ପ୍ରାଶାସନିକ ଅବହେଳା ପାଇଁ ଚାଷୀ ହନ୍ତସନ୍ତ ! ଅସ୍ତିତ୍ୱ ହରାଉଛି କ୍ଷୁଦ୍ର ଜଳସେଚନ ପ୍ରକଳ୍ପ

କନକ ବ୍ୟୁରୋ : ସରକାରୀ ଯୋଜନା କାହା ସ୍ୱାର୍ଥରେ ? ଚାଷୀଙ୍କ ଉନ୍ନତି ପାଇଁ କୋଟି କୋଟି ଟଙ୍କା ବ୍ୟୟରେ ନିର୍ମିତ ପ୍ରକଳ୍ପ ଏବେ ଅସାଧୁ ଯନ୍ତ୍ରୀ ଓ ଠିକାଦାରଙ୍କ ପାଇଁ ପାଲଟିଛି ପଇସା ରୋଜଗାରର ମାଧ୍ୟମ । ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକରୁ ଆସିଛି ଏଭଳି ଏକ ସାଂଘାତିକ ଚିତ୍ର । ଯେଉଁଠି ଘୁମକୁଡି କ୍ଷୁଦ୍ର ଜଳସେଚନ ପ୍ରକଳ୍ପ ଏବେ ନିଜର ଅସ୍ତିତ୍ୱ ହରାଇବାକୁ ବସିଛି । ଏହା କୌଣସି ଚାରଣ ଭୂଇଁ ନୁହେଁ, ବରଂ ଏହା ହେଉଛି ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ଛତ୍ରଙ୍ଗ ପଞ୍ଚାୟତର ଗୁଣ୍ଡୁରୀସାହି ଗ୍ରାମରେ ଅବସ୍ଥିତ ଘୁମକୁଡି କ୍ଷୁଦ୍ର ଜଳସେଚନ ପ୍ରକଳ୍ପ । ୨୦୦୭-୦୮ ମସିହାରେ ପ୍ରାୟ ୨୩୦ ହେକ୍ଟର ଜମିକୁ ଜଳସେଚିତ କରିବା ଲକ୍ଷ୍ୟରେ ଏହି ପ୍ରକଳ୍ପ ନିର୍ମାଣ ହୋଇଥିଲା । କିନ୍ତୁ ଆଜି ଚିତ୍ର ସମ୍ପୂର୍ଣ୍ଣ ଓଲଟା । ପ୍ରକଳ୍ପଟି ଏବେ ପଙ୍କ ଓ ବାଲିଚରରେ ପରିଣତ ହୋଇଥିବା ବେଳେ ଚାଷୀଙ୍କ ଜମିକୁ ପାଣି ମୁନ୍ଦାଏ ଯିବା ଏବେ ସ୍ୱପ୍ନ ପାଲଟିଛି । ପାଣି ଶୁଖିଯିବାରୁ ଡ୍ୟାମ୍ ଭିତର ଏବେ ଗାଈ ଗୋରୁଙ୍କ ଚାରଣ ଭୂଇଁ ପାଲଟିଛି । ପ୍ରତିବର୍ଷ ଉନ୍ନତୀକରଣ ନାଁରେ ଲକ୍ଷାଧିକ ଟଙ୍କା ଖର୍ଚ୍ଚ ହେଉଛି । ହେଲେ ମୂଳ ସମସ୍ୟା ପଙ୍କ ଉଦ୍ଧାର କିମ୍ବା ମୁଖ୍ୟ ସ୍ଲୁଇସ୍‌ ଗେଟ୍‌ର ମରାମତି କରାଯାଉନାହିଁ । ଠିକାଦାର ଓ ଯନ୍ତ୍ରୀଙ୍କ ମଧୁଚନ୍ଦ୍ରିକା ଯୋଗୁଁ କେବଳ ପାର୍ଶ୍ୱବର୍ତ୍ତୀ ସୌନ୍ଦର୍ଯ୍ୟୀକରଣ କାମ କରି ଅର୍ଥ ହରିଲୁଟ୍ ଚାଲିଥିବା ଚାଷୀ ଅଭିଯୋଗ କରିଛନ୍ତି । ଅଧିକ ପଢ଼ନ୍ତୁ : ଅବହେଳିତ ମଧୁବାବୁଙ୍କ ଜନ୍ମପୀଠ ! ପୁଷ୍ପମାଲ୍ୟ ଅର୍ପଣରେ ସୀମିତ ସମ୍ମାନ ! ଏହି ପ୍ରକଳ୍ପ ଉପରେ ପ୍ରାୟ ୧୦ରୁ ଅଧିକ ଗାଁର ଚାଷୀ ନିର୍ଭର କରନ୍ତି । କିନ୍ତୁ ଗତ ୧୫ ବର୍ଷ ଧରି ସମସ୍ୟା ଯଥା ପୂର୍ବଂ ତଥା ପରଂ । ଗ୍ରୀଷ୍ମ ଋତୁ ଆସିଲେ ଡ୍ୟାମ୍ ଶୁଖିଯାଉଛି ଏବଂ କେନାଲ ସବୁ ପୋତି ହୋଇ ପଡ଼ି ରହିଛି । ରବି ଚାଷ ତ ଦୂରର କଥା, ଏବେ ଖରିଫ୍ ଋତୁରେ ମଧ୍ୟ ପାଣି ପାଇବା ମୁସ୍କିଲ । ଆଶ୍ଚର୍ଯ୍ୟର କଥା, ଜଳସେଚନର ସୁପରିଚାଳନା ପାଇଁ ଏଯାଏଁ କୌଣସି ପାଣି ପଞ୍ଚାୟତ ଗଠନ ହୋଇନାହିଁ । ଯଦି ତୁରନ୍ତ ପଙ୍କ ଉଦ୍ଧାର ଓ ପାଣି ପଞ୍ଚାୟତ ଗଠନ ନହୁଏ, ତେବେ ୧୫ ଖଣ୍ଡ ମୌଜାର ଚାଷୀ ରାଜପଥକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି । ଅନ୍ୟପଟେ ଏନେଇ କ୍ଷୁଦ୍ର ଜଳସେଚନ ବିଭାଗୀୟ ଅଧିକାରୀଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ ।

