ଦିଲ୍ଲୀ ପାଲାମରେ ଭୟାବହ ଅଗ୍ନିକାଣ୍ଡ , ୯ ଜଣଙ୍କ ମୃତ୍ୟୁ

କନକ ବ୍ୟୁରୋ : ଦିଲ୍ଲୀର ପାଲାମ ଅଞ୍ଚଳରେ ଭୟାବହ ଅଗ୍ନିକାଣ୍ଡ ଘଟିଛି । ଗୋଟିଏ ବିଲ୍ଡିଂରେ ନିଆଁ ଲାଗିବା ଯୋଗୁଁ ୯ ଜଣଙ୍କ ମୃତ୍ୟୁ ହୋଇଛି । ମୃତକଙ୍କ ମଧ୍ୟରେ କିଛି ଶିଶୁ ଥିବା ଜଣାପଡ଼ିଛି । ଏହା ବ୍ୟତୀତ ଏହି ଅଗ୍ନିକାଣ୍ଡରେ ଅନ୍ୟ କିଛି ଜଣ ଗୁରୁତର ଭାବେ ଜଳି ଯାଇଥିବା ସୂଚନା ମିଳୁଛି । ଅଗ୍ନିକାଣ୍ଡ ଏତେ ବଡ଼ ଥିଲା ଯେ ଏହାକୁ ଆୟତ୍ତ କରିବ ପାଇଁ ଦମକଳର ୩୦ ଗାଡ଼ି ନିୟୋଜିତ କରାଯାଇଥିଲା । ଉଦ୍ଧାରକାରୀ ଦଳ ବିଲ୍ଡିଂ ଭିତରୁ ୧୦ ଜଣଙ୍କୁ ବାହାର କରିଥିବା ବେଳେ ୯ ଜଣଙ୍କ ମୃତ୍ୟୁ ହୋଇଛି । ସୂଚନା ଅନୁସାରେ, ବିଲ୍ଡିଂରେ ପ୍ରାୟ ୨୨ ଲୋକଙ୍କ ପରିବାର ରହୁଥିଲେ । ଅଧିକ ପଢନ୍ତୁ : କଟକ ବଡ ମେଡିକାଲ ଅଗ୍ନିକାଣ୍ଡ : କେନ୍ଦ୍ରାପଡ଼ାରୁ ଦୁଇ ମୃତ  ସେମାନଙ୍କ ମଧ୍ୟରୁ ୧୦ରୁ ୧୨ ଜଣ ଗୋଆ ବୁଲିବାକୁ ଯାଇଥିବା ବେଳେ ଅନ୍ୟମାନେ ବିଲ୍ଡିଂରେ ରହିଥିଲେ । ସେପଟେ ମଧ୍ୟପ୍ରଦେଶର ଇନ୍ଦୋରରେ ମଧ୍ୟ ଭୟଙ୍କର ଅଗ୍ନିକାଣ୍ଡରେ ୮ ଜଣଙ୍କର ଦୁଃଖଦ ମୃତ୍ୟୁ ଘଟିଛି । ଘଟଣାଟି ସର୍ଟ ସର୍କିଟ ଯୋଗୁଁ ଘଟିଥିବା ଜଣାପଡ଼ିଛି । ଘର ବାହାରେ ଏକ ଇଲେକ୍ଟ୍ରିକ୍ କାର ଚାର୍ଜ ହେଉଥିଲା, ଯାହା ଫଳରେ ସର୍ଟ ସର୍କିଟ ହୋଇ ତିନି ମହଲା ଘରଟି ସମ୍ପୂର୍ଣ୍ଣ ଜଳିଗଲା। ଘଟଣାସ୍ଥଳରେ ୧୦ରୁ ଅଧିକ ଲୋକ ଉପସ୍ଥିତ ଥିଲେ, ସେମାନଙ୍କ ମଧ୍ୟରୁ ତିନି ଜଣଙ୍କୁ ଉଦ୍ଧାର କରାଯାଇଥିଲା, ଅନ୍ୟ ସାତ ଜଣଙ୍କ ମୃତ ହୋଇଥିବା ସୂଚନା ମିଳିଛି ।  

