ଯୁଦ୍ଧ ସମୟରେ ଭାରତୀୟ ଅର୍ଥନୀତି ସୁଦୃଢ଼ ଅଛି: ସର୍ଭେ
କନକ ବ୍ୟୁରୋ: ଇରାନ୍-ଇସ୍ରାଏଲ୍-ଆମେରିକା ଯୁଦ୍ଧକୁ ନେଇ ମଧ୍ୟପ୍ରାଚ୍ୟରେ ଅଶାନ୍ତିର ବାତାବରଣ ଲାଗି ରହିଥିବା ବେଳେ ହର୍ମୁଜ୍ ପ୍ରଣାଳୀ ଦେଇ ତେଲ ପରିବହନ ବାଧାପ୍ରାପ୍ତ ହୋଇଛି। ଏହା ସମଗ୍ର ବିଶ୍ବ ଅର୍ଥନୀତିକୁ ପ୍ରଭାବିତ କରୁଥିବା କୁହାଯାଇଛି । ତେବେ ଏଭଳି ଉତ୍ତେଜନାମୂଳକ ସ୍ଥିତିରେ ମଧ୍ୟ ଭାରତୀୟ ଅର୍ଥନୀତି ଦୋହଲି ନଯାଇ ଦୃଢ଼ ରହିଛି। ବିଭିନ୍ନ ଅର୍ଥନୀତି ଅନୁଧ୍ୟାନକାରୀ ସଂସ୍ଥା ପ୍ରକାଶ କରିଥିବା କେତେକ ରିପୋର୍ଟରେ ଯୁଦ୍ଧ ସମୟରେ ବି ଭାରତୀୟ ଅର୍ଥନୀତିର ସକାରାତ୍ମକ ଚିତ୍ର ଅଙ୍କାଯାଇଛି । ଆନ୍ତର୍ଜାତିକ ସ୍ତରର ଅର୍ଥନୀତି ଅନୁଧ୍ୟାନକାରୀ ସଂସ୍ଥା ‘ଫିଚ୍’ ଏହାର ଭାରତୀୟ ଅର୍ଥନୀତିର ଅଭିବୃଦ୍ଧି ହାର ସଂକ୍ରାନ୍ତ ପୂର୍ବାନୁମାନକୁ ବଦଳାଇ ଅଭିବୃଦ୍ଧି ହାର ସାମାନ୍ୟ ଅଧିକ ହେବ ବୋଲି ପ୍ରକାଶ କରିଛି। ସେହିପରି ଏଚ୍ଏସ୍ବିସି ଓ ଫିଚ୍ କରିଥିବା ସର୍ଭେ ମଧ୍ୟ ଏଭଳି ଦର୍ଶାଇଛି । ଏଚ୍ଏସ୍ବିସି ଏହାର ରିପୋର୍ଟରେ କହିଛି ଯେ ଭାରତରେ ଅଭିବୃଦ୍ଧି ସାମ୍ପ୍ରତିକ ଆହ୍ବାନକୁ ମୁକାବିଲା କରି ପାରିବାର ସାମର୍ଥ୍ୟ ରଖିଛି। ପୁଞ୍ଜିନିବେଶ ପାଇଁ ଏଠାରେ ବଜାର ଏବେ ବି ଉତ୍ସାହଜନକ ରହିଛି। ଦେଶରେ ସୁଧ ହାର ଏଥିପାଇଁ ଅନୁକୂଳ ରହିଛି । ଭିତ୍ତିଭୂମି କ୍ଷେତ୍ରରେ ସରକାରୀ କାର୍ଯ୍ୟକ୍ରମ ସହିତ ଘରୋଇ ପୁଞ୍ଜିନିବେଶ ପାଇଁ ପଥ ପରିଷ୍କାର ରହିଛି। ନବୀକରଣକ୍ଷମ ବିଦ୍ୟୁତ୍ ଶକ୍ତି ଉତ୍ପାଦନ ପାଇଁ ଭାରତରେ ଘରୋଇ କଂପାନିମାନେ ଅଧିକ ନିବେଶ କରୁଛନ୍ତି । ତେବେ ମଧ୍ୟପ୍ରାଚ୍ୟରେ ଜାରି ରହିଥିବା ଯୁଦ୍ଧ ସଂକଟ ଲମ୍ବା ସମୟ ଚାଲିଲେ ଭାରତୀୟ ଅର୍ଥନୀତି ମଧ୍ୟ ପ୍ରଭାବିତ ହେବ ବୋଲି ଏଚ୍ଏସ୍ବିସି ଏହାର ରିପୋର୍ଟରେ ପ୍ରକାଶ କରିଛି । ଅଧିକ ପଢନ୍ତୁ: ଇରାନ ସହ ଯୁଦ୍ଧ ଭିତରେ ୪୦ ପ୍ରତିଶତ ବଢ଼ିଲାଣି ଅଶୋଧିତ ତୈଳ ମୂଲ୍ୟ, ପଢ଼ନ୍ତୁ ଆଗାମୀ କାଲି ପାଇଁ ବିଶେଷଜ୍ଞଙ୍କ କ'ଣ ରହିଛି ଅନୁମାନ ୨୦୨୫-୨୬ ପାଇଁ ଫିଚ୍ ଭାରତୀୟ ଅର୍ଥନୀତିରେ ଅଭିବୃଦ୍ଧି ହାର ପୂର୍ବାନୁମାନକୁ ସଂଶୋଧନ କରି ଏଥିରେ ସାମାନ୍ୟ ବୃଦ୍ଧି କରିଛି। ଚଳିତ ଆର୍ଥିକ ବର୍ଷରେ ଭାରତରେ ଅର୍ଥନୈତିକ ଅଭିବୃଦ୍ଧି ହାର ୭.୪ ପ୍ରତିଶତ ହେବ ବୋଲି ଫିଚ୍ ଡିସେମ୍ବର ମାସରେ ପୂର୍ବାନୁମାନ କରିଥିଲା। କିନ୍ତୁ ଏହା ୭.୫ ପ୍ରତିଶତ ହାରରେ ଅଭିବୃଦ୍ଧି ହାସଲ କରିବ ବୋଲି ଏବେ ପୂର୍ବାନୁମାନ କରିଛି। ଦେଶରେ ଚାହିଦା ବୃଦ୍ଧିକୁ ଦୃଷ୍ଟିରେ ରଖି ପୂର୍ବାନୁମାନକୁ ପରିବର୍ତ୍ତନ କରାଯାଇଥିବା ଏହି ସର୍ବେକ୍ଷଣ ସଂସ୍ଥା ପକ୍ଷରୁ ପ୍ରକାଶ କରାଯାଇଛି। ସେହିପରି ଆସନ୍ତା ଆର୍ଥିକ ବର୍ଷ (୨୦୨୬-୨୭)ରେ ମଧ୍ୟ ଭାରତୀୟ ଅର୍ଥନୀତିରେ ୬.୭ ପ୍ରତିଶତ ଅଭିବୃଦ୍ଧି ହାସଲ ହେବ ବୋଲି ଫିଚ୍ ପୂର୍ବାନୁମାନ କରିଛି। ଏହା ୬.୪ ପ୍ରତିଶତ ହେବ ବୋଲି ଡିସେମ୍ବରରେ ପୂର୍ବାନୁମାନ କରିଥିଲା। ଜାନୁଆରି ଓ ଫେବ୍ରୁଆରି ମାସରେ ଭାରତରେ ବିଭିନ୍ନ ପ୍ରକଳ୍ପ କାର୍ଯ୍ୟ ସାମାନ୍ୟ ମନ୍ଥର ହୋଇଥିଲେ ମଧ୍ୟ ପୁଞ୍ଜି ବଜାର ଉତ୍ସାହଜନକ ଥିବାରୁ ଅଭିବୃଦ୍ଧି ତ୍ବରାନ୍ବିତ ହେବ ବୋଲି ଫିଚ୍ ଆଶା ପ୍ରକଟ କରିଛି।

କନକ ବ୍ୟୁରୋ: ଇରାନ୍-ଇସ୍ରାଏଲ୍-ଆମେରିକା ଯୁଦ୍ଧକୁ ନେଇ ମଧ୍ୟପ୍ରାଚ୍ୟରେ ଅଶାନ୍ତିର ବାତାବରଣ ଲାଗି ରହିଥିବା ବେଳେ ହର୍ମୁଜ୍ ପ୍ରଣାଳୀ ଦେଇ ତେଲ ପରିବହନ ବାଧାପ୍ରାପ୍ତ ହୋଇଛି। ଏହା ସମଗ୍ର ବିଶ୍ବ ଅର୍ଥନୀତିକୁ ପ୍ରଭାବିତ କରୁଥିବା କୁହାଯାଇଛି । ତେବେ ଏଭଳି ଉତ୍ତେଜନାମୂଳକ ସ୍ଥିତିରେ ମଧ୍ୟ ଭାରତୀୟ ଅର୍ଥନୀତି ଦୋହଲି ନଯାଇ ଦୃଢ଼ ରହିଛି। ବିଭିନ୍ନ ଅର୍ଥନୀତି ଅନୁଧ୍ୟାନକାରୀ ସଂସ୍ଥା ପ୍ରକାଶ କରିଥିବା କେତେକ ରିପୋର୍ଟରେ ଯୁଦ୍ଧ ସମୟରେ ବି ଭାରତୀୟ ଅର୍ଥନୀତିର ସକାରାତ୍ମକ ଚିତ୍ର ଅଙ୍କାଯାଇଛି । ଆନ୍ତର୍ଜାତିକ ସ୍ତରର ଅର୍ଥନୀତି ଅନୁଧ୍ୟାନକାରୀ ସଂସ୍ଥା ‘ଫିଚ୍’ ଏହାର ଭାରତୀୟ ଅର୍ଥନୀତିର ଅଭିବୃଦ୍ଧି ହାର ସଂକ୍ରାନ୍ତ ପୂର୍ବାନୁମାନକୁ ବଦଳାଇ ଅଭିବୃଦ୍ଧି ହାର ସାମାନ୍ୟ ଅଧିକ ହେବ ବୋଲି ପ୍ରକାଶ କରିଛି। ସେହିପରି ଏଚ୍ଏସ୍ବିସି ଓ ଫିଚ୍ କରିଥିବା ସର୍ଭେ ମଧ୍ୟ ଏଭଳି ଦର୍ଶାଇଛି ।
ଏଚ୍ଏସ୍ବିସି ଏହାର ରିପୋର୍ଟରେ କହିଛି ଯେ ଭାରତରେ ଅଭିବୃଦ୍ଧି ସାମ୍ପ୍ରତିକ ଆହ୍ବାନକୁ ମୁକାବିଲା କରି ପାରିବାର ସାମର୍ଥ୍ୟ ରଖିଛି। ପୁଞ୍ଜିନିବେଶ ପାଇଁ ଏଠାରେ ବଜାର ଏବେ ବି ଉତ୍ସାହଜନକ ରହିଛି। ଦେଶରେ ସୁଧ ହାର ଏଥିପାଇଁ ଅନୁକୂଳ ରହିଛି । ଭିତ୍ତିଭୂମି କ୍ଷେତ୍ରରେ ସରକାରୀ କାର୍ଯ୍ୟକ୍ରମ ସହିତ ଘରୋଇ ପୁଞ୍ଜିନିବେଶ ପାଇଁ ପଥ ପରିଷ୍କାର ରହିଛି। ନବୀକରଣକ୍ଷମ ବିଦ୍ୟୁତ୍ ଶକ୍ତି ଉତ୍ପାଦନ ପାଇଁ ଭାରତରେ ଘରୋଇ କଂପାନିମାନେ ଅଧିକ ନିବେଶ କରୁଛନ୍ତି । ତେବେ ମଧ୍ୟପ୍ରାଚ୍ୟରେ ଜାରି ରହିଥିବା ଯୁଦ୍ଧ ସଂକଟ ଲମ୍ବା ସମୟ ଚାଲିଲେ ଭାରତୀୟ ଅର୍ଥନୀତି ମଧ୍ୟ ପ୍ରଭାବିତ ହେବ ବୋଲି ଏଚ୍ଏସ୍ବିସି ଏହାର ରିପୋର୍ଟରେ ପ୍ରକାଶ କରିଛି ।