Apr 1, 2026 - 22:05
 0  1
ପ୍ରାଶାସନିକ ଅବହେଳା ପାଇଁ ଚାଷୀ ହନ୍ତସନ୍ତ ! ଅସ୍ତିତ୍ୱ ହରାଉଛି କ୍ଷୁଦ୍ର ଜଳସେଚନ ପ୍ରକଳ୍ପ

କନକ ବ୍ୟୁରୋ : ସରକାରୀ ଯୋଜନା କାହା ସ୍ୱାର୍ଥରେ ? ଚାଷୀଙ୍କ ଉନ୍ନତି ପାଇଁ କୋଟି କୋଟି ଟଙ୍କା ବ୍ୟୟରେ ନିର୍ମିତ ପ୍ରକଳ୍ପ ଏବେ ଅସାଧୁ ଯନ୍ତ୍ରୀ ଓ ଠିକାଦାରଙ୍କ ପାଇଁ ପାଲଟିଛି ପଇସା ରୋଜଗାରର ମାଧ୍ୟମ । ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକରୁ ଆସିଛି ଏଭଳି ଏକ ସାଂଘାତିକ ଚିତ୍ର । ଯେଉଁଠି ଘୁମକୁଡି କ୍ଷୁଦ୍ର ଜଳସେଚନ ପ୍ରକଳ୍ପ ଏବେ ନିଜର ଅସ୍ତିତ୍ୱ ହରାଇବାକୁ ବସିଛି ।

