ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ନିଯୁକ୍ତ କଲେ ରାଜ୍ୟ ସରକାର ; ୩୦ ଜିଲ୍ଲା ପାଇଁ ନେତାଙ୍କୁ ମିଳିଲା ଦାୟିତ୍ବ

କନକ ବ୍ୟୁରୋ : ଜିଲ୍ଲା ଯୋଜନା ବୋର୍ଡ଼ ଅଧ୍ୟକ୍ଷ ନିଯୁକ୍ତି କରିଛନ୍ତି ରାଜ୍ୟ ସରକାର । ୩୦ ଜିଲ୍ଲା ପାଇଁ ନେତାଙ୍କୁ ଦିଆଯାଇଛି ଦାୟିତ୍ବ। ଅଶୋକ ମହାନ୍ତିଙ୍କୁ ଅନୁଗୁଳ ଜିଲ୍ଲା ଯୋଜନା ବୋର୍ଡର ଅଧ୍ୟକ୍ଷ ଭାବେ ନିଯୁକ୍ତି ମିଳିଛି । ସେହିପରି ବଲାଙ୍ଗୀର ପାଇଁ ଲକ୍ଷ୍ମଣ ବାଗ, ପଦ୍ମଲୋଚନ ପଣ୍ଡାଙ୍କୁ ବାଲେଶ୍ବର, ଅଶ୍ବିନୀ ଷଡଙ୍ଗୀଙ୍କୁ ବରଗଡ଼, ମନ୍ତ୍ରୀ ସୁରେଶ ପୂଜାରୀଙ୍କୁ ଦେବଗଡ଼, ପୃଥ୍ବୀରାଜ ହରିଚନ୍ଦନଙ୍କୁ ଗଜପତି ଜିଲ୍ଲା ପାଇଁ ଦାୟିତ୍ବ ଦିଆଯାଇଛି ।  ନିଯୁକ୍ତି ପାଇବା ପରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ସହ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ରାଜ୍ୟସଭାପତି ମନମୋହନ ସାମଲଙ୍କୁ ଧନ୍ୟବାଦ ଦେଇଛନ୍ତି ଅଶୋକ ମହାନ୍ତି । କହିଛନ୍ତି, ଅନୁଗୁଳ ଜିଲା ଏକ ଶିଳ୍ପ ବହୁଳ ଜିଲ୍ଲା । ମୋତେ ଯେଉଁ ଦାୟିତ୍ୱ ଦିଆଯାଇଛି, ତାହା ଠିକରେ ନିର୍ବାହ କରିବି । ଜିଲ୍ଲାର ବିକାଶରେ ଯୋଜନା ବୋର୍ଡର ଭୂମିକା ଗୁରୁତ୍ୱ ପୂର୍ଣ୍ଣ  ଥାଏ । ଏହିଠାରୁ ହିଁ ଜିଲ୍ଲା ପାଇଁ ବିକାଶର ନକ୍ସା ତିଆରି ହେବ ମୋ ପାଇଁ ଏହା ଗୁରତ୍ବପୂର୍ଣ୍ଣ ଦାୟିତ୍ବ । ବିଗତ ଦିନରେ ଯୋଜନା ବୋର୍ଡ କାମ ହେଉ ନଥିଲା । ଜିଲ୍ଲା ସମସ୍ତଙ୍କ ସହ ସମନ୍ୱୟ ରଖି ସବୁ କାମକୁ ଆଗକୁ ନେବି ବୋଲି କହିଛନ୍ତି ।  

Apr 1, 2026 - 22:05
 0  3
ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ନିଯୁକ୍ତ କଲେ ରାଜ୍ୟ ସରକାର ; ୩୦ ଜିଲ୍ଲା ପାଇଁ ନେତାଙ୍କୁ ମିଳିଲା ଦାୟିତ୍ବ

କନକ ବ୍ୟୁରୋ : ଜିଲ୍ଲା ଯୋଜନା ବୋର୍ଡ଼ ଅଧ୍ୟକ୍ଷ ନିଯୁକ୍ତି କରିଛନ୍ତି ରାଜ୍ୟ ସରକାର । ୩୦ ଜିଲ୍ଲା ପାଇଁ ନେତାଙ୍କୁ ଦିଆଯାଇଛି ଦାୟିତ୍ବ। ଅଶୋକ ମହାନ୍ତିଙ୍କୁ ଅନୁଗୁଳ ଜିଲ୍ଲା ଯୋଜନା ବୋର୍ଡର ଅଧ୍ୟକ୍ଷ ଭାବେ ନିଯୁକ୍ତି ମିଳିଛି । ସେହିପରି ବଲାଙ୍ଗୀର ପାଇଁ ଲକ୍ଷ୍ମଣ ବାଗ, ପଦ୍ମଲୋଚନ ପଣ୍ଡାଙ୍କୁ ବାଲେଶ୍ବର, ଅଶ୍ବିନୀ ଷଡଙ୍ଗୀଙ୍କୁ ବରଗଡ଼, ମନ୍ତ୍ରୀ ସୁରେଶ ପୂଜାରୀଙ୍କୁ ଦେବଗଡ଼, ପୃଥ୍ବୀରାଜ ହରିଚନ୍ଦନଙ୍କୁ ଗଜପତି ଜିଲ୍ଲା ପାଇଁ ଦାୟିତ୍ବ ଦିଆଯାଇଛି । 

ନିଯୁକ୍ତି ପାଇବା ପରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ସହ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ରାଜ୍ୟସଭାପତି ମନମୋହନ ସାମଲଙ୍କୁ ଧନ୍ୟବାଦ ଦେଇଛନ୍ତି ଅଶୋକ ମହାନ୍ତି । କହିଛନ୍ତି, ଅନୁଗୁଳ ଜିଲା ଏକ ଶିଳ୍ପ ବହୁଳ ଜିଲ୍ଲା । ମୋତେ ଯେଉଁ ଦାୟିତ୍ୱ ଦିଆଯାଇଛି, ତାହା ଠିକରେ ନିର୍ବାହ କରିବି । ଜିଲ୍ଲାର ବିକାଶରେ ଯୋଜନା ବୋର୍ଡର ଭୂମିକା ଗୁରୁତ୍ୱ ପୂର୍ଣ୍ଣ  ଥାଏ । ଏହିଠାରୁ ହିଁ ଜିଲ୍ଲା ପାଇଁ ବିକାଶର ନକ୍ସା ତିଆରି ହେବ ମୋ ପାଇଁ ଏହା ଗୁରତ୍ବପୂର୍ଣ୍ଣ ଦାୟିତ୍ବ । ବିଗତ ଦିନରେ ଯୋଜନା ବୋର୍ଡ କାମ ହେଉ ନଥିଲା । ଜିଲ୍ଲା ସମସ୍ତଙ୍କ ସହ ସମନ୍ୱୟ ରଖି ସବୁ କାମକୁ ଆଗକୁ ନେବି ବୋଲି କହିଛନ୍ତି ।

 

What's Your Reaction?

like

dislike

love

funny

angry

sad

wow