Mar 18, 2026 - 19:36
 0  3
ଦିଲ୍ଲୀ ପାଲାମରେ ଭୟାବହ ଅଗ୍ନିକାଣ୍ଡ , ୯ ଜଣଙ୍କ ମୃତ୍ୟୁ

କନକ ବ୍ୟୁରୋ : ଦିଲ୍ଲୀର ପାଲାମ ଅଞ୍ଚଳରେ ଭୟାବହ ଅଗ୍ନିକାଣ୍ଡ ଘଟିଛି । ଗୋଟିଏ ବିଲ୍ଡିଂରେ ନିଆଁ ଲାଗିବା ଯୋଗୁଁ ୯ ଜଣଙ୍କ ମୃତ୍ୟୁ ହୋଇଛି । ମୃତକଙ୍କ ମଧ୍ୟରେ କିଛି ଶିଶୁ ଥିବା ଜଣାପଡ଼ିଛି । ଏହା ବ୍ୟତୀତ ଏହି ଅଗ୍ନିକାଣ୍ଡରେ ଅନ୍ୟ କିଛି ଜଣ ଗୁରୁତର ଭାବେ ଜଳି ଯାଇଥିବା ସୂଚନା ମିଳୁଛି । ଅଗ୍ନିକାଣ୍ଡ ଏତେ ବଡ଼ ଥିଲା ଯେ ଏହାକୁ ଆୟତ୍ତ କରିବ ପାଇଁ ଦମକଳର ୩୦ ଗାଡ଼ି ନିୟୋଜିତ କରାଯାଇଥିଲା । ଉଦ୍ଧାରକାରୀ ଦଳ ବିଲ୍ଡିଂ ଭିତରୁ ୧୦ ଜଣଙ୍କୁ ବାହାର କରିଥିବା ବେଳେ ୯ ଜଣଙ୍କ ମୃତ୍ୟୁ ହୋଇଛି । ସୂଚନା ଅନୁସାରେ, ବିଲ୍ଡିଂରେ ପ୍ରାୟ ୨୨ ଲୋକଙ୍କ ପରିବାର ରହୁଥିଲେ ।

ଅଧିକ ପଢନ୍ତୁ : କଟକ ବଡ ମେଡିକାଲ ଅଗ୍ନିକାଣ୍ଡ : କେନ୍ଦ୍ରାପଡ଼ାରୁ ଦୁଇ ମୃତ

 ସେମାନଙ୍କ ମଧ୍ୟରୁ ୧୦ରୁ ୧୨ ଜଣ ଗୋଆ ବୁଲିବାକୁ ଯାଇଥିବା ବେଳେ ଅନ୍ୟମାନେ ବିଲ୍ଡିଂରେ ରହିଥିଲେ । ସେପଟେ ମଧ୍ୟପ୍ରଦେଶର ଇନ୍ଦୋରରେ ମଧ୍ୟ ଭୟଙ୍କର ଅଗ୍ନିକାଣ୍ଡରେ ୮ ଜଣଙ୍କର ଦୁଃଖଦ ମୃତ୍ୟୁ ଘଟିଛି । ଘଟଣାଟି ସର୍ଟ ସର୍କିଟ ଯୋଗୁଁ ଘଟିଥିବା ଜଣାପଡ଼ିଛି । ଘର ବାହାରେ ଏକ ଇଲେକ୍ଟ୍ରିକ୍ କାର ଚାର୍ଜ ହେଉଥିଲା, ଯାହା ଫଳରେ ସର୍ଟ ସର୍କିଟ ହୋଇ ତିନି ମହଲା ଘରଟି ସମ୍ପୂର୍ଣ୍ଣ ଜଳିଗଲା। ଘଟଣାସ୍ଥଳରେ ୧୦ରୁ ଅଧିକ ଲୋକ ଉପସ୍ଥିତ ଥିଲେ, ସେମାନଙ୍କ ମଧ୍ୟରୁ ତିନି ଜଣଙ୍କୁ ଉଦ୍ଧାର କରାଯାଇଥିଲା, ଅନ୍ୟ ସାତ ଜଣଙ୍କ ମୃତ ହୋଇଥିବା ସୂଚନା ମିଳିଛି ।

 

What's Your Reaction?

like

dislike

love

funny

angry

sad

wow