ଏହା କୌଣସି ଚାରଣ ଭୂଇଁ ନୁହେଁ, ବରଂ ଏହା ହେଉଛି ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ଛତ୍ରଙ୍ଗ ପଞ୍ଚାୟତର ଗୁଣ୍ଡୁରୀସାହି ଗ୍ରାମରେ ଅବସ୍ଥିତ ଘୁମକୁଡି କ୍ଷୁଦ୍ର ଜଳସେଚନ ପ୍ରକଳ୍ପ । ୨୦୦୭-୦୮ ମସିହାରେ ପ୍ରାୟ ୨୩୦ ହେକ୍ଟର ଜମିକୁ ଜଳସେଚିତ କରିବା ଲକ୍ଷ୍ୟରେ ଏହି ପ୍ରକଳ୍ପ ନିର୍ମାଣ ହୋଇଥିଲା । କିନ୍ତୁ ଆଜି ଚିତ୍ର ସମ୍ପୂର୍ଣ୍ଣ ଓଲଟା । ପ୍ରକଳ୍ପଟି ଏବେ ପଙ୍କ ଓ ବାଲିଚରରେ ପରିଣତ ହୋଇଥିବା ବେଳେ ଚାଷୀଙ୍କ ଜମିକୁ ପାଣି ମୁନ୍ଦାଏ ଯିବା ଏବେ ସ୍ୱପ୍ନ ପାଲଟିଛି । ପାଣି ଶୁଖିଯିବାରୁ ଡ୍ୟାମ୍ ଭିତର ଏବେ ଗାଈ ଗୋରୁଙ୍କ ଚାରଣ ଭୂଇଁ ପାଲଟିଛି । ପ୍ରତିବର୍ଷ ଉନ୍ନତୀକରଣ ନାଁରେ ଲକ୍ଷାଧିକ ଟଙ୍କା ଖର୍ଚ୍ଚ ହେଉଛି । ହେଲେ ମୂଳ ସମସ୍ୟା ପଙ୍କ ଉଦ୍ଧାର କିମ୍ବା ମୁଖ୍ୟ ସ୍ଲୁଇସ୍‌ ଗେଟ୍‌ର ମରାମତି କରାଯାଉନାହିଁ । ଠିକାଦାର ଓ ଯନ୍ତ୍ରୀଙ୍କ ମଧୁଚନ୍ଦ୍ରିକା ଯୋଗୁଁ କେବଳ ପାର୍ଶ୍ୱବର୍ତ୍ତୀ ସୌନ୍ଦର୍ଯ୍ୟୀକରଣ କାମ କରି ଅର୍ଥ ହରିଲୁଟ୍ ଚାଲିଥିବା ଚାଷୀ ଅଭିଯୋଗ କରିଛନ୍ତି ।

ଅଧିକ ପଢ଼ନ୍ତୁ : ଅବହେଳିତ ମଧୁବାବୁଙ୍କ ଜନ୍ମପୀଠ ! ପୁଷ୍ପମାଲ୍ୟ ଅର୍ପଣରେ ସୀମିତ ସମ୍ମାନ !

ଏହି ପ୍ରକଳ୍ପ ଉପରେ ପ୍ରାୟ ୧୦ରୁ ଅଧିକ ଗାଁର ଚାଷୀ ନିର୍ଭର କରନ୍ତି । କିନ୍ତୁ ଗତ ୧୫ ବର୍ଷ ଧରି ସମସ୍ୟା ଯଥା ପୂର୍ବଂ ତଥା ପରଂ । ଗ୍ରୀଷ୍ମ ଋତୁ ଆସିଲେ ଡ୍ୟାମ୍ ଶୁଖିଯାଉଛି ଏବଂ କେନାଲ ସବୁ ପୋତି ହୋଇ ପଡ଼ି ରହିଛି । ରବି ଚାଷ ତ ଦୂରର କଥା, ଏବେ ଖରିଫ୍ ଋତୁରେ ମଧ୍ୟ ପାଣି ପାଇବା ମୁସ୍କିଲ । ଆଶ୍ଚର୍ଯ୍ୟର କଥା, ଜଳସେଚନର ସୁପରିଚାଳନା ପାଇଁ ଏଯାଏଁ କୌଣସି ପାଣି ପଞ୍ଚାୟତ ଗଠନ ହୋଇନାହିଁ ।

ଯଦି ତୁରନ୍ତ ପଙ୍କ ଉଦ୍ଧାର ଓ ପାଣି ପଞ୍ଚାୟତ ଗଠନ ନହୁଏ, ତେବେ ୧୫ ଖଣ୍ଡ ମୌଜାର ଚାଷୀ ରାଜପଥକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି । ଅନ୍ୟପଟେ ଏନେଇ କ୍ଷୁଦ୍ର ଜଳସେଚନ ବିଭାଗୀୟ ଅଧିକାରୀଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ ।

What's Your Reaction?

like

dislike

love

funny

angry

sad

wow