ଆର୍ସିବି ୱାର୍ମଅପ୍ରେ ବିରାଟଙ୍କ ୨୪୧ ଷ୍ଟ୍ରାଇକ୍ରେଟ୍ରେ ବ୍ୟାଟିଂ
କନକ ବ୍ୟୁରୋ: ଶନିବାରଠୁ ଆରମ୍ଭ ହେବାକୁ ଯାଉଛି ବିଶ୍ବର ଧନି କ୍ରିକେଟ୍ ଲିଗ୍ ଆଇପିଏଲ୍ । ଏଥିଲାଗି ଦଶଟି ଯାକ ଫ୍ରାଞ୍ଚାଇଜି ଅଭ୍ୟାସ ଆରମ୍ଭ କଲେଣି । ସ୍ଥାନୀୟ ଏମ୍ ଚିନ୍ନାସ୍ବାମୀ ଷ୍ଟାଡିୟମ୍ରେ ବିଜେତା ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ଆର୍ସିବି) ନିଜର ପ୍ରଥମ ୱାର୍ମଅପ୍ ମ୍ୟାଚ୍ ଖେଳିଛି । ଏହି ମ୍ୟାଚ୍ରେ ବିରାଟ କୋହଲି ୨୪୧ ଷ୍ଟ୍ରାଇକ୍ରେଟ୍ରେ ବ୍ୟାଟିଂ କରିଛନ୍ତି । ସେ ୧୨ ବଲ୍ରେ ୨୯ ରନ୍ କରି ଭଲ ଟଚ୍ରେ ଥିବା ପ୍ରମାଣ ଦେଇଛନ୍ତି । ଏହା ବି ପଢ଼ନ୍ତୁ: ପିଏସଏଲ୍: ବିଦେଶୀ ଖେଳାଳିଙ୍କୁ ଆତଙ୍କବାଦୀଙ୍କ ଧମକ ଜିତେଶ ଶର୍ମା ମଧ୍ୟ ଧୂଆଁଧାର ବ୍ୟାଟିଂ କରି ୩୭ ବଲ୍ରୁ ୮୧ ରନ୍ କରିଥିଲେ । ଏହି ୱାର୍ମଅପ୍ ମ୍ୟାଚ୍ରେ ଗୋଟିଏ ଦଳର ନେତୃତ୍ବ ଭେଙ୍କଟେଶ ଆୟର (ଟିମ୍ ଭେଙ୍କି) ଓ ଅନ୍ୟଟିର କ୍ରୁନାଲ ପାଣ୍ଡ୍ୟା (ଟିମ୍ କ୍ରୁନାଲ) ନେଇଥିଲେ । ଜିତେଶ ଓ ବିରାଟଙ୍କ ବିସ୍ଫୋରଣରେ ଟିମ୍ ଭେଙ୍କି ୨୩୪/୭ କରିଥିଲା । ଟିମ୍ ଡେଭିଡ୍ ୧୪ ବଲ୍ରୁ ୩୬ ଓ ଅଧିନାୟକ ଆୟର ୧୬ ବଲ୍ରୁ ୩୬ ରନ୍ କରିଥିଲେ । ଜବାବରେ ଆର୍ସିବିଅଧିନାୟକ ରଜତ ପଟିଦାରଙ୍କ ୨୫ ବଲ୍ରୁ ୭୪ ରନ୍ ବଳରେ ଟିମ୍ କ୍ରୁନାଲ ସହଜରେ ବିଜୟ ହାସଲ କରିନେଇଥିଲା । ଦେବଦତ୍ତ ପଡ଼ିକଲ ୩୩ ବଲ୍ରୁ ୬୩ ଏବଂ କ୍ରୁନାଲ ୩୩ ବଲ୍ରୁ ୫୮ ରନ୍ କରିଥିଲେ । ଆର୍ସିବି ଶନିବାର ଉଦ୍ଘାଟନୀ ଦିବସରେ ଏହି ପଡ଼ିଆରେ ସନ୍ରାଇଜର୍ସ ହାଇଦ୍ରାବାଦ ବିପକ୍ଷରେ ଖେଳି ଅଭିଯାନ ଆରମ୍ଭ କରିବ ।

କନକ ବ୍ୟୁରୋ: ଶନିବାରଠୁ ଆରମ୍ଭ ହେବାକୁ ଯାଉଛି ବିଶ୍ବର ଧନି କ୍ରିକେଟ୍ ଲିଗ୍ ଆଇପିଏଲ୍ । ଏଥିଲାଗି ଦଶଟି ଯାକ ଫ୍ରାଞ୍ଚାଇଜି ଅଭ୍ୟାସ ଆରମ୍ଭ କଲେଣି । ସ୍ଥାନୀୟ ଏମ୍ ଚିନ୍ନାସ୍ବାମୀ ଷ୍ଟାଡିୟମ୍ରେ ବିଜେତା ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ଆର୍ସିବି) ନିଜର ପ୍ରଥମ ୱାର୍ମଅପ୍ ମ୍ୟାଚ୍ ଖେଳିଛି । ଏହି ମ୍ୟାଚ୍ରେ ବିରାଟ କୋହଲି ୨୪୧ ଷ୍ଟ୍ରାଇକ୍ରେଟ୍ରେ ବ୍ୟାଟିଂ କରିଛନ୍ତି । ସେ ୧୨ ବଲ୍ରେ ୨୯ ରନ୍ କରି ଭଲ ଟଚ୍ରେ ଥିବା ପ୍ରମାଣ ଦେଇଛନ୍ତି ।
ଏହା ବି ପଢ଼ନ୍ତୁ: ପିଏସଏଲ୍: ବିଦେଶୀ ଖେଳାଳିଙ୍କୁ ଆତଙ୍କବାଦୀଙ୍କ ଧମକ
ଜିତେଶ ଶର୍ମା ମଧ୍ୟ ଧୂଆଁଧାର ବ୍ୟାଟିଂ କରି ୩୭ ବଲ୍ରୁ ୮୧ ରନ୍ କରିଥିଲେ । ଏହି ୱାର୍ମଅପ୍ ମ୍ୟାଚ୍ରେ ଗୋଟିଏ ଦଳର ନେତୃତ୍ବ ଭେଙ୍କଟେଶ ଆୟର (ଟିମ୍ ଭେଙ୍କି) ଓ ଅନ୍ୟଟିର କ୍ରୁନାଲ ପାଣ୍ଡ୍ୟା (ଟିମ୍ କ୍ରୁନାଲ) ନେଇଥିଲେ । ଜିତେଶ ଓ ବିରାଟଙ୍କ ବିସ୍ଫୋରଣରେ ଟିମ୍ ଭେଙ୍କି ୨୩୪/୭ କରିଥିଲା । ଟିମ୍ ଡେଭିଡ୍ ୧୪ ବଲ୍ରୁ ୩୬ ଓ ଅଧିନାୟକ ଆୟର ୧୬ ବଲ୍ରୁ ୩୬ ରନ୍ କରିଥିଲେ । ଜବାବରେ ଆର୍ସିବିଅଧିନାୟକ ରଜତ ପଟିଦାରଙ୍କ ୨୫ ବଲ୍ରୁ ୭୪ ରନ୍ ବଳରେ ଟିମ୍ କ୍ରୁନାଲ ସହଜରେ ବିଜୟ ହାସଲ କରିନେଇଥିଲା । ଦେବଦତ୍ତ ପଡ଼ିକଲ ୩୩ ବଲ୍ରୁ ୬୩ ଏବଂ କ୍ରୁନାଲ ୩୩ ବଲ୍ରୁ ୫୮ ରନ୍ କରିଥିଲେ । ଆର୍ସିବି ଶନିବାର ଉଦ୍ଘାଟନୀ ଦିବସରେ ଏହି ପଡ଼ିଆରେ ସନ୍ରାଇଜର୍ସ ହାଇଦ୍ରାବାଦ ବିପକ୍ଷରେ ଖେଳି ଅଭିଯାନ ଆରମ୍ଭ କରିବ ।
What's Your Reaction?