ଅଧିକ ପଢନ୍ତୁ: ଇରାନ ସହ ଯୁଦ୍ଧ ଭିତରେ ୪୦ ପ୍ରତିଶତ ବଢ଼ିଲାଣି ଅଶୋଧିତ ତୈଳ ମୂଲ୍ୟ, ପଢ଼ନ୍ତୁ ଆଗାମୀ କାଲି ପାଇଁ ବିଶେଷଜ୍ଞଙ୍କ କ'ଣ ରହିଛି ଅନୁମାନ
୨୦୨୫-୨୬ ପାଇଁ ଫିଚ୍ ଭାରତୀୟ ଅର୍ଥନୀତିରେ ଅଭିବୃଦ୍ଧି ହାର ପୂର୍ବାନୁମାନକୁ ସଂଶୋଧନ କରି ଏଥିରେ ସାମାନ୍ୟ ବୃଦ୍ଧି କରିଛି। ଚଳିତ ଆର୍ଥିକ ବର୍ଷରେ ଭାରତରେ ଅର୍ଥନୈତିକ ଅଭିବୃଦ୍ଧି ହାର ୭.୪ ପ୍ରତିଶତ ହେବ ବୋଲି ଫିଚ୍ ଡିସେମ୍ବର ମାସରେ ପୂର୍ବାନୁମାନ କରିଥିଲା। କିନ୍ତୁ ଏହା ୭.୫ ପ୍ରତିଶତ ହାରରେ ଅଭିବୃଦ୍ଧି ହାସଲ କରିବ ବୋଲି ଏବେ ପୂର୍ବାନୁମାନ କରିଛି। ଦେଶରେ ଚାହିଦା ବୃଦ୍ଧିକୁ ଦୃଷ୍ଟିରେ ରଖି ପୂର୍ବାନୁମାନକୁ ପରିବର୍ତ୍ତନ କରାଯାଇଥିବା ଏହି ସର୍ବେକ୍ଷଣ ସଂସ୍ଥା ପକ୍ଷରୁ ପ୍ରକାଶ କରାଯାଇଛି। ସେହିପରି ଆସନ୍ତା ଆର୍ଥିକ ବର୍ଷ (୨୦୨୬-୨୭)ରେ ମଧ୍ୟ ଭାରତୀୟ ଅର୍ଥନୀତିରେ ୬.୭ ପ୍ରତିଶତ ଅଭିବୃଦ୍ଧି ହାସଲ ହେବ ବୋଲି ଫିଚ୍ ପୂର୍ବାନୁମାନ କରିଛି। ଏହା ୬.୪ ପ୍ରତିଶତ ହେବ ବୋଲି ଡିସେମ୍ବରରେ ପୂର୍ବାନୁମାନ କରିଥିଲା। ଜାନୁଆରି ଓ ଫେବ୍ରୁଆରି ମାସରେ ଭାରତରେ ବିଭିନ୍ନ ପ୍ରକଳ୍ପ କାର୍ଯ୍ୟ ସାମାନ୍ୟ ମନ୍ଥର ହୋଇଥିଲେ ମଧ୍ୟ ପୁଞ୍ଜି ବଜାର ଉତ୍ସାହଜନକ ଥିବାରୁ ଅଭିବୃଦ୍ଧି ତ୍ବରାନ୍ବିତ ହେବ ବୋଲି ଫିଚ୍ ଆଶା ପ୍ରକଟ କରିଛି।
What's Your Reaction?



