ନ୍ୟାୟ ପାଇଁ ଜାତିସଂଘର ଦ୍ବାରସ୍ଥ ହେଲା ଇରାନ: ୪ ଦେଶ ବିରୋଧରେ ଆଣିଲା ଅଭିଯୋଗ

କନକ ବ୍ୟୁରୋ : ନ୍ୟାୟ ପାଇଁ ଇରାନେ ଜାତିଦସଂଘର ଦ୍ବାରସ୍ଥ ହୋଇଛି । ଆମେରିକା-ଇସ୍ରାଏଲ୍ ପକ୍ଷରୁ ଇରାନ ଉପରେ ଆକ୍ରମଣ ଜାରି ରହିଥିବାବେଳେ ଇରାନ ୪ ଆରବ ଦେଶଙ୍କ ବିରୋଧରେ ଗୁରୁତର ଅଭିଯୋଗ ଆଣି ଜାତିସଂଘରେ ଫେରାଦ୍ କରିଛି। ଇରାନ କହିଛି ଯୁଦ୍ଧରେ ୟୁଏଇ, ସାଉଦି ଆରବ, କତାର ଏବଂ କୁଏତରେ ଥିବା ସାମରିକ ଘାଟିରୁ ଆମେରିକା ପକ୍ଷରୁ ଆକ୍ରମଣ କରାଯାଇଛି । ଏସବୁ ଦେଶଙ୍କ ସହିତ ଭଲ ପଡ଼ୋଶୀ ଭାବେ ସମ୍ପର୍କ ରଖାଯାଇଥିବାବେଳେ ସେମାନେ ଏଭଳି ପଦକ୍ଷେପ ନେବା ଠିକ୍ ହୋଇନି ବୋଲି ଇରାନ କହିଛି । ‌ଏସବୁ ଦେଶ ଆଗାମୀ ଦିନରେ ଏଭଳି କାର୍ଯ୍ୟରୁ ନିବୃତ୍ତ ରହିବାକୁ ଇରାନ ଅପିଲ୍ କରିଛି । ଇରାନୀ ମିଡିଆ ପ୍ରେସ୍ ଟିଭି ଅନୁସାରେ ଜାତିସଂଘ ମହାସଚିବ ଏବଂ ସୁରକ୍ଷା ପରିଷଦକୁ ଇରାନ ସରକାରଙ୍କ ପକ୍ଷରୁ ପୃଥକ ପୃଥକ ଚିଠି ଲେଖାଯାଇଛି । ଜାତିସଂଘରେ ଅବସ୍ଥାପିତ ଇରାନର ରାଷ୍ଟ୍ରଦୂତ ତଥା ସ୍ଥା୍ୟୀ ପ୍ରତିନିଧି ଅମିର ସଇଦ ଇରାୱାନୀ ଚିଠିରେ ଉଲ୍ଳେଖ କରିଛନ୍ତି, ଆର୍ନ୍ତଜାତୀୟ ଆଇନ ଅନୁସାରେ ଯଦି କୌଣସି ଦେଶର ଅଞ୍ଚଳରୁ ଅନ୍ୟ ଦେଶ ଦ୍ବାରା ତୃତୀୟ ଦେଶ ଉପରେ ଆକ୍ରମଣ କରାଯାଏ ତେବେ ଏଥିପାଇଁ ଯେଉଁ ଦେଶର ଅଞ୍ଚଳ ବ୍ୟବହାର କରାଯାଇଥିବ ସେ ଦେଶ ହିଁ ଉତ୍ତରଦାୟୀ ହେବ । ଇରାନ ଏଭଳି କାର୍ଯ୍ୟର ଦୃଢ଼ ବିରୋଧ କରିବା ସହିତ ଏହାକୁ ନିନ୍ଦା କରୁଛି । ଆମେରିକା ତଥା ଇସ୍ରାଏଲକୁ ଆମ ଉପରେ ଆକ୍ରମଣ କରିବାରେ ସହାୟତା କରିଥିବା ଦେଶକୁ ଏପରି ନକରିବାକୁ ଆମେ ଅପିଲ୍ କରୁଛୁ ବୋଲି ଅମିର କହିଛନ୍ତି । ଅଧିକ ପଢ଼ନ୍ତୁ---ମଧ୍ୟପ୍ରାଚ୍ୟ ଯୁଦ୍ଧରେ କୁଏତରେ ମୃତ୍ୟୁବରଣ କରିଥିବା ୨୦ ସାଧାରଣ ନାଗରିକଙ୍କ ମୃତଦେହ ଭାରତରେ ପହଞ୍ଚିଲା

