ଆପଣାଇଛନ୍ତି ।
ବାଲେଶ୍ୱରରେ ହୋଟେଲ ମାଲିକମାନେ କାଠ ଏବଂ କୋଇଲା ଉପରେ ଅଧିକ ନିର୍ଭରଶୀଳ ହେଲେଣି । ଫଳରେ କାଠ ଏବଂ କୋଇଲା ଦର ବି ବଢ଼ିଲାଣି । ଖାଇବା ଥାଳିରେ ବି ଏହାର ପ୍ରଭାବ ଦେଖିବାକୁ ମିଳୁଛି । ହୋଟେଲ ମାଲିକ ଖାଦ୍ୟ ମେନ୍ୟୁରୁ ଅନେକ ତରକାରୀ ସଂଖ୍ୟା କମାଇ ଦେଇଛନ୍ତି । ପର୍ଯ୍ୟଟନ ସହର ପୁରୀରେ ମଧ୍ୟ ଗ୍ୟାସ୍ ଅଭାବରୁ ବ୍ୟବସାୟ ପ୍ରଭାବିତ ହୋଇଛି । ଗତ ଦୁଇ ଦିନରେ ଲକ୍ଷ ଲକ୍ଷ ଟଙ୍କାର ବ୍ୟବସାୟ ହ୍ରାସ ପାଇଥିବା ଜଣାପଡ଼ିଛି । ଅନ୍ୟପଟେ ଗ୍ୟାସ୍ର କଳାବଜାର ରୋକିବା ପାଇଁ ବିଭିନ୍ନ ସ୍ଥାନରେ ପୁଲିସ ଚଢ଼ଉ ଜାରି ରଖିଥିବା ଯୋଗାଣ ଅଧିକାରୀ କହିଛନ୍ତି ।
ଗ୍ୟାସ୍ ଅଭାବ ଦୂର ନହେଲେ ଆଗକୁ ବିଭିନ୍ନ କ୍ଷେତ୍ରରେ ଗୁରୁତର ପ୍ରଭାବ ପଡ଼ିପାରେ ବୋଲି ଆଶଙ୍କା କରାଯାଉଛି ।
What's Your Reaction?