Apr 1, 2026 - 22:05
 0  1
ନ୍ୟାୟ ପାଇଁ ଜାତିସଂଘର ଦ୍ବାରସ୍ଥ ହେଲା ଇରାନ: ୪ ଦେଶ ବିରୋଧରେ ଆଣିଲା ଅଭିଯୋଗ

କନକ ବ୍ୟୁରୋ : ନ୍ୟାୟ ପାଇଁ ଇରାନେ ଜାତିଦସଂଘର ଦ୍ବାରସ୍ଥ ହୋଇଛି । ଆମେରିକା-ଇସ୍ରାଏଲ୍ ପକ୍ଷରୁ ଇରାନ ଉପରେ ଆକ୍ରମଣ ଜାରି ରହିଥିବାବେଳେ ଇରାନ ୪ ଆରବ ଦେଶଙ୍କ ବିରୋଧରେ ଗୁରୁତର ଅଭିଯୋଗ ଆଣି ଜାତିସଂଘରେ ଫେରାଦ୍ କରିଛି। ଇରାନ କହିଛି ଯୁଦ୍ଧରେ ୟୁଏଇ, ସାଉଦି ଆରବ, କତାର ଏବଂ କୁଏତରେ ଥିବା ସାମରିକ ଘାଟିରୁ ଆମେରିକା ପକ୍ଷରୁ ଆକ୍ରମଣ କରାଯାଇଛି । ଏସବୁ ଦେଶଙ୍କ ସହିତ ଭଲ ପଡ଼ୋଶୀ ଭାବେ ସମ୍ପର୍କ ରଖାଯାଇଥିବାବେଳେ ସେମାନେ ଏଭଳି ପଦକ୍ଷେପ ନେବା ଠିକ୍ ହୋଇନି ବୋଲି ଇରାନ କହିଛି । ‌ଏସବୁ ଦେଶ ଆଗାମୀ ଦିନରେ ଏଭଳି କାର୍ଯ୍ୟରୁ ନିବୃତ୍ତ ରହିବାକୁ ଇରାନ ଅପିଲ୍ କରିଛି ।

ଇରାନୀ ମିଡିଆ ପ୍ରେସ୍ ଟିଭି ଅନୁସାରେ ଜାତିସଂଘ ମହାସଚିବ ଏବଂ ସୁରକ୍ଷା ପରିଷଦକୁ ଇରାନ ସରକାରଙ୍କ ପକ୍ଷରୁ ପୃଥକ ପୃଥକ ଚିଠି ଲେଖାଯାଇଛି । ଜାତିସଂଘରେ ଅବସ୍ଥାପିତ ଇରାନର ରାଷ୍ଟ୍ରଦୂତ ତଥା ସ୍ଥା୍ୟୀ ପ୍ରତିନିଧି ଅମିର ସଇଦ ଇରାୱାନୀ ଚିଠିରେ ଉଲ୍ଳେଖ କରିଛନ୍ତି, ଆର୍ନ୍ତଜାତୀୟ ଆଇନ ଅନୁସାରେ ଯଦି କୌଣସି ଦେଶର ଅଞ୍ଚଳରୁ ଅନ୍ୟ ଦେଶ ଦ୍ବାରା ତୃତୀୟ ଦେଶ ଉପରେ ଆକ୍ରମଣ କରାଯାଏ ତେବେ ଏଥିପାଇଁ ଯେଉଁ ଦେଶର ଅଞ୍ଚଳ ବ୍ୟବହାର କରାଯାଇଥିବ ସେ ଦେଶ ହିଁ ଉତ୍ତରଦାୟୀ ହେବ । ଇରାନ ଏଭଳି କାର୍ଯ୍ୟର ଦୃଢ଼ ବିରୋଧ କରିବା ସହିତ ଏହାକୁ ନିନ୍ଦା କରୁଛି । ଆମେରିକା ତଥା ଇସ୍ରାଏଲକୁ ଆମ ଉପରେ ଆକ୍ରମଣ କରିବାରେ ସହାୟତା କରିଥିବା ଦେଶକୁ ଏପରି ନକରିବାକୁ ଆମେ ଅପିଲ୍ କରୁଛୁ ବୋଲି ଅମିର କହିଛନ୍ତି ।

ଅଧିକ ପଢ଼ନ୍ତୁ---ମଧ୍ୟପ୍ରାଚ୍ୟ ଯୁଦ୍ଧରେ କୁଏତରେ ମୃତ୍ୟୁବରଣ କରିଥିବା ୨୦ ସାଧାରଣ ନାଗରିକଙ୍କ ମୃତଦେହ ଭାରତରେ ପହଞ୍ଚିଲା

What's Your Reaction?

like

dislike

love

funny

angry

sad

